spot_img
Home Blog Page 2846

ଜଳେଶ୍ବର ଭେଲୋରା ଛକରେ ଦୁର୍ଘଟଣା, ୧୦ ଜଣ ଆହତ ବସ୍ତା ମେଡିକାଲରେ ଭର୍ତ୍ତି

ଜଳେଶ୍ୱର: ଜଳେଶ୍ବରରେ ଦୁର୍ଘଟଣା । ତୀର୍ଥଯାତ୍ରୀ ବସକୁ ପଛ ପଟୁ ଧକ୍କା ଦେଲା ଆଉ ଏକ ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଉଭୟ ବସରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛି । ଗୁରୁତର ଥିବା ୧୦ ଜଣଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 

ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ, ୨୩ ତାରିଖରେ କରିବ ସଫ୍ଟ ଲ୍ୟାଣ୍ଡିଂ

ଶ୍ରୀହରିକୋଟା: ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଠାରୁ ଆଉ ମାତ୍ର ୨୫ କିଲୋମିଟର ଦୂରରେ ବୁଲୁଛି ଚନ୍ଦ୍ରଯାନ । ଗତକାଲି ବିଳମ୍ବିତ ରାତିରେ ସଫଳତାର ସହ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ । ଚନ୍ଦ୍ରରେ ପହଞ୍ଚିବାକୁ ଆଉ ମାତ୍ର ମଝିରେ ରହିଲା ଦୁଇ ଦିନ । ଅର୍ଥାତ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ପ୍ରଜ୍ଞାନ ସେଥିମଧ୍ୟରୁ ବାହାରକୁ ଆସିବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଡିବୁଷ୍ଟିଂ ଶେଷ ହୋଇଥିଲା । ଅବତରଣ ପରେ ଗବେଷଣା କରିବ ରୋଭର ପ୍ରଜ୍ଞାନ । ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ସେହିପରି ଚନ୍ଦ୍ର ଚାରିପାଖେ ଘୂରି ପୃଥିବୀର ଜଳବାୟୁ ଗବେଷଣା କରିବ ପ୍ରପଲସନ ମଡ୍ୟୁଲ ।

ପିଆଜର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ରପ୍ତାନି ଟିକସକୁ ୪୦ ପ୍ରତିଶତକୁ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜର ଦରବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ପିଆଜ ଉପରେ ରପ୍ତାନି ଟିକସକୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବର୍ଦ୍ଧିତ ରପ୍ତାନି ଟିକସ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ସେପ୍ଟେମ୍ବର ମାସରେ ପିଆଜ ଦର ବଢ଼ିବାର ସମ୍ଭାବନା ଥିବା ନେଇ ରିପୋର୍ଟ ଆସିବା ପରେ ସରକାର ଏହାର ରପ୍ତାନି ଉପରେ ରୋକ ଲଗାଇବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି । କାରଣ ଟିକସ ବଢ଼ିଲେ ରପ୍ତାନି କମିବ । ଆଉ ଦେଶରେ ଲୋକଙ୍କୁ ପର୍ଯ୍ୟାପ୍ତ ପିଆଜ ମିଳିବ ।

ପିଆଜ ଦରରେ ବୃଦ୍ଧି ହେଲାଣି । ଅଗଷ୍ଟ ୧୦ ତାରିଖ ସୁଦ୍ଧା ସାରା ଦେଶରେ ଖୁଚୁରା ମୂଲ୍ୟ କେଜି ପ୍ରତି ୨୭ ଟଙ୍କା ୯୦ ପଇସା ରହିଥିଲା । ଏହି ଅବଧି ମଧ୍ୟରେ ଗତ ବର୍ଷ ପିଆଜର ଖୁଚୁରା ମୂଲ୍ୟ ସାରା ଦେଶରେ ୨୫ ଟଙ୍କା ୯୦ ପଇସା ଥିଲା । ଅର୍ଥାତ୍ ଗତ ବର୍ଷ ତୁଳନାରେ ୨ ଟଙ୍କା ବଢ଼ି ସାରିଛି । ପିଆଜ ଯୋଗାଣ ହ୍ରାସ ହେଲେ ସ୍ଥିତିକୁ ସମ୍ଭାଳିବା ପାଇଁ ସରକାର ୩ ଲକ୍ଷ ଟନ୍ ପିଆଜ ଜମା କରି ରଖିଛନ୍ତି ।

ଆଜି ଭାରତ-ଆୟର୍ଲାଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି, ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ

ନୂଆଦିଲ୍ଲୀ: ଆଜି ଭାରତ-ଆୟର୍ଲାଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି  । ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ ଖେଳାଯିବ । ତିନିଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଆଜିର ମ୍ୟାଚ ଜିତି ସିରିଜ ବିଜୟ ପାଇଁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ସେପଟେ ଭାରତକୁ ଚେକ୍ ଦେଇ ପ୍ରଥମ ବିଜୟ ସହିତ ସିରିଜକୁ ଫେରିବାକୁ ଉଦ୍ୟମ କରିବ ଘରୋଇ ଦଳ । ପ୍ରଥମ ଦିନିକିଆରେ ବର୍ଷା ବାଧକ ସାଜିଥିଲା  । ଡିଏଲଏସ ନିୟମ ଆଧାରରେ ୨ ରନରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଟି-ଟ୍ବେଣ୍ଟିରେ ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୩୯ ରନ୍ ସଂଗ୍ରହ କରିଥିଲା । ଜବାବରେ ଡିଏଲ୍ ନିୟମ ମୁତାବକ ୬.୫ ଓଭରରେ ୪୭ ରନ୍ ସଂଗ୍ରହ କରି ପ୍ରଥମ ଟି-ଟ୍ୱେଣ୍ଟିକୁ ଜିତି ନେଇଥିଲା ଭାରତ । ଆଜିର ମ୍ୟାଚ ଜିତିବାକୁ ଉଭୟ ଦଳ ନିଜ ନିଜର ରଣନୀତି କରିଛନ୍ତି ।

ଏଲନିନୋର ବଡ ପ୍ରଭାବ, ଦେଶରେ ରେକର୍ଡ ଭାଙ୍ଗିବ ଅଗଷ୍ଟର ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ଏଲନିନୋର ବଡ ପ୍ରଭାବ । ଦେଶରେ ରେକର୍ଡ ଭାଙ୍ଗିବ ଅଗଷ୍ଟର ନିଅଣ୍ଟିଆ ବର୍ଷା । ବିଶିଷ୍ଟ ଭୂବିଜ୍ଞାନୀ ମାଧବନ ରାଜୀବନଙ୍କ ଆକଳନ କହୁଛି ଚଳିତ ଅଗଷ୍ଟରେ ସର୍ବାଧିକ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି । ସେହିପରି ୨୦୦୫ରେ ସର୍ବାଧିକ ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା । ୨୧ ରୁ ୨୮ ଯାଏଁ ଦୁର୍ବଳ ରହିବ ମୌସୁମୀ । ଉତ୍ତର ଭାରତରେ ପ୍ରବଳ ବର୍ଷା ହେଲେବି ଦକ୍ଷିଣ ଏବଂ କେନ୍ଦ୍ରୀୟ ଭାରତରେ ନିଅଣ୍ଟିଆ ବର୍ଷାର ଉତ୍କଟ ସ୍ଥିତି ଦେଖାଦେବ । ଶହେରୁ ଅଧିକ ବର୍ଷ ପରେ ଭାରତରେ ଅଗଷ୍ଟ ମାସ ଶୁଷ୍କ ହେବାକୁ ଯାଉଛି ।

ଅଗଷ୍ଟ ମାସର ପ୍ରଥମ ୧୮ ଦିନରେ ବର୍ଷାର ପରିମାଣ ୩୮ ପ୍ରତିଶତ କମ ହୋଇଥିବା ସୂଚନା ଦେଇଛନ୍ତି ଆଇଏମ୍ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କେବଳ ଏତିକି ନୁହେଁ ୧୯୦୧ ମସିହା ଅର୍ଥାତ୍ ବର୍ଷାର ରେକର୍ଡ ହେବା ପରଠାରୁ ଚଳିତ ଅଗଷ୍ଟ ମାସ ସବୁଠାରୁ ଶୁଷ୍କ ହେବାର ଆଶଙ୍କା ପ୍ରକାଶ ପାଇଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ସେପ୍ଟେମ୍ବର ବର୍ଷାକୁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଏଲନିନୋ ବର୍ଷରେ ସେପ୍ଟେମ୍ବର ବି ନିଅଣ୍ଟିଆ ରହିବା ନେଇ ଆକଳନ କରାଯାଉଛି । ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ପାଇଁ ୮୭ ପ୍ରତିଶତ ସମ୍ଭାବନା ରହିଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଛତିଶଗଡ ଏବଂ ଏହାର ଆଖପାଖରେ କେନ୍ଦ୍ରୀଭୁତ ରହିଛି । ଏହାସହ ମୌସୁମୀ ନିମ୍ନଚାପରେଖା ଏବେ ସ୍ବାଭାବିକ ଅବସ୍ଥାନରୁ ଉତ୍ତରରେ ହିମାଳୟ ପାଦଦେଶରେ ରହିଛି । ଯାହା ଏବେ ଦୁର୍ବଳ ଅବସ୍ଥାରେ ଅଛି । ରାଜ୍ୟ ଉପରେ କୌଣସି ସିଷ୍ଟମର ପ୍ରଭାବ ନ ଥିବାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନାହିଁ । ୨୩ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେବ ।

ଏଥିପାଇଁ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ କନ୍ଧମାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ ଯାଜପୁର ସୁକିନ୍ଦାରେ ସର୍ବାଧିକ ୯୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାର କୋଲାବିରାରେ ୯୭, ନବରଙ୍ଗପୁରରେ ୮୯, ସମ୍ବଲପୁରରେ ୮୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମୌସୁମୀ ସିଜିନରେ ସ୍ବାଭାବିକ ଠାରୁ ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୯ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଏବଂ ନବରଙ୍ଗପୁରରେ ୧୯ ରୁ ୫୯ ପ୍ରତିଶତ ନିଅଣ୍ଟିଆ ସ୍ଥିତି ରହିଛି । ମାତ୍ର ୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଭାରସାମ୍ୟ ହରାଇ ଖାଇକୁ ଖସିଲା ସେନା ଟ୍ରକ୍, ୯ ଯବାନ ଶହୀଦ

ଲେହ: ଲଦାଖରେ ଭାରତୀୟ ସେନାର ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଜୁନିୟର କମିଶନ୍‌ଡ ଅଫିସର ଅଛନ୍ତି । ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଲେହ ଠାରୁ ୧୫୦ କିଲୋମିଟର ଦୂର କିୟାରୀ ନିକଟରେ ଏହି ଘଟଣା ଘଟିଛି । ୧୦ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ‌ଏହି ଟ୍ରକ୍ ରାସ୍ତାରୁ ଖସି ନଦୀରେ ପଡ଼ି ଯାଇଥିଲା । ଏଥିରେ ୯ ଜଣ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ସେନାର ମୋଟ ୫ଟି ଗାଡ଼ି ସାଙ୍ଗ ହୋଇ ଯାଉଥିବା ବେଳେ ସେଥିରୁ ଏହି ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେନାର ଏହି ଗାଡ଼ି ଗୁଡ଼ିକ ମୋଟ ୩୪ ଜଣ ଯବାନଙ୍କୁ ନେଇ କିୟାରୀ ଆସୁଥିଲେ । ତେବେ କିୟାରୀ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଯୁବ ଶକ୍ତି ପାଇଁ ନୂଆ ସୁଯୋଗ, ବିଦ୍ୟୁତ ବିଭାଗରେ ମିଳିଲା ୪୧୨ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଯୁବ ଶକ୍ତି ପାଇଁ ନୂଆ ସୁଯୋଗ । ବିଦ୍ୟୁତ ବିଭାଗରେ ଆଜି ୪୧୨ ଜଣଙ୍କୁ ମିଳିଛି ଚାକିରି । ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା କନଭେନସନ ସେଣ୍ଟରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମିଳିବ ନିଯୁକ୍ତି । ୧୬ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନୟର, ୧୯୭ ଟେକ୍ନିସିଆନ ଓ ୫୪ ଜଣ କାର୍ଯ୍ୟାଳୟ ସହାୟକଙ୍କୁ ମିଳିଛି ନିଯୁକ୍ତି । ଗତମାସରେ ୧୨୯ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ମିଳିଥିଲା ନିଯୁକ୍ତି ପତ୍ର । ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗରେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇନଫୋଭ୍ୟାଲି ଥାନା ପୋଲିସ ହାତରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ଭୁବନେଶ୍ବର ଇନଫୋଭ୍ୟାଲି ଥାନା ପୋଲିସ ହାତରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତ ସତ୍ୟବ୍ରତ ସ୍ବାଇଁ, ସିଦ୍ଧାନ୍ତ ପ୍ରଧାନ ଓ ମୋହିତ ସାଇନୀ । ୩୪ଟି ଚୋରା ମୋବାଇଲ, ଦୁଇଟି ବାଇକ, ଭୁଜାଲୀ ଜବତ କରିଛି ପୋଲିସ । ଜାତୀୟ ରାଜପଥରେ ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲା ଗ୍ୟାଙ୍ଗ । ଗତ ୧୪ ତାରିଖରେ ଜାତୀୟ ରାଜପଥରେ ଜଣେ ଲୋକ ବୁଲେଟରେ ଯାଉଥିବାବେଳେ ମୋବାଇଲ ଛଡାଇ ନେଇଥିଲେ ।

ଖବର ପାଇ ପିସିଆର ପିଛାକରି ଗଙ୍ଗପଡା ଠାରେ ବାଇକ ପଡିଯିବାରୁ ସୁଶୀଲ ମଙ୍ଗରାଜକୁ କାବୁ କରିଥିବାବେଳେ ଦୁଇଜଣ ଖସି ପଲାଇଥିଲେ । ଖସି ପଳାଇଥିବା ଦୁଇଜଣଙ୍କୁ ଆଜି ଗିରଫ କରିଛି ପୋଲିସ । ଏହି ରାକେଟ ଦୁଇଟି ଗ୍ରୁପରେ ବାଇକରେ କରୁଥିଲେ ଅପରେସନ । ରାସ୍ତା କଡରେ ଗୋଟିଏ ଗ୍ରୁପ ଛକି ବସିଥିବା ବେଳେ ଅନ୍ୟ ଏକ ଗ୍ରୁପ ଲୋକଙ୍କ ପିଛା କରନ୍ତି ।

ଖୋଳତାଡ ବେଳେ ଆନ୍ତରାଜ୍ୟ ମୋବାଇଲ ଚୋରି ରାକେଟ ଲିଙ୍କ ସାମ୍ନାକୁ ଆସିଛି । ଚୋରା ମୋବାଇଲକୁ ଗୁରୁଗାଁଓରେ ଥିବା ଏକ କମ୍ପାନୀ କିଣୁଥିଲା । ଚୋରା ମୋବାଇଲ କିଣିବାକୁ ସଂପୃକ୍ତ କମ୍ପାନୀ ରି-ଗ୍ଳୋବ ନାମରେ ଏକ ଆପ ଖୋଲିଥିଲା । ଏହି ଆପ ଦ୍ବାରା କିଣାବିକା କରୁଥିଲା । ଆଧାର କାର୍ଡଦେଇ ଆପ ମାଧ୍ୟମରେ କମ୍ପାନୀ ମୋବାଇଲ କିଣୁଥିଲା । ଏହି କମ୍ପାନୀର ଆଉ ତା ପରେ ଭୁବନେଶ୍ବର କଟକ ରୋଡରେ ସଂପୃକ୍ତ କମ୍ପାନୀର ଶାଖାରେ କାମ କରୁଥିବା ମୋହିତ ସତ୍ୟବ୍ରତ ଓ ସିନ୍ଧାନ୍ତକୁ ଯୋଗାଯୋଗ କରି ମୋବାଇଲକୁ ୨ ରୁ ୩ ହଜାର ଟଙ୍କାରେ କିଣୁଥିଲେ ।

ସଂପୃକ୍ତ କମ୍ପାନୀ ମୋବାଇଲ ଗୁଡିକୁ ମରାମତି କରି ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା । ଭୁବନେଶ୍ବରରୁ ମୋହିତ ସାଇନ ବରମୁଣ୍ଡାରୁ ବସ ଯୋଗେ କୋଲକାତର ବାବୁଘାଟରେ ସ୍ଥାନୀୟ ଅଫିସରେ କାମ କରୁଥିବା ସନ୍ତୋଷକୁ ପଠାଉଥିଲା । ସଂପୃକ୍ତ କମ୍ପାନୀ ଚୋରା ମୋବାଇଲ ଗୁଡିକ କେଉଁ ଆଧାରର କିଣାବିକା କରୁଛି, ଜାଣିବା ଲାଗି ମେଲ କରିଛି ପୋଲିସ । ହେଲେ କମ୍ପାନୀ ପକ୍ଷରୁ କୌଣସି ଉତ୍ତରୁ ମିଳିନି ବୋଲି ଏସିପି କହିଛନ୍ତି ।

5T ସଚିବଙ୍କୁ କାଳିମାଡ଼ ଘଟଣାକୁ ସାରା ରାଜ୍ୟରେ ନିନ୍ଦା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: 5T ସଚିବଙ୍କ ଉପରକୁ ବିଜେପି କର୍ମୀ ଭାସ୍କର ସାହୁ କାଳିମାଡ଼ କରିବା ଘଟଣାକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଛି । ପାଣ୍ଡିଆନ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିବା ବେଳେ ଏମିତି ଆଚରଣ ଆଦୌ ଠିକ୍‌ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଗ୍ରାଉଣ୍ଡକୁ ଯାଇଥିବା ବେଳେ ବିରୋଧୀଙ୍କ ଆଚରଣକୁ କଡ଼ା ନିନ୍ଦା କରାଯାଇଛି । ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । 5T ସଚିବଙ୍କ ଉପରକୁ କାଳିମାଡ଼ ଘଟଣାରେ ରାଜ୍ୟ ସଚିବାଳୟ ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

ରାଜ୍ୟର ବିକାଶ ପାଇଁ ଫାଇଭ-ଟି ସଚିବ ଗ୍ରାଉଣ୍ଡରେ ଯାଇ କାମ କରୁଥିବା ବେଳେ ଏଭଳି ଆଚରଣ ଆଦୌ ସହ୍ୟ ନୁହେଁ । ବିକାଶମୁଖୀ କାମକୁ କିଛି ଲୋକ ସହିପାରୁନାହାନ୍ତି ବୋଲି ରାଜ୍ୟ ସଚିବାଳୟ ସଂଘର କର୍ମକର୍ତ୍ତା ମାନେ କହିଛନ୍ତି । ଓଡ଼ିଶାକୁ ସଜାଡିବାକୁ ରାଜ୍ୟ ସରକାରଙ୍କ ଏ ପ୍ରୟାସକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଉଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବଙ୍କୁ ନିବେଦନ କରାଯାଇଛି । ସେହିପରି ଏସଏଚଜି ମହିଳା ମାନେ ମଧ୍ୟ ଏଭଳି କାଳିମାଡକୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ଆଜି ରାଜ୍ୟର ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି ।

ବିରୋଧୀଙ୍କର ଏଭଳି ଷଡଯନ୍ତ୍ର କଣ ପାଇଁ ବୋଲି ମାଆ ମାନେ ପ୍ରଶ୍ନ କରିଛନ୍ତି । ସେମାନେ କଣ ଚାହୁଁନାହାନ୍ତି ରାଜ୍ୟର ମହିଳାମାନେ ବିକଶିତ ହୁଅନ୍ତୁ । ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ ଘରର ମହିଳାମାନେ ଏସଏଚଜିରେ ସ୍ବାବଲମ୍ବି ହୋଇପାରିଛନ୍ତି । ୨୦୨୪ ନିର୍ବାଚନରେ ରାଜ୍ୟବାସୀ ଉଚିତ ଜବାବ ଦେବେ କହିଛନ୍ତି ଏସଏଚଜି ମହିଳା । ଯେଉଁମାନେ ପ୍ରଗତୀ ବିରୋଧୀ, ଯେଉଁମାନେ ଏ ରାଜ୍ୟର ବିକାଶ ଚାହୁଁନାହାନ୍ତି ସେମାନେ ଆଜି ଏଭଳି କାଣ୍ଡ କରିଛନ୍ତି । ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ ବିଜେଡି ବିରୋଧୀ କରିଛି । ଏଥିସହ ଅନ୍ୟ ଦଳର ନେତାମାନେ କାଳିମାଡ଼କୁ ତିବ୍ର ନିନ୍ଦା କରିଛନ୍ତି ।

5T ସଚିବଙ୍କୁ କାଳିମାଡ଼କୁ କଡ଼ା ଭାଷାରେ ନିନ୍ଦା କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: 5T ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି ଓଡ଼ିଶାବାସୀ ଶାନ୍ତି ଓ ସଦଭାବନାରେ ବିଶ୍ବାସ ରଖନ୍ତି । ଏଭଳି ଘଟଣାକୁ କେବେ ବି ସହିବେନି ଓଡ଼ିଶାବାସୀ । ଏଭଳି ଘଟଣା ରାଜ୍ୟର ମୁଲ୍ୟବୋଧ ଓ ସଂସ୍କୃତିକୁ ବିପଦ ପକାଉଛି । ଯାହାକୁ ନିନ୍ଦା କରିଛନ୍ତି ନାରୀଶକ୍ତି । ମାଆ ମାନେ ତୁରନ୍ତ ପାଣ୍ଡିଆନଙ୍କ ମୁହଁ ପୋଛି କଳା ସଫା କରିଦେଇଥିଲେ । ତାଙ୍କ ପାଇଁ କାମ କରୁଥିବା ବ୍ୟକ୍ତି ପାଇଁ ମାଆମାନେ ଭଲପାଇବା ଓ ସମର୍ଥନ ଜଣାଇଛନ୍ତି ।