spot_img
Home Blog Page 3971

ଆସନ୍ତାକାଲି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ସାରା ରାଜ୍ୟରେ ପୁଣି ଆରମ୍ଭ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ । ସାରା ରାଜ୍ୟରେ ପୁଣି ଆରମ୍ଭ ହେବ ପ୍ରବଳ ବର୍ଷା । ଆସନ୍ତାକାଲି ପାଇଁ ୧୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଉତ୍ତର ଓଡ଼ିଶା ସମେତ ୧୫ ଜିଲ୍ଲାକୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହାଫଳରେ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ମିଳିବନି ନିସ୍ତାର । ସକ୍ରିୟ ମୌସୁମୀ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ରାୟଗଡ଼ା, ଗଜପତି, ଯାଜପୁର, ଢେଙ୍କାନାଳ ଏବଂ କଳାହାଣ୍ଡିରେ ୭୦ ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଛତିଶଗଡ଼ ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ପଶ୍ଚିମବଙ୍ଗରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ତଳମୁଣ୍ଡରେ ପ୍ରବଳ ବର୍ଷା ହେବ । ଫଳରେ ମହାନଦୀ ସମେତ ଦେବୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଏବଂ ଜଳକା ନଦୀରେ ବନ୍ୟା ସ୍ଥିତି ଆସିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଏହାସହ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଶସ୍ୟଶ୍ୟାମଳ ହେବ ମୟୂରଭଞ୍ଜ, ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ: ମୟୂରଭଞ୍ଜ ହେବ ଶସ୍ୟଶ୍ୟାମଳ । ଜଳସେଚିତ ହେବ ଜମି । ହସିବେ ଚାଷୀ । ଆଜି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ଦୁଇ ପ୍ରାନ୍ତରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକେପ୍ଟର ଯୋଗେ ବାହାରିବେ । ଦିନ ୧୧ଟା ୧୦ରେ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଟିକିରିପଡ଼ାରେ ଅସ୍ଥାୟୀ ହେଲିକେପ୍ଟର ପଡ଼ିଆରେ ଓହ୍ଲାଇବେ ନବୀନ । ପରେ ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ମୟୂରଭଞ୍ଜର ୧୧ ହଜାର ୬୮୮ ହେକ୍ଟର ଓ ବାଲେଶ୍ୱରର ୫,୪୩୩ ହେକ୍ଟର ଚାଷ ଜମି ଜଳସେଚିତ ହେବ ।

ମୟୂରଭଞ୍ଜର ୭ଟି ବ୍ଲକର ୬୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ୨୩ଟି ଗାଁର ଚାଷୀ ଉପକୃତ ହେବେ । ୧୧ଟା ୪୦ରେ କରଞ୍ଜିଆ ସବଡିଭିଜନର ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।  ପ୍ରାୟ ୫୮ କିଲୋମିଟର ଲମ୍ବା କେନାଲର ଏହି ପ୍ରକଳ୍ପ ଦ୍ୱାରା ୩ଟି ବ୍ଲକର ୯ ହଜାର ୯୦୦ ହେକ୍ଟର ଚାଷଜମି ଜଳସେଚିତ ହେବ । ପଡ଼ୋଶୀ କେନ୍ଦୁଝର ସାହାରପଡ଼ା ବ୍ଲକର ୩୨୨୩ ହେକ୍ଟର ଚାଷଜମିକୁ ମଧ୍ୟ ପ୍ରକଳ୍ପ ପାଣି ଯୋଗାଇବ । ପରୀକ୍ଷାମୂଳକ ଭାବେ ଉଭୟ ପାର୍ଶ୍ଵ ବାମ ଓ ଡାହାଣ କେନାଲରେ ପାଣି ଛଡ଼ାଯିବ। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୩୦ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେବ । ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

ପୁଣି ୧ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତବିଶ୍ୱ ଶର୍ମା । ୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ଦେଶରେ ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୫୩ ପ୍ରତିଶତ ଲୋକ ମତ ଦେଇଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ରାହୁଲ ଗାନ୍ଧୀଙ୍କୁ ମିଳୁଛି ମାତ୍ର ୯ ପ୍ରତିଶତ । ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତେବେ ଏନଡିଏ ୨୮୬ ସିଟ୍ ପାଇବ । ୟୁପିଏକୁ ମିଳିବ ୧୪୬ ଆସନ। ଅନ୍ୟାନ୍ୟ ଦଳ ପାଇବେ ୧୧୧ ଆସନ। ଏମିତି ତଥ୍ୟ ପ୍ରକାଶ କରିଛି ଏହି ସର୍ଭେ । ବିହାର ରାଜନୀତିରେ ପରିବର୍ତ୍ତନ ଯୋଗୁଁ ବଡ଼ କ୍ଷତି ସହିବ ବୋଲି କୁହାଯାଇଛି । ତେବେ ଏହି ଅନୁପାତରେ ବିଜେପି ବା ଏହାର ମେଣ୍ଟ ଦଳ NDA ବର୍ତ୍ତମାନ ପ୍ରରିପେକ୍ଷୀରେ ୪୧ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ  । ସେହିପରି କଂଗ୍ରେସ ବା ଏହାର ମେଣ୍ଟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବାକୁ ଯାଉଥିବାବେଳେ ସ୍ୱାଧନ ଦଳ ଗୁଡ଼ିକୁ ୩୧ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେରେ ପ୍ରକାଶ ପାଇଛି  ।

ଇଣ୍ଡିଆ ଟୁଡ଼େ ସର୍ଭେରେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ଭାଧିକ ଲୋକପ୍ରିୟ ନେତା  । ବର୍ତ୍ତମାନ ମଧ୍ୟ ୫୩ ପ୍ରତିଶତ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକତୁ ଚାହୁଁଛନ୍ତି  । ରାହୁଲ ଗାନ୍ଧୀଙ୍କୁ ୯ ପ୍ରତିଶତ ଚାହୁଁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚାହୁଁଛନ୍ତି ୭ ପ୍ରତିଶତ ଜନତା  । ଅନ୍ୟପଟେ ଯଦି କଂଗ୍ରେସ ଦଳ ଭିତରେ ଲୋକ ପ୍ରିୟ ନେତାଙ୍କୁ ଦେଖାଯାଏ  । ତେବେ ଦଳ ଭିତରେ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି ରାହୁଲ ଗାନ୍ଧୀ  । ଅର୍ଥାତ ୨୩ ପ୍ରତିଶତ ଦଳୀୟ ସମର୍ଥନ ରାହୁଲ ଗାନ୍ଧୀଙ୍କୁ ମିଳୁଛି  । ଅନ୍ୟପଟେ ମନମୋହନ ସିଂଙ୍କୁ ୧୬ ପ୍ରତିଶତ, ସୋନିଆ ଗାନ୍ଧୀଙ୍କୁ ୧୪ ପ୍ରତିଶତ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ଦଳୀୟ ସମର୍ଥନ ବା ଲୋକପ୍ରିୟତା ରହିଛି ୯ ପ୍ରତିଶତ  ।

ଶୁକ୍ରବାର ମୟୂରଭଞ୍ଜ ଆସିବେ ନବୀନ, ଜଳସେଚନ ପ୍ରକଳ୍ପର କରିବେ ଶୁଭାରମ୍ଭ

ଭୁବନେଶ୍ୱର: ଆସନ୍ତାକାଲି ମୟୂରଭଞ୍ଜ ଗସ୍ତ କରି ଜିଲ୍ଲାର ଦୁଇ ପ୍ରାନ୍ତରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ୧୭ହଜାର ୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ମୟୂରଭଞ୍ଜର ୧୧ହଜାର ୬୮୮ ହେକ୍ଟର ଓ ବାଲେଶ୍ବରର ୫,୪୩୩ ହେକ୍ଟର ଚାଷ ଜମି ଜଳସେଚିତ ହେବ। ମୟୂରଭଞ୍ଜର ୭ଟି ବ୍ଲକର ୬୪ଟି ଗାଁ ଓ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକର ୨୩ଟି ଗାଁର ଚାଷୀ ଉପକୃତ ହେବେ। ସେହିପରି କରଞ୍ଜିଆ ସବଡିଭିଜନର ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

୧୯୯୨ ମସିହାରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ। ବାପାଙ୍କ ସ୍ବପ୍ନକୁ ପୂରଣ କରିବେ ପୁଅ। ପ୍ରାୟ ୫୮ କିମି ଲମ୍ବା କେନାଲର ଏହି ପ୍ରକଳ୍ପ ଦ୍ୱାରା ୩ଟି ବ୍ଲକର ୯ହଜାର ୯ଶହ ହେକ୍ଟର ଚାଷଜମି ଜଳସେଚିତ ହେବ। ପଡ଼ୋଶୀ କେନ୍ଦୁଝର ସାହାରପଡା ବ୍ଲକର ୩୨୨୩ ହେକ୍ଟର ଚାଷଜମିକୁ ମଧ୍ୟ ପ୍ରକଳ୍ପ ପାଣି ଯୋଗାଇବ  ।

କରଞ୍ଜିଆ ବ୍ଲକର ହାତୀବାରିରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ଟିକପଦାରେ ସୁବର୍ଣରେଖା ପ୍ରକଳ୍ପ ଲୋକାର୍ପିତ ହେବ। ପରୀକ୍ଷାମୂଳକ ଭାବେ ଉଭୟ ପାର୍ଶ୍ଵ ବାମ ଓ ଡାହାଣ କେନାଲରେ ପାଣି ଛଡାଯିବ। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲାର ପ୍ରାୟ ୩୦ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେବ। ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

ରାଜ୍ୟ ପାଇବ ଆଉ ୧୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ

ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରାଜ୍ୟବାସୀ ପାଇବେ ଆଉ ୧୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ। ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ପରେ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ୍ ମନ୍ତ୍ରୀ ଗିରିରାଜ ସିଂ । ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଦିଲ୍ଲୀ କୃଷି ଭବନଠାରେ ଏନେଇ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ।।

ବୈଠକ ପରେ ରାଜ୍ୟ- କେନ୍ଦ୍ର ମଧ୍ୟରେ ଆବାସ ଯୋଜନାକୁ ନେଇ ସହମତି ପ୍ରକାଶ ପାଇଛି। ଫନିରେ ପ୍ରଭାବିତ ୨ଲକ୍ଷ ହିତାଧିକାରୀଙ୍କ ସମେତ ବର୍ତ୍ତମାନ ରାଜ୍ୟର ପାଖାପାଖି 10 ଲକ୍ଷ ଲୋକ ଘର ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅବଧିକୁ 2024 ପର୍ଯ୍ୟନ୍ତ ବଢ଼ାଇବା ସହ ସ୍ୱତନ୍ତ୍ର ବ୍ୟୟ ଅଟକଳ ହୋଇଛି । ଦେଶ ପାଇଁ 48 ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଓଡିଶା ପାଇଁ 7 ହଜାର କୋଟି ଟଙ୍କା ଦେବାକୁ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରୂପାୟନ ହେବ ।

ରାକ୍ଷୀ ପୂର୍ଣ୍ଣିମାରେ ଓଲଟି ପଡ଼ିଲା ଡଙ୍ଗା, ୨୦ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଯମୁନା ନଦୀରେ ଅଘଟଣ । ଡଙ୍ଗା ବୁଡି ୨୦ ମୃତ, ୩୦ରୁ ଅଧିକ ନିଖୋଜ । ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ୟୁପିର ଫତେପୁରରୁ ମାର୍କା ଯାଉଥିଲା ଡଙ୍ଗା । ରାକ୍ଷୀ ପୂର୍ଣ୍ଣିମା ଯୋଗୁଁ ସାଧାରଣ ଦିନଠୁ ଆଜି ପ୍ରବଳ ଭିଡ଼ ଜମିଥିଲା । ଯେଉଁଥିପାଇଁ ଡଙ୍ଗାରେ ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ବସିଥିବା ଅନୁମାନ କରାଯାଉଛି  ।

ସେପଟେ ଏଭଳି ବଡ଼ ଦୁର୍ଘଟଣା ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି  । ଯଥାଶୀଘ୍ର ପହଁଚିଥିଲେ ଉଦ୍ଧାରକାରୀ ଦଳ  ।   ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଡଙ୍ଗାରେ ଅଧିକ ଯାତ୍ରୀ ବସିଥିବାରୁ ମଝି ନଦୀରେ ଡଙ୍ଗାଟି ଓଲଟି ପଡିଥିବା ଉଦ୍ଧାରକାଳୀ ଦଳ ଅନୁମାନ କରିଛି । ସେପଟେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଲାରନାଥଙ୍କ ଦର୍ଶନ କଲେ 5T ସଚିବ, ବର୍ଷେ ଭିତରେ ମନ୍ଦିର ପାଇବ ନୂଆ ରୂପ

ବ୍ରହ୍ମଗିରି: 5ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ଅଚାନକ ଭାବେ ପ୍ରଭୁ ଶ୍ରୀ ଅଲାରନାଥ ମନ୍ଦିର ଦର୍ଶନରେ ଆସି ପହଞ୍ଚିଥିଲେ  । ପୁରୀ ଜିଲ୍ଲା ବ୍ରହ୍ମଗିରିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଅପରାହ୍ନରେ କରିଛନ୍ତି  ।  5T ସଚିବଙ୍କ ସମେତ ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହିଥିଲେ  । ଅଲାରନାଥ ମନ୍ଦିର ପ୍ରାଙ୍ଗଣରେ ପହଁଚିବା ପରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ  ।

ବର୍ଷେ ଭିତରେ ମନ୍ଦିର ନୂଆ ରୂପ ପାଇବ  ପ୍ରସିଦ୍ଧ ଅଲାରନାଥଙ୍କ ମନ୍ଦିର । ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନ ପରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ । ମନ୍ଦିର ନିକଟରେ ପାଣ୍ଡିଆନଙ୍କୁ ସ୍ବାଗତ କରିଥିଲେ ସେବାୟତ । ପରେ ଅଲାରନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଫାଇଭ ଟି ସଚିବ । ମନ୍ଦିର ସୌନ୍ଦର୍ଯ୍ୟକରଣ, ପାରିପାର୍ଶ୍ବିକ ଉନ୍ନତି ଓ ଜଳ ନିଷ୍କାସନ ସମ୍ପର୍କରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ସେ ଆଲୱୋଚନା କରିଥିଲେ । ବର୍ଷେ ଭିତରେ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ୍ ।

 

 

ରକ୍ତ ଦେବା ପାଇଁ ଲାଞ୍ଚ ନେଉଥିଲେ ସିକ୍ୟୁରିଟି ସୁପରଭାଇଜର, ଗିରଫ କଲା ପୋଲିସ

କଟକ: ଏସିବି ବ୍ଲଡ୍ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ 14 ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର । ଗତକାଲି ରାତରେ ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା । କେହି ଡୋନର ନମିଳିବାରୁ ତାଙ୍କୁ ରକ୍ତ କରାଇଦେବା ପାଇଁ ସୁପରଭାଇଜର ଜଣଙ୍କ 14 ଶହ ଟଙ୍କା ଲାଞ୍ଚ ନେଇ ଏକ ବ୍ଲଡ୍ କୁପନ ଧରାଇ ଦେଇଥିଲେ ।

ତେବେ ବ୍ଲଡ୍ ବ୍ୟାଙ୍କରେ ମହିଳା ଜଣଙ୍କ କୁପନ ଦେବା ବେଳେ ଏହା ନକଲି କୁପନ ବୋଲି ଜଣାପଡିଥିଲା । ମହିଳା ଜଣଙ୍କ ଅଭିଯୋଗ ପରେ ମେଡିକାଲ କତ୍ତୃପକ୍ଷ ତଦନ୍ତ କରିଥିଲେ । ସୁପରଭାଇଜରଙ୍କ ସମ୍ପୃକ୍ତ ବୋଲି ଜଣାପଡିବା ପରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ତେବେ ଏହି ଏତଲା ଆଧାରରେ ଉକ୍ତ ସୁପରଭାଇଜର ସୁଶାନ୍ତ ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି  ମେଡିକାଲ ସିକ୍ୟୁରିଟି ସୁପରଭାଇଜର ।

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ପରେଡ ରିହର୍ସାଲ 

ଭୁବନେଶ୍ୱର:  75ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ପରେଡ ରିହର୍ସାଲ  ।  ୩ଦିନ ଧରି ଚାଲିବ ଏହି ରିହର୍ସାଲ । ପରେଡ ପାଇଁ ଫୁଲଡ୍ରେସ୍ ରିହର୍ସାଲ ୧୩ତାରିଖରେ ଅନୁଷ୍ଠିତ ହେବ । ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ୪ଟି ଟ୍ରୁପ ଏହି ପରେଡରେ ଅଂଶଗ୍ରହଣ କରିବେ । ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ କରୋନା ପାଇଁ ଚଳିତବର୍ଷ ପରେଡରେ ଅଂଶ ଗ୍ରହଣ କରିବା ଓ ଦେଖି ଯିବାକୁ ବାରଣ କରାଯାଇଛି ।

ଚଳିତ ବର୍ଷ କେସିଙ୍ଗା ଏସଡିପିଓ ପରେଡର କମାଣ୍ଡର ଭାବରେ ଦାୟିତ୍ୱ ନେଇଛନ୍ତି । ଦେଶ ସ୍ୱାଧନତାର ଏହି ୭୫ ତମ ବର୍ଷ ସର୍ବଦା ସ୍ମରଣୀୟ ହୋଇ ରହିବ  । ଏହି ଅମୃତ କାଳଖଣ୍ଡକୁ ସମଗ୍ର ଦେଶରେ ଭବ୍ୟ ଭାବେ ପାଳନ କରାଯିହବ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି  । ଅଜାଦୀ କା ଅମୃତ ମହତ୍ସୋବ ନାମରେ ପାଳନ କରାଯାଉଥିବା ଉତ୍ସବକୁ ପୁରପଲ୍ଲୀରେ ପହଁଚାଇବା ନିମନ୍ତେ ମଧ୍ୟ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଛି  । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଚଳିତ ବର୍ଷ ମାଗଣାରେ ଜାତୀୟ ପତାକା ପ୍ରଦାନ କରିବା ନିମନ୍ତେ ଘୋଷଣା କରାଯାଇଛି  । ମିସନ ଶକ୍ତି ଗ୍ରୁପ ମାନେ ଜାତୀୟ ପତାକାକୁ ନିର୍ମାଣ କରିବା ସହ ପ୍ରଦାନ କରିବା ଦାୟିତ୍ୱ ନେଇଛନ୍ତି  ।

 

ବିନା ମୂଲ୍ୟରେ ମିଶନ ଶକ୍ତି ଗୋଷ୍ଠୀ ବାଣ୍ଟିବେ ଜାତୀୟ ପତାକା

ଭୁବନେଶ୍ୱର:  ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି  । ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି  । ସରକାରୀ ଓ଼ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି  । ସ୍ୱାଧୀନତା ର 75ତମ ପୂର୍ତ୍ତି ଉତ୍ସବକୁ ଭବ୍ୟ ଭାବେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି  ।

ଏହି ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି  । ରାଜ୍ୟର ମିଶନ ଶକ୍ତିର ମା ମାନଙ୍କୁ ଜାତୀୟ ପତାକା ତିଆରି ଓ଼ ବଣ୍ଟନ ଦାୟିତ୍ୱ ଦିଆଯାଇଛି  । ସୂଚନା ଯୋଗ୍ୟ ଯେ,  ମିଶନ ଶକ୍ତିର ମା ମାନେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି  ।