ଦିଲ୍ଲୀରେ ଉଗ୍ର ହେଉଛନ୍ତି ଆନ୍ଦୋଳନକାରୀ; ରାତି ୧୨ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରାତି ୧୨ ଟା ପର୍ଯ୍ୟନ୍ତ ବନ୍ଦ ହେଲା ଇଣ୍ଟରନେଟ ସେବା । ଆନ୍ଦୋଳନକାରୀ ଚାଷୀଙ୍କ ହିଂସା ଘଟଣାକୁ ନେଇ ଏଭଳି ନିଷ୍ପତି ନେଇଛି  ଗୃହମନ୍ତ୍ରାଳୟ । ସାଧାରଣତନ୍ତ୍ର ଦିବସର ସୁଯୋଗ ନେଇ ରାଜଧାନୀ ଦିଲ୍ଲୀରେ ହିଂସାକାଣ୍ଡ ଘଟାଇଛନ୍ତି ଆନ୍ଦୋଳନକାରୀ । ପରେଡ ପାଇଁ ଅନୁମତି ମିଳିଥବା ରୋଡ ପରିବର୍ତ୍ତେ ଅନ୍ୟ ରୋଡରେ ପ୍ରତିବାଦକାରୀ ଧସାଇ ପସିଥିଲେ । ଶେଷରେ ଲାଲକିଲ୍ଲା ଦୁର୍ଗରେ ମଧ୍ୟ ଘଟାଇଥିଲେ ହିଂସାକାଣ୍ଡ ।

ଉଗ୍ର ଆନ୍ଦୋଳନକାରୀଙ୍କ ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ  ସିଙ୍ଘୁ ବର୍ଡର, ଗାଜୀପୁର ବର୍ଡର, ଟିକିର ବର୍ଡର, ମୁକରବା ଚୌକ ଏବଂ ନାଙ୍ଗଲୋଇ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଛି  ।   ଆଇନରକ୍ଷକକାରୀଙ୍କୁ ଆକ୍ରମଣ କରିବା ସହ ହାତରେ ଖଣ୍ଡା,ବର୍ଚ୍ଛା ଏବଂ ପଥର ଧରି ପୋଲିସକୁ କରିଥିଲେ ଆକ୍ରମଣ । ଲାଲକିଲ୍ଲା ଭଳି ଭାରତର ବିଜୟ ଦୁର୍ଗରେ ଉଡାଇଥିଲେ ଆନ୍ଦୋଳନକରୁଥିବା ସଂଗଠନର ପତାକା । ସେପଟେ ରାଜଧାନୀରେ ଚାଷୀଙ୍କ ଏଭଳି ଘଟଣା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛି ।

ଦିଲ୍ଲୀରେ ଏକପ୍ରକାର ଜାତାୟତକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ବ୍ୟାପକ ଫୋର୍ସ ମୁତୟନ ହେବା ସହ ଚାଷୀଙ୍କୁ ଘଉଡାଇବାରେ ଲାଗିଛି ପୋଲିସ । ତେଣୁ ଆଗକୁ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବିଳମ୍ବିତ ରାତି  ପର୍ଯ୍ୟନ୍ତ ସମଗ୍ର ଦିଲ୍ଲୀରେ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ  ।

Leave a Reply