ବକ୍ସିଂ ଡେ’ ଟେଷ୍ଟ: ଦୃଢ଼ ସ୍ଥିତି ଆଡ଼କୁ ଟିମ୍ ଇଣ୍ଡିଆ, ୮୨ ରନ୍‌ରେ ଆଗୁଆ

1 min read

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟର ଦ୍ୱିତୀୟ ଦିବସରେ ଶତକ ହାସଲ କରିଛନ୍ତି ଭାରତୀୟ ବ୍ୟାଟ୍ସ ମ୍ୟାନ୍ ଅଜିଙ୍କ୍ୟା ରାହାଣେ ।ତାଙ୍କୁ ଭରପୂର ସହଯୋଗ କରିଛନ୍ତି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା । ୨୦୦ ବଲ୍‌ ଖେଳି ରାହାଣେ ୧୦୪ ରନ୍ କରିଥିବା ବେଳେ ୧୦୪ ବଲ୍‌ରେ ୪୦ ରନ୍ କରିଛନ୍ତି ରବୀନ୍ଦ୍ର ଜାଡେଜା । ଏଥିସହିତ ନବାଗତ ଶୁବମନ୍ ଗିଲ୍ ମଧ୍ୟ ମୂଲ୍ୟବାନ ୪୫ ରନ୍ କରିଛନ୍ତି । ଯାହା ଫଳରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୫ ଓ୍ୱିକେଟ ବିନିମୟରେ ୨୭୭ ରନ୍  ହାସଲ କରିପାରିଥିଲା ।

Image

         ବକ୍ସିଂ ଡେ’ ଟେଷ୍ଟର ଦ୍ୱିତୀୟ ଦିନରେ ୩୬/୧ ରୁ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ । ଖେଳ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଚେତେଶ୍ୱର ପୂଜାରା ୧୭ ରନର ବ୍ୟକ୍ତିଗତ ସ୍କୋରରେ ପେଟ୍ କୁମିସଙ୍କ ଦ୍ୱାରା ଆଉଟ ହୋଇଥିଲା । ଏହାପରେ ଶୁବମନ୍ ଗିଲ ୪୫, ହନୁମା ବିହାରୀ ୨୧, ଋଷବ ପନ୍ଥ ୨୯ ରନ୍ କରି ଆଉଟ ହୋଇଥିଲା । ଏହା ପରେ ମଇଦାନକୁ ଓହ୍ଲାଇଥିଲେ ସାର୍ ଜାଡେଜା । ସେ ଅଷ୍ଟ୍ରେଲିଆ ବୋଲରଙ୍କୁ ଓ୍ୱିକେଟ ନ ଦେଇ ରାହାଣେଙ୍କୁ ସହଯୋଗ କରିଥିଲେ । ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ୫ ଓ୍ୱିକେଟ ହରାଇ ୨୭୭ ରନ୍ ହାସଲ ସହ ଦୃଢ଼ ସ୍ଥିତିରେ ପହଞ୍ଚିପାରିଛି ଟିମ୍ ଇଣ୍ଡିଆ ।

Leave a Reply