ଉଗ୍ର ପୂର ନେଉଛି ଆନ୍ଦୋଳନ: ଖଣ୍ଡା ଧରି ପୋଲିସକର୍ମୀଙ୍କୁ ଘଉଡ଼େଇଲେ କୃଷକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷକ ଆଇନ ବିରୋଧରେ ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲୀ ସମୟରେ ପୋଲିସ ଏବଂ କୃଷକଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । କୃଷକ ଅନେକ ସ୍ଥାନରେ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ, ଏହାକୁ ଦେଖି ପୋଲିସ ଲାଠିଚାର୍ଜ କରିବା ଆରମ୍ଭ କରିଥିଲାଷ । ଏଥିରେ କ୍ରୋଧିତ ହୋଇ ଜଣେ କୃଷକ ଖଣ୍ଡା ଧରି ପୋଲିସକର୍ମୀ ମାନଙ୍କୁ ଘଉଡାଇବାର ଗୃଶ୍ୟ ସାମ୍ନାକୁ ଆସିଛି ।

ପ୍ରଥମେ ବାରିକେଡ ଭାଙ୍ଗିବା ପରେ, ଚାଷୀମାନେ ଲାଲ୍ କିଲାରେ ଧସେଇ ପଶିଛନ୍ତି । ପୁଲିସର କଡ଼ା ସୁରକ୍ଷାବଲୟକୁ ଭାଙ୍ଗି ଆନ୍ଦୋଳନକାରୀ ଚାଷୀ ଲାଲକିଲ୍ଲା ଭିତରକୁ ପ୍ରବେଶ କରିଛନ୍ତି। ଏବଂ ସେଠାରେ ପହଞ୍ଚି ନାରାବାଜି କରିବା ସହ ଚାଷୀ ସଙ୍ଗଠନର ପତାକାକୁ ଲାଲକିଲ୍ଲା ଉପରେ ଲଗାଇବାକୁ ଚେଷ୍ଟା କରିଛନ୍ତି।

 

ଆଇଟିଓ ଛକରୁ ଦିଲ୍ଲୀର ଅନେକ ସ୍ଥାନରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଚାଷୀ ପୁଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଛନ୍ତି। କେବଳ ସେତିକି ନୁହେଁ ଜଣେ ଆନ୍ଦୋଳନକାରୀ ରାଜପଥରେ ପୁଲିସ ଉପରକୁ ଖଣ୍ଡା ଧରି ଗୋଡାଇଛନ୍ତି । ନିକଟରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନାହାନ୍ତି। ପରେ ପୁଲିସ ଉକ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ କାବୁ କରିନେଇଛି।

ଚାଷୀଙ୍କ ରାଗରୁ ପବ୍ଲିକ ଟ୍ରାନ୍ସପୋର୍ଟ ବି ବର୍ତ୍ତି ନାହିଁ। ଅନେକ ବସକୁ ଭଙ୍ଗା ରୁଜା କରିଛନ୍ତି ଚାଷୀ। ଶାନ୍ତିପୂର୍ଣ୍ଣ ଭାବେ ହେବାକୁ ଥିବା ଏହି ଚାଷୀଙ୍କ ଟ୍ରାକଟର ରାଲି ଏବେ ରାଜଧାନୀ ଦିଲ୍ଲୀରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଛି।

Leave a Reply