ଭାରତରେ Capitol Hill Moment; ଆନ୍ଦୋଳନକାରୀଙ୍କ କବ୍ଜାରେ ଲାଲକିଲ୍ଲା

1 min read

ନୂଆଦିଲ୍ଲୀ: ଭାରତରେ ଘଟିଛି ଆମେରିକା କ୍ୟାପିଟଲ ହିଲ ମୋମେଣ୍ଟ ଭଳି ହିଂସା । ଆମେରିକା ସମ୍ବିଧାନ ଉପରେ ଯେପରି ଆନ୍ଦୋଳନକାରୀ ହିଂସା କାଣ୍ଡ ଭିଆଇଥିଲେ, ଠିକ୍ ତାହାର ପୁନରାବୃତ୍ତି ଘଟିଛି ଭାରତ ଭଳି ଶାନ୍ତି ପ୍ରିୟ ରାଷ୍ଟ୍ରରେ । ସେଠି ସମ୍ବିଧାନ ଉପରେ ଆକ୍ରମଣ ହେଉଥିଲା, ଏଠି ଭାରତର ସ୍ମାରକୀ ଉପରେ ଆକ୍ରମଣ ହେଉଛି । ପୁଣି ସମ୍ବିଧାନ ପ୍ରଣୟନର ଏହି ପାବନ ପର୍ବ ଅର୍ଥାତ ସାଧାରଣତନ୍ତ୍ର ଦିବସରେ । ଶାନ୍ତିପ୍ରିୟ ଆନ୍ଦୋଳନ ନାମରେ ଯୁଦ୍ଧ ସ୍ମାରକୀ ଲାଲକିଲ୍ଲାରେ ପ୍ରବେଶ କରିଛନ୍ତି ଆନ୍ଦୋଳନକାରୀ ଚାଷୀ । ଏବଂ ଏହି ଐତିହ୍ୟ ଦୁର୍ଗରେ ଜାତୀୟ ପତାକାକୁ କାଢି, ଆନ୍ଦୋଳନକାରୀ ନିଜର ପତାକା ଉଡାଇଛନ୍ତି ।

ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ରାଜରାସ୍ତାରେ ଦୀର୍ଘ ଦେଢ ମାସ ହେବ ଆନ୍ଦୋଳନରେ ଅଡି ବସିଥିଲେ ଚାଷୀ । ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ କରିବା ନେଇ ମଧ୍ୟ ଅନୁମତି ମିଳିଥିଲା । ଯାହା ଶାନ୍ତିପ୍ରିୟ ଭାବରେ କରାଯିବ ବୋଲି ଦାବି ରଖିଥିଲେ ଚାଷୀ ନେତା । କିନ୍ତୁ ସାଧାରଣତନ୍ତ୍ର ଦିବସ ଭଳି ସମ୍ବିଧାନ ବିଜୟ ଦିବସରେ ଆନ୍ଦୋଳନକାରୀ ଚାଷୀ ହାତରେ ବର୍ଚ୍ଛା, ଖଣ୍ଡା ଏବଂ ପଥର ଧରି ଆଇନ ଶୃଙ୍ଖଳାକୁ ଅବମାନନା କରିଥିଲେ । ପୋଲିସର ବ୍ୟାରିକେଟ ଭାଙ୍ଗି ଲାଲକିଲ୍ଲା ଦୁର୍ଗ ଆଡକୁ ଅଗ୍ରସର ହୋଇଥିଲେ । ଶେଷରେ ଲାଲକିଲ୍ଲା ଭଳି ବିଜୟ ଦୁର୍ଗରେ ହିଂସା କାଣ୍ଡ ଭିଆଇବା ସହ ଜାତୀୟ ପତାକାକୁ କାଢି ଆନ୍ଦୋଳନକାରୀ ସଂଗଠନର ପତାକାକୁ ଉଡାଇଥିଲେ ।

ଭାରତର Capitol Hill Moment

କିଛିଦିନ ତଳେ ଆମେରିକାର ରାଜଧାନୀ ନ୍ୟୁୟର୍କରେ ଘଟିଥିଲା ଜଘନ୍ୟ ହିଂସା କାଣ୍ଡ । ପୂର୍ବତ୍ତନ ରାଷ୍ଟ୍ରପତିଙ୍କ ସମର୍ଥକ ତଥା ରିପ୍ଲବିକାନ ପାର୍ଟିର ଅନେକ ବ୍ୟକ୍ତି ଆମେରିକାର ସଂସଦ ଉପରେ କରିଥିଲେ ଆକ୍ରମଣ । ସେଠାରେ ଆଇନକୁ ଅବମାନନା କରିବା ସହ ପୋଡା-ଜଳା ମଧ୍ୟ କରିଥିଲେ । ସମାନ ଘଟଣା ଆଜି ଘଟିଛି ଭାରତରେ । ଭାରତର ବିଜୟ ଦୁର୍ଗ ଅର୍ଥାତ ଲାଲକିଲ୍ଲାରେ ପ୍ରବେଶ କରିଛନ୍ତି ଆନ୍ଦୋଳନକାରୀ ଚାଷୀ । କଡା ପୋଲିସ ବଳୟକୁ ଖାତିର ନକରି ହାତରେ ମାରଣାସ୍ତ୍ର ଧରି ଲାଲକିଲ୍ଲା ଅଭିମୁଖେ ହୋଇଥିଲେ ଅଗ୍ରସର । ୧୯୪୭ ମସିହାରୁ ବିଜୟ ଦୁର୍ଗରେ ଉଡିଆସୁଥିବା ତ୍ରିରଙ୍ଗାକୁ ଗଣତନ୍ତ୍ର ଦିବସରେ କରିଛନ୍ତି ଅସମ୍ମାନ । ଜାତୀୟ ପତାକାକୁ କାଢି ଆନ୍ଦୋଳନକାରୀ ଲଗାଇଛନ୍ତି ନିଜ ସଂଗଠନର ପତାକା । ଲାଲକିଲ୍ଲାକୁ କବ୍ଜା କରି ରହିଥିବା ଏହି ବିଦ୍ରୋହକାରୀଙ୍କୁ ବୁଝାଇବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ।

Leave a Reply