ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର; ୨,୨୬୯ ପଦବୀ ପାଇଁ OSSCର ନିଯୁକ୍ତି ବିଜ୍ଞପ୍ତି

1 min read

ଭୁବନେଶ୍ୱର: ଓଡ଼ିଶାରେ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ବମ୍ପର ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ୨ହଜାର ୧୬୯ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଗ୍ରୁପ-B ଓ ଗ୍ରୁପ –C ରେ ସମସ୍ତ ପଦବୀ ପୂରଣ କରାଯିବ । ମୋଟ ୨ହଜାର ୧୬୯ଟି ପଦବୀ ମଧ୍ୟରୁ ଗ୍ରୁପ- ବି ଗ୍ରାଜୁଏଟ ଲେବଲ କମ୍ପିଟେଟିଭ୍ ପରୀକ୍ଷାରେ ୬୯୯ ପଦବୀ ଓ ଗ୍ରୁପ –ସି ରେ ୨୪୪ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ଗ୍ରୁପ-ବି ଟେକ୍ନିକାଲ ସର୍ଭିସ ରିକ୍ରୁଟମେଣ୍ଟ ପରୀକ୍ଷା ପାଇଁ ୧ହଜାର ୨୨୬ଟି ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ଜାରି କରିଛି OSSC। ଏହି ସମସ୍ତ ପଦବୀ ପାଇଁ ନଭେମ୍ବର ୧୧ରୁ ଅନଲାଇନରେ ଆବେଦନ କରିହେବ । ଡିସେମ୍ବର ୧୦ ଆବେଦନର ଶେଷ ତାରିଖ ରହିଛି । ନିକଟରେ କ୍ୟାବିନେଟରେ ଏହି ସମସ୍ତ ପଦବୀ ପୁରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।