ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ୍

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟମନ୍ତ୍ର ଏନ୍.ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ । ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ୪ ସପ୍ତାହ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ । ଦକ୍ଷତା ବିଭାଗ ବିଭାଗରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ଗତ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା ସିଆଇଡି। ଚନ୍ଦ୍ରବାବୁଙ୍କ ଗିରଫ ପରେ ଆନ୍ଧ୍ରରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା । ଗିରଫଙ୍କୁ ରାଜନୈତିକ ପ୍ରଣୋଦିତ ବୋଲି କହି ଆସୁଛନ୍ତି ତେଲୁଗୁ ଦେଶ ପାର୍ଟିର ଅନେକ ନେତା । ଚନ୍ଦ୍ରବାବୁଙ୍କ ଗିରଫଦାରି ନେଇ ବିଭିନ୍ନ ଟିଡିପି କର୍ମୀ ବିକ୍ଷୋଭ ସହ ଆନ୍ଦୋଳନ ମଧ୍ୟ କରିଥିଲେ । ମିଛ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରି ଆସୁଛନ୍ତି ଟିଡିପି।