spot_img
Home Blog Page 6357

ଚୀନର ଅବିଶ୍ୱସନୀୟ ଦାବି: ଗୁଇଝୋଉ ପ୍ରଦେଶରେ ଗରିବ ନାହାଁନ୍ତି

ନୂଆଦିଲ୍ଲୀ:  କରୋନା ସହ ଦୁନିଆ ଲଢୁଛି । ଲକଡାଉନ୍ ସଟଡାଉନ୍ କାରଣରୁ ଲୋକଙ୍କ ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି । କୋଟି କୋଟି ଲୋକ କରୋନା କାରଣରୁ ଦାନା ପାଇଁ ଡହଳ ବିକଳ ହେଉଛନ୍ତି । ଏହାରି ଭିତରେ ଚୀନ୍ ଦାବି କରିଛି ଯେ, ଆମ ଦେଶରେ ଆଉ ଗରିବ ନାହାନ୍ତି । ମାନେ ଚୀନରେ ଗରିବଙ୍କ ସଂଖ୍ୟା ଶୁନ । ଚୀନର ଏହି ଦାବିରେ କେତେ ସତ୍ୟତା ରହିଛି ?

ମିଛ କହିବାରେ ମାଷ୍ଟର ଚୀନ । କମ୍ୟୁନିଷ୍ଟ ସରକାରଙ୍କ ମିଛ ପ୍ରପୋଗଣ୍ଡାକୁ ଦୁନିଆରେ ବାଣ୍ଟିବାରେ ଆହୁରି ଧୁରନ୍ଧର ଚୀନର ସରକାରୀ ମିଡିଆ । ଚୀନ କମ୍ୟୁନିଷ୍ଟ ପାର୍ଟିର ହିଜ୍ ମାଷ୍ଟର୍ସ ଭଏସ କୁହାଯାଉଥିବା ନ୍ୟୁଜ୍ ଏଜେନ୍ସୀ ସିନୁହା ନିକଟରେ ଗୋଟିଏ ଅବିଶ୍ୱସନୀୟ ଦାବି କରିଛି । ଦାବି ହେଉଛି ଯେ, ଗୁଇଝୋଉ ପ୍ରଦେଶରେ ଆଉ ଗରିବ ନାହାନ୍ତି । ଚୀନର ଦକ୍ଷୀଣ ପ୍ରାନ୍ତରେ ଥିବା ଏହି ରାଜ୍ୟ ଭୋକ ପାଇଁ କୁଖ୍ୟାତ ଥିଲା । ସିନୁହା ଅନୁସାରେ ଏହି ରାଜ୍ୟର ସବୁ ଗରିବ ଦାରିଦ୍ର୍ୟ ରେଖାରୁ ଉପରକୁ ଉଠି ଯାଇଛନ୍ତି । ମାନେ ଚୀନ ଗରିବ ମୁକ୍ତ । ସିନୁହା ଅନୁସାରେ ଚୀନକୁ ଗରିବ ମୁକ୍ତ କରିବା ପାଇଁ ୨୦୨୦ ଟାର୍ଗେଟ୍ ଥିଲା । ୨୦୧୯ରେ ଚୀନରେ ୫୨ ଜିଲାରେ ଗରିବଙ୍କ ସଂଖ୍ୟା ସର୍ବାଧିକ ଥିଲା ।

ଏବେ ନଭେମ୍ବର ମାସ ଆରମ୍ଭରେ ଚୀନର ଏହି ସୁବ ଜିଲ୍ଲା ନିଜକୁ ଗରିବ ମୁକ୍ତ ବୋଲି ଘୋଷଣା କରିଛନ୍ତି । ଚୀନ ସରକାର ଏନେଇ ଡାଟା ମଧ୍ୟ ଜାରି କରିଛନ୍ତି । ସରକାରୀ ହିସାବ ଅନୁସାରେ ୮୫୦ ମିଲିୟନ ଲୋକ ୨୦୨୦ରେ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ତେଣୁ ବିଶ୍ୱରେ ଭୋକିଲାଙ୍କ ସଂଖ୍ୟାରେ ୭୦ ପ୍ରତିଶତ ହ୍ରାସ ଘଟିଛି । ମାନେ ସୁପର ପାୱାର ହେବାର ସ୍ୱପ୍ନ ଦେଖୁଥିବା ଚୀନରେ ବିଶ୍ୱର ଭୋକିଲା ଲୋକଙ୍କ ସଂଖ୍ୟାର ୭୦ ପ୍ରତିଶତ ରହୁଥିଲେ ।

ଚୀନ ଅନୁସାରେ ଗ୍ରାମାଂଚଳର ଦାରିଦ୍ର୍ୟ ୧୦ ପ୍ରତିଶତରୁ କମି ମାତ୍ର ୦.୬ ପ୍ରତିଶତ ରହିଛି । ଚୀନର କୃଷକଙ୍କ ବାର୍ଷିକ ଆୟ ୪ ହଜାର ୟୁଆନ ବୋଲି ସରକାର ଦାବି କରୁଛନ୍ତି । ଗାଁ ଲୋକ ଚିନ୍ତାମୁକ୍ତ ହୋଇଯାଇଛନ୍ତି । କାରଣ ସେମାନଙ୍କ ପାଖରେ ଖାଇବା ପିଇବାକୁ ନେଇ ଚିନ୍ତା ନାହିଁ । ସେହିଭଳି ଗ୍ରାମାଂଚଳରେ ମାଗଣା ଶିକ୍ଷା ଓ ମାଗଣ ମେଡିକାଲ ସୁବିଧା ଯୋଗାଇ ଦିଆଯାଉଛି ,ତେଣୁ ଦେଶ ଗରିବ ମୁକ୍ତ ହୋଇଗଲା ବୋଲି ଚୀନର କମ୍ୟୁନିଷ୍ଟ ସରକାର ଦାବି କରୁଛନ୍ତି ।

ତେବେ ଚୀନର ଏହି ଦାବି କେତେ ମିଛ ତାହା ଗତ ବର୍ଷ ସେଠାକାର ଜଣେ ବଡ ନେତା ଦେଇଥିବା ବୟାନରୁ ଜଣା ପଡୁଛି । ଲି କେଗିଙ୍ଗ୍ ନାମକ ଏହି ନେତା ଗତବର୍ଷ ଦାବି କରିଥିଲେ ଯେ, ଚୀନର ୬ଶହ ମିଲିୟନ ଲୋକଙ୍କ ମାସିକ ଆୟ ୧୦୦ ୟୁଆନ । ଅର୍ଥାତ ବର୍ଷିକ ୧୨ ଶହ ୟୁଆନ । ୧୦୦ ୟୁଆନ ଭାରତୀୟ ମୁଦ୍ରାରେ ହେଉଛି ୧୦ ହଜାର ଟଙ୍କା । ଆଉ ଏତିକି ଟଙ୍କାରେ ଚୀନର କୌଣସି ମଧ୍ୟମ ଧରଣର ସହରରେ ଘରଭଡା ନେଇ ଚଳିବା ବି ସମ୍ଭବ ନୁହେଁ । ତେବେ ପ୍ରଶ୍ନ ଉଠୁଛି ଗୋଟିଏ ବର୍ଷରେ ଏହି ୬ଶହ ମିଲିୟନ ଲୋକଙ୍କ ବାର୍ଷିକ ଆୟ କେମିତି ୪ ହଜାର ୟୁଆନ୍ ହୋଇଗଲା ? ସେମାନଙ୍କ ହାତରେ କ’ଣ ଆଲ୍ଲାଦିନର ଦିପ ଲାଗିଗଲା କି ?

ଆଉ ଗୋଟିଏ କଥା ମଧ୍ୟ ଚୀନ ଦାବିର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି କରାଉଛି । ତାହା ହେଲା ଚୀନର ଅନେକ ପ୍ରଦେଶର ଏଥର ଭୟଙ୍କର ଦୁର୍ବିକ୍ଷ ପଡିଛି । ସେଠାରେ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇ ପଡିଛି । ତେଣୁ ସରକାର ଗଲା ବର୍ଷଠାରୁ ଫିନିଶ ୟୋର ପ୍ଲେଟ୍ କ୍ୟାମ୍ପେନ୍ ଚଳାଉଛନ୍ତି । ଅଯଥା ଖାଦ୍ୟ ନଷ୍ଟ ବିରୋଧରେ ଆଇନ୍ ମଧ୍ୟ ଆସିଛି । ଦେଶ ଭିତରେ ଭୋକ ଉପରୁ ନଜର ହଟାଇବା ପାଇଁ ଚୀନ ଜାଣିଶୁଣି ନିଜ ପଡୋଷୀ ଦେଶ ବିଶେଷକରି ଭାରତ ସହ ସୀମା ବିବାଦ ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି । ଏମିତିରେ ଚୀନରେ ଗରିବ ଅଚାନକ ଗାୟବ ହୋଇଯିବା ନିଶ୍ଚିତ ଭାବେ ସରକାରୀ ପ୍ରପୋଗଣ୍ଡା

୬ ଗର୍ଭବତୀ ମହିଳାଙ୍କୁ ଧରି ସାଙ୍ଗ ବାହାଘରରେ ପହଞ୍ଚିଲେ ବ୍ୟକ୍ତି; ଆଉ ତା’ପରେ…

0

ସାଙ୍ଗ ବାହାଘରରେ ୬ ଜଣ ଗର୍ଭବତୀ ମହିଳାଙ୍କୁ ଧରି ପହଞ୍ଚିଲା ଜଣେ ବ୍ୟକ୍ତି । ଏପରିକି ସେ ସେହି ଛୁଆମାନଙ୍କର ବାପା ବୋଲି ଦାବି ମଧ୍ୟ କରିଛି । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି ।

ପ୍ରିଟି ମାଇକ୍ ନାମକ ଏହି ବ୍ୟକ୍ତିଙ୍କର ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ନାଇଜେରିଆର ଏହି ବାସିନ୍ଦା ପ୍ଲେବଏ ନାମରେ ବି ଖୁବ୍ ଚର୍ଚ୍ଚିତ । ଏହା ପୂର୍ବରୁ ସେ ୨୦୧୭ ମସିହାରେ ମହିଳାଙ୍କ କିଛି ଆପତ୍ତିଜନକ ଫଟୋ ପୋଷ୍ଟ କରି ଗିରଫ ବି ହୋଇଥିଲେ ।

ସୂଚନା ଅନୁଯାୟୀ ପ୍ରିଟି ମାଇକ୍ ନିଜର ଆକ୍ଟର ସାଙ୍ଗ ଓ୍ୱିଲିୟମ୍ ଉଚେମ୍ବାଙ୍କ ବାହାଘରକୁ ୬ ଜଣ ଗର୍ଭବତୀ ମହିଳାଙ୍କୁ ଧରି ଯାଇଥିଲେ । ଯାହା ଫଳରେ ସେଠି ବର-କନ୍ୟାଙ୍କ ବଦଳରେ ତାଙ୍କର ଚର୍ଚ୍ଚା ଅଧିକ ହୋଇଥିଲା ।

ପ୍ରିଟିଙ୍କର ଇନଷ୍ଟାଗ୍ରାମରେ ୩ ଲକ୍ଷରୁ ଅଧିକ ଫଲୋଅର୍ସ ବି ରହିଛନ୍ତି ।

ନଭେମ୍ବର ୩୦ରେ ହେବ ଚଳିତ ବର୍ଷର ଶେଷ ଉପଛାୟା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଚଳିତମାସ ନଭେମ୍ବର ୩୦ରେ ଉପଛାୟା ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଯାହାକି ଏ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହାକୁ ଖାଲି ଆଖିରେ ଦେଖି ହେବ ନାହିଁ । ଭାରତୀୟ ସମୟ ଦିନ ୧.୨ ମିନିଟରେ ଆରମ୍ଭ ହୋଇ ୫.୨୩ ମିନିଟରେ ଶେଷ ହେବ । ଶେଷ ହେବାକୁ ଥିବା ୧୫ ମିନିଟ ପାଇଁ କେବଳ ଭାରତ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଦୃଶ୍ୟମାନ ହେବ ।  ସେପଟେ ଡିସେମ୍ବର ୧୪ରେ ଏକ ସୂର୍ଯ୍ୟ ପରାଗ ହେବ । କିନ୍ତୁ ତାହା ଭାରତବର୍ଷରେ ଦେଖିବାକୁ ମିଳିବ ନାହିଁ ।

ମଧ୍ୟରାତ୍ରିରୁ ଆରମ୍ଭ ହେବ ଶ୍ରୀବିଗ୍ରହଙ୍କ ନାଗାର୍ଜୁନ ବେଶ, କୋଭିଡ କଟକଣା ପାଇଁ ଲାଗୁ ହେଲା ୧୪୪ ଧାରା

ପୁରୀ: ଆସନ୍ତାକାଲି ପୁରୀରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଶୃଙ୍ଖଳିତ ଭାବେ ବେଶ ସମାପନ ଲାଗି ପ୍ରଶାସନିକ ସ୍ତରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି  । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପାଳିଆ ସେବାୟତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଦିଆଯାଇଛି ଅନୁମତି । ତେବେ କରୋନା କଟକଣା ପାଇଁ ଭକ୍ତଙ୍କୁ ଶ୍ରୀମନ୍ଦିର ମଧ୍ୟକୁ ଛଡ଼ାଯିବ ନାହିଁ ।

ଭକ୍ତମାନେ ବଡ଼ଦାଣ୍ଡରୁ ପତିତପାବନଙ୍କ ଦର୍ଶନ କରିପାରିବେ । ନାଗାର୍ଜୁନ ବେଶ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  । ୨୫ ପ୍ଲାଟୁନ ପୋଲିସ ମୁତୟନ ହେବେ  । ଆଜି ରାତି ଦୁଇଟାରୁ ଆସନ୍ତାକାଲି ବେଳ ଓଲାଗି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କରାଯିବ  । କେବଳ ନିର୍ଦ୍ଧିଷ୍ଟ ସେବାୟତ, ସରକାରୀ ଅଧିକାରୀ ଓ କର୍ମଚାରୀ, ଜେଟିପିଙ୍କୁ ଉକ୍ତ ଅଞ୍ଚଳରେ ପ୍ରବେଶ ବ୍ୟତୀତ ଅନ୍ୟ କାହାରି ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

ଜେଲ୍ ବଦଳରେ ଘରେ ରହି ଦିନ କାଟୁଛି ହାଫିଜ୍ ସଇଦ !

0

ଇସଲାମବାଦ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦକୁ ପାକିସ୍ତାନ କୋର୍ଟ ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲା । ତଥାପି ଲସ୍କର-ଏ-ତୋଏବାର ସଂସ୍ଥାପକ ହାଫିଜ୍ ଘରେ ରହି ଆରାମରେ ସମୟ କାଟୁଥିବା ନେଇ ସୂଚନା ମିଳିଛି ।

ମିଡିଆ ରିପୋର୍ଟ ମୁତାବକ ହାଫିଜ୍ ଲାହୋର ସ୍ଥିତ ଜୋହର ଟାଉନରେ ଥିବା ଘରେ ରହୁଛି । ଘରେ ରହି ସେ ଆତଙ୍କବାଦୀଙ୍କୁ ପରିଚାଳନା କରୁଥିବା ଜଣାପଡିଛି ।

ଅପରପକ୍ଷରେ ହାଫିଜକୁ ୨୦୧୯ ମସିହା ଜୁଲାଇ ମାସରେ ଆଧିକାରିକ ଭାବେ ଗିରଫ କରାଯାଇଥିଲା । ହେଲେ ଚଳିତ ବର୍ଷ ଫେବୃଆରୀରେ ଟେରର ଫାଇନାସିଂ ମାମଲାରେ ତାକୁ ୧୦ ବର୍ଷ ୬ ମାସ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା । ଯାହାକୁ ଆମେରିକା ଏକ କଡା ପଦକ୍ଷପ ବୋଲି କହିଥିଲା ।

ଗତ ଗୁରୁବାର ଦିନ ଆତଙ୍କବାଦୀଙ୍କୁ ଫଣ୍ଡିଂ ଯୋଗାଉଥିବା ସମ୍ବନ୍ଧିତ ମାମଲାରେ ରୋଧି ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଥିଲା ।

ଆହୁରି ମଧ୍ୟ ମିଡିଆ ରିପୋର୍ଟ ମୁତାବକ, ହାଫିଜ ସଇଦ ଲାହୋରର କୋଟ ଲଖପତ ଜେଲରେ ନାହିଁ । ଜଣେ ଅଧିକାରୀଙ୍କ ମତରେ ‘ସେ ଅଧିକାଂଶ ସମୟ ଘରେ ରୁହେ । ସେ ଏମିତି କଷ୍ଟାେଡିରେ ରହିଛି ଯେ ଘରକୁ ଆସୁଥିବା ଅତିଥି ମାନେ ମଧ୍ୟ ତା’ ସହ ସାକ୍ଷାତ କରିପାରିବେ‘।

ଚର୍ଚ୍ଚାରେ କାଜଲ ଅଗ୍ରଓ୍ୱାଲଙ୍କ ବେକଲେସ୍ ରେଡ୍ ଡ୍ରେସ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ୍ ଗତ ଅକ୍ଠାେବର ୩୦ ତାରିଖରେ ପରିବାର ଓ ନିକଟ ସମ୍ପର୍କିୟଙ୍କ ଗହଣରେ ମୁମ୍ବାଇରେ ବିବାହ କରିଛନ୍ତି । ସେ ଉଭୟ ପଞ୍ଜାବୀ ଓ କାଶ୍ମୀରି ରୀତିରେ ଗୌତମ କିଚଲୁଙ୍କୁ ବିବାହ କରିଥିଲେ । ଯାହା ପରେ ସ୍ୱାମୀଙ୍କ ସହ ମାଲଦୀପରେ ସମୟ ବିତାଉଛନ୍ତି ।

ସୋସିଆଲ୍ ମିଡିଆରେ ସେ ସମୟ ସମୟରେ ବିଭିନ୍ନ ଅନ୍ଦାଜରେ ଫଟୋ ପୋଷ୍ଟ କରୁଛନ୍ତି । ଯାହାକୁ ଖୁବ୍ ପସନ୍ଦ କରିଥାନ୍ତି ତାଙ୍କ ଫ୍ୟାନ୍ସମାନେ । ବେକଲେସ୍ ରେଡ୍ ଡ୍ରେସ ପିନ୍ଧା ଏମିତି ଏକ ଫଟୋ ଶେୟାର କରିଛନ୍ତି କାଜଲ । ଯାହାର ମୂଲ୍ୟ ରହିଛି ୧୪୦ ପାଉଣ୍ଡ ଅର୍ଥାତ୍ ୧୩ ହଜାର ଟଙ୍କା ।

 

Rat and Boa ବ୍ରାଣ୍ଡର ବେକଲେସ୍ ରେଡ୍ ଡ୍ରେସ ସହ କାଜଲ ରେଡ୍ ଇୟରିଂ ବି ପିନ୍ଧିଛନ୍ତି । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସମାନେ ।

 

ଏବେକା ସମୟରେ କାଜଲ ଓ ତାଙ୍କ ସ୍ୱାମୀ ଗୌତମ କିଚଲୁ ମାଲଦୀପରୁ ଫେରି ଆସିଛନ୍ତିି । ସେଠାରୁ ଫେରିବା ପରେ ସେ ନିଜର ଭାକେସନ୍ ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାରେ ଲାଗି ପଡିଛନ୍ତି ।

 

ଆକାଶ’ରେ ଉଡ଼ି ବେକାରଙ୍କୁ ଦେଖାଉଥିଲେ ଜହ୍ନ, ଟାଟା ମୋଟର୍ସ ଅଧିକାରୀ କହି ଚାକିରି ପାଇଁ ଟଙ୍କା ନେଉଥିଲେ ପାଠକ ପୁଅ

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଭୟ କାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଠକେଇ, ଜାଲିଆତିର ଅଭିଯୋଗରେ ଟାଟା ମୋଟର୍ସ ପକ୍ଷରୁ ଏତଲା ଦାଏର ହୋଇଛି । ଟାଟା ମୋଟର୍ସର ଜେନରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତି ଏହି ଏତଲା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ପାଖରେ ଫେରାଦ ହୋଇଛି ଟାଟା ମୋଟର୍ସ । ନିଜକୁ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଠକେଉ ଜାଲିଆତିରେ ଲିପ୍ତ ଥିଲେ ବୋଲି ଏତଲାରେ କୁହାଯାଇଛି ।

ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଆକାଶ ଲୋକଙ୍କୁ ଠକୁଥିଲେ ବୋଲି ଅଭିଯୋଗରେ କୁହାଯାଇଛି । କମ୍ପାନୀ ତରଫରୁ ଦାଏର ଏଫଆଇଆରରେ କୁହାଯାଇଛି ଯେ, ଆକାଶ ଚାକିରି ଦେବାକୁ କହି ଲୋକଙ୍କୁ ଠକିଛନ୍ତି । ଯେଉଁଥିପାଇଁ ଟାଟା ମୋଟର୍ସ ବଦନାମ ହୋଇଛି ।

ମେ ୭ ତାରିଖ ୨୦୨୦ରେ ଟାଟା ମୋଟର୍ସ  ବିଜୟ କୁମାର ଝା ନାମକ ବ୍ୟକ୍ତିଙ୍କଠାରୁ ପାଇଥିବା ମେଲରୁ ଆକାଶଙ୍କ ଠକେଇ ବାବଦରେ କଂପାନୀ ସୂଚନା ପାଇଥିଲା । ବିଜୟ କଂପାନୀକୁ ଲେଖିଥିବା ମେଲରେ ଆକାଶ କୁମାର ପାଠକଙ୍କ ବାବଦରେ ଅଧିକ ତଥ୍ୟ ମାଗିଥିଲେ । ଆକାଶ ନିଜକୁ ଟାଟା ମୋଟର୍ସର ପୁନେ ଡିଭିଜନର ଏମଡି ଅଛନ୍ତି କି ନାହିଁ ତାହା ବିଜୟ ଜାଣିବାକୁ ଚାହିଁଥିଲେ । ନିଜକୁ ଏମଡି ବୋଲି ପରିଚୟ ଦେଇ ଆକାଶ ବେକାରଙ୍କ ଠାରୁ ଚାକିରି ପାଇଁ ବଡ ରକମ ନେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

ଠକେଇ ପାଇଁ ଆକାଶ ଟାଟା ମୋଟର୍ସର ଜାଲ୍ ପରିଚୟ ପତ୍ର,ଲୋଗୋ ବ୍ୟବହାର କରୁଥିବା କଂପାନୀ ପକ୍ଷରୁ ଅଭିଯୋଗ କରାଯାଇଛି । ଏମିତିକି ସେ ଆକାଶ ଡଟ୍ ପାଠକ୍ ଆଟ୍ ଦ ରେଟ୍ ଟାଟା ମୋଟର୍ସ ନାମରେ ଗୋଟିଏ ଜାଲ ମେଲ୍ ଆଇଡି ମଧ୍ୟ କ୍ରିଏଟ୍ କରିଥିବା ଅଭିଯୋଗ ହୋଇଛି । ଏହି ଠକ ଏତିକିରେ ଅଟକି ନଥିଲେ । ସେ ଭିଜିଟିଂ କାର୍ଡରେ ମଧ୍ୟ ନିଜକୁ ଟାଟା ମୋଟର୍ସର ଅଧିକାରୀ ଭାବେ ଉଲ୍ଲେଖ କରିଥିଲେ । କଂପାନୀ ପକ୍ଷରୁ ସବୁ ଜାଲ ଦସ୍ତାବିଜର କପି କ୍ରାଇମବ୍ରାଂଚକୁ ଦିଆଯାଇଛି ।

ଆକାଶ ମଧ୍ୟ ଫେସବୁକ ଓ ଲିଙ୍କଡ୍ ଇନରେ ଫେକ୍ ପ୍ରୋଫାଇଲ ଖୋଲି ନିଜକୁ ଟାଟା ମୋଟର୍ସର ଅଧିକାରୀ ବୋଲି ପରିଚୟ ଦେଉଥିଲେ । ।

ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଗାଁ ନିକଟରେ ଏହି ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଗୁଳିବିନିମୟ ।

ତେବେ ଏହି ଏନକାଉଣ୍ଟରରେ ଜଣେ ଦୁର୍ଦାନ୍ତ ମାଓବାଦୀର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରୁ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ଡିଜିପି ଅଭୟ । ପୋଲିସ ଏନକାଉଣ୍ଟରରେ ଜୋନ୍ ମାଓବାଦୀ କିଶୋରଙ୍କ ମୃତ୍ୟୁ ହୋଇଛି ।

ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ଓ ଗୁଳିଗୋଳା ଜବତ । ମିଳିତ ଅପରେସନରେ SOG , BSF, DVD ଏବଂ ଆନ୍ଧ୍ର ଗ୍ରେହଣ୍ଡସ୍ ସାମିଲ ହୋଇଥିଲେ ।

ଉତ୍ତର ସ୍ୱାଭିମାନ ଆଞ୍ଚଲରେ ଓଡିଶା ପାର୍ଶ୍ୱରୁ ଏହା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି । ଗୁରୁପ୍ରିୟା ସେତୁ ପ୍ରତିଷ୍ଠା ପରେ ଏହା ସମ୍ଭବ ହୋଇଛି । ଅପରେସନ ପରେ ଆହତ ମାଓବାଦୀକୁ ଉଦ୍ଧାର କରି ଯବାନମାନେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି । ଏଥିପାଇଁ ଯବାନ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଡିଜିପି ଅଭୟ ।

ୟୁଟ୍ୟୁବରୁ ଆଇଡିଆ ନେଇ କରୁଥିଲେ ଚୋରି, ଫ୍ଲାଇଟରେ ବୁଲୁଥିଲେ କାଟୁଥିଲେ ବିଳାସପୂର୍ଣ୍ଣ ଜୀବନ

ଗଞ୍ଜାମ: ଗଞ୍ଜାମ ପରେ ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ଏକ ପେସାଦାର ୫ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ୟୁଟୁବରୁ ଆଇଡିଆ ନେଇ ଏମାନେ ଏସବୁ ଚୋରି କରୁଥିଲେ ବୋଲି ଏସପି କହିଛନ୍ତି । ଗତ ୩ ବର୍ଷ ଧରି ଏହି ଚୋର ମାନେ ଘରେ କେହି ନଥିବା ସମୟରେ ଘରେ ପସି ଲୁଟୁଥିଲେ ଟଙ୍କା ଓ ସୁନାରୁପା ।

୫ ଅପରାଧୀଙ୍କ ମଧ୍ୟରେ ଦୁଇଜଣ ପେସାଦାର ଚୋର ସହ ୩ ଗ୍ରାହକ ଅଛନ୍ତି । ପେସାଦାର ଚୋର ଦୁଇଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳର ସନ୍ତୋଷ ସାହୁ ଓ ଦିପକ ମହାପାତ୍ର । ଏମାନେ ବ୍ରହ୍ମପୁରରେ ଘର ଭଡ଼ା ନେଇ ରହୁଥିଲେ । ଚୋରି ପରେ ଟଙ୍କା ନେଇ କାଟୁଥିଲେ ବିଳାସପୂର୍ଣ୍ଣ ଜୀବନ । ଫ୍ଲାଇଟରେ ଭୁଲୁଥିଲେ ନୂଆ ନୂଆ ସ୍ଥାନ ।

ତେବେ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ୧୫ ଗୋଟି ଚୋରି ମାମଲା ରହିଥିଲା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ନିକଟରୁ ୫୪୦ ଗ୍ରାମ ସୁନା, ୩୦ ହଜାର ନଗଦ ଟଙ୍କା, ୧୫ ଲକ୍ଷ ଟଙ୍କାର ଏକ ଦାମି କାର, ୩ ଗୋଟି ଦାମି ମଟର ସାଇକେଲ, ୨ ଗୋଟି ଏଲସିଡି ଟିଭି, ୧ ଲାପଟପ୍‌, ୧ କ୍ୟାମେରା, ୧୫ ଗୋଟି ମୋବାଇଲ ଫୋନ ଜବତ ହୋଇଛି ।

କେବିସିର ଏହି ପ୍ରଶ୍ନ ଲାଗି ପ୍ରତିଯୋଗୀ ହାତଛଡା କଲେ ୭ କୋଟି ଟଙ୍କା

ନୂଆଦିଲ୍ଲୀ: କୋନ୍ ବନେଗା କରୋଡପତି (କେବିସି)ର ୧୨ତମ ସିଜନକୁ ଦର୍ଶକମାନେ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି । ତା’ଠାରୁ ଅଧିକ ମଜାଦାର ରହିଥିଲା କେବିସିର ବୁଧବାର ଏପିସୋଡ ।

ସେହି ଏପିସୋଡରେ ଶୋର ହୋଷ୍ଟ ଅମିତାଭ ବଚ୍ଚନ ପ୍ରତିଯୋଗୀ ଅନୁପା ଦାସଙ୍କୁ ୭ କୋଟି ଟଙ୍କା ମୂଲ୍ୟର ଏକ ପ୍ରଶ୍ନ ପଚାରିଥିଲେ। ତାହା ପୁଣି ଥିଲା କ୍ରିକେଟ୍ ସମ୍ପର୍କିତ। ଯାହାର ଜବାବ ଠିକ୍ ଭାବେ ଦେଇନପାରି ଶୋରୁ ଓହରି ଯାଇଥିଲେ ଅନୁପା ।

ଜାଣନ୍ତୁ, କ’ଣ ଥିଲା ସେହି କ୍ରିକେଟ୍ ସମ୍ପର୍କିତ ପ୍ରଶ୍ନ- ରିୟାଜ ପୁନାଓ୍ୱାଲା ଓ ଶୌକତ ଦୁକାନଓ୍ୱାଲା ଦୁହେଁ ଦିନିକିଆ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ କେଉଁ ଟିମରୁ ପ୍ରତିନିଧିତ୍ୱ କରିଥିଲେ ?

ଯାହାର ଅପ୍ସନ ଥିଲା କିଛି ଏଭଳି-

ଏ. କେନିଆ

ବି. ୟୁଏଇ

ସି. କାନାଡା

ଡି. ଇରାନ୍

ଯାହାର ଜବାବ ଜଣାନଥିଲା ଅନୁପାଙ୍କୁ । ଯେଉଁଥିପାଇଁ ସେ ଶୋରୁ ଓହରିବା ଲାଗି ନିଷ୍ପତ୍ତି ନେଇଥିଲେ । ଶୋ ଛାଡିବା ପରେ ସେ ଉକ୍ତ ପ୍ରଶ୍ନର ଉତ୍ତର ୟୁଏଇ ବୋଲି କହିଥିଲେ । ହେଲେ ଅନୁପାଙ୍କ ସେହି ଜବାବ ଏକଦମ୍ ସଠିକ୍ ଥିଲା ।

ଛତିଶଗଡ ଜଗଦଲପୁରରୁ ଆସିଥିବା ଅନୁପା ଦାସ ଜଣେ ସ୍କୁଲ୍ ଶିକ୍ଷୟିତ୍ରୀ । ଯିଏକି କେବିସି ମଞ୍ଚରୁ ୧ କୋଟି ଟଙ୍କା ଜିତିପାରିଛନ୍ତି ।