ଖାଦ୍ୟ ସହ ଖେଳ, କଟକ ପରେ ବ୍ରହ୍ମପୁରରେ ମାଳ ମାଳ ନକଲି କାରଖାନା

Police Sealed Several Duplicate Food Factory In Brahmapur City With In A Week

ବ୍ରହ୍ମପୁର: ଭେଜାଲ୍ ହେଉଛି ଖାଦ୍ୟ ସାମଗ୍ରୀ । ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ବଜାରରେ ବିକ୍ରି ହେଉଛି ବିଷ । ସିଲଭର ସିଟି ପରେ ସିଲ୍କ ସିଟି । ଗତ କିଛିଦିନ ହେଲା ଗଞ୍ଜାମ ଜିଲ୍ଲାରେ ବିଶେଷ କରି ବ୍ରହ୍ମପୁର ସହରରେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଉପରେ ରେଡ୍ କରୁଛି ପୋଲିସ । ଧରା ପଡ଼ୁଛି ବଡ଼ ବ୍ରାଣ୍ଡ ନାଁରେ ନକଲି କାରବାର ।

Police Sealed Several Duplicate Food Factory In Brahmapur City With In A Week

କେବଳ କଟକ କି ଭୁବନେଶ୍ୱର ନୁହେଁ ବ୍ରହ୍ମପୁର, ଯାଜପୁର, ସମ୍ବଲପୁର ସହ ବଲାଙ୍ଗିରର କଣ୍ଟାବାଞ୍ଜିରେ ଏଭଳି ନକଲି କାରଖାନା ଧରାପଡ଼ିଛି । ସବୁ ସ୍ଥାନରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ମିଳିଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ବ୍ରାଣ୍ଡ ନାଁରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ୟାକେଜିଂ କରି ବିକ୍ରି ହେଉଥିବା ଜଣାପଡ଼ିଛି ।

Police Sealed Several Duplicate Food Factory In Brahmapur City With In A Week

ଆଜି ବ୍ରହ୍ମପୁର ସଦର ଥାନା ସୁକୁଣ୍ଡା ଗାଁରେ ପୋଲିସ ନକଲି କୋଲଲ୍ଡ ଡ୍ରିଙ୍କ୍ସ କାରଖାନା ଠାବ କରିଛି । ସେଠାରୁ ବିପୁଳ ପରିମାଣରେ ନକଲି କୋଲ୍ଡ ଡ୍ରିଙ୍କ୍ସ ଜବତ ସହ ଲକ୍ଷ ଲକ୍ଷ ଟଙ୍କାର ମେସିନ ଜବତ କରାଯାଇଛି । ଏଠାରେ ବିନ୍ଦାସ୍ ବ୍ରାଣ୍ଡ ନାଁରେ ପାନୀୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ଷ୍ଟିକରିଂ ପରେ ବିନ୍ଦାସ କମ୍ପାନୀର ପ୍ରଡକ୍ଟ ପରି ଦେଖାଯାଉଥିବା ଏସବୁ ପାନୀୟ ପ୍ରକୃତରେ ବିନ୍ଦାସର ନୁହେଁ ।

Police Sealed Several Duplicate Food Factory In Brahmapur City With In A Week

ଏହା ପୂର୍ବରୁ ବି ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅଞ୍ଚଳରେ ଫ୍ୟାମିଲି ବ୍ରାଣ୍ଡ ନାଁରେ ଅପମିଶ୍ରିତ୍ର ସସ୍ ତିଆରି ହେଉଥିବା ଜଣାପଡ଼ିଥିଲା । ସେଠାରୁ ୨ ହଜାର ୩୧୨୬ଟି ବୋତଲ ଟମାଟୋ, ଚିଲି ଓ ସୋୟା ସସ୍ ସହ କମ୍ପାନୀର ଲଗୋ ଏବଂ ତିଆରୀ ସାମଗ୍ରୀ ଜବତ କରାଯାଇଥିଲା ।

Police Sealed Several Duplicate Food Factory In Brahmapur City With In A Week

ବ୍ରହ୍ମପୁର ସହରର ଲକ୍ଷ୍ମୀ ବଜାରରେ ହୋଇଥିବା ରେଡରେ ନକଲି ପାଣି ବଟଲ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଥିଲା । ସେଠାରୁ ଆକୁଆ ବ୍ଲୁ, ପିପିସା ଓ କେଣ୍ଟ ଭଳି ବ୍ରାଣ୍ଡର ବୋଟଲ ସହ ବିଭିନ୍ନ କମ୍ପାନୀର ଲଗୋ ଓ ତିଆରି ସାମଗ୍ରୀ ଜବତ କରିଥିଲା ପୋଲିସ ।

Police Sealed Several Duplicate Food Factory In Brahmapur City With In A Week

ସେହି ବଡ଼ବଜାର ଥାନା ଅଞ୍ଚଳର ଠାକୁରାଣୀ ସାହି ଅଞ୍ଚଳରେ ରେଡ୍ କରି ପୋଲିସ ବିଭିନ୍ନ ବ୍ରାଣ୍ଡର ନକଲି ଗୁଟଖା ଜବତ କରିଥିଲା । ତା’ଛଡ଼ା ଅନ୍ୟ ଏକ ରେଡରେ ଅପମିଶ୍ରିତ ହଳଦୀ, ଲଙ୍କା ଗୁଣ୍ଡ ଆଦି ମିଳିଥିଲା । ଗତ ସପ୍ତାହେ ଅପମିଶ୍ରିତ ଖାଇବା ତେଲ ମଧ୍ୟ ଜବତ କରିଥିଲା ପୋଲିସ ।

Leave a Reply