ଫେଲ୍ ମାରୁଛନ୍ତି ଶ୍ରେୟସ, ଇଶାନଙ୍କୁ ଦଳରେ ମିଳିବ କି ସ୍ଥାନ?

ନୂଆଦିଲ୍ଲୀ: ଭାରତ ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ ସହ ୫ ମ୍ୟାଚରୁ ୫ ବିଜୟ ହୋଇଛି । ରବିବାର ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳୁଥିବାବେଳେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ମା କରିଛି ଭାରତ । ଶ୍ରେୟସ ଆୟାରଙ୍କୁ ଚଳିତ ବିଶ୍ବକପରେ ଖେଳିବାର ସୁଯୋଗ ମିଳିଥିବାବେଳେ ବଡ଼ ପାଳି ଖେଳି ପାରିନାହାନ୍ତି । ବାରମ୍ବାର ସୁଯୋଗ ମିଳିବା ସତ୍ତ୍ବେ ସେ ଭଲ ଖେଳି ପାରୁନାହାନ୍ତି । ଆଜିର ମ୍ୟାଚରେ ସେ ୧୬ ବଲରୁ ମାତ୍ର ୪ ରନ କରିବାରେ ସକ୍ଷମ ହୋଇଛନ୍ତି । କେବଳ ପାକିସ୍ତାନ ବିପକ୍ଷ ମ୍ୟାଚରେ ୬୨ ବଲରୁ ୫୩ ରନ କରିଥିଲେ । ବାକି ମ୍ୟାଚରେ ଅଥବା ବାଲାଂଦେଶ ବିପକ୍ଷ ମ୍ୟାଚରେ ୨୫, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୨୯ ରନ କରିଥିଲେ । ସେପଟେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖାତା ଖୋଲି ପାରିନଥିଲେ । ଏଣୁ ଆଗାମୀ ମ୍ୟାଚରେ ଶ୍ରେୟସଙ୍କ ବଦଳରେ ଇଶାନଙ୍କୁ ଦଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଚଳିତ ବିଶ୍ବକପରେ ଇଶାନ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି । ଭାରତରେ ବିଶ୍ବକପ ଅନୁଷ୍ଠିତ ହେଉଥିବାବେଳେ ତାଙ୍କର ସ୍ବେଦଶରେ ରେକର୍ଡ ଭଲ ରହିଛି । ଏଣୁ ଆଗାମୀ ମ୍ୟାଚରେ ତାଙ୍କୁ ସୁଯୋଗ ଦିଆଯାଉ ବୋଲି କ୍ରିକେଟପ୍ରେମୀମାନେ କହିଛନ୍ତି । ଯଦି ଶ୍ରେୟସ ଏବଂ ଇଶାନଙ୍କ ରେକର୍ଡ ଉପରେ ନଜର ପକାଇବା ତାହେଲେ ଇଶାନଙ୍କ ପଲ୍ଲା ଭାରି ରହିବ ।