spot_img
Home Blog Page 6228

ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଜଭୁତ ହେବ ବିଜେଡିର ସଂଗଠନ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ଆଜି ବସିଛି ଯୁବ ବିଜେଡି କାର୍ଯ୍ୟକାରିଣୀ । ଏଥିରେ ରାଜନୈତିକ ପ୍ରସ୍ତାବ ନେଇ ଆଲୋଚନା ହୋଇଛି । ଯେଉଁଠି ବର୍ଷ ଯାକର ଖସଡ଼ା ପ୍ରସ୍ତୁତ କରାଯିବ । ଗାଁକୁ ଯାଇ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚାଇବେ ନବୀନଙ୍କ ଯୁବ ବ୍ରିଗେଡ୍‌ । ଏନେଇ ବୈଠକରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ । ତୃଣମୂଳସ୍ତରରେ ଦଳକୁ ଅଧିକ ସଦୃଢ଼ କରିବା ଲକ୍ଷ୍ୟରେ ଯୁବକର୍ମୀଙ୍କୁ ଦିଆଯିବ ଗୁରୁଦାୟିତ୍ବ । ମହାମାରୀ ସମୟରେ ଲୋକଙ୍କ ପାଖରେ କିପରି ସେବା ପହଞ୍ଚିପାରିବ, ତାହା ଯୁବ ବିଜେଡି କର୍ମୀ ବୁଝିବେ । ସେହିପରି ଡିସେମ୍ବର ୨୦ରେ ବିଜେଡିର କାର୍ଯ୍ୟକାରିଣୀ ବସିବ । ଦଳର ସଭାପତିଙ୍କ ସମେତ ୮୧ ଜଣ ସଦସ୍ୟ ଯୋଗଦେବେ । ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ଦାୟିତ୍ବ ଦେବେ ସଭାପତି । ଡିସେମ୍ବର ୨୧ରେ ୩୫୦ ରାଜ୍ୟ ପରିଷଦ ସଦସ୍ୟଙ୍କ ବୈଠକ ନେବେ ନବୀନ ।

ଓଡ଼ିଶାର ଯୁବକ ଯୁବତୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି । ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ବଳିଷ୍ଠ ଇତିହାସକୁ ପାଥେୟ କରି ଓଡ଼ିଶାର ଯୁବପିଢିକୁ ଅନୁପ୍ରାଣିତ କରିବା ପାଇଁ ଏବଂ ଓଡ଼ିଶା ଅଭିଯାନରେ ଅଗ୍ରଣୀ ଭୂମିକାରେ ସ୍ଥାନ ନିରୁପଣ କରିବାକୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି । ଓଡ଼ିଶା ହେଉଛି କୃଷି ପ୍ରଧାନ ରାଜ୍ୟ ।

କୃଷି ହେଉଛି ଓଡ଼ିଶାର ଅର୍ଥନୀତି ଓ ସଂସ୍କୃତିର ମୂଳଭିତ୍ତି । ରାଜ୍ୟ ସରକାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବହୁ ବୈଷୟିକ ପରିବର୍ତ୍ତନ ଆଣିଛନ୍ତି । କୃଷି କ୍ୟାବିନେଟ, ସ୍ୱତନ୍ତ୍ର କୃଷି ବଜେଟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗଠନ ଆଦି ଯୁଗାନ୍ତକାରୀ ପଦକ୍ଷେପ କୃଷିକୁ ଏକ ସମ୍ମାନଜନକ ପେସାରେ ପରିଣତ କରାଇପାରିଛି । ତେଣୁ ଅଧିକରୁ ଅଧୁକ ଯୁବପିଢ଼ିଙ୍କୁ ବୈଷୟିକ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରୋତ୍ସାହନ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି ।

ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ଯୁବଶକ୍ତିର ଅଗ୍ରଣୀ ଭୂମିକା ରହିବ । ତେଣୁ ଯୁବଶକ୍ତିର ଉପଯୁକ୍ତ ବ୍ୟବହାର କ୍ଷେତ୍ରରେ ସରକାର ଦୃଷ୍ଟି ଦେବେ । କ୍ରମାଗତ ଭାବେ କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରିଆସିଛନ୍ତି । କୋଇଲା ରୟାଲ୍‌ଟି, ରେଳପଥର ବିକାଶ, ପରିବେଶ ସେସ୍ ଓ ଶିଳ୍ପ କରିଡର ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି । ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ଏହା ବିରୋଧରେ ରାଜନୈତିକ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଯୁବ ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି।

ତୁରେକେଲା ଅଞ୍ଚଳରେ ହାତୀପଲଙ୍କ ଆକ୍ରମଣ, ସେପଟେ କୁଳଢିଆ ଅଭୟାରଣ୍ୟରେ ମାଇ ହାତୀର ମୃତ ଦେହ ଠାବ

ବଲାଙ୍ଗୀର/ବାଲେଶ୍ୱର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରେ ହାତୀ ଆତଙ୍କ । ଗତ ଏକ ମାସରୁ ଅଧିକ ଦିନ ହେବ ୩୦ ଟିକିଆ ହାତୀ ପଲ ତୁରେକେଲା ଅଞ୍ଚଳର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ବିଲମ୍ବିତ ରାତି ମାଲପାମୁଣ୍ଡା ଗାଁରେ ହାତି ପଲ ପସି ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି । ବର୍ଷକର ଅମଳ କରିଥିବା ଧାନକୁ ହାତୀ ଖାଇ ଦେଇଛନ୍ତି । ପନିପରିବା , କଦଳି ଚାଷ ସବୁ ନଷ୍ଟ କରି ଦେଇଛନ୍ତି ହାତୀପଲ । ପଡାର କେତେକ ଲୋକଙ୍କ ଘର ମଧ୍ୟ ଭାଙ୍ଗିଛନ୍ତି ହାତୀପଲ । ବନ ବିଭାଗ ଠିକରେ କାମ କରୁନଥିବା ବେଳେ ରେଞ୍ଜର ଗାଁକୁ ଆସୁନଥିବା ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ଲୋକେ ।

 

ସେପଟେ ବାଲେଶ୍ୱର ନିଳଗିରି ଉପଖଣ୍ଡ କୁଳଢିଆ ଅଭୟାରଣ୍ୟରେ ମାଇ ହାତୀର ମୃତ ଦେହ ଠାବ । ହାତୀଟିର ମୃତ୍ୟୁର କାରଣ ଜଣାପଡ଼ିନାହିଁ  । ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଛେଦ କରୁଛି । ହାତୀ କୁଳଡିହା ବନାଞ୍ଚଳ ଅଧିକାରୀ ଓ ସବୁଜ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ବ୍ୟବଛେଦ ରିପୋର୍ଟ ଆସିଲା ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ଅଧିକାରୀ କହିଛନ୍ତି ।

ପଦାରେ ପଡ଼ିଲା ପୋଲିସ ବାବୁଙ୍କର ଇଲିଗାଲ ପ୍ରେମ, ମହିଳା କନଷ୍ଟେବଳଙ୍କୁ ପ୍ରେମ ପ୍ରତାଣା କରିଥିବା ଅଭିଯୋଗ

ମାଲକାନଗିରି: ପୋଲିସ ପଞ୍ଝାରେ ରସିକିଆ ପୋଲିସ ଅଧିକାରୀ । ପଦାରେ ପଡ଼ିଲା ପୋଲିସ ବାବୁଙ୍କର ଇଲିଗାଲ ପ୍ରେମ । ମାଲକାନଗିରି ସଦର ଡିଏସପିଙ୍କ ପ୍ରେମ ପ୍ରତାରଣା । ଡିଏସପି ଅକ୍ଷୟ ନାୟକଙ୍କୁ ଗିରଫ କଲା  କଳାହାଣ୍ଡି ପୋଲିସ । ବିବାହିତା ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ଫସିଲେ ଥାନାଧିକାରୀ ।

କେସିଙ୍ଗା ଥାନାରେ ମାମଲା ରୁଜୁ ପରେ ଡିଏସପି ମହାସୟଙ୍କୁ ଗିରଫ କରାଯାଇଛି । କୋଟ ଚାଲାଣ କରାଯିବ । ମହିଳାଙ୍କୁ ସୁରକ୍ଷା ଦେବା ହେଉଛି ପୋଲିସ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ । ହେଲେ ପୋଲିସ ବାବୁ ମାନଙ୍କର ଏଭଳି ଆଜରଣ ପାଇଁ ଏବେ ଧିରେ ଧିରେ ପୋଲିସ ଉପରୁ ବିଶ୍ୱସ ହଟିବାରେ ଲାଗିଛି ।

ଯାଜପୁର ଧର୍ମଶାଳାରୁ ଯୁବତୀ ହୋଇଥିଲେ ଅପହରଣ କଟକରୁ ହେଲେ ଉଦ୍ଧାର, ଅଭିଯୁକ୍ତ ଗିରଫ

0

ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ଅପହୃତ ଯୁବତୀ ଉଦ୍ଧାର। କଟକରୁ ଯୁବତୀ ଜଣଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଏନେଇ ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିବ । ଏଥିସହ ଅଭିଯୁକ୍ତଙ୍କୁ ପଚରାଉଚରା କରି ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆଣିବ । ସେପଟେ ଝିଅକୁ ମାନସିକ ନିର୍ଯାତନା ଦିଆଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।

ତାଙ୍କୁ କଟକକୁ ବିବାହ ପାଇଁ ନିଆଯାଉଥିଲା । ଅଭିଯୁକ୍ତଙ୍କ ସହ ତାଙ୍କ ପରିବାର ଲୋକେ ମଧ୍ୟ ଏହି ଘଟଣାରେ ସାମିଲ ଥିବା ଅଭିଯୋଗ ହୋଇଛି । ଗତ ଡିସେମ୍ବର ୫ରେ ଯୁବତୀ ଜଣକ କଲେଜକୁ ମାଇଗ୍ରେସନ ସାର୍ଟିଫିକେଟ ନେବା ପାଇଁ ଯାଇଥିବା ବେଳେ ଅପହରଣ ହୋଇଥିଲେ।

ଖାଲି ଆମାଜନ ନୁହେଁ “ସେଲ ଭାଇ ” ସପିଂ ଆପ୍‌ରେ ମିଳୁଛି ନିର୍ମାଲ୍ୟ

ପୁରୀ: ଆମାଜନ, ପିନରେଷ୍ଟ ପରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ସଂସ୍ଥା । ଅନଲାଇନରେ ବିକ୍ରି ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ମୁଲ୍ୟ ପ୍ରସାଦ । “ସେଲ ଭାଇ ” ନାମକ ଏହି ସଂସ୍ଥା ଅନଲାଇନରେ ଖଜା, ନିର୍ମାଲ୍ୟ, ବଲ୍ଳଭ, ଜଗନ୍ନାଥ ଙ୍କ ଫଟର ଏକ ପ୍ୟାକେଟ ପ୍ରସ୍ତୁତ କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି । ତେବେ ସମ୍ପୃକ୍ତ ସଂସ୍ଥା ୮୦୦ ଗ୍ରାମର ପ୍ୟାକେଟକୁ ୩୩୨ ଟଙ୍କାରେ ବିକ୍ରି କରୁଛି ।

ସେଲ୍ ଭାଇ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ଏତଲା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଗୋଟେ ପରେ ଗୋଟେ ସଂସ୍ଥା ଏହି ଭଳି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା କୁ ବିକ୍ରି କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏନେଇ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି ।

ପୂର୍ବ ଶତ୍ରୁତା କାରଣରୁ ଫଳ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବଲାଙ୍ଗୀର: ବଲାଙ୍ଗୀର ବସଷ୍ଟାଣ୍ଡ ନିକଟରେ ଥିବା ଭେଣ୍ଡିଙ୍ଗ ଜୋନ୍ ଫଳ ବଜାରରେ ବିଳମ୍ବିତ ରାତିରେ କେହି ଦୃବୁତ୍ତ ନିଆଁ ଲଗାଇ ଦେଇଛି । ପୂର୍ବ ଶତ୍ରୁତାକୁ ନେଇ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସମ୍ପୂର୍ଣ୍ଣ ଭାବେ ୭ରୁ ୮ଟି  ଫଳ ଦୋକାନ ଜଳିଯାଇଛି । ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଫଳ ପୋଡ଼ି ଯାଇଛି ।

ଦୋକାନ ଭିତରେ ଶୋଇଥିବା ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି । ଗୁରୁତର ଯୁବକଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି କୁନୁ ଘିବେଳା, ତାଙ୍କ ଶରୀରର ୪୦ପ୍ରତିଶତ ପୋଡିଯାଇଛି ।

ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାବାହିନୀ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନାଗିରି: ମାଓକ୍ୟାମ୍ପ ଧ୍ୱଂସ । ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାବାହିନୀ । ମିରପୁର ଥାନା ଅଞ୍ଚଳ ତିମେନାର-ଇନ୍ଦ୍ରିପାଳ ଜଙ୍ଗଲରେ ଚାଲିଥିଲା ମାଓ ଶିବିର ଥିବା ସୂଚନା ପାଇ ପୋଲିସ ଓ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସମଗ୍ରୀ ଜବତ ହୋଇଥିବା ବେଳେ ମାଓବାଦୀ ଚମ୍ପଟ ମାରିଛନ୍ତି । ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଅନ୍ୟ କାହା ଜମିରେ ‘ମୋ ଉପକାରୀ ବଗିଚା’ର ଫଳକ ଲଗାଇ ଅର୍ଥ ହଡ଼ପ ଅଭିଯୋଗ

ଆନନ୍ଦପୁର: ‘ମୋ ଉପକାରୀ ବଗିଚା’ ନାଁ ରେ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ । ଅନ୍ୟ କାହାର ଚାଷ ଜମିରେ ଫଳକ ଲଗାଇ ହୋଇଛି ଅର୍ଥ ଲୁଟ । ଏଭଳି ଏକ ଘଟଣା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅତାସାହି ଗାଁରେ ଦେଖିବାକୁ ମିଳିଛି । ସନାତନ ସାହୁ ନାମକ ଜଣେ ଚାଷୀ ନିଜ ପୈତୃକ ଜମିରେ ପନିପରିବା ଚାଷ କରିଥିଲେ ।

ସମ୍ପୃକ୍ତ ଜମି ଉପରେ ସନାତନଙ୍କର ଜଣେ ସମ୍ପର୍କୀୟ ମନରେଗା ଯୋଜନାରେ ମୋ ଉପକାରୀ ବଗିଚା ର ସୂଚନା ଫଳକ ଲଗାଇ ୪୦ ହଜାର ରୁ ଉର୍ଦ୍ଧ୍ୱ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ତେବେ ସୂଚନା ଫଳକରେ ଥିବା ନାରେ କୌଣସି ଜମି ନଥିବା ବେଳେ କୌଣସି ତଦନ୍ତ ନକରି ସେମାନଙ୍କୁ ଏହି ଯୋଜନା ରେ କିପରି ସାମିଲ କରାଗଲା ତାହାକୁ ନେଇ  ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ  ଏନେଇ ଆମେ ଘଷିପୁରା ବିଡ଼ିଓଙ୍କୁ ପଚାରିବା ପରେ ସଂପୃକ୍ତ କାର୍ଯ୍ୟରେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି ବିଡ଼ିଓ ମହାଶୟ । ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଅଭିଯୋଗ ପରେ ସୂଚନା ଫଳକରୁ ଦୁଇ ଜଣ ଚାଷୀଙ୍କ ନାମ କୁ ଲିଭାଇ ଦିଆଯାଇଛି ।

ଆଜି ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ ନାହିଁ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୧୮/୧୨/୨୦୨୦ ଶୁକ୍ରବାର, ଧନୁ ୪ଦିନ, ୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, ମାର୍ଗଶିର ଶୁକ୍ଳ ୪ର୍ଥୀ ଦିବା ୨:୨୩ ଗତେ ୫ମୀ

– ମକର ଅହୋରାତ୍ର

– ଶ୍ରବଣା ସଂଧ୍ୟା ୦୭:୦୪ ଗତେ ଧନିଷ୍ଠା ନକ୍ଷତ୍ର

– ଘାତ ଚନ୍ଦ୍ର – ସିଂହ ରାଶିର ଅହୋରାତ୍ର

– ଘାତ ବାର – ବିଛା ଧନୁ ଓ ମୀନ ରାଶିର

– ଯୋଗିନି – ନୈଋତେ ଦିବା ୦୨:୨୩ ଗତେ ଦକ୍ଷିଣେ

– ପୁଷ୍କର ଦୋଷ – ନାସ୍ତି

– ନିଷିଦ୍ଧ ଖାଦ୍ୟ – ମୂଳା

– ଶୁଭ ସମୟ –

ପ୍ରାତଃ ୦୭:୪୫ ରୁ ୦୯:୦୧

ଦିବା ୧୨:୦୪ ରୁ ୦୨:୫୭

ଦିବା ୦୩:୪୧ ରୁ ୦୫:୦୭

ସଂଧ୍ୟା ୬ଟା ରୁ ରାତି ୦୯:୩୧

– ଅଶୁଭ ସମୟ –

ଦିବା ୦୯:୦୧ ରୁ ୧୧:୪୩

ରାତ୍ର ୦୮:୨୫ ରୁ ୧୦:୦୪

 

ମେଷ ରାଶି

ଆଶ୍ୱିନୀ – ନିଜର ସକ୍ଷ ମୁତାବକ କିଛି ଖାଦ୍ୟ କୌଣସି ଜିବକୁ ଖାଇବାକୁ ଦିଅନ୍ତୁ ମନର ଆଶା ପୂରଣ ହେବ ।

ଦ୍ୱିଜା ନକ୍ଷତ୍ର – ଆଜି ଗଙ୍ଗାଜଳ ସହିତ ହଳଦି ମିଶାଇ ଗୃହରେ ମା’ ଲକ୍ଷ୍ମୀଙ୍କୁ ସ୍ନାନ କରାନ୍ତୁ ଏବଂ ପାଦୁକା ପାଆନ୍ତୁ ଆର୍ଶିବାଦ ମିଳିବ ।

କୃତ୍ତିକା ନକ୍ଷତ୍ର- ଆଜି ଅଶ୍ୱତ୍ଥମୂଳରେ ରାଶିତେଲର ଦ୍ୱୀପଦେଇ ଓଁ ହଂ ହନୁମତେ ନମଃ ୨୭ଥର ଜପକରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ମୟୁର ବର୍ଣ୍ଣ

– ହନୁମାନମନ୍ଦିର ଦର୍ଶନ କରନ୍ତୁ କଲ୍ୟାଣ ହେବ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଆଜି ଲାଲରଙ୍ଗର ବସ୍ତ୍ର ଦେବୀଙ୍କୁ ସମର୍ପି କୌଣସି ଅସହାୟକୁ ଦାନ କରନ୍ତୁ କଲ୍ୟାଣ ହେବ ।

ରୋହିଣି ନକ୍ଷତ୍ର – ଆଜି ମନର ଆଶାଜନକ ଦିବସଟିଏ ରହିବ, ଚେଷ୍ଟା ମୁତାବକ ଫଲ ପ୍ରାପ୍ତହେବ, ଦୁର୍ଗା ମା’ଙ୍କର ସ୍ତୁତି ପାଠ କରନ୍ତୁ କଲ୍ୟାଣ ହେବ ।

ମୃଗଶିରା ନକ୍ଷତ୍ର – ଚାକିରି ହେଉ କିମ୍ବା ବ୍ୟବସାୟ ପ୍ରତି କାର୍ଯ୍ୟରେ ଶୁଭଫଳ ପ୍ରାପ୍ତ ହେବ, ପାରାଙ୍କୁ ସୋରିଷ ଖୁଆଇବେ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସୁନେଲି କିମ୍ବା ବାଦାମି

– ସୋରିଷ ତେଲର ଦ୍ବୀପରେ ଲୁହାକଣ୍ଟା ପକାଇ ଓଁ ଶଂ ଶନିଶ୍ଚରାୟ ନମଃ ଜପକରନ୍ତୁ କଲ୍ୟାଣ ହେବ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ହେବାକୁ ଥିବା କାମ ବିଗିଡିଯିବ ଏବଂ ପ୍ରତି କଥାରେ ନକରାତ୍ମକ ପ୍ରଭାବ ମିଳିବ ତେଣୁ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ମନୋବାଞ୍ଛିତ ଫଳ ମିଳିବ॥

ଆର୍ଦ୍ରା ନକ୍ଷତ୍ର – ଆଜି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ ନହେଲେ ନିଜର କ୍ଷତି ହେବ, ହନୁମାନଚାଳିଷା ଜପ କରନ୍ତୁ କଲ୍ୟାଣ ହେବ ।

ପୂନର୍ବସୁ ନକ୍ଷତ୍ର – ଆଜି ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ତେଣୁ ଓଁ ଅଞ୍ଜନେୟାୟ ନମଃ ୧୦୮ ଜପ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସିମେଣ୍ଟ ବର୍ଣ୍ଣ

– ଆଜି ପାଖରେ ଅଶ୍ବତ୍ଥ ଚେର ରଖନ୍ତୁ କଲ୍ୟାଣ ହେବ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ଆଜି ନିଜର ଆଶାଜନକ କାର୍ଯ୍ୟ ପୂରଣ ହେବ, କିଛି ଖାଦ୍ୟ କୌଣସି କଳା ଜିବଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ପୂଷ୍ୟା ନକ୍ଷତ୍ର – ଆଜି ମନ ଦ୍ବନ୍ଦପୂଣ୍ଣ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ସମସ୍ୟା ଉପୁଜିବ, ଓଁ ନମଃ ଶିବାୟ ୧୦୮ଥର ଜପ କରନ୍ତୁ କଲ୍ୟାଣ ହେବ ।

ଅଶ୍ଲେଷା ନକ୍ଷତ୍ର – ଖୁସିପରିବେଷ ସହିତ ଆତ୍ମବଳ ବଢିବ,ଲକ୍ଷ ପୂର୍ଣ୍ଣ ହେବ, ସ୍ନାନପରେ ଗୃହର ଦକ୍ଷିଣ ଦିଗରେ ହନୁମାନଙ୍କ ନିମନ୍ତେ ଘୃତଦ୍ବୀପ ଦିଅନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ହଳଦିଆ

– ଆଜି ଗୃହର ଦେବତାଙ୍କୁ ଅନ୍ନଭୋଗ ଲଗାଇ ଗାଇଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ସିଂହ ରାଶି

ମଘା ନକ୍ଷତ୍ର – ଆଜି ଆପଣଙ୍କୁ ଯୋଗ୍ୟତା ବିକାଶ କରିବାର ସୁଯୋଗ ମିଳିବ ଏବଂ କିଛି ନୂଆ ଶିଖିବାର ଆଗ୍ରହ ଦିନଭରି ବ୍ୟସ୍ତ ରଖିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଆଜି ନିଜ ଗୃହରେ ମା ଲକ୍ଷ୍ମୀଙ୍କୁ ହଳଦିଆ ଫୁଲ ଏବଂ ବସ୍ତ୍ର ରେ ସଜାନ୍ତୁ ଆର୍ଶିବାଦ ମିଳିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – କାର୍ଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଶରୀରରେ ଯନ୍ତ୍ରଣା ଭୋଗିବେ, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଧୁସର

– ଆଜି ଗହମ ପକ୍ଷୀମାନଙ୍କୁ ଦିଅନ୍ତୁ କଲ୍ୟାଣ ହେବ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଜି ଆତ୍ମବଳ ବଢିବ, କୌଣସି ଲକ୍ଷ ପୂର୍ଣ୍ଣ ହେବ, ଓଁ ଗୁରବେ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ହସ୍ତା ନକ୍ଷତ୍ର – ଆଜି କାମଗୁଡିକ ଅଧୁରା ରହିଯିବ ଓ ଆତ୍ମବଳ କମିଜିବ ତେଣୁ ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ ।

ଚିତ୍ରା ନକ୍ଷତ୍ର – ଛେନା ମାଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ହଳଦିଆ

– ଗାୟତ୍ରୀ ମନ୍ତ୍ର ୨୧ଥର ଜପ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସବୁଜ

– ଶିତଦିନ କମ୍ବଳ ଦାନ କରନ୍ତୁ କଲ୍ୟାଣ ହେବ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଭାବିଥିବା କିମ୍ବା ଚେଷ୍ଟା କରୁଥିବା କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବାରେ ବାଧା ଉପୁଜିବ, ଆଜି ଖଣ୍ଡେ ଆଦା ପାଟିରେ ରଖି ଦିନ ଅତିବାହିତ କରନ୍ତୁ ।

ସ୍ୱାତୀ ନକ୍ଷତ୍ର – ପ୍ରତି ମୂହୁର୍ତ୍ତରେ ମନ ଭିତରେ କିଛି ଚିନ୍ତା ରହିବ ତେଣୁ ସ୍ନାନସାରି ମହାମୃତ୍ୟୁଞ୍ଜୟ ୫୪ଥର ପାଠକରନ୍ତୁ କଲ୍ୟାଣ ହେବ ।

ବିଶାଖା ନକ୍ଷତ୍ର – ନିଜର ଆତ୍ମିୟ ବନ୍ଧୁବାନ୍ଧବ ଓ ସାଙ୍ଗସାଥି ଙ୍କର ସହଯୋଗ ରହିବ ଫଳରେ ଦିନଟି ସହଜରେ କଟିବ, ଲବଙ୍ଗ ପାଟିରେ ରଖି ଦିନକାଟନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଲାଲ

– ଚନ୍ଦନ ଟିକା ମଥାରେ ଲଗାନ୍ତୁ କଲ୍ୟାଣ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର – ବାଧାବିଘ୍ନର ସୂଚନା ରହିଛି ତେଣୁ ଆଜି ନିଜର ଯୋଜନା ଗୁଡିକ ଗୁପ୍ତ ରଖନ୍ତୁ ଏବଂ ରୁଟିଗୁଡ ଗାଇଙ୍କୁ ଖୁଆନ୍ତୁ କଲ୍ୟାଣ ହେବ ।

ଅନୁରାଧା ନକ୍ଷତ୍ର – ମାନସିକଚାପ ବଢିବ, ଆର୍ଥିକ ଅଭାବ ରହିବ ତେଣୁ ଆଜି କାଉଙ୍କୁ ରୁଟି ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ଆଜି ଆତ୍ମସମ୍ମାନ ବୃଦ୍ଧି ହେବ ଏବଂ ଶୁଭରେ ଶୁଭରେ ଦିନ କଟିବ, ପାଠ୍ୟ ଉପକରଣ ଗରିବ ପିଲାଙ୍କୁ ଦିଅନ୍ତୁ କଲ୍ୟାଣ ହେବ ।

– ଶୁଭରଙ୍ଗ – ଖଇରିଆ

– ଆମିଷ ଖାଇନ୍ତୁ ନାହିଁ ଏବଂ ଗାୟତ୍ରି ମନ୍ତ୍ର ୨୭ଥର ଜପ କରନ୍ତୁ କଲ୍ୟାଣ ହେବ ।

ଧନୁ ରାଶି

ଆଶାଜନକ ପରିବେଷ ପରିସ୍ଥିତି ରହି ମନକୁ ସକରାତ୍ମକ ପ୍ରଭାବମୋକପ ମନେ ମନେ ଓଁ କୁବେରାୟ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ପୂର୍ବଷାଢା ନକ୍ଷତ୍ର – ଆଜି ମନ ଦୁର୍ବଳ ରହିବ, ସ୍ନାନବେଳେ ତେଲ ଲଗାଇବେ ନାହିଁ ଏବଂ ବାଧିଲା ଭଳିଆ କାହାକୁ କହିବେ ନାହିଁ  ।

ଉତ୍ତରାଷାଢା ନକ୍ଷତ୍ର – କିଛି ନା କିଛି ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ, ମହୁ କିମ୍ବା ମିଠା ଖାଇ ଦିନ ଆରମ୍ଭ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଧଳା

– ଆଜି ଘର ସାମ୍ମାରେ କଦଳୀ ଗଛଟିଏ ଲଗାନ୍ତୁଜ କଲ୍ୟାଣ ହେବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଆଜି ରୁଟିଗୁଡ ବୃଷଭଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୂରଣ ହେବ ।

ଶ୍ରବଣା ନକ୍ଷତ୍ର – ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ ।

ଧନିଷ୍ଠା ନକ୍ଷତ୍ର – ଆଜି ବାରିଅଁଳା ବୃକ୍ଷର ଚେର ପାଖରେ ରଖିବେ ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।

– ଶୁଭ ରଙ୍ଗ – ସବୁଜ

– ହରେ କୃଷ୍ଣ ହରେ ରାମ ୧୦୮ ଜପ କରୁନ୍ତୁ କଲ୍ୟାଣ ହେବ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ, ସ୍ନାନସାରି   ହନୁମାନ ଚାଳିଷା ଜପ କରନ୍ତୁ କଲ୍ୟାଣ ହେବ ।

ଶତଭିଷା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, ଆଜି ବଉଳକୋଳି ଗଛ ମୂଳରେ ହଳଦିଜଳ ଦିଅନ୍ତୁ କଲ୍ୟାଣ ହେବ ।

ପୂର୍ବଭାଦ୍ର ନକ୍ଷତ୍ର – ଆୟ ଠାରୁ ବ୍ୟୟ ଅଧିକ ହେବ, ସ୍ନାନପରେ ଲକ୍ଷ୍ମୀଙ୍କର ସ୍ତୁତି କିମ୍ବା ଶ୍ରୀସୁକ୍ତ ପାଠ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସବୁଜ ରଙ୍ଗ

– ୭ଟି ଗାଇଙ୍କୁ ରୁଟିଗୁଡ ଖୁଆନ୍ତୁ କଲ୍ୟାଣ ହେବ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ଆଜି ସକାଳୁ ତୁଳସିଚଉରା ମୂଳରେ ଜଳ ଅର୍ପଣ କରି ମଥାରେ ଚଉରାମୂଳ ମାଟିକୁ ଟିକା ଲଗାନ୍ତୁ ଦିନଟି ମନମୁତାବକ ରହିବ ।

ଉତ୍ତରଭାଦ୍ର ନକ୍ଷତ୍ର – ଆଜି ଗୋଟେ କଳାକମ୍ବଳ କୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ଏବଂ କଳାଜିବଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ରେବତୀ ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରିବେ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ହଳଦିଆ

– ମଙ୍ଗଳା ମନ୍ଦିର ଦର୍ଶନ କରନ୍ତୁ କଲ୍ୟାଣ ହେବ ।

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

ବୋଲେରୋକୁ ସାମ୍ନାପଟୁ ଧକ୍କା ଦେଲା ଟ୍ରକ୍‌, ସ୍ୱାମୀ-ସ୍ତ୍ରୀ ମୃତ ୫ ଗୁରୁତର

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନୂଆପଡ଼ା ବିଲେଞ୍ଜର ଗାଁ ଛକ ଠାରେ ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଝିଅ ଓ ନାତୁଣୀଙ୍କ ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତର ମାନଙ୍କୁ ରାୟପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ମୃତକମାନେ ହେଲେ ଗଜେନ୍ଦ୍ର ଦଣ୍ଡସେନା ଓ ସୁଦେଷ୍ଣା ଦଣ୍ଡସେନା। ସେହିପରି ଗୁରୁତର ଆହତମାନେ ହେଲେ ଦୁଲ୍ଲଭି ଦଣ୍ଡସେନା, ଜୟ ପ୍ରକାଶ ଗହୀର, ଲୀଲାବତି ବାଗ, ଗିରିଧାରୀ ବାଗ ଓ ରିଦ୍ଧି ପାତ୍ର ।

ତରବୋଡ଼ ଗାଁ ର ଗଜେନ୍ଦ୍ର ଦଣ୍ଡସେନା ଓ ତାଙ୍କ ସ୍ତ୍ରୀ ସୁଦେଶନା ଦଣ୍ଡସେନା ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାକୁ ବୋଲେରୋ ଗାଡ଼ିରେ ଯାଇ କାମ ସରିବା ପରେ ନିଜ ଘର ତରବୋଡ଼କୁ ଫେରୁଥିଲେ । ରାତି ପ୍ରାୟ ୧୨ ଟା ସମୟରେ ବିଲେଞ୍ଜର ଠାରେ ସାମ୍ନାପଟୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ସ୍ୱାମୀ ସ୍ତ୍ରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସାଙ୍ଗରେ ଥିବା ଝିଅ ଓ ନାତୁଣୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି ।