ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ତିନି ପଦାର୍ଥ ବିଜ୍ଞାନୀଙ୍କୁ ନୋବେଲ୍ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ପଦାର୍ଥ ବିଜ୍ଞାନରେ ନୋବେଲ ଘୋଷଣା । ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ପୁରସ୍କାର । ମିଳିତ ଭାବେ ମିଳିବ ପୁରସ୍କାର । ଆଲେନ ଆସପେକ୍ଟ, ଜନ କ୍ଲଜର, ଆଣ୍ଟେନ ଜେଲିଙ୍ଗର ମନୋନୀତ । ୨୦୨୨ ପାଇଁ ଏହି ତିନି ଜଣ ପୁରସ୍କାର ପାଇବେ । ଷ୍ଟକହୋମ୍ ସ୍ଥିତ ରୟାଲ ସ୍ୱେଡିସ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ତିନି ଜଣଙ୍କ ନାଁ ଘୋଷଣା କରାଯାଇଛି ।

କ୍ୱାଣ୍ଟମ ଜ୍ଞାନକୌଶଳରେ ନୂଆ ତଥ୍ୟ ଆବିଷ୍କାର ଏବଂ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏମାନଙ୍କୁ ମନୋନୀତ କରାଯାଇଛି । ସୂଚନାଯୋଗ୍ୟ ଗତକାଲି ମେଡିସିନ୍ ବର୍ଗରେ ସ୍ୱାନ୍ତେ ପାବୋଙ୍କୁ ଏହି ସମ୍ମାନ ଦିଆଯାଇଛି । ଆସନ୍ତାକାଲି ରସାୟନ ବିଜ୍ଞାନରେ ନୋବେଲ୍ ବିଜେତାଙ୍କ ନାଁ ଘୋଷଣା କରାଯିବ । ଏବଂ ସାହିତ୍ୟରେ ଗୁରୁବାର ଏବଂ ଶୁକ୍ରବାର ଶାନ୍ତି ବର୍ଗରେ ଓ ଅର୍ଥନୀତିରେ ୧୦ ଅକ୍ଟୋବରରେ ବିଜେତାଙ୍କ ନାଁ ଘୋଷଣା କରାଯିବ ।