ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ

ଲକ୍ଷ୍ନୌ: ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ଓ୍ବିକେଟ ହରାଇ  ୨୨୯ ରନ କରିବାରେ ସକ୍ଷମ ହୋଇଛି । ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଛି । ଲକ୍ଷ୍ନୌରେ ଚାଲିଛି ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରି ଭାରତର ୨୭ ରନରେ ତିନୋଟି ଓ୍ବିକେଟର ପତନ ହୋଇଥିବା ବେଳେ ପାରି ସମ୍ଭାଳିଥିଲେ ରୋହିତ ଶର୍ମା । ସେ ୮୭ ରନ୍ କରି ଟିମକୁ ଟ୍ରାକକୁ ଆଣିଥିଲେ । ୩ଟି ଛକା ଓ ୧୦ଟି ଚୌକା ମାରିଛନ୍ତି ରୋହିତ ଶର୍ମା । ଭାରତ ଏବେ ସମ୍ମାନ ଜନକ ରନ କରିବାକୁ ସଂଘର୍ଷ କରୁଛି  । ଶୁଭମନ ଗିଲ୍ ୯ ରନ କରିଥିବା ବେଳେ ବିରାଟ କୋହଲି ଖାତା ଖୋଲିପାରିନଥିଲେ । ଶ୍ରେୟସ ଏୟର ୪ ରନ କରି ଆଉଟ ହୋଇଥିଲେ । ପରେ କେ ଏଲ ରାହୁଲ ପଡ଼ିଆକୁ ଓହ୍ଲାଇଥିବା ବେଳେ ୩୯ ରନ୍ କରିଥିଲେ । ରବିନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ମଧ୍ୟ ଭଲ ନଥିଲା । ଭାରତ ୧୮୩ ରନରେ ୭ଟି ଓ୍ବିକେଟ ହରାଇଥିଲା । ସୂର୍ଯ୍ୟକୁମାର ଯାଦବ ବଡ଼ ପାଳି ଖେଳିବେ ବୋଲି ଆଶା ରଖାଯାଇଥିଲା । ତେବେ ସେ ୪୯ ରନ କରି ଆଉଟ୍ ହୋଇଥିଲେ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ।