କେରଳ ବିସ୍ଫୋରଣ ଘଟଣା, ଜଣେ ବ୍ୟକ୍ତିଙ୍କ ଆତ୍ମସମର୍ପଣ

କେରଳ:  କେରଳ ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ ଘଟଣା । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଏକ ବଡ଼ ବିସ୍ଫୋରଣ କିଏ ଘଟାଇଲା ତାକୁ ନେଇ ତନାଘନା ଆରମ୍ଭ ହୋଇଥିବାବେଳେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି । ସେ ବୋମା ଲଗାଇଥିବା ପୋଲିସ ସମ୍ମୁଖରେ ମାନିଛି । ଡୋମିନିକ ମାର୍ଟିନ୍ ନାମକ ବ୍ୟକ୍ତି ତ୍ରିଶୁର ଗ୍ରାମୀଣର କୋଡାକରା ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିବା ସହ ଏହି ବୋମା ବିସ୍ଫୋରଣରେ ସେ ସମ୍ପୃକ୍ତିଥିବା ମାନିଛି । ସେପଟେ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି । ୧୪ଟି ଜିଲ୍ଲାରେ ପୋଲିସ ତନାଘନା ମଧ୍ୟ ଆରମ୍ଭ କରିଛି । ସୋସିଆଲ ମିଡିଆରେ ଭୁଲ୍ ତଥ୍ୟ ପ୍ରଚାର କରୁଥିବା ୟୁଜର୍ସଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଛି ପୋଲିସ । କେରଳର ଗୃହମନ୍ତ୍ରୀ ଜି ପରମେଶ୍ବର ସମସ୍ତ ପୋଲିସ କର୍ମଚାରୀଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ୧୪ଟି ଜିଲ୍ଲାର ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡ ସମେତ ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଦିଲ୍ଲୀରେ ମଧ୍ୟ ହାଇ ଆଲର୍ଟ କରାଯାଇଛି ।

ସୂଚନା ଥାଉକି, ଏର୍ଣ୍ଣାକୁଲମର କାଲାମସେରୀସ୍ଥିତ ଏକ କନଭେନସନ ସେଣ୍ଟରରେ ଆତଙ୍କବାଦୀ ହମଲା ଆଶଙ୍କା କରାଯାଉଛି । କନଭେନସେଣ୍ଟରରେ ୩ଟି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ଘଟଣାସ୍ଥଳରେ ବମ୍ବସ୍କ୍ବାଡ ଓ ଫରେନସିକ ଟିମ ଯାଞ୍ଚ କରିଛି । ଏକ ଟିଫିନ ବକ୍ସରେ ଆଇଇଇଡି ଥିବା ସୂଚନା ମିଳିଛି ।  ପ୍ରାର୍ଥନା ଉତ୍ସବରେ ୨ହଜାରରୁ ଅଧିକ ଲୋକ ସମବେତ ହୋଇଥିବାବେଳେ ଏହି ବିସ୍ଫୋରଣ ଘଟିଛି । ଏହି କନଭେନସେଣ୍ଟରରେ ଜିହୋବା ସମ୍ପ୍ରଦାୟ ପକ୍ଷରୁ ବାର୍ଷିକ ସମ୍ମେଳନ ହେଉଥିବାବେଳେ ସେଠାରେ ବିସ୍ଫୋରଣ ଘଟିଥିଲା । କନଭେନସେଣ୍ଟର ଭିତରେ ବିସ୍ଫୋରଣ ଘଟିଥିବାରୁ ଏହା ଏକ ଆତଙ୍କୀ ହମଲା ବୋଲି କୁହାଯାଉଛି । ବିସ୍ଫୋରଣ ପରେ ଲୋକମାନେ ଜୀବନ ବିକଳରେ କନଭେନସନ ସେଣ୍ଟରରୁ ପଦାକୁ ଚାଲିଆସିଥିଲେ । ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ପି. ରାଜୀବ । ଏହି ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଏକ ୪ ଜଣିଆ ଟିମ୍ । ଆହତ ଲୋକଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ଦିଲ୍ଲୀସ୍ଥିତ ଏନଏସଜିର ନ୍ୟାସନାଲ ବମ୍ବ ଡାଟାସେଣ୍ଟରର ଏକ ଟିମ କେରଳ ଗସ୍ତ କରିଛନ୍ତି । ବିସ୍ଫୋରଣ ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି ।