ମେଡିକାଲରୁ ସୁସ୍ଥ ହୋଇ ଫେରିଲେ ସୁପରଷ୍ଟାର ରଜନୀକାନ୍ତ

1 min read
Superstar Rajinikanth Discharged From Apollo Hospital Hyderabad

ହାଇଦ୍ରାବାଦ: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ହାଇଦ୍ରାବାଦ ଆପୋଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଏବେ ରଜନୀକାନ୍ତଙ୍କ ବ୍ଲଡ୍ ପ୍ରେସର ସ୍ଥିର ଅଛି ଓ ସେ ଆଗ ଅପେକ୍ଷା ବହୁତ ଭଲ ଅନୁଭବ କରୁଛନ୍ତି ।

ବ୍ଲଡ୍ ପ୍ରେସର ଯୋଗୁଁ ଗତ ୨୫ ତାରିଖରେ ରଜନୀକାନ୍ତୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଗତ ୧୦ ଦିନ ହେବ ହାଇଦ୍ରାବାଦରେ ଫିଲ୍ମ ସୁଟିଂ କରୁଥିଲେ । ସୁଟିଂ ସେଟରେ ଥିବା ଲୋକଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଥିଲା । ଯାହାପରେ ରଜନୀକାନ୍ତ ଡିସେମ୍ବର ୨୨ରେ ନିଜ କରୋନା ଟେଷ୍ଟ କରିଥିଲେ । ତେବେ, ତାଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଥିଲା । ଏହାପରେ ରଜନୀକାନ୍ତ ଆଇସୋଲେସନରେ ଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିଲା ।

Superstar Rajinikanth Discharged From Apollo Hospital Hyderabad

ଡିସଚାର୍ଜ ପୂର୍ବରୁ ହସ୍ପିଟାଲ ପକ୍ଷରୁ କୁହାଯାଇଛି- ରଜନୀକାନ୍ତଙ୍କ ମେଡିକାଲ ଯାଞ୍ଚ ରିପୋର୍ଟ କିଛି ବି ଚିନ୍ତାଜନକ ନୁହେଁ । ବ୍ଲଡ୍ ପ୍ରେସର ବଢ଼ିବା ଓ କମିବା ନେଇ ଚିକିତ୍ସା ଜାରି ରହିଛି ।

ରାଜନୀତିରେ ରଜନୀକାନ୍ତଙ୍କ ଏଣ୍ଟ୍ରି

ବଲିଉଡ୍ ଓ ଟଲିଉଡରେ ସାନଦାର ଅଭିନୟ ପରେ ସୁପରଷ୍ଟାର ରଜନୀକାନ୍ତ ଏବେ ଖୁବଶୀଘ୍ର ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ଡିସେମ୍ବର ୩୧ରେ ସେ ନିଜ ରାଜନୀତିକ ଦଳ ନେଇ ଘୋଷଣା କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Leave a Reply