ପ୍ରତିଷ୍ଠା ଦିବସରେ ପ୍ରଣବଙ୍କ ଆହ୍ୱାନ: ‘ନବୀନଙ୍କୁ ଭଲ ପାଉଥିବା କର୍ମୀ ଦୈନିକ ୨ରୁ ୩ ଘଣ୍ଟା ଦଳ ପାଇଁ କାମ କରନ୍ତୁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସହ ଅଛନ୍ତି  । ସେଥିପାଇଁ ସେ ପ୍ରଥମେ ଦୁର୍ନୀତି ହଟାଇବାକୁ ସଂକଳ୍ପ ନେଇଛନ୍ତି  । ରାଜ୍ୟର ପ୍ରଗତିରେ ବାଧକ ସାଜୁଥିବା ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରଥମେ ସେ ନିଜକୁ ପ୍ରସ୍ତୁତ କରିଛନ୍ତି  । ସାମାଜିକ ବ୍ୟାଧି ଦୁର୍ନୀତିକୁ ଦୃଢ଼ହସ୍ତରେ ଦମନ କରିଛନ୍ତି  । ନିହାତି ସାଧାରଣ ଶୈଳୀ ଢାଞ୍ଚାରେ ଜୀବନ ଜୀଇଁବା ସହ ସରକାରୀ କାର୍ଯ୍ୟକ୍ରମରେ ଯେପରି ଦୁର୍ନୀତିର ଛିଟା ନପଡେ ସେ ନେଇ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଦଳର ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭୋକର ଭୂଗୋଳକୁ ଦୂର କରିଛନ୍ତି  । ଲୋକଙ୍କ ସହ ଅଛନ୍ତି ଏହିକଥା ସେ ପ୍ରମାଣ କରିଛନ୍ତି  । ଶହ ଶହ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି  । ନିଜର ସବୁକିଛି ଓଡ଼ିଶାବାସୀଙ୍କ ପାଇଁ ଦାନ କରିଦେଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଣବ  । ନବୀନଙ୍କୁ ଭଲ ପାଉଥିବା ପ୍ରତି କର୍ମୀଙ୍କୁ ପ୍ରଣବଙ୍କ ଆହ୍ୱାନ ଦେଇ କହିଛନ୍ତି  ଦୈନିକ ୨ରୁ ୩ ଘଣ୍ଟା ଦଳକୁ ସମୟ ଦେଲେ ଦଳ ଆହୁରି ମଜଭୁତ ହେବା ସହ ଲୋକଙ୍କ ବିକାଶରେ ବ୍ରତୀ ହୋଇପାରିବ ।

Leave a Reply