ବିୟର ପିଇଲେ, ରାସ୍ତା ଉପରେ ବୋତଲ ଭାଙ୍ଗିଲେ ଯୁବତୀ

ଭୁବନେଶ୍ବର: ବିୟର ପିଇଲେ, ରାସ୍ତା ଉପରେ ବୋତଲ ଭାଙ୍ଗିଲେ । ଯାହାକୁ ପାରିଲେ ଗାଳିଗୁଲଜ କଲେ । ନିଶାରେ ଗାଡି ମୋଟର ମଧ୍ୟ ରୋକିଲେ । ଜଣେ ଯୁବତୀ ମଦ ପିଇ ମାତାଲ ହୋଇ ରାଜରାସ୍ତା ଉପରେ ହଙ୍ଗାମା କରିବାର ଏ ଦୃଶ୍ୟ ହେଉଛି ପଟିଆ ଛକ ନିକଟର । ପଟିଆ ବିଗବଜାର ଛକଠାରୁ କିଛି ଦୂରରେ ଥିବା ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଜଣେ ଯୁବତୀ । ପ୍ରାୟ ୩ରୁ ୪ ଘଣ୍ଟା ଧରି ସେ ଏଭଳି ନାଟକ କରିଥିଲେ । ବାରମ୍ବାର ସେଠାକୁ ଖବର ପାଇ ପିସିଆର ଆସୁଥିଲେ ସୁଦ୍ଧା ମହିଳା ଷ୍ଟାଫ ନଥିବାରୁ ଫେରିଯାଉଥିବା କଥା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ ତଦନ୍ତ ବେଳେ ସେ ଜଣେ ବିବାହିତା ମହିଳା ଓ ତାଙ୍କର ଏକ ଝିଅ ଥିବା କଥା ଜଣାପଡିଛି । ଗୋଟିଏ ବେସରକାରୀ କମ୍ପାନୀରେ ସେ କାମ କରନ୍ତି ବୋଲି କହିଛନ୍ତି ।