ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଦୁଇ ସିକ୍ୟୁରିଟି ଗାର୍ଡ ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ଆଶ୍ରୟ ଦେବା ନାଁ ରେ ଦୁଷ୍କର୍ମ ଘଟଣା । ଦୁଇ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓରଫ କାଳିଆ ଏବଂ ବନ୍ତଳା ଥାନା ଅଞ୍ଚଳର ବସନ୍ତ କୁମାର ସାହୁ । ଗତ ୩୦ ତାରିଖରେ ଜଣେ ମହିଳା କିଛି କୋର୍ଟ କାମରେ ଭୁବନେଶ୍ବର ଆସିଥିଲେ ।

ରାତି ହୋଇଯିବାରୁ ମହିଳା ଜଣକ ରାମ ମନ୍ଦିର ସମ୍ମୁଖରେ ଆଶ୍ରୟ ନେଇଥିଲେ । ବିଳମ୍ବିତ ରାତିରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମହିଳା ଜଣଙ୍କୁ ଆଶ୍ରୟ ଦେବାକୁ କହି ରାମ ମନ୍ଦିର ସମ୍ମୁଖରେ ଥିବା ବ୍ରେସମେଣ୍ଟକୁ ନେଇଯାଇଥିଲେ । ରାତିରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଏବଂ ବସନ୍ତ ମିଶି ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ୩୧ ତାରିଖରେ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ଦୁଷ୍କର୍ମ ମାମଲା ରୁଜ୍ଜୁ କରିବା ସହ ଅନୁସନ୍ଧାନ କରି ପୂର୍ଣ୍ଣଚନ୍ଦ୍ରକୁ ଭୁବନେଶ୍ବର ଏବଂ ବସନ୍ତକୁ ଅନୁଗୁଳରୁ ଗିରଫ କରିଛି । ଉଭୟ ଅଭିଯୁକ୍ତ ସେମାନଙ୍କର ଦୋଷ ସ୍ବୀକାର କରିଛନ୍ତି । ଘଟଣାରେ ଜଣେ ସାକ୍ଷୀ ଦେଇଛନ୍ତି । ଅଭିଯୁକ୍ତ ମାନେ ଏକ ଘରୋଇ ବ୍ୟାଙ୍କରେ ରାତ୍ରି ଜଗୁଆଳି ଭାବରେ କାର୍ଯ୍ୟ କରୁଥିବା ସୂଚନା ଦେଇଛି ।