ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’କୁ ଦେଶବ୍ୟାପୀ ବିରୋଧ: ମାଷ୍ଟରକ୍ୟାଣ୍ଟିନ ଛକରେ ନିବନିର୍ମାଣ କୃଷକ ସଂଗଠନର ପ୍ରତିବାଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ନେଇ ସାରା ଦେଶରେ ବିରୋଧ ଦେଖିବାକୁ ମିଳିଛି । ରେଡିଓରେ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ସମୟରେ ଅଖିଳ ଭାରତ କୃଷକ ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ  ବିରୋଧ କରାଯାଇଛି । ଘରେ ଘରେ, ଗାଁ ଗାଁରେ ସାହି ବଜାର ହାଟରେ ଥାଳି ବାଡେଇ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି  କୃଷକ। ରାଜଧାନୀ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ନବନିର୍ମାଣ କୃଷକ ସଂଗଠନ ଓ ଅନ୍ୟ କୃଷକ ସଂଗଠନ ମିଶି ମୋଦିଙ୍କ ମନ କି ବାତ୍‌ ସମୟରେ ବିରୋଧ କରିଥିଲେ ।

          ସବୁଥର ଭଳି ଚଳିତ ଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ନିଜର ମନ୍ କି ବାତ୍ କାର୍ଯ୍ୟକ୍ରମ କରିଥିଲେ । ଆଜିର ମନ୍ କି ବାତରେ ପ୍ରଧାନମନ୍ତ୍ରୀ ଆମ ଉତ୍ପାଦିତ ସାମଗ୍ରୀଗୁଡ଼ିକ ବିଶ୍ୱର ସର୍ବତ୍ତୋମ ଶ୍ରେଣୀୟ ହେବା ଆବଶ୍ୟକ ବୋଲି କହିଛନ୍ତି । ଚଳିତ ବର୍ଷର ଶେଷ ତଥା ‘ମନ୍‌ କି ବାତ୍‌’ର ୭୨ତମ ସଂସ୍କରଣରେ କରୋନାଭାଇରସ୍‌ ବିରୋଧୀ ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ସହ ନବବର୍ଷର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଆରମ୍ଭ କରିଥିଲେ।

Leave a Reply