ବିଧବା ଗର୍ଭବତୀ ଝିଅକୁ ମାରିଦେଲେ ପରିବାର ଲୋକ  

ମୟୂରଭଞ୍ଜ: ଗର୍ଭବତୀ ଝିଅର ପେଟକୁ ଲାତ ମାରି ହତ୍ୟା । ବିଧବା ଝିଅ ଗର୍ଭବତୀ ହେବା ଜାଣିବା ପରେ ତା’ ପେଟକୁ ବାପା ଗୋଇଠା ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଥରଖଣି ଗାଁରେ ଏହି ଘଟଣା ଘଟିଛି । ଗାଁର ଜିଠୁ ଟୁଡୁଙ୍କ ଝିଅ ସାକରଙ୍କ ସ୍ବାମୀ ମଙ୍ଗଳ ମୁର୍ମୁଙ୍କର ଏକ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ସାକର ତାଙ୍କ ୩ ବର୍ଷର ଝିଅ ସହିତ ନିଜ ବାପଘରେ ରହୁଥିଲେ । ତେବେ ଝିଅ ସାକର ଏବେ ୫ ମାସର ଗର୍ଭବତୀ ଥିବା ତାଙ୍କ ବାପା ଜିଠୁ ଟୁଡୁ ଜାଣିବା ପରେ ସାକରଙ୍କ ପେଟକୁ ଗୋଇଠା ମାରିବା ସହିତ ବାଡ଼ିରେ ପିଟିଥିଲେ । ଫଳରେ ସାକରଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ଗିରଫ କରିଛି । ସାଇଣ୍ଟିଫିକ ଟିମ୍‌ ସହ ତଦନ୍ତ କରୁଛି ପୋଲିସ ।