ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ । ଦିଲ୍ଲୀରୁ ପୁନେ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଯାତ୍ରୀଙ୍କୁ ବାହାର କରାଯାଇ ବିମାନର ଯାଞ୍ଚ ଚାଲିଛି । ଆଇସୋଲେସନ ଓ୍ବେରେ ସୁରକ୍ଷାକର୍ମୀମାନେ ବିମାନର ଯାଞ୍ଚ କରୁଛନ୍ତି । ବିମାନରେ ବୋମା ଥିବା ନେଇ କଲ ସେଣ୍ଟରକୁ ଏକ ଫୋନ କଲ ଆସିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ରହିଛି ।
ମାମୁଁ ଘର ଗାଁରେ ଭାଣିଜୀର ଆତ୍ମହତ୍ୟା
କେନ୍ଦୁଝର: ମାମୁଁ ଘର ଗାଁରେ ଭାଣିଜିର ଆତ୍ମହତ୍ୟା । କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଗିରିଗାଁରେ ଘଟିଛି ଅଭାବନୀୟ ଘତଣା । ମୃତକ ହେଲେ +୨ ଛାତ୍ରୀ ପାୟଲ ପ୍ରିୟଦର୍ଶନୀ । ପରିବାର ଲୋକଙ୍କ ସୂଚନା ଅନୁସାରେ, ଦୁଇଦିନ ତଳେ ପାୟଲଙ୍କ ପିଉସୀ ଅସୁସ୍ଥ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପାୟଲ ଡାକ୍ତରଖାନାରେ ରହି ତାଙ୍କର ଦେଖାଶୁଣା କରୁଥିଲେ । ବୁଧବାର ଡାକ୍ତରଖାନାରୁ ମାମୁଁଘରକୁ ଫେରିଥିବାବେଳେ ଗତକାଲି ରାତିରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ଆଜି ସକାଳୁ ଗାଁ ନିକଟ ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆତ୍ମହତ୍ୟାର କାରଣ ଜଣା ପଡ଼ିନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ସୀମାରେ ଯବାନଙ୍କ ଜୀବନ୍ତ ଚିତ୍ର ଦେଖାଇବ ‘ରକ୍ଷକ’
ଭୁବନେଶ୍ବର : ସୀମାରେ ଯବାନଙ୍କ ଜୀବନ୍ତ ଚିତ୍ର ଦେଖାଇବ ‘ରକ୍ଷକ’ । ବିଏସଏଫର ପ୍ରଥମ ପତ୍ରିକା ‘ରକ୍ଷକ’ର ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଏସଏଫ ଆଇଜି ଡି.କେ ଶର୍ମାଙ୍କ ଉପସ୍ଥିତିରେ ରାଜଭଭନରେ ରାଜ୍ୟପାଳ ଏହି ପତ୍ରିକା ଇନ୍ମୋଚନ କରିଛନ୍ତି । ପତ୍ରିକାରେ ବିଭିନ୍ନ ଲେଖା ସହ ବିଏସଏଫର ବିଭିନ୍ନ କାମର ଝଲକ୍ ପ୍ରକାଶ ପାଇଛି । ରାଜ୍ୟପାଳ ବିଏସଏଫର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପତ୍ରିକା ‘ରକ୍ଷକ’ ଦ୍ବାରା ବିଏସଏଫ ଯବାନମାନେ ନଜ ସାହିତ୍ୟକୃତି ପ୍ରକାଶ କରିବାର ସୁଯୋଗ ପାଇବେ ।
ଜାମ୍ମୁ-କାଶ୍ମୀରରେ NIAର ବଡ଼ ଆକ୍ସନ, ଟେରର ଫଣ୍ଡିଂ ଓ ଆତଙ୍କୀ ଲିଙ୍କ ସନ୍ଦେହରେ ମାରାଥନ ରେଡ୍
ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ-କାଶ୍ମୀରରେ NIAର ବଡ଼ ଆକ୍ସନ । ଟେରର ଫଣ୍ଡିଂ ଓ ଆତଙ୍କୀ ଲିଙ୍କ ସନ୍ଦେହରେ ଆଜି ସକାଳୁ ମାରାଥନ ରେଡ୍ । ସୋପିଆନ, କୁଲଗାମ ଓ କୁପଓ୍ବାଡା ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଏନଆଇଏ ଟିମ୍ । ପାକିସ୍ତାନୀ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଓ ଉପତ୍ୟକାରେ ଅଶାନ୍ତି ପାଇଁ ଷଡଯନ୍ତ୍ରରେ ସମ୍ପୃକ୍ତି ସନ୍ଦେହରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଚଢ଼ାଉ କରୁଛି । ତିନି ଜିଲ୍ଲାର ୮ଟି ସ୍ଥାନରେ ରେଡ୍ ଜାରି ରହିଛି । ଆତଙ୍କୀ କ୍ୟାଡର ଓ ଓଭରଗ୍ରାଉଣ୍ଡ ଓ୍ବର୍କର୍ସଙ୍କ ଘର ଅଫିସରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୋପୋରେଠାରେ ସୁରକ୍ଷାକର୍ମୀମାନେ ଲସ୍କର-ଏ-ତୋଏବାର ଦୁଇଜଣ ଓଭରଗ୍ରାଉଣ୍ଡ ଓ୍ବାର୍କର୍ସଙ୍କୁ ଗିରଫ କରିବା ସହ ଗ୍ରେନେଡ, ୮ରାଉଣ୍ଡ ପିସ୍ତଲ ଜବତ କରିଛି ।

