spot_img
Home Blog Page 6356

ଗୁଜୁରାଟର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ୫ ମୃତ

0

ରାଜକୋଟ: ଗୁଜୁରାଟର ରାଜକୋଟ ଜିଲ୍ଲା ସ୍ଥିତ କୋଭିଡ ଡାକ୍ତରଖାନାରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ଜଳିଯାଇ ୫ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଅନୁଯାୟୀ, ରାଜକୋଟରେ ଥିବା ଶିବାନନ୍ଦ ହସ୍ପିଟାଲର ଆଇସିୟୁରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୋଭିଡ ହସ୍ପିଟାଲ ହେତୁ ଆଇସିୟୁରେ ପାଖାପାଖି ୧୧ ଜଣ ରୋଗୀ ଭର୍ତ୍ତି ଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ  ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।

ସେହିପରି ହସ୍ପିଟାଲରେ ପ୍ରାୟ ୩୩ ଜଣ ରୋଗୀ ରହିଥିବା ବେଳେ ଆହତ ମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି।

ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏଯାବତ୍ ସଠିକ୍ ସୂଚନା ମିଳିପାରିନାହିଁ ।

କାହିଁକି ଶ୍ରୀଜଗନ୍ନାଥ ଧାରଣ କରନ୍ତି ନାଗାର୍ଜୁନ ବେଶ ? ଏହାର କଣ ରହିଛି ମାହାତ୍ମ୍ୟ

ଭଗବାନ ଶ୍ରୀ କୃଷ୍ଣଙ୍କ କେତେ ଯେ ଲୀଳା ତାହାର ତୁଳନା ନାହିଁ । ଆଜି ସେହି ଲୀଳା ଭିତରୁ ଗୋଟିଏ ଲୀଳାର ଆଗମନ ହୋଇଛି । ଆଜି ହେଉଛି ମହା ପ୍ରଭୁଙ୍କ ନାଗାର୍ଜୁନ ବେଶ । ଯାହା ଚଳିତ ବର୍ଷ ପଡ଼ିଛି ଆଉ ଏହି ବେଶ ଦୀର୍ଘ ୨୫ ବର୍ଷ ପରେ ପଡ଼ିଛି । ଶେଷ ଥର ପାଇଁ ଏହା ୧୯୯୫ ମସିହାରେ କରାଯାଇଥିଲା । ତେବେ ଆପଣ ଜାଣନ୍ତି କି ଏହି ବେଶର କଣ ରହିଛି ତାତ୍ପର୍ଯ୍ୟ କାହିଁକି ମହାପ୍ରଭୁ ହୁଅନ୍ତି ନାଗାର୍ଜୁନ ବେଶ । ଆସନ୍ତୁ ଜଣିବା ଏହି ଲୀଳା ସମ୍ବନ୍ଧିୟ କିଛି ତଥ୍ୟ ।

‘ନାଗାର୍ଜୁନ’ କିଏ ?

ସବୁ ବେଳେ ଶ୍ରୀକୃଷ୍ଣ ଅଂହଙ୍କାରୀଙ୍କ ଅଂହଙ୍କାରକୁ ଖଣ଼୍ଡନ କରିବାକୁ ବିଭିନ୍ନ ଅବତାର ନେଇଥାନ୍ତି । ଆଉ ଏହି ଅବତାରର ସେ ପାଣ୍ଡବ ଅର୍ଜୁନଙ୍କ ଅଂହଙ୍କାରକୁ ଖଣ୍ଡନ କରିଛନ୍ତି । ଆଉ ନାଗାର୍ଜୁନ ରୂପରେ ଧରା ଅବତରଣ କରିଛନ୍ତି । ନାଗାର୍ଜୁନ ହେଉଛନ୍ତି ପାଣ୍ଡବ ପୁତ୍ର ଅର୍ଜୁନ ଏବଂ ବାସୁକୀଙ୍କ ନାଗକୂଳର କନ୍ୟା ସନ୍ଧ୍ୟାବଳୀ ପୁତ୍ର ଥିଲେ । ପାତାଳ ଲୋକରେ ଥିବା ବେଳେ ଅର୍ଜୁନଙ୍କ ସହ ବାସୁକୀ କନ୍ୟା ସନ୍ଧ୍ୟାବଳୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ଦୁହିଁଙ୍କ ଔରସରୁ ନାଗାର୍ଜୁନ ଜନ୍ମ ଗ୍ରହଣ କରିଥିଲେ । ଭଗବାନଙ୍କ ଏହି ଅବତାରରେ ହିଁ ସେ ପାଣ୍ଡବ ପୁତ୍ର ଅର୍ଜୁନଙ୍କୁ ବଦ୍ଧ କରିଥିଲେ ।

ପୃଥିବୀରେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ କାହାଦ୍ୱାରା ଅର୍ଜୁନ ପରାସ୍ତ ହେବେ ନାହିଁ ବୋଲି ତାଙ୍କର ଦ୍ରୁଢ  ଧାରଣା ଥିଲା  । ଏହି ଅଂହକାର ଦୂରୀଭୂତ କରିବା ପାଇଁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ଅର୍ଜ୍ଜୁନଙ୍କୁ ପରାସ୍ତ କରିଥିଲେ ବୋଲି ପ୍ରବୋଧନା ଦେଲେ  । କିନ୍ତୁ ଅର୍ଜୁନ ଏହି ପ୍ରବୋଧନାରେ ଶାନ୍ତ ନ ହେବାରୁ ଶ୍ରୀକୃଷ୍ଣ ନାଗାର୍ଜୁନ ରୂପରେ ସମସ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଥିଲେ  । ଅର୍ଜୁନ ନିଜ ପୁତ୍ରଠାରେ ସଖା ଶ୍ରୀକୃଷ୍ଣଙ୍କୁ ଏବଂ ସଖା ଶ୍ରୀକୃଷ୍ଣଠାରେ ପୁତ୍ର ନାଗାର୍ଜୁନକୁ  ଦେଖି ଆଶ୍ଚର୍ଯ୍ୟ ହେବା ସଂଗେ ସଂଗେ ନିଜକୁ ଧନ୍ୟ ମଣିଲେ  । ପିତା ପୁତ୍ର ଆନନ୍ଦରେ ପରସ୍ପରକୁ କୋଳାଗ୍ରତ କଲେ  । ସ୍ୱର୍ଗରୁ ଦେବତାମାନେ ନାଗାର୍ଜୁନ ଉପରେ ପୁଷ୍ପବ୍ରୁଷ୍ଟି କଲେ  । ଏହି ଏୈଶ୍ୱର୍ଯ୍ୟ ଲୀଳାର ସ୍ମାରକୀ ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ  ।

ଭକ୍ତଙ୍କ ଭକ୍ତିଙ୍କୁ ପରୀକ୍ଷିବାର କଳା ସେ କାଳିଆକୁ ବହୁତ ଭଲ ଭାବରେ ଜଣା  । ସେଥିପାଇଁ ତ ଆଜି ସେ ବଡ଼ ଦେଉଳରେ ବସି ସବୁ ଦେଖୁଛି ସମସ୍ତଙ୍କ ଭାବକୁ ବୁଝୁଛି । ଆଜି ସେହି ପ୍ରଭୁଙ୍କ ଦୁର୍ଲଭ ବେଶ ଦେଖିବାକୁ ଭକ୍ତଙ୍କୁ ବାରଣ କରାଯାଇଛି । କିନ୍ତୁ ମନ୍ଦିର ଭିତରେ ଥାଇ ସେ ସମସ୍ତଙ୍କ ଭାବକୁ ବୁଝୁଛି ।

ଶ୍ରୀମନ୍ଦିରରେ ଝଟକୁଛନ୍ତି ମହାପ୍ରଭୁ, ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ଝଟକୁଛନ୍ତି ମହାପ୍ରଭୁ । ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ । ସକାଳ ୨ଟା ୪୫ରେ ଦ୍ୱାର ଫିଟା ନୀତିକାନ୍ତି ସମାପନ ହୋଇଛି । ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ ଓ ତଡପଲାଗି ନୀତି ଶେଷ ହୋଇଥିଲା । ଏହାପରେ ଭୋର ୪ଟା ୪୫ରୁ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ନୀତିକାନ୍ତି ଆରମ୍ଭ ହୋଇଛି ।

ଯୋଦ୍ଧା ବେଶରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ । ତ୍ରିଭୁବନେଶ୍ୱରୀ ବେଶରେ ସଜ୍ଜିତ ହେଉଛନ୍ତି ମା’ ସୁଭଦ୍ରା । ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହେଉଛନ୍ତି ଶ୍ରୀଜିଉ । ମଧ୍ୟ ରାତ୍ରୀରେ ହରଚଣ୍ଡୀ ସାହି ଚକ୍ରକୋଟରୁ ସ୍ୱତନ୍ତ୍ର ପଟୁଆରାରେ ଶ୍ରୀମନ୍ଦିରକୁ ବେଶ ଅଣାଯାଇଥିଲା । ୧୯୯୪ ମସିହାରେ ହୋଇଥିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ।

ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଗୋଟେପଟେ କାଳିଆର ନାଗାର୍ଜୁନ ବେଶ, ଅନ୍ୟପଟେ ଆକାଶରେ ସାତ ରଙ୍ଗର ଇନ୍ଦ୍ରଧନୁ । ଏଭଳି ଅପୂର୍ବ ଦୃଶ୍ୟକୁ ଦେଖି ଭାବବିଶ୍ୱଳ ହୋଇଛନ୍ତି ଭକ୍ତ । ଶ୍ରୀକ୍ଷେତ୍ରରେ ଆହୁରି ଗାଢ ହୋଇଛି ଆଧ୍ୟାତ୍ମିକତାର ରଙ୍ଗ ।

ରାଜ୍ୟରେ ସୁସ୍ଥ ହେଲେ ୭୩୭ ଜଣ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୮୩୯ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁନ୍ଦରଗଡ଼ରୁ ୭୦, ମୟୂରଭଞ୍ଜରୁ ୫୩, ଅନୁଗୁଳରୁ ୪୪, ଜଗତସିଂହପୁରରୁ ୪୦, କଟକରୁ ୩୯, ନବରଙ୍ଗପୁରରୁ ୩୭, ନୂଆପଡ଼ାରୁ ୩୬, ଝାରସୁଗୁଡ଼ାରୁ ୩୩, କେନ୍ଦୁଝରରୁ ୩୨, ପୁରୀରୁ ୩୨, ବଲାଙ୍ଗୀରରୁ ୩୦, କେନ୍ଦ୍ରାପଡ଼ାରୁ ୩୦, ଢ଼େଙ୍କାନାଳରୁ ୨୦, ଗଞ୍ଜମରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୫, ବରଗଡ଼ରୁ ୧୪, ଯାଜପୁରରୁ ୧୪, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୩, କୋରାପୁଟରୁ ୧୧, ମାଲକାନାଗିରିରୁ ୯, ରାୟଗଡ଼ାରୁ ୭, ସୋନପୁରରୁ ୭, ନୟାଗଡ଼ରୁ ୬, ଦେବଗନରୁ ୪, ଗଜପତିରୁ ୪, କନ୍ଦମାଳରୁ ୪, ବୌଦ୍ଧରୁ ୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱରରେ ପହଞ୍ଚିଲେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ, କହିଲେ କୌଣସି ଦୁର୍ନୀତି ହୋଇନାହିଁ

ଭୁବନେଶ୍ୱର: ଅଭୟଙ୍କ ଆୟବହିର୍ଭୁତ ସଂପତ୍ତି ଭିଜିଲାନସର ଆଖି ଖୋସି ଦେଇଛି । ମୁମ୍ବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆକାଶଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ଭିଜିଲାନ୍ସର ସ୍ୱତନ୍ତ୍ର ୧୦ ଜଣିଆ ଟିମ୍ ଭୁବନେଶ୍ୱର ଆଣିଛି ପହଞ୍ଚଇଛନ୍ତି । ବାପା ପଇସାରେ ମଉଜ କରୁଥିବା ଆକାଶ ପାଠକଙ୍କୁ ହେପାଜତରେ ନେଇଛି ଭିଜିଲାନ୍ସ । ସେପଟେ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ରଖି କୌଣସି ଦୁର୍ନୀତି ହୋଇନଥିବା କହିଛନ୍ତି ଆକାଶ ପାଠକ । ତେବେ ଭିଜିଲାନ୍ସ ହାତକୁ ଆକାଶ ଆସିବା ପରେ ଏବେ ଜେରା କରିବ ଭିଜିଲାନ୍ସ ।

ଅଭୟଙ୍କ ଆୟବହିର୍ଭୁତ ସଂପତ୍ତି ଭିଜିଲାନସର ଆଖି ଖୋସି ଦେଇଛି ।  ବର୍ତ୍ତମାନ ସୁଦ୍ଧା ୧୩ଟି ସ୍ଥାନରେ ରେଡ୍ କରାଯାଇଛି । ସରକାରୀ ବାସଭବନ, କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ଫ୍ଲାଟ, ବିହାରରେ ଥିବା ପୈତୃକ ଗାଁର ଘର, ୱାଟର ଆପାର୍ଟମେଣ୍ଟରେ ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ, ପୁଣେରେ ଆପାର୍ଟମେଣ୍ଟ, କାର୍ଯ୍ୟାଳୟ, ଫାର୍ମ ହାଉସ୍, ପୁଣେର ସମତା କଲୋନୀରେ ପୁତ୍ରଙ୍କ ପରିଚାଳକଙ୍କ ବାସଭବନ, ମୁମ୍ବାଇର ଜୁହୁ ଏବଂ ମୁଲୁଣ୍ଡରେ ତାଙ୍କ ପୁଅର ସହଯୋଗୀଙ୍କ ଘର, ରେଷ୍ଟୁରାଣ୍ଟରେ ରେଡ୍ ହୋଇଛି । ଏହା ବ୍ୟତୀତ ଭୁବନେଶ୍ୱର, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଥିଲା । ମହାରାଷ୍ଟ୍ରର ପୁଣେ ଏବଂ ରାଜସ୍ଥାନର ଉଦୟପୁର ଯେଉଁଠି ଏବେ ବି ଯାଞ୍ଚ ଜାରି ରହିଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ଲକ୍ଷ ନଗଦ ଟଙ୍କା ମିଳିଛି । ଏହାବାଦ୍ ବ୍ୟୟବହୁଳ ଘରୋଇ ସାମଗ୍ରୀ, ୮୦୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ୨୩ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର କ୍ରୟ ସମ୍ବନ୍ଧୀୟ ଅଧିକ ଦଲିଲ ମଧ୍ୟ ମିଳିଛି । ପୁଅର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯. ୪ କୋଟି ଟଙ୍କା ନଗଦ ଜମା ରହିଛି । ସେଥିମଧ୍ୟରୁ ପ୍ରାୟ ୮.୪ କୋଟି ଟଙ୍କା ଭୁବନେଶ୍ୱରରେ ଜମା କରାଯାଇଛି ।  ସହିଦନଗର ଏବଂ ନୟାପଲ୍ଲୀରେ ଏଟିଏମ୍ ମାଧ୍ୟମରେ ଜମା କରାଯାଇଛି । ତାଙ୍କ ପୁଅଙ୍କ ନାମରେ ମର୍ସିଡିଜ୍, ବିଏମଡବ୍ଲୁ ଏବଂ ଟାଟା ହ୍ୟାରିୟର ଏବଂ ତିନୋଟି ମହଙ୍ଗା ୟାମାହା FzS ବାଇକ୍ ପଞ୍ଜିକୃତ ହୋଇଛି ।

ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ୨୦୦୬ର ସଂଶୋଧନ, ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ମିଳିବ ୨ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ୨୦୦୬ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ । କିଡନ ରୋଗ, ହୃଦ ରୋଗ, କ୍ୟାନସର କିମ୍ବା ଅନ୍ୟ ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ୨ ଲକ୍ଷ ଟଙ୍କାର ବିମା ଯୋଗାଇ ଦେବେ ରାଜ୍ୟ ସରକାର ।

୨୫ ଲକ୍ଷ ଘର ନିର୍ମାଣ ଋଣ ନେଲେ ୩ ପ୍ରତିଶତ ସୁଧ ରିହାତିରେ ଯୋଗାଇ ଦିଆଯିବ ବୋଲି ସଂଶୋଧନ ହୋଇଛି । ଏଥିସହ ୫୦ ହଜାର ଟଙ୍କାର ବାଇକ କିଣିଲେ ୩ ପ୍ରତିଶତ ସୁଧ ରିହାତି ଦିଆଯିବ । ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର କିଣିଲେ ୩ ପ୍ରତିଶତ ସୁଧରେ ରିହାତି ମିଳିବ । ଦୁର୍ଘଟଣା ଓ ରୋଗରେ ଶରୀର କିଛି ଅଂଶ ଅକାମି ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ ।

ଏଥିସହ ଆଇଆଇଏମ୍‌ସି ଭଳି ଅନୁଷ୍ଠାନରେ ସାମ୍ବାଦିକଙ୍କୁ ତାଲିମ ନିମନ୍ତେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହୟତା ଯୋଗାଇବେ ସରକାର । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପିଲାଙ୍କ ମାଟ୍ରିକ ପାସ୍ ହେବା ପର୍ଯ୍ୟନ୍ତ ମାସକୁ ଦେଢ ହଜାର ଓ ଉଚ୍ଚ ଶିକ୍ଷା ପାଇଁ ମାସକୁ ଅଢେଇ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

କାନୁପୁର ପ୍ରକଳ୍ପ ନେଇ NHAIର ଅସହଯୋଗ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କାନୁପୁର ଜଳସେଚନ ପ୍ରକଳ୍ପ ନେଇ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ନିର୍ମାଣରେ ମନ୍ଥର ଗତି ନେଇ ଚିଠିରେ ଉଲ୍ଲେଖ ହୋଇଛି । ୨୦୦୪/୦୫ରୁ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ୨୦୨୦ ପୁରିବାକୁ ବସିଲାଣି ହେଲେ ପ୍ରକଳ୍ପର କାମ ଏପର୍ଯ୍ୟନ୍ତ ସରିନାହିଁ ।

ତେବେ କାନୁପୁର ପ୍ରକଳ୍ପ ନେଇ NHAIର ଅସହଯୋଗ ସ୍ପଷ୍ଟ ବାରି ହୋଇପଡ଼ୁଥିବା ବେଳେ NHAIର ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ପାଇଁ ଏନ୍‌ଏଚ୍‌ ୨୧୫ରେ ୪ ଲେନ ବ୍ରିଜ ହେବା କାର୍ଯ୍ୟ ନିର୍ଧାରଣ କରାଯାଇଥିଲା । ଏଥିପାଇଁ ପ୍ରଥମିକ ସ୍ତରରେ ପ୍ରକଳ୍ପର ବ୍ୟୟବରାଦ ଥିଲା ୪୦.୬୮ କୋଟି । ଏଥିରୁ ୮୦% NHAI ବ୍ୟୟ ବହନ କରିବାକୁ ସହମତି ଦେଇଥିଲା  ।

ହେଲେ ପରେ ପ୍ରକଳ୍ପର ଖର୍ଚ୍ଚ ଶହେ କୋଟି ୫୩ ଲକ୍ଷକୁ ବୃଦ୍ଧି ପାଇଛି । ଏବେ କିନ୍ତୁ NHAI ବର୍ଦ୍ଧିତ ବ୍ୟୟର ୮୦ %ଭାର ବହନ କରିବାକୁ ଅରାଜି । ଯେଉଁଥି ପାଇଁ ପ୍ରକଳ୍ପ କାମ ଗତ ବର୍ଷେ ହେଲା ବନ୍ଦ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ସମୟରେ NHAIର କର୍ତ୍ତୁପକ୍ଷ ଏହି ପ୍ରକଳ୍ପ ନେଇ କୌଣସି ଆଗ୍ରହ ଦେଖାଉ ନାହାନ୍ତି । ଯେଉଁଥିପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ।

ଲାଲୁଙ୍କ ବିରୋଧରେ ଏଫଆଇଆର; ବଙ୍ଗଳା ଛାଡି ଗଲେ ହସ୍ପିଟାଲ

0

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ଜେଲ୍ ଭିତରୁ ବିଜେପି ବିଧାୟକ ଲଲନ୍ ପାସଓ୍ୱାନଙ୍କୁ ଫୋନ୍ କରି ପ୍ରଲୋଭନ କରିବା ଅଭିଯୋଗରେ ତାଙ୍କ ବିରାେଧରେ ପାଟନାରେ ଏଫଆଇଆର କରାଯାଇଛି ।

ଲଲନ ତାଙ୍କ ବିରୋଧରେ ଏଫଆଇଆର କରିଥିବା ବେଳେ ଭ୍ରଷ୍ଟାଚାର ଆରୋପ ଲଗାଇଛନ୍ତି । ଯାହା ପରେ ଲାଲୁଙ୍କୁ ରିମ୍ସର ପ୍ରାଇଭେଟ୍ ଓ୍ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଏହା ପୂର୍ବରୁ ସେ ୧ କେଲି ବଙ୍ଗଳାରେ ରହୁଥିଲେ ।

କିନ୍ତୁ ଲାଲୁ ଜେଲ ଭଳି ସଜା ନୁହେଁ ବରଂ ବଙ୍ଗଳାରେ ଆରାମରେ ଜୀବନ ଅତିବାହିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା ।

ସୂଚନା ଅନୁଯାୟୀ, ନିକଟ ଅତୀତରେ ଜେଲ୍ ଭିତରେ ରହି ଲାଲୁ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରି ତାଙ୍କ ଆଡକୁ ଯିବା ପାଇଁ ପ୍ରଲୋଭନ ଦେଉଥିବା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଅଭିଯୋଗ କରିଛନ୍ତି ।

ସୁଶିଲ ଏକ ଅଡିଓ ଟେପ୍ ଜାରି କରି ଏହି ଦାବି କରିଛନ୍ତି । ତାଙ୍କ ଦାବି ଅନୁଯାୟୀ ଲାଲୁ ଜେଲ୍ ଭିତରେ ରହି ଭାରତୀୟ ଜନତା ପାର୍ଟିର ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରିଥିଲେ । ଏଥିସହିତ ମନ୍ତ୍ରୀ ପଦ ଯାଚିବା ସହ ତାଙ୍କ ଆଡକୁ ଯିବାପାଇଁ କହିଛନ୍ତି ।

ତେବେ ବିହାରର ପିରେପନ୍ତୀ ବିଧାନସଭା ଆସନର ବିଧାୟକ ହେଉଛନ୍ତି ଲଲନ ପାସଓ୍ୱାନ ।

ଅଡିଓରେ କ’ଣ ଥିଲା?

ସୁଶିଲ ମୋଦି ଜାରି କରିଥିବା ଅଡିଓ ଅନୁଯାୟୀ ଲାଲୁ ବିଜେପିର ବିଧାୟକଙ୍କୁ କହୁଛନ୍ତି ଯେ ବାଚସ୍ପତି ନିର୍ବାଚନ ବେଳେ ଗୃହରେ ଅନୁପସ୍ଥିତ ରହିବା ପାଇଁ । ଯାହାର ଜବାବରେ ବିଧାୟକ ଜଣକ କହୁଛନ୍ତି ‘‘ମୁଁ ଦଳରେ ଅଛି, ଏମିତି କଲେ ଅସୁବିଧା ହେବ’’ ।

କମିଶନରେଟ ପୋଲିସର ଅଜବ ବ୍ୟବସ୍ଥା, ପାଖରେ ଥାନା ଥାଇ ଏତଲା ପାଇଁ ଯିବାକୁ ପଡୁଛି ୨୦ କିମି

ଭୁବନେଶ୍ୱର: ମୁଣ୍ଡବିନ୍ଧା ସୃଷ୍ଟି କରୁଛି ଥାନାର ସୀମା ବିବାଦ । କେଉଁଠି ଏତଲା ଦେବାକୁ ୨୦ କିଲୋମିଟର ଯିବାକୁ ପଡୁଛି ତ ଆଉ କେଉଁଠି ପାସପୋର୍ଟ ଟିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଛି । ଲକ୍ଷ୍ମୀସାଗର ଓ ବଡଗଡ଼ ଠାରୁ ବେଶ ନିକଟରେ ହେଉଛି କେଶୁରା ଛକ । କିନ୍ତୁ ଅସୁବିଧା ଟିଏ ହେଲେ ଯିବାକୁ ପଡ଼େ ସହିଦନଗର ଥାନା । ଯାହା ଏହି ଛକଠାରୁ ୧୫ କିମି ଦୂର । ସେହିପରି ବାଙ୍କୁଆଳ ଛକ । ବଡ଼ଗଡ଼ ଥାନାଠାରୁ ମାତ୍ର ୩ କିଲୋମିଟର ଦୂର । କିନ୍ତୁ ସେହି ଅଞ୍ଚଳ ଆସୁଛି ୨୨ କଲୋମିଟର ଦୂର ସହିଦନଗର ଥାନା ଅଞ୍ଚଳରେ ।

ପଳାସୁଣୀ ଛକରେ ଥିବା ଚଣ୍ଡିମାତା କଲୋନି, ମଞ୍ଚେଶ୍ୱର ଥାନା ସମ୍ମୁଖରେ । କିନ୍ତୁ ସେହି କଲୋନି ଯାଉଛି, ୪ କିମି ଦୂର ସହିଦନଗର ଥାନା ଅଧୀନରେ । ରସୁଲଗଡ଼ ନିକଟ ଜଗନ୍ନାଥ ନଗର । ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର କେଇ ହାତ ଦୂରରେ । କିନ୍ତୁ ଥାନା ଆସୁଛି ମଞ୍ଚେଶ୍ୱରରେ । ବଡ଼ଗଡ଼ ଗାଁ ଛକକୁ ଲାଗି କରି ବଡ଼ଗଡ଼ ଥାନା, କିନ୍ତୁ ବଡ଼ଗଡ଼ ହାଟ ଯାଉଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ । ଏଭଳି ଅସୁବିଧା ପାଇଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛି ।

କେବଳ ରାଜଧାନୀ ନୁହେଁ, ରାଜଧାନୀ ଉପକଣ୍ଠରେ ମଧ୍ୟ ଦେଖିବାକୁ ମିଳିଛି ସମାନ ସମସ୍ୟା । ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ, ପ୍ରତାପରୁଦ୍ରପୁର ଭଳି ଦୁଇଟି ପଞ୍ଚାୟତ ବାଲିପାଟଣା ଥାନାକୁ ଲାଗିଛି । କିନ୍ତୁ ଏ ସବୁ ଥାନା ଅଞ୍ଚଳ ଯାଉଛି ୨୦ କିମି ଦୂରରେ ଥିବା ବାଲିଅନ୍ତା ଥାନା ଅଧୀନରେ । ଝିଣ୍ଟି ଶାସନ ବାଲିଅନ୍ତା ଅଧୀନ ବାଳକାଟି ଫାଣ୍ଡିକୁ ଲାଗି କରିଥିବା ବେଳେ ଥାନା ହେଉଛି ବାଲିପାଟଣା ।

ସେହିପରି ପାସପୋର୍ଟ ଟିଏ ପାଇଁ ମଧ୍ୟ ଲୋକଙ୍କୁ ନାକେଦମ ହେବାକୁ ପଡୁଛି । ସୀମା ବିବାଦ କାରଣରୁ  ରାତିରେ ପିସିଆର୍‌ ଭ୍ୟାନ୍‌ କେଉଁ ଅଞ୍ଚଳରେ ପାଟ୍ରୋଲିଂ କରିବ ତାକୁ ନେଇ ମଧ୍ୟ ସମସ୍ୟା ହେଉଛି । ଏଣୁ ଏ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଥାନା ଅଧିକାରୀ ପୋଲିସ ମୁଖ୍ୟାଳୟ, ଗୃହ ବିଭାଗ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।

ସରୁନି ଉଠାଦୋକାନିଙ୍କ ଦୁଃଖ, ବାରମ୍ବାର ସ୍ଥାନାନ୍ତରଣ କରୁଥିବାରୁ ତୀବ୍ର ବିରୋଧ

0

ସମ୍ବଲପୁର: ରାସ୍ତାଘାଟ ପାଲଟିଛି ପରିବା ବଜାର । ଯୁଆଡ଼େ ଚାହିଁଲେ ସେଠି ବସିଛି ଦୋକାନ । ଉଠାଦୋକାନୀଙ୍କ ସ୍ଥାନାନ୍ତରୀକରଣକୁ ନେଇ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ସହ ସମାଧାନ ଦାବି ହୋଇଛି । ଏ ଦୃଶ୍ୟ ହେଉଛି ସମ୍ବଲପୁର ପରିବା ବଜାରର ।

ସହରର ଗୋଲବଜାର, ଅଇଁଠାପାଲି, ବୁଢାରାଜା ଧନୁପାଲି ଭଳି ସମସ୍ତ ରାସ୍ତାଘାଟ ପାଲଟିଛି ପରିବା ବଜାର । ଯାହାକୁ ତୀବ୍ର ବିରୋଧ କରିଛି ସମ୍ବଲପୁର ଉଠା ଦୋକାନୀ ସଂଘ । କରୋନା ପାଇଁ ବାରମ୍ବାର ସ୍ଥାନାନ୍ତରଣକୁ ନାପସନ୍ଦ କରିଛି ସଂଘ ।

ସେପଟେ ରାସ୍ତାକଡରେ ଦୋକାନ ବସିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସହରର ରାସ୍ତାଘାଟ ବ୍ୟସ୍ତବହୁଳ ରହୁଥିବାରୁ ଯା ଆସରେ ସମସ୍ୟା ହେଉଛି । ସିଏମସି କମିଶନର ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଦୋକାନୀ । ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇଯିବ କହିଛନ୍ତି କମିଶନର ।