spot_img
Home Blog Page 6227

ଚାଷୀଙ୍କ ସହ ମୋଦିଙ୍କ ସମ୍ବାଦ; ‘ଭ୍ରମିତ କରୁଛି କୃଷି ବିରୋଧି କଂଗ୍ରେସ ’

ଭୋପାଳ: କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଧା ସମ୍ବାଦ । ଗୋଟେପଟେ କୃଷି ଆଇନ ପ୍ରତ୍ୟାହାର ନେଇ ସିଙ୍ଘୁ ସମାରେ ୨୩ ଦିନ ଧରି ପ୍ରତିବାଦ ଜାରି ରଖିଛନ୍ତି ଚାଷୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶର ବିଶାଳ କୃଷକ ସମାବେଶରେ ଯୋଗଦେଇ ସିଧାସଳଖ କଥା ହୋଇଛନ୍ତି । କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ଦେଶର କୃଷକଙ୍କୁ ଭ୍ରମିତ କରାଯାଉଛି, ଯେଉଁ ଦଳ ସାତ ଦଶନ୍ଧୀର କ୍ଷମତା ମଧ୍ୟରେ କୃଷକଙ୍କ ପାଇଁ ସମାନ୍ୟ ଆନ୍ତରିକତା ପ୍ରଦର୍ଶନ କରିନାହିଁ ।

ସେହି ଦଳ ବର୍ତ୍ତମାନ କୃଶକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । କୃଷକଙ୍କ ସହ ସିଧା ସଳଖ କଥା ହେବା ଅବସରରେ ମୋଦି କହିଛନ୍ତି, ଯଦି କୌଣସି ବ୍ୟକ୍ତିର ମଧ୍ୟ ସାମାନ୍ୟତମ ସନ୍ଦେହ ଥାଏ, ତେବେ ସରକାର ବିନମ୍ରତାର ସହ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି । ଦେଶର କୃଷି ଓ କୃଷକଙ୍କ ଉନ୍ନତି ମୋ ସରକାରର ଉଦେଶ୍ୟ । ୨୫ ଡିସେମ୍ବରରେ ପୁନର୍ବାର ଦେଶର କୃଷକଙ୍କ ସହ ସିଧା ବାର୍ତ୍ତାଳପ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ନେଇ ବିପକ୍ଷ ଦଳ ମିଥ୍ୟା ପ୍ରଚାର କରୁଛନ୍ତି । କେନ୍ଦ୍ର ସରକାର ଏମଏସପି ହଟାଇବାର କଥା ହିଁ ଉଠୁନାହିଁ । ଯଦି ଏମଏସପି ଲାଗୁ କରିବାର ଉଦେଶ୍ୟ ଆମର ନଥାନ୍ତା, ତେବେ ସ୍ବାମିନାଥନ କମିଶନ ରିପୋର୍ଟ କାହିଁକି ଆମେ ଲାଗୁକରୁଛୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି ଅପ ପ୍ରଚାରକୁ ନେଇ ଚାଷୀ ଭାଇମାନେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପୂର୍ବରୁ ଯେମିତି ସର୍ବନିମ୍ନ ସହାୟକ ମୂଲ୍ୟ ରହିଥିଲା, ବର୍ତ୍ତମାନ ମଧ୍ୟ ସେହିପରି ଜାରି ରହିବ ବୋଲି ଚାଷୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିରୋଧି କଂଗ୍ରସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଏହି ସଂଶୋଧିତ କୃଷି ଆଇନ ନୂତନ କରି ହଠାତ ଆସିଯାଇନାହିଁ । ଦୀର୍ଘ ୨୫-୩୦ ବର୍ଷ ଧରି ଏହା ଉପରେ ଚର୍ଚ୍ଚା ଚାଲି ଆସୁଛି । ଏପିଏମସି କୁ ନେଇ ମଧ୍ୟ କଂଗ୍ରେସ କୃଷକଙ୍କ କାନରେ ମିଥ୍ୟା ମନ୍ତ୍ରଣା ଫୁଙ୍କୁଛି । ସ୍ୱାମୀନାଥନ କମିସନଙ୍କ ରିପୋର୍ଟକୁ ଲାଗୁ କରିବା ବଦଳରେ ୮ ବର୍ଷ ଧରି ଚାପି ରଖିଥିଲା କଂଗ୍ରେସ । ନିର୍ଦ୍ଧିଷ୍ଟ ଦଳୀୟ ଚାଷୀଙ୍କ ପାଇଁ ଆନ୍ତରିକତା ପ୍ରଦର୍ଶନ କରୁଥିବାବେଳେ ଗରୀବ ଚାଷୀଙ୍କ ପାଇଁ କଂଗ୍ରେସ ନିର୍ଦୟ ପାଲଟିଥିବା ଅଭିଯୋଗ ଆଣିଛନ୍ତି ମୋଦି ।

ସେହିପରି ମୋଦି କହିଛନ୍ତି ମଧ୍ୟପ୍ରଦେଶର ସରକାର ଗଢିବା ପାଇଁ କୃଷି ରଣ ଛାଡ କରିବାର ମିଥ୍ୟା ଭାଷଣର ବର୍ଷା କରିଥିଲା ଦଳ । କିନ୍ତୁ ସରକାର ଗଢିବା ପରେ କେତେ କୋଟିର ଋଣ କଂଗ୍ରେସ ଛାଡ କରିଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ? ୟୁପା ସରକାର ଠାରୁ ଏନଡିଏ ସରକାର ଖାଦ୍ୟ ଶସ୍ୟ ଉପରେ ଢେର ଅଧିକ ଏମଏସପି ବୃଦ୍ଧି କରିଛି । ଗହମର ଏମଏସପି ମୂଲ୍ୟ ୧୪୦୦ ଟଙ୍କା ରହିଥିବା ବର୍ତ୍ତମାନ ତାହା ପହଁଚିଛି ୧୯୭୫ ରେ । ଧାନ ୧୩୧୦ରୁ ବଢି ୧୮୭୦ ହୋଇଛି । ସେହିପରି ଜ ଏବଂ ମସୁର ଡାଲିର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

 

ବିବାହ ପାଇଁ ବାରମ୍ବାର କହିବାରୁ ଗର୍ଭବତୀ ପ୍ରେମିକା ଉପରକୁ ଏସିଡ୍ ଫିଙ୍ଗିଲା ପ୍ରେମିକ

0

ବରେଲୀ: ବିବାହକୁ ନେଇ ବିବାଦ ହେବାରୁ ୨୨ ବର୍ଷୀୟ ଗର୍ଭବତୀ ପ୍ରେମିକା ଉପରେ ଏସିଡ ମାଡ଼ କଲା ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲୀ ଅଞ୍ଚଳରେ । ଏସିଡ୍ ମାଡ଼ରେ ଗୁରୁତର ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତା ସଂଖ୍ୟାଲଘୁ ସମୁଦାୟର ଏବଂ ଅଭିଯୁକ୍ତ ଜଣଙ୍କ ଭିନ୍ନ ସମୁଦାୟର ହୋଇଥିବାରୁ ଯୁବକଙ୍କୁ ବିବାହ ପାଇଁ ଚାପ ପକାଇଥିଲେ ପୀଡ଼ିତା । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା ।

ପୋଲିସର ସୁଚନା ଅନୁଯାୟୀ, ‘ ପୀଡ଼ିତା ଜଣଙ୍କ ବିଏସସିର ଛାତ୍ରୀ ଅଟନ୍ତି । ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ଶୁନଶାନ ଜାଗାରେ ପୀଡ଼ିତାଙ୍କୁ ଅଟକାଇ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୀଡ଼ିତା ନିଜ ବୟାନରେ କହିଛନ୍ତି ଯେ, ସେ ଗର୍ଭବତୀ ଅଛନ୍ତି ଏବଂ ପ୍ରେମିକକୁ ବିବାହ ପାଇଁ କହିବାରୁ ତାଙ୍କ ଉପରକୁ ଏସିଡ ମାଡ଼ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଅଭିଯୁକ୍ତକୁ ଖୋଜୁଛି ପୋଲିସ

ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ମହେଶ ପାଲ ଓରଫ ବଣ୍ଟୁ ବିରୋଧରେ ଆଇପିସି ଧାରା ୩୭୬ (ଦୁଷ୍କର୍ମ), ୩୨୬-ଏ (ଏସିଡ ମାଡ଼), ୩୪୩, ୩୧୩ ଏବଂ ୫୦୪ ଧାରା ଅଧିନରେ ମାମଲା ଦାଖଲ କରାଯାଇଛି । ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବାବେଳେ ପୋଲିସ ତାକୁ ଖୁବ ଶୀଘ୍ର ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

 

ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦୁଇ ମହିଳା କନେଷ୍ଟବଳ ବୁଧବାର ରାତିରେ ପୀଡ଼ିତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଏସିଡ ଭଳି କିଛି ଜ୍ୱଳନୀୟ ପଦୀର୍ଥ ପୀଡ଼ିତାଙ୍କ ଉପରେକୁ ଫିଙ୍ଗାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । କାନ୍ଧ ଏବଂ ବାହୁରେ ଅଧିକ କ୍ଷତ ଥିବାବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା  ।

‘ଓଡ଼ିଶା-ମୋ ପରିବାର’ ପାଇଁ ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

ଭୁବନେଶ୍ୱର: ଦେବଦୂତ ସାଜିଲା  ‘ଓଡ଼ିଶା-ମୋ ପରିବାର’, ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ ।  ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଅଞ୍ଚଳର ୫୭ ବର୍ଷ ବୟସ୍କ ଗରିବ ଦିନ ମଜୁରିଆ ପ୍ରଫୁଲ୍ଲ ମଲ୍ଲିକଙ୍କ ଚିକିତ୍ସା ପାଇଁ ଟଙ୍କାଟିଏ ନଥିଲା । ତେବେ ‘ଓଡ଼ିଶା-ମୋ ପରିବାର’ର ସହଯୋଗରେ ଉନ୍ନତମାନର ଚିକିତ୍ସା ପାଇ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି । ‘ଓଡ଼ିଶା-ମୋ ପରିବାର’ର ସହଯୋଗ ପାଇଁ ଅଞ୍ଚଳବାସୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ପ୍ରଫୁଲ୍ଲ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ହୋଇଥିଲେ  ।

ଗତ ନଭେମ୍ବର ୨୭ ତାରିଖରେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ପରିବାର ଲୋକ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ । ପରୀକ୍ଷାରୁ ତାଙ୍କର ହାର୍ଟ, କିଡ୍‌ନୀ ଏବଂ ଲଙ୍ଗସ୍ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ବଡ଼ ମେଡିକାଲ୍ ପଠାଇ ଦେଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏସସିବି ଡାକ୍ତରମାନେ ମଧ୍ୟ ତାଙ୍କୁ ଫେରାଇ ଦେଇଥିଲେ । ତେବେ କିମ୍‌ସ ଡାକ୍ତରମାନେ ତାଙ୍କୁ ତ୍ୱରିତ ଉନ୍ନତମାନର ଚିକିତ୍ସା ସେବା ଦେଇଥିଲେ  ।

ଅଧିକ ଚିକିତ୍ସା ପାଇଁ ପଇସା ନଥିବାରୁ ଆଗେଇ ଆସିଥିଲା ‘ଓଡ଼ିଶା-ମୋ ପରିବାର’ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ତାଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରଯାଇଥିଲା । ଏହା ମଧ୍ୟରେ ପ୍ରଫୁଲ୍ଲ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମାଆ ହେବାକୁ ଯାଉଛନ୍ତି ନେହା କକ୍କର, ସେୟାର କଲେ ବେବି ବମ୍ପର ଫଟୋ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ସିଙ୍ଗର ନେହା କକ୍କରଙ୍କ ପ୍ରେଗନାନ୍ସୀ ଫଟୋ । ଫଟୋରେ ନେହା ଓ ତାଙ୍କ ସ୍ୱାମୀ ରୋହନପ୍ରୀତ ପୋଜ ଦେଉଥିବା ନଜର ଆସିଥିବାବେଳେ ନେହାଙ୍କ ବେବି ବମ୍ପ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ନେହାଙ୍କ ବେବି ବମ୍ପ ଦେଖି ତାଙ୍କ ପ୍ରଶଂସକ ଖୁସି ପ୍ରକାଶ କରିଥିବାବେଳେ କିଛି ଫ୍ୟାନ୍ସ ଏତେ ଶୀଘ୍ର ଏହି ଖୁସି ଖବର ଶୁଣି ପୁରା ତାଜୁବ ।

ନେହା କକ୍କର ଅକ୍ଟୋବର ମାସରେ ରୋହନପ୍ରୀତଙ୍କୁ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦୁବାଇରେ ହନିମୁନ ସେଲିବ୍ରେଟ କରିଥିଲେ । ହନିମୁନର ପ୍ରତିଟି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

https://www.instagram.com/p/CI7E-TWDDbA/?utm_source=ig_embed

ତେବେ ଖୁବ ଶୀଘ୍ର ସିଙ୍ଗର ନେହା କକ୍କର ମାଆ ହେବାକୁ ଯାଉଛନ୍ତି । ରୋହନପ୍ରୀତଙ୍କୁ ବିବାହ କରିବା ପରେ ଖୁବ ଶୀଘ୍ର ତାଙ୍କ ଜୀବନରେ ଆସିବାକୁ ଯାଉଛି ଆଉ ଏକ ଖୁସି । ସ୍ୱାମୀ ରୋହନଙ୍କ ସହ ନିଜ ବେବି ବମ୍ପକୁ ଧରି ପୋଜ ଦେଇଥିବା ନେହାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।  ଏହି ଖୁସି ଖବର ପାଇବା ପରେ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ବର୍ତ୍ତମାନ ନେହା ଇଣ୍ଡିଆନ ଆଇଡଲ ପାଇଁ ସୁଟିଂ କରୁଛନ୍ତି । ଏମିତିରେ ପ୍ରେଗନାନ୍ସୀ ଖବର ଆସିବା ପରେ ସେ ଆଗକୁ ସୁଟିଂ ଜାରି ରଖିବେ ନା ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।

ଯୁବ ବିଜେଡି କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, ଯୁବପିଢ଼ିଙ୍କୁ କହିଲେ ନିଜ ମନର କଥା

ଭୁବନେଶ୍ୱର: ଯୁବ ବିଜେଡି କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଓଡ଼ିଶାର ଯୁବପିଢ଼ିଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ମନର କଥା କହିଛନ୍ତି । ଓଡ଼ିଆ ଭାଷା, କଳା ସଂସ୍କୃତି ଅନନ୍ୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି । ଓଡ଼ିଶାବାସୀ ଆମର ବସ୍, ଓଡ଼ିଶା ହକ୍ ପାଇଁ ଲଢ଼େଇ ଚାଲିଛି । ଯୁବ ବିଜେଡି କାର୍ଯ୍ୟକାରିଣୀରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ଜିତି କ୍ଷମତା ହାସଲ ଜାତୀୟ ଦଳର ଲକ୍ଷ୍ୟ । ଜାତୀୟ ଦଳର ରାଜ୍ୟମୁଖ୍ୟଙ୍କ ଲକ୍ଷ୍ୟ ଜାତୀୟ ନେତାଙ୍କୁ ଖୁସି କରିବା ।

ଜାତୀୟ ନେତାଙ୍କୁ ଖୁସି କରି ବଡ଼ ପଦବୀ ପାଇବା ସେମାନଙ୍କ ଲକ୍ଷ୍ୟ । ହିନ୍ଦୀ ଠାରୁ ଓଡ଼ିଆ ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମ ପାଇଁ ଯାହା ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦଳ ପାଇଁ ତାହା ନୁହେଁ । ପୂର୍ବରୁ କଂଗ୍ରେସ ସରକାର କେନ୍ଦ୍ର ରିମୋଟ କଂଟ୍ରୋଲରେ ଚାଲୁଥିଲା । ବିଜେପି ଶାସିତ ରାଜ୍ୟମାନେ ମଧ୍ୟ କେନ୍ଦ୍ରର ରିମୋଟରେ ଚାଲୁଛନ୍ତି ।

ଜାତୀୟ ଦଳ କଂଗ୍ରେସ ଓ ବିଜେପିକୁ ନବୀନ ଟାର୍ଗେଟ୍ କରିଛନ୍ତି । ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ଆମର ଲଢ଼େଇ । ଜାତୀୟ ନୁହେଁ ଆଞ୍ଚଳିକ ଦଳ ହିଁ ରାଜ୍ୟବାସୀଙ୍କ ପାଇଁ ଲଢ଼େଇ କରେ । ବିଜେଡି ରାଜ୍ୟ ଯୁବ ସମାଜର ଆଶା, ଅଭିଳାଷ ପୂରଣ କରିପାରିବ । ବିଜେଡି ହିଁ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ କରିବ ବୋଲି ନବୀନ କହିଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଥିଲେ ।  ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟାେମକେଶ ରାୟ ସଭା ପରିଚାଳନ କରିଥିବା ଆଶିଷ ରଞ୍ଜନ ମିଶ୍ରଙ୍କ ଦ୍ୱାରା ଜାରି  ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା: ପକସୋ କୋର୍ଟ ରେ ୪ ଅଭିଯୁକ୍ତଙ୍କ ଚାଲିଛି ଜାମିନ ଶୁଣାଣି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା । ପୋକ୍ସ କୋର୍ଟ ରେ ୪ ଅଭିଯୁକ୍ତଙ୍କ ଚାଲିଛି ଜାମିନ ଶୁଣାଣି । ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ବିଜୟ ରାଉତ ଓ ସାମଲଙ୍କ ଜାମିନ ଶୁଣାଣି । ଗତ ୧୪ ତାରିଖରେ ଏମାନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଘଟଣାରେ ସମ୍ପୃକ୍ତ ଆଉ ୩ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ତେବେ ଫେରାର ରହିଥିବା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି କ୍ରାଇମ ବ୍ରାଞ୍ଚ ।

ରାଜ୍ୟରୁ ପୁଣି ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୮  ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫୦ ଜଣ ରହିଛି ଲୋକାଲ କଣ୍ଟାକ୍ଟ । ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଅନୁଗୁଳ ଜିଲ୍ଲା ।

ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୩୫ , ବରଗଡ଼ରେ ୭ , ଭଦ୍ରକରେ୧ , ବଲାଙ୍ଗିରରେ ୧୩ , କଟକରେ ୨୮  , ଦେବଗଡ଼ରେ ୪, ଢେଙ୍କାନାଳରେ ୫, ଗଞ୍ଜାମରେ ୫ , ଗଜପତି ୪,  ଜଗତସିଂହପୁରରେ ୪ , ଯାଜପୁରରେ ୧୫ , ଝାସୁଗୁଡ଼ାରେ ୬ , କଳାହାଣ୍ଡିରେ ୪ , କେନ୍ଦ୍ରାପଡ଼ାରେ ୧୧ , କେନ୍ଦୁଝରରେ  ୮ , କୋରାପୁଟରେ ୮ , ଖୋର୍ଦ୍ଧାରେ ୩୬,   ମୟୂରଭଞ୍ଜରେ ୧୭ , ନବରଙ୍ଗପୁରରେ ୬ , ନୟାଗଡ଼ରେ୧  , ନୂଆପଡ଼ାରେ ୨୬ , ପୁରୀରେ୧ , ରାୟଗଡ଼ାରେ୧, ସମ୍ବଲପୁରରେ ୨୧ ଓ ସୋନପୁରରେ ୧, ସୁନ୍ଦରଗଡ଼ରେ ୨୯ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍‌ରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୫୦୫ରେ ପହଞ୍ଚିଥିବା ବେଳେ ୩,୨୦,୫୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩,୦୩୯ ଜଣ ଚିକିତ୍ସାଧୀନ ରହିଛନ୍ତି।

ଦୀର୍ଘ ୯ ମାସ ପରେ ଦର୍ଶନ ଦେବେ କାଳିଆ ସାଆନ୍ତ, ପ୍ରଥମ ଦୁଇଦିନ ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ, ମିଳିବ ଜଗା ଦର୍ଶନ । ପୁରୀ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥଲେ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସରକାର ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ ।

୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ଦର୍ଶନ କରିବାର ସୁଯୋଗ ପାଇବେ । ଦୁଇଦିନ ପରେ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ସୁବିଧା ମିଳିବ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ସମସ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ ।

କୋଭିଡ ଗାଇଡ଼ ଲାଇନ ପାଳନ ପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା ଓ ସାନିଟାଇଜ କରି ଶୃଙ୍ଖଳିତ ଭାବେ ଲାଇନରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତା ୨୩ ତାରିଖରୁ ଖୋଲାଯିବ । ସ୍ଥାନୀୟ ତହସିଲଦାର, ଥାନା ଓ ଅନ୍ୟ ଅଧିକାରୀ, ମନ୍ଦିର କମିଟି, ପଞ୍ଚାୟତ ପ୍ରତିନିଧି ଆଲୋଚନା କରି ଧର୍ମାନୁଷ୍ଠାନ ଖୋଲିବା ବ୍ୟବସ୍ଥା କରିବେ  ।

ପଡ଼ୋଶୀ ସାଜିଲା ପିଶାଚୀ, ଢେଙ୍କାନାଳ ନିଖୋଜ ଶିଶୁ ହତ୍ୟାକାରୀ ଗିରଫ

ଢ଼େଙ୍କାନାଳ: ଢେଙ୍କାନାଳ ନିଖୋଜ ଶିଶୁ ଆୟୁଷର ହତ୍ୟାକାରୀ ଗିରଫ । ପଡୋଶୀ ସାଜିଲା ପିଶାଚୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୭ ବର୍ଷର ଶିଶୁକୁ ଶ୍ୱାସରୁଦ୍ଧ କରି ମାରିଦେଲା ହୃଦୟହୀନ ମହିଳା । ହତ୍ୟାକାରୀ ହେଲା ପଡୋଶୀ ଘର ଭାରତୀ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ନେଇ ସ୍ୱୀକାର କରିଛି । ପ୍ରଥମେ ଶ୍ୱାସ ରୁଦ୍ଧ ଓ ପରେ କୂଅ ରେ ଫିଙ୍ଗି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣା ଦିନ ୨ ଭାଇ ବାହାରେ ଖେଳୁଥିବା ସମୟରେ ବଡ଼ ଭାଇ ଘରକୁ ଫେରିଥିଲା । ହେଲେ ଆୟୁଷ ଏକୁଟିଆ ପଦାରେ ଖେଳୁଥିଲା ।

 

ଠିକ ସେହି ସମୟରେ ଏହାର ସୁଯୋଗ ନେଇ ଆୟୁଷଙ୍କ ଖୁଡି ତାଙ୍କୁ ଘର ଭିତରକୁ ଟେକି ନେଇଥିଲେ । ଶ୍ୱାସରୁଦ୍ଧ କରିବା ମାରିବା ପରେ ଆଖ ପାଖରେ କେହି ନଥିବା ସମୟରେ କୂଅରେ ଫିଙ୍ଗି ଦେଇଥିବା ପୋଲିସ ପଚରାଉଚରାରୁ ଜାଣିବାକୁ ପାଇଛି । ୨ ପରିବାର ଭିତରେ ପାରିବାରିକ ଶତ୍ରୁତା କୁ ନେଇ ମହିଳା ଜଣଙ୍କ ଏହି ଜଘନ୍ୟକାଣ୍ଡ ଘଟାଇଥିବା ପୋଲିସ କହିଛି । କାଲି ପୋଲିସ ଉଭୟ ସନ୍ଦିଗ୍ଧ ଦମ୍ପତିଙ୍କୁ ଅଟକ ରଖି ପଚରଉଚରା ଜାରି ରଖିଥିଲା । ଆଜି ଗିରଫ ପରେ ଦଫା  ୩୦୨ ଓ ୨୦୧ ଲଗାଇ ଆଜି ତାକୁ କୋର୍ଟ ଫରୱାର୍ଡ କରାଯିବ ବୋଲି ନିହଲପ୍ରସାଦ ଥାନା ଆଇଆଇସି କହିଛନ୍ତି । ତେବେ ଏଥିରେ ଆଉ କାହାର ସମୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ପୋଲିସ ଖୋଳତାଡ କରୁଛି ।

ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଜଭୁତ ହେବ ବିଜେଡିର ସଂଗଠନ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ଆଜି ବସିଛି ଯୁବ ବିଜେଡି କାର୍ଯ୍ୟକାରିଣୀ । ଏଥିରେ ରାଜନୈତିକ ପ୍ରସ୍ତାବ ନେଇ ଆଲୋଚନା ହୋଇଛି । ଯେଉଁଠି ବର୍ଷ ଯାକର ଖସଡ଼ା ପ୍ରସ୍ତୁତ କରାଯିବ । ଗାଁକୁ ଯାଇ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚାଇବେ ନବୀନଙ୍କ ଯୁବ ବ୍ରିଗେଡ୍‌ । ଏନେଇ ବୈଠକରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ । ତୃଣମୂଳସ୍ତରରେ ଦଳକୁ ଅଧିକ ସଦୃଢ଼ କରିବା ଲକ୍ଷ୍ୟରେ ଯୁବକର୍ମୀଙ୍କୁ ଦିଆଯିବ ଗୁରୁଦାୟିତ୍ବ । ମହାମାରୀ ସମୟରେ ଲୋକଙ୍କ ପାଖରେ କିପରି ସେବା ପହଞ୍ଚିପାରିବ, ତାହା ଯୁବ ବିଜେଡି କର୍ମୀ ବୁଝିବେ । ସେହିପରି ଡିସେମ୍ବର ୨୦ରେ ବିଜେଡିର କାର୍ଯ୍ୟକାରିଣୀ ବସିବ । ଦଳର ସଭାପତିଙ୍କ ସମେତ ୮୧ ଜଣ ସଦସ୍ୟ ଯୋଗଦେବେ । ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ଦାୟିତ୍ବ ଦେବେ ସଭାପତି । ଡିସେମ୍ବର ୨୧ରେ ୩୫୦ ରାଜ୍ୟ ପରିଷଦ ସଦସ୍ୟଙ୍କ ବୈଠକ ନେବେ ନବୀନ ।

ଓଡ଼ିଶାର ଯୁବକ ଯୁବତୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି । ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ବଳିଷ୍ଠ ଇତିହାସକୁ ପାଥେୟ କରି ଓଡ଼ିଶାର ଯୁବପିଢିକୁ ଅନୁପ୍ରାଣିତ କରିବା ପାଇଁ ଏବଂ ଓଡ଼ିଶା ଅଭିଯାନରେ ଅଗ୍ରଣୀ ଭୂମିକାରେ ସ୍ଥାନ ନିରୁପଣ କରିବାକୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି । ଓଡ଼ିଶା ହେଉଛି କୃଷି ପ୍ରଧାନ ରାଜ୍ୟ ।

କୃଷି ହେଉଛି ଓଡ଼ିଶାର ଅର୍ଥନୀତି ଓ ସଂସ୍କୃତିର ମୂଳଭିତ୍ତି । ରାଜ୍ୟ ସରକାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବହୁ ବୈଷୟିକ ପରିବର୍ତ୍ତନ ଆଣିଛନ୍ତି । କୃଷି କ୍ୟାବିନେଟ, ସ୍ୱତନ୍ତ୍ର କୃଷି ବଜେଟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗଠନ ଆଦି ଯୁଗାନ୍ତକାରୀ ପଦକ୍ଷେପ କୃଷିକୁ ଏକ ସମ୍ମାନଜନକ ପେସାରେ ପରିଣତ କରାଇପାରିଛି । ତେଣୁ ଅଧିକରୁ ଅଧୁକ ଯୁବପିଢ଼ିଙ୍କୁ ବୈଷୟିକ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରୋତ୍ସାହନ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି ।

ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ଯୁବଶକ୍ତିର ଅଗ୍ରଣୀ ଭୂମିକା ରହିବ । ତେଣୁ ଯୁବଶକ୍ତିର ଉପଯୁକ୍ତ ବ୍ୟବହାର କ୍ଷେତ୍ରରେ ସରକାର ଦୃଷ୍ଟି ଦେବେ । କ୍ରମାଗତ ଭାବେ କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରିଆସିଛନ୍ତି । କୋଇଲା ରୟାଲ୍‌ଟି, ରେଳପଥର ବିକାଶ, ପରିବେଶ ସେସ୍ ଓ ଶିଳ୍ପ କରିଡର ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି । ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ଏହା ବିରୋଧରେ ରାଜନୈତିକ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଯୁବ ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି।