ଶ୍ରୀମନ୍ଦିରକୁ ହାପ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ: ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ପ୍ରବେଶ ନେଇ ସେବାୟତଙ୍କ ସଚେତନତା । ରବିବାର କିଛି ଭକ୍ତ ହାପ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ସେମାନଙ୍କୁ ଶ୍ରୀମନ୍ଦିରର ସେବାୟତ ଲୁଗା ପିନ୍ଧାଇବାରେ ସହାୟତା କରିବା ସହ ସଚେତନ କରାଇଥିଲେ। ମହାପ୍ରଭୁଙ୍କ ନିକଟକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ଶାଳୀନତାପୂର୍ଣ୍ଣ ପୋଷାକ କିପରି ପିନ୍ଧିବେ ସେ ନେଇ ଶ୍ରୀମନ୍ଦିର ସେବାୟତଙ୍କ ଏପରି ପ୍ରୟାସ ପ୍ରଶଂସନୀୟ । ସାଧାରଣରେ ସେବାୟତଙ୍କୁ ପ୍ରଂଶସା ମଧ୍ୟ କରାଯାଉଛି । ଶ୍ରୀମନ୍ଦିରକୁ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ଯିବା ପାଇଁ ପୂର୍ବରୁ ଯୁକ୍ତି ବାଢ଼ି ଆସିଛନ୍ତି । ଅନେକ ସମୟରେ ଭକ୍ତମାନେ ଫ୍ୟାସନ ଦେଖାଇବାକୁ ଯାଇ ଶାଳିନତା ଭୁଲି ଯାଉଥିବା ଭଳି ଅଭିଯୋଗ ହୋଇଛି । ଏପରିକି ଶ୍ରୀମନ୍ଦିର ସମ୍ମୁଖରେ ଭିଡିଓ କରି ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଛନ୍ତି । ବିଭିନ୍ନ ସମୟରେ କିଛି ଭକ୍ତ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରି ନଯିବାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଏଣୁ ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧିବା ପାଇଁ କୁହାଯାଇଛି ।