୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ RBI ସମ୍ମୁଖରେ ଭିଡ଼

ଭୁବନେଶ୍ବର: ୨ ହଜାର ଟଙ୍କା ନୋଟ ବଦଳାଇବାକୁ ଆରବିଆଇ ସମ୍ମୁଖରେ ଭିଡ । ଆରବିଆଇରେ ସ୍ବତନ୍ତ୍ର ବ୍ୟବସ୍ଥା । ଲାଗିଛି ଲୋକଙ୍କ ଲମ୍ବା ଲାଇନ । ୨୦ ହଜାର ଟଙ୍କା ବଦଳାଇଲେ ଅସଲି ମାଲିକଙ୍କଠାରୁ ମିଳୁଛି ୩୦୦ ଟଙ୍କା । କିଛି ବ୍ୟବସାୟୀ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଜଣାପଡିଛି । ଦୈନିକ ୫୦୦ରୁ ୭୦୦ ଲୋକ ନୋଟ ବଦଳ କରୁଛନ୍ତି । ହେଲେ ଡେଡଲାଇନ ପରେ ବି ଟଙ୍କା ବଦଳକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି  । ଲମ୍ବା ଲାଇନରେ ଥିବା ଲୋକମାନେ ସାଧାରଣତଃ ଗରିବଗୁରୁବା ବା ମଜଦୁର ଶ୍ରେଣୀର  । ଏମାନଙ୍କୁ କମିଶନି ଦେଇ ଲାଇନରେ ଛିଡା କରାଉଥିବା ମାଲିକ କିଏ ? କାହା ଟଙ୍କା ଧରି ଏମାନେ ଉଦୁଉଦିଆ ଖରାରେ ନୋଟ ବଦଳାଇବାକୁ ଲାଇନରେ ଠିଆ ହୋଇଛନ୍ତି ?  ରିଜର୍ଭ ବ୍ୟାଙ୍କ ବାରମ୍ବାର ଅପିଲ କରି ଏବଂ ଡେଡଲାଇନ ଘୁଞ୍ଚାଇ ମଧ୍ୟ କାହିଁକି ଏମାନେ ସମୟ ଭିତରେ ଟଙ୍କା ଫେରାଇ ନଥିଲେ  । ଅକ୍ଟୋବର ୭ ତାରିଖ ଟଙ୍କା ଫେରାଇବାର ଶେଷ ଡେଡଲାଇନ ଥିଲା  । ଏହାପରେ ଦେଶର ୧୯ଟି ଆରବିଆଇରେ ଟଙ୍କା ବଦଳ ପାଇଁ ବ୍ୟବସ୍ଥା କରାଯାଇଛି  ।