କେମିତି ହିଂସାର ରୂପ ନେଲା କୃଷକଙ୍କ ଟ୍ରାକ୍ଟର ରାଲି ?

1 min read

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ କୃଷକଙ୍କ ମାର୍ଚ୍ଚ ପାଇଁ ଦିଲ୍ଲୀ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଥିଲା । ସରକାରଙ୍କ ସହ ଏକାଧିକ ବାର ଆଲୋଚନା ପରେ ଚାଷୀ କହିଥିଲେ ସାଧାରଣତନ୍ତ୍ର ଦିବସ ପରେଡ୍ ଶେଷ ପରେ ଆରମ୍ଭ ହେବ ଟ୍ରାକ୍ଟର ରାଲି । ଏଥିସହ ରାଲି ପାଇଁ ସେମାନେ ଅଲଗା ରାସ୍ତା ଦେଇଥିଲେ ।

 Clashes, vandalism, tractors on roads How farmers' march turned violent

କିନ୍ତୁ, ରାଲି ବେଳେ ବଦଳିଗଲା ସବୁକିଛି । ନିର୍ଦ୍ଧାରିତ ଅନୁମୋଦିତ ମାର୍ଗରୁ ହଟି ଆନ୍ଦୋଳନକାରୀ କେନ୍ଦ୍ରୀୟ ଦିଲ୍ଲୀ ଆଡ଼କୁ ମୁହାଁଇଥିଲେ । ଫଳରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ । ୧୦ ହଜାରରୁ ଅଧିକ ଆନ୍ଦୋଳନକାରୀ କୃଷକ ଲମ୍ବା ଧାଡ଼ିରେ ଟ୍ରାକ୍ଟର ଧରି କେନ୍ଦ୍ରୀୟ ଦିଲ୍ଲୀର ଆଇଟିଓ ଓ ମିଣ୍ଟୋ ରୋଡ ଆଡ଼କୁ ଯାଉଥିଲେ । ସେମାନେ ବ୍ୟାରିକେଡ୍ ଭାଙ୍ଗିବା ପରେ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

 Clashes, vandalism, tractors on roads How farmers' march turned violent

ପରେ ପରେ ଆନ୍ଦୋଳନକାରୀ ଲାଲକିଲ୍ଲାରେ ଧସେଇ ପଶିଥିଲେ । ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ଯେଉଁ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରନ୍ତି ଠିକ୍ ସେଇଠି ଆନ୍ଦୋଳନରତ କୃଷକ ଉଡ଼ାଇଥିଲେ ସଂଗଠନର ପତାକା ।

 Clashes, vandalism, tractors on roads How farmers' march turned violent

ଅନ୍ୟ କିଛି କୃଷକ ଗୋଷ୍ଠୀ ଘୋଡ଼ା ଉପରେ ବସି, ଚାଲି ଚାଲି ଯିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ବାଜି କରିଥିଲେ । ଲାଲକିଲ୍ଲାରେ କୃଷକ-ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ଏକାଧିକ ପୋଲିସ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ଏକାଧିକ ସ୍ଥାନରେ ପୋଲିସ-ଆନ୍ଦୋଳନକାରୀ କୃଷକ ମୁହାଁମୁହିଁ ହୋଇଛନ୍ତି ।

 Clashes, vandalism, tractors on roads How farmers' march turned violent

ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ ଲୁହ ବୁହା ଗ୍ୟାସ ସହ ପାଣି ମାଡ଼ କରିଥିଲା । କୃଷକଙ୍କୁ କେନ୍ଦ୍ରୀୟ ଦିଲ୍ଲୀ ପହଞ୍ଚିବାକୁ ଅଟକାଇବା ଲାଗି ପୋଲିସ ଏକାଧିକ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ କରିଥିଲା । ଏପରିକି କେତକ ସ୍ଥାନରେ ପ୍ରଶାସନ ଲମ୍ବା ଟ୍ରକ, ବସ୍ ରଖି ଆନ୍ଦୋଳନକାରୀଙ୍କ ବାଟ ଓଗାଳିବାକୁ ଚେଷ୍ଟା କରିଥିଲା । କୃଷକ ଏସବୁକୁ ଖାତିର୍ ନକରି ଟ୍ରାକ୍ଟର୍ ମାଧ୍ୟମରେ ବସକୁ ଗଡ଼ାଇ ଦେଇଛନ୍ତି ।

 Clashes, vandalism, tractors on roads How farmers' march turned violent

ଆନ୍ଦୋଳନରତ ଚାଷୀଙ୍କୁ ରୋକିବାକୁ ଯାଇ ନଙ୍ଗଲୋଇରେ ପୋଲିସ ରାସ୍ତା ଉପରେ ବସି ପଡ଼ିଥିଲେ । ଆନ୍ଦୋଳନକୁ ଦେଖି ଦିଲ୍ଲୀର ଏକାଧିକ ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି । କନ୍ନଟ ପ୍ୟାଲେସ୍ ମାର୍କେଟ ବି ବନ୍ଦ ରହିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଦିଲ୍ଲୀ-ଏନସିଆରର କେତେକ ସ୍ଥାନରେ ୧୨ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।

 Clashes, vandalism, tractors on roads How farmers' march turned violent

ପାଖାପାଖି ୨ ମାସ ହେଲା କୃଷକ କେନ୍ଦ୍ରର ୩ ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି । ସରକାର ଏହି ତିନିଗୋଟି ଆଇନକୁ ଐତିହାସିକ କହିବା ସହ ଚାଷୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆଇନରେ ସଂଶୋଧନ ସହ ୧୮ ମାସ ପାଇଁ ଆଇନ୍ କାର୍ଯ୍ୟକାରୀତା ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ୩ ଆଇନ୍ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି କୃଷକ ।

Leave a Reply