ଉଗ୍ର ହେଲା ପାରିବାରିକ କଳି, ସ୍ୱାମୀଙ୍କ ଯୌନାଙ୍ଗ କାଟିଦେଲା ସ୍ତ୍ରୀ

ଅନୁଗୁଳ: ନୃଂଶସ, ବିଭତ୍ସ, ଅମାନବୀୟ । ଉଗ୍ରରୂପ ନେଲା ପାରିବାରିକ କଳି । କୁହାଯାଏ କି ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ । କିନ୍ତୁ ଯେତେବେଳେ ଝଗଡ଼ା ହୁଏ ତାହା କିଭଳି ହୁଏ ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । କଥାରେ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ସମସ୍ତଙ୍କ ପରିବାରରେ କଳି ଝଗଡ଼ା ରହିଛି । କିନ୍ତୁ ଏଭଳି ଏକ ଖବର ଆସିଛି ଯାହାକି ଆଶ୍ଚର୍ଯ୍ୟ କରିଦେବ । ଝଗଡା ବେଳେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଦାଣ୍ଡିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ସ୍ୱାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ସ୍ତ୍ରୀ ନାଁରେ ଥାନାରେ ଅଭିଯୋଗ କରିଛି । ଶନିବାର ରାତିରେ ପରମାନନ୍ଦ ମୁଦୁଲିଙ୍କ ସହ ସ୍ତ୍ରୀଙ୍କ ଝଗଡ଼ା ହୋଇଥିଲା । ଝଗଡା ବେଳେ ପରମାନନ୍ଦଙ୍କ ସ୍ତ୍ରୀ ଉତକ୍ଷୀପ୍ତ ହୋଇ ଧାରୁଆ ଅସ୍ତ୍ରରେ ପରମାନନ୍ଦଙ୍କ ଯୌନାଙ୍ଗ କାଟି ଦେଇଥିଲେ । ଜୀବନ ବିକଳରେ ଘରୁ ବାହାରି ଆସି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ସ୍ଥାନୀୟ ଅଂଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।