ଦିପାବଳୀ ପୂର୍ବରୁ ଚିନ୍ତା ବଢାଇଛି ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦିପାବଳୀ ପୂର୍ବରୁ ଦିଲ୍ଲୀରେ ଚିନ୍ତା ବଢାଇଛି ପ୍ରଦୂଷଣ। ଜାହାଙ୍ଗୀରପୁରାରେ ୫୩୦, ଆନନ୍ଦ ବିହାରରେ ୫୦୦, ରୋହିଣୀରେ ୪୨୫ ଏକ୍ୟୁଆଇ ରେକର୍ଡ କରାଯାଇଛି। ଲୋଧିରୋଡରେ ୩୦୦,  ନୋଏଡା ଏବଂ ମଥୁରାରେ ୩୦୭ ଓ ୩୨୦, ଧୀରପୁରରେ ୪୦୪ ରେକର୍ଡ ହୋଇଛି  । ସ୍ଥିତି ବିଗୁଡୁଥିବରୁ ଲୋକଙ୍କୁ ମାସ୍କ ପିନ୍ଧି ବାହାରିବାକୁ କୁହାଯାଇଛି । କେବଳ ଦିଲ୍ଲୀ ନୁହଁ ଏହାର ପାଖାପାଖି ସ୍ଥାନରେ ୪ ଦିନ ଧରି ବାୟୁର ଗୁଣବତ୍ତା ଖରାପ ହେବାରେ ଲାଗିଛି।ଗତକାଲି ସତ୍ୟବାଦୀ କଲେଜ ଅଂଚଳରେ ସର୍ବାଧିକ ୯୯୯ ଏକ୍ୟୁଆଇ ରେକର୍ଡ କରାଯାଇଥିଲା।  ବିଭିନ୍ନ ସ୍ଥାନରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ପୂର୍ବରୁ ରେଡ୍ ଲାଇଟ ଅନ୍ ଗାଡି ଅଫ୍ ନୀତି ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ଏହାସହ କିଛି ସ୍ଥାନରେ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରିଛନ୍ତି ଦିଲ୍ଲୀ ସରକାର।