ସାମ୍ୱାଦିକଙ୍କୁ ଆକ୍ରମଣ ବେଳେ ନିରବଦ୍ରଷ୍ଟା ସାଜି ଉପଭୋଗ କରୁଥିଲେ: ଏବେ ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କରୁଛନ୍ତି

ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା ବିଜେପିର ମିଛ । ସାମ୍ବାଦିକଙ୍କୁ ଆକ୍ରମଣ କଲେ, ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟକରି ଦୁଃଖ ପ୍ରକାଶ ବି କରୁଛନ୍ତି  । ବିଜେପି ନେତ୍ରୀ ଇରାନୀ ରାୟଙ୍କ ସୋସିଆଲ ମିଡିଆ ପୋଷ୍ଟ ହିଁ କହୁଛି ତାଙ୍କ ମନରେ କେତେ ସମବେଦନା, କେତେ ତାତ୍ସଲ୍ୟ । ହୀନ ରାଜନୀତିରେ ବିଶ୍ବାସ ରଖୁଥିବା ବିଜେପି ଗତ ୨୪ ତାରିଖ ଦିନ ଯଦୁପୁରରେ ବିଶାଳ ରାଲିର ଆୟୋଜନ କରିଥିଲା  । ଯାହାରା ଆୟୋଜକ ଥିଲେ ବିଜେପି ନେତ୍ରୀ ଇରାନୀ ରାୟ  ।

ରାଲି ଆଗକୁ ବଢୁଥିବା ବେଳେ ନନ୍ଦିଘୋଷ ଟିଭି ସମ୍ବାଦିକ ଅନୁଜ ଦାସ ଓ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆ ଖବର ସଂଗ୍ରହ କରୁଥିଲେ  । ଆଉ ସେତିକି ବେଳେ ହିଁ ନନ୍ଦିଘୋଷ ଟିଭି ଟିମ୍ ଉପରେ ଆକ୍ରମଣ ହୋଇଥିଲା  । ଇରାନୀ ରାୟ, ଲେଖାଶ୍ରୀ ସାମନ୍ତସିଂହାର, ବିଭୁ ତରାଇ, ଯତୀନ ମହାନ୍ତି,  ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖଙ୍କ ପରି ନେତାଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା । ହେଲେ ସେତେବେଳେ ଇରାନୀ ନିରବଦ୍ରଷ୍ଟା ସାଜି ଆକ୍ରମଣକୁ ଉପଭୋଗ କରୁଥିଲେ  ।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ, ପରୀ ହତ୍ୟାକାଣ୍ଡର ରିପୋର୍ଟିଂ ବେଳେ ଆକ୍ରମଣ କଲେ ବିଜେପି କର୍ମୀ

ଆୟୋଜକ ଇରାନୀ ରାୟ ନା ସାମ୍ନାକୁ ଆସିଥିଲେ ନା ପଦଟିଏ କହିଥିଲେ  । ଏବେ ସୋସିଆଲ ମିଡିଆରେ ପୋଷ୍ଟ କରି କହୁଛନ୍ତି ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି  । ଏପରିକି ଘରୁ ଆସି ଗିରଫ କରିବାକୁ ସାହସ ବି ଦେଖାଇଛନ୍ତି  । ଯେତେ ବେଳେ ଇରାନୀଙ୍କ ଗୁଣ୍ଡାଗିରି ପଦାରେ ପଡିଗଲା ଦଳୀୟ କର୍ମୀଙ୍କୁ ବି ଅନ୍ୟ ଗୋଷ୍ଠୀର ଲୋକ କହିବାକୁ ପଛାଉନାହାନ୍ତି ବିଜେପିର ଏହି ନେତ୍ରୀ  । ଆକ୍ରମଣ ବେଳେ ଆକ୍ରମଣକାରୀ ବାରମ୍ବାର ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନଙ୍କ ନାଁ ବି ନେଉଥିଲେ  । ମାତ୍ର ସୌମ୍ୟଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରାଣପଣେ ଉଦ୍ୟମ କରୁଛି ବିଜେପି  ।

Leave a Reply