୨ ବ୍ରିଟେନରେ ଫେରନ୍ତା କୋଭିଡ ପଜିଟିଭ୍: ଆଇସୋଲେସନରେ ପରିବାର ଲୋକେ

China's New Covid-19 Out Breaks

ଭୁବନେଶ୍ୱର: ରାଜଧାନୀରେ ବ୍ରିଟେନ ଫେରନ୍ତା ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ପରିବାର ଲୋକଙ୍କର ନମୂନା ସଂଗ୍ରହ ହୋଇଛି ଓ ପରୀକ୍ଷା ପାଇଁ ପୁନେକୁ ପଠାଯାଇଛି। ସେମାନେ ଆଇସୋଲେସନ ୱାର୍ଡରେ ଅଛନ୍ତି। ୨୦ ଜଣ ବ୍ରିଟେନ ଫେରନ୍ତାଙ୍କ ଲିଷ୍ଟ ଆମ ପାଖରେ ପହଁଚିଥିଲା , ସମସ୍ତଙ୍କ କଣ୍ଟାକ୍ଟରେ ଆମେ ଅଛୁ , ସେମାନଙ୍କର ଟେଷ୍ଟ କରାଯାଇଥିଲା। ଦୁଇଟି ପରିବାରକୁ ଛାଡି ଅନ୍ୟମାନଙ୍କ ପାଖରେ କୌଣସି ସମସ୍ୟା ଦେଖାଯାଇନାହିଁ ବୋଲି କହିଛନ୍ତି ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।

ପୂର୍ବରୁ ରାଜଧାନୀର ନନ୍ଦନ ବିହାରରେ ବ୍ରିଟେନ ଫେରନ୍ତା କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ କୋଭିଡ ହସ୍ପିଟାଲରେ ବ୍ରିଟେନ ଫେରନ୍ତାଙ୍କୁ ଅନ୍ୟ କରୋନା ରୋଗୀଙ୍କଠାରୁ ଅଲଗା ରଖି ଚିକିତ୍ସା କରାଯାଉଛି । ଆଗକୁ ନୂଆ ଷ୍ଟ୍ରେନ୍‌ ଦ୍ଵାରା ଆକ୍ରାନ୍ତ ବିଷୟରେ ଜଣାପଡ଼ିଲେ କଣ୍ଟନମେଣ୍ଟ ଜୋନ୍ ଘୋଷଣା ନେଇ ପଦକ୍ଷେପ ନିଆଯାଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ବ୍ରିଟେନ ଫେରନ୍ତା ଯୁବକଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡା । ସେ କହିଛନ୍ତି ବ୍ରିଟେନରୁ ଫେରି ଯିଏ ପଜିଟିଭ୍‌ ହୋଇଥିବେ, ତାଙ୍କର ଜିନ୍ ସିକ୍ୟୁଏନ୍ସିଙ୍ଗ କରାଯିବ । ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ । ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତେକ ଦିନ ସମୀକ୍ଷା କରୁଥିବା କୁହାଯାଇଛି ।

Leave a Reply