ବିରାଟ କୋହଲିଙ୍କ ଜନ୍ମଦିନରେ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିବେ ୭୦ ହଜାର କୋହଲି!

କୋଲକାତା: ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଜନ୍ମଦିନ ଆସନ୍ତା ନଭେମ୍ବର ୫ ତାରିଖରେ ପଡ଼ୁଛି । ଏହିଦିନ ଭାରତ ବିଶ୍ବକପରେ ନିଜର ଅଷ୍ଟମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛି । ଐତିହାସିକ ଇଡେନ ଗାର୍ଡେନରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ କ୍ରିକେଟ ଆସୋସିଏସନ ଅଫ୍ ବଙ୍ଗାଲ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂଚନା ମିଳିଛି କି, ଖେଳ ଦେଖିବା ପାଇଁ ଆସିଥିବା ଦର୍ଶକଙ୍କୁ ମାଗଣାରେ ଦିଆଯିବ କୋହଲିଙ୍କ ମୁଖା । ଇଡେନ ଗାର୍ଡେନରେ ହେବାକୁ ଥିବା ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇ ସାରିଛି । ଅଥବା ୭୦ ହଜାର ଦର୍ଶକ ଦେଖି ପାରିବାର ସକ୍ଷମ ରହିଥିବା ଇଡେନ ଗାର୍ଡେନରେ ସମସ୍ତ ଦର୍ଶକ କୋହଲିଙ୍କ ମୁଖା ପିନ୍ଧି ମ୍ୟାଚ ଦେଖିବେ । ଫଳରେ ଷ୍ଟାଡିୟମ କୋହଲି କୋହଲି ଦିଶିବ । ଚଳିତ ବିଶ୍ବକପରେ କୋହଲି ଦମଦାର ଫର୍ମରେ ନଜର ଆସିଥିବେଳେ ନୂଆ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ଭାରତ ନିଜର ପରବର୍ତ୍ତୀ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ଯାଉଛି । ଚଳିତ ବିଶ୍ବକପରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ ଇଣ୍ଡିଆ । ବିରାଟ କୋହଲି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁଥିବାବେଳେ ଦଳର ବାକି ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ।