spot_img
Home Blog Page 6226

ଆସୁଛି Samsungର ନୂଆ ପ୍ରଡକ୍ଟ , Air Dresser ସାହାଯ୍ୟରେ ଫଟାଫଟ ସଫା ହେବ ପୋଷାକ

ନୂଆଦିଲ୍ଲୀ: ଇଲେକଟ୍ରୋନିକ ଲେଜେଣ୍ଡ Samsung ନିଜର ପ୍ରଡକ୍ଟ ପୋର୍ଟଫୋଲିଓ ବିସ୍ତାର କରିବାରେ ବ୍ୟସ୍ତ । ଦକ୍ଷିଣ କୋରିଆର ଏହି କମ୍ପାନୀ ଖୁବଶୀଘ୍ର ଦେଶରେ Smart Clothing Care Solution ଲଞ୍ଚ କରିବାକୁ ଯାଉଛି । ଲଞ୍ଚ ହେବାକୁ ଯାଉଥିବା ଆଗାମୀ ଡିଭାଇସକୁ ନେଇ କମ୍ପାନୀ କହିଛି ଯେ, ଏହାଦ୍ୱାରା ପ୍ରତିଦିନ ସଫା କରାଯାଉଥିବା ପୋଷାକକୁ ଫଟାଫଟ୍ ରିଫ୍ରେସ ତଥା ସଫା କରାଯାଇପାରିବ । ଏହି ଡିଭାଇସ ଘର କାମ ପାଇଁ ଖୁବ ସୁବିଧାଜନକ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

 

ସୂଚନା ଅନୁଯାୟୀ Samsung Air Dresser ସର୍ବପ୍ରଥମେ ଚଳିତ ବର୍ଷ ନଭେମ୍ବର ମାସରେ ବ୍ରିଟେନରେ ଲଞ୍ଚ କରାଯାଇଥିଲା । ଏହି ଡିଭାଇସ ସାହାଯ୍ୟରେ ପୋଷାକକୁ ନଧୋଇ ତାକୁ ସଫା କରିହେବ । ବ୍ରିଟେନରେ ଏହି ଏୟାରଡ୍ରେସରକୁ ୧,୯୯୯ ପାଉଣ୍ଡରେ (୧,୯୮,୦୦୦ ଟଙ୍କା) ଉପଲବ୍ଧ କରାଯାଇଥିଲା । ଏହି ଜିଭାଇସ କ୍ରିଷ୍ଟଲ ମିରର ରଙ୍ଗରେ ଉପଲବ୍ଧ ଏବଂ ଏହି ଡିଭାଇସକୁ କମ୍ପାନୀ ନିଜ ଅଫିସିଆଲ ୱେବସାଇଟ ଏବଂ Harrods ରେ ଆସନ୍ତା ବର୍ଷ ଜାନୁଆରୀ ୨୩ରେ ଉପଲବ୍ଧ କରାଇବ ।

ତେବେ Samsung ଆସନ୍ତା ସପ୍ତାହ ଏହି ପ୍ରଡକ୍ଟକୁ ଭାରତରେ ଲଞ୍ଚ କରିପାରେ । ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଲଞ୍ଚ ତାରିଖ ବିଷୟରେ କୌଣସି ସୂଚନା ମିଳିନାହିଁ । Samsung Air Dresserରେ ଜେଟ୍ ଏୟାର ସିଷ୍ଟମ ଏବଂ ତିନୋଟି ଏୟାର ହ୍ୟାଙ୍ଗର ଭଳି ଫିଚର ରହିଛି । ଏହି ଡିଭାଇସରେ ଦିଆଯାଇଥିବା ଶକ୍ତିଶାଳୀ ଜେଟ୍ ପୋଷାକରେ ଲାଗିଥିବା ଧୂଳିକୁ ସଫା କରିବାରେ ସାହାଯ୍ୟ କରିବ ।

Jet Steam Technology କଥା କହିବାକୁ ଗଲେ ଏହା ପୋଷାକକୁ ସାନିଟାଇଜ କରି ବ୍ୟାକଟେରିଆକୁ ନଷ୍ଟ କରିଥାଏ । ଅନ୍ୟପଟେ Heat Pump Drying ଜରିଆରେ କମ ତାପମାତ୍ରାରେ ପୋଷାକ ଶୁଖିଥାଏ । ଏହାଦ୍ୱାରା ପୋଷାକର ଆକାରରେ ପରିବର୍ତ୍ତନ ହୋଇନଥାଏ । Air Dresser Deodorizing Filter ସହ ଆସିଥାଏ ଯାହା ପୋଷାକରେ ଥିବା ଦୁର୍ଗନ୍ଧକୁ ଦୂର କରିଥାଏ ।

ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

କୋଲକାତା: ପଶ୍ଚିମବଙ୍ଗ ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଉଭୟ ତୃଣମୂଳ କଂଗ୍ରେସର ସଦସ୍ୟତା ଓ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି । ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଦଳର ବରାକ୍‌ପୁର ବିଧାୟକ ଶୀଳଭଦ୍ର ଦତ୍ତ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳୀୟ ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି ।

            ତେବେ ସେ ଆଗକୁ ଟିକେଟ୍ ପାଉନଥିବାରୁ ଦଳ ଛାଡ଼ିଥିବା ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି । ଅପରପକ୍ଷରେ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ବେଳେ ଏହାକୁ ଗ୍ରହଣ କରିନାହାନ୍ତି ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମନ ବାନାର୍ଜୀ ।  ସେ କହିଛନ୍ତି ଯେ, ଏହି ଇସ୍ତଫା ପତ୍ରର ପ୍ରକ୍ରିୟାଗତ ତ୍ରୁଟି ଥିବାରୁ ସେ ଏହାକୁ ଗ୍ରହଣ କରିନାହାନ୍ତି । ସେ କହିଛନ୍ତି ଭାରତୀୟ ସମ୍ୱିଧାନର ନିୟମ ଅନୁଯାୟୀ ଶ୍ରୀ ଅଧିକାରୀଙ୍କ ପକ୍ଷରୁ ପଠାଯାଇଥିବା ଇସ୍ତଫା ପତ୍ର ସତ୍ୟ ଏବଂ ସେ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ବୋଲି ହୃଦୟଙ୍ଗମ୍ ନ କରିବା ଯାଏଁ ସେ ଏହାକୁ ଗ୍ରହଣ କରିପାରିବେ ନାହିଁ । ଶ୍ରୀ ଅଧିକାରୀ ବ୍ୟକ୍ତିଗତଭାବେ ମୋତେ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କରିନାହାନ୍ତି ଏଣୁ ମୁଁ ତାଙ୍କୁ ସୋମବାର ଆସି ଇସ୍ତଫାପତ୍ର ଦାଖଲ କରିବାକୁ କହିଥିବା ବାଚସ୍ପତି କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

 

ଅପହରଣର ୪୦ ଘଣ୍ଟା ପରେ ମିଳିଲା ହାର୍ଦ୍ଦିକ, ନିର୍ମାଣାଧିନ ଘରୁ ଉଦ୍ଧାର କଲେ ସମ୍ପର୍କୀୟ

ଗଜପତି: ଅପହରଣର ୪୦ ଘଣ୍ଟା ପରେ ଉଦ୍ଧାର ହେଲା ହାର୍ଦ୍ଦିକ । ପୁଣି ନିଜ ନିର୍ମାଣାଧିନ ଘରୁ । ତେବେ, କିଏ ଓ କାହିଁକି ୭ ବର୍ଷର ହାର୍ଦ୍ଦିକକୁ କରିଥିଲା ଅପହରଣ ? ଆଉ କାହିଁକି ଘରଠାରୁ ୫ କିଲୋମିଟର ଦୂରରେ ଥିବା କାଶୀନଗର କଇଠପଦରର ନିର୍ମାଣାଧୀନ ଘରେ ଛାଡ଼ି ଚାଲିଗଲା ଛୁଆକୁ ? ଅପହରଣର ଏ ବୁଢ଼ିଆଣୀ ଜାଲ ଭିତରୁ ଭିଲିଆନକୁ ଖୋଜୁଛି ପୋଲିସ । ଉଦ୍ଧାର ହାର୍ଦ୍ଦିକ ସୁସ୍ଥ ଥିବାବେଳେ ପୋଲିସ ଅପହରଣକାରୀଙ୍କୁ ଖୋଜୁଛି ।

Kidnapped Hardhik Rescued From His Under Construction House

ବୁଧବାର ସନ୍ଧ୍ୟା । ଗାଁ ଦାଣ୍ଡରେ ସାଙ୍ଗ ପିଲାଙ୍କ ସହ ଖେଳୁଥିଲା ୭ ବର୍ଷର ହାର୍ଦ୍ଦିକ । ହଠାତ୍ ବାଇକରେ ଆସିଲେ ୨ ଜଣ । ହାର୍ଦ୍ଦିକକୁ ପଚାରିଲେ ବାପା କେଉଁଠି ? ହାର୍ଦ୍ଦିକ ଉତ୍ତର ଦେଲା କାଜୁ ଫ୍ୟାକ୍ଟ୍ରିରେ । ତାପରେ ବାପାଙ୍କୁ ଦେଖାଇବା ଲାଗି ଅପହରଣକାରୀ ହାର୍ଦ୍ଦିକକୁ ବାଇକରେ ବସାଇ ଦ୍ରୁତଗତିରେ ମୁଖ୍ୟ ରାସ୍ତାରେ ପଳାଇ ଥିଲେ । ଏନେଇ ହାର୍ଦ୍ଦିକଙ୍କ ପିତା ଝାମି ଗୋପୀ ପୁଅକୁ ଅପହରଣ ନେଇ ପୋଲିସରେ ଏତଲା ଦେଇଥିଲେ ।

Kidnapped Hardhik Rescued From His Under Construction House

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛୁଆ ଚୋରିକୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ହାର୍ଦ୍ଦିକକୁ ଅପହରଣ ପରେ ଗଜପତି ଜିଲ୍ଲାରେ ଆତଙ୍କ ଖେଳି ଯାଇଥିଲା । କୁହାଯାଉଥିଲା ଆନ୍ଧ୍ର ଅପହରଣକାରୀ ହୁଏ ତ ହାର୍ଦ୍ଦିକକୁ ଅପହରଣ କରି ନେଇଥିଲେ । ଅପହରଣର ୪୦ ଘଣ୍ଟା ପରେ ହାର୍ଦ୍ଦିକ ଉଦ୍ଧାର ହୋଇଛ ସତ । ହେଲେ, ପୋଲିସ ନୁହଁ ନିଜ ଜାଗାରୁ ପରିବାର ଲୋକ ହିଁ ହାର୍ଦ୍ଦିକୁ ଉଦ୍ଧାର କରିଛନ୍ତି ।

Kidnapped Hardhik Rescued From His Under Construction House

ତେବେ, କିଏ କାହିଁକି ହାର୍ଦ୍ଦିକକୁ ଅପହରଣ କରିଥିଲେ ? ଯଦି ହାର୍ଦ୍ଦିକକୁ କିଡନାପ୍ କରିଥିଲେ, ତେବେ ନିର୍ମାଣାଧିନ ଘରେ ଛାଡ଼ିଦେଲେ କାହିଁକି ? ଏଥିରେ ଝାମି ଗୋପୀଙ୍କ ସହ ବ୍ୟବସାୟରେ ସମ୍ପୃକ୍ତ କାହାର ହାତ ନାହିଁ ତ ? ଏବେ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ସହ ତଦନ୍ତ ଜାରି ରଖିଛି ଗଜପତି ପୋଲିସ । ସବୁ ଦିଗକୁ ନଜରରେ ରଖି ପୋଲିସ ତଦନ୍ତ ଜାରି ରଖିଥିବା ଦକ୍ଷିଣାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି ।

ମୋଦିଙ୍କ କାର୍ଯ୍ୟାଳୟକୁ ୭ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ OLXରେ ପୋଷ୍ଟ

0

ବାରାଣସୀ: ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଅଫିସକୁ OLXରେ ବିକ୍ରିପାଇଁ ପୋଷ୍ଟ । ୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କୁ ପଚରାଉଚରା କରାଯାଉଥିବବେଳେ OLXରେ ଏହି ପୋଷ୍ଟକୁ ହଟାଇ ଦିଆଯାଇଥିବା ବାରାଣସୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ଜବାହର ନଗର ଏକ୍ସଷ୍ଟେନସନରେ ଥିବା କାର୍ଯ୍ୟାଳୟକୁ କିଛି ଯୁବକ ବିକ୍ରି ପାଇଁ OLXରେ ପୋଷ୍ଟ କରିଥିଲେ । ଏହା ମୂଲ୍ୟ ୭ କୋଟି ୫୦ ଲକ୍ଷ ଟଙ୍କା ଲେଖାଯାଇଥିଲା ।

ଅଫିସର ଭିତର ଫଟୋ, କୋଠରୀ ଓ ପାର୍କିଂ ନେଇ ସବିଶେଷ ତଥ୍ୟ OLXରେ ଦିଆଯାଇଥିଲା । ଘଟଣାରେ ପୋଲିସ୍ ନିଜଆଡୁ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ପଚରାଉଚରା ଜାରି ରଖିଛି । ସେପଟେ OLXରେ ଦିଆଯାଇଥିବା ଏହି ପୋଷ୍ଟକୁ ହଟାଇ ଦିଆଯାଇଛି ।

ସୂଚନା ଅନୁଯାୟୀ ଲକ୍ଷ୍ମୀକାନ୍ତ ଓଝା ନାମକ ଜଣେ ବ୍ୟକ୍ତିଙ୍କ OLX ଆକାଉଣ୍ଟରୁ ଏହି ବିଜ୍ଞାପନ ପୋଷ୍ଟ କରାଯାଇଛି । ଏହି ବିଜ୍ଞାପନ ଆଇଡି ନମ୍ବର ୧୬୧୨୩୪୬୪୯୨ରୁ ପୋଷ୍ଟ କରାଯାଇଛି । ‘House & Villa’ କାଟାଗୋରୀ ସହ ‘Four Bedroom with Full Furnished Ready to Move’  ବୋଲି ଲେଖାଯାଇଥିଲା । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମ୍‌ସିକୁ ଝଟ୍‌କା: ଦଳ ଛାଡ଼ିଲେ ବିଧାୟକ

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏ ନେଇ ରାଜ୍ୟରେ ଶାସକ୍ ଦଳ ଟିଏମ୍‌ସି ଓ ବିଜେପି ମଧ୍ୟରେ ବଳ କଷା କଷି ଚାଲିଥିବା ବେଳେ ରାଜନୈତିକ ପାଣିପାଗ ସରଗରମ୍ ରହିଛି । ତେବେ ଏହାରି ମଧ୍ୟରେ ଶାସକ ଦଳ ଟିଏମ୍‌ସିରେ ବଢ଼ିବାରେ ଲାଗିଛି ବିଦ୍ରୋହ । ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଦଳର ବରାକ୍‌ପୁର ବିଧାୟକ ଶୀଳଭଦ୍ର ଦତ୍ତ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳୀୟ ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି । ନିଜ ଇସ୍ତଫା ପତ୍ରରେ ସେ, ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସର ସଦସ୍ୟ ଏବଂ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିବା ଲେଖିଛନ୍ତି । ଶ୍ରୀ ଦତ୍ତ ପୂର୍ବରୁ ଦଳ ପକ୍ଷରୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାନ୍ତ କିଶୋର ଏବଂ ତାଙ୍କ ଟିମ୍ ସହ ସାକ୍ଷାତ କରିବାକୁ ମନା କରିଦେଇଥିଲେ ।

ଏଥିସହ ପଢ଼ନ୍ତୁ: ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

            ସେହିପରି ଗୁରୁବାର ପାଣ୍ଡବେଶ୍ୱର ବିଧାୟକ ଜିତେନ୍ଦ୍ର ତିଓ୍ୱାରୀ ଏବଂ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର  ସଭାପତି ଉଭୟ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ତଳେ ଶ୍ରୀ ତିଓ୍ୱାରୀ ସହରାଞ୍ଚଳ ବିକାଶ ମନ୍ତ୍ରୀ ଫରିଦ ହାକିମଙ୍କ ନିକଟକୁ ଚିଠି ଲେଖି ସ୍ମାର୍ଟ ସିଟି ପ୍ରକଳ୍ପ ନେଇ ୨ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଅଟକାଇ ରଖିଥିବା ଅଭିଯୋଗ କରିଥିଲେ । ଏହାରି ମଧ୍ୟରେ ଟିଏମ୍‌ସି ସାଂସଦ ସୁନିଲ ମଣ୍ଡଳ ଏବଂ ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ମଧ୍ୟ ଦଳ ବିରୋଧରେ ମୁହଁ ଖୋଲିଛନ୍ତି ।

ପତି-ପତ୍ନୀ ବିବାଦ, SDJM କୋର୍ଟରେ ହାଜର ହୋଇ ପକ୍ଷ ରଖିଲେ ଅନୁଭବ

କଟକ: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଏସଡିଜେଏମ୍ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । କୋର୍ଟଙ୍କ ନୋଟିସ୍ ମୁତାବକ ହାଜର ହୋଇ ପକ୍ଷ ରଖିଛନ୍ତି ଅନୁଭବ ମହାନ୍ତି । ବର୍ଷାଙ୍କ ପକ୍ଷରୁ ହୋଇଥିବା ମାମଲାରେ ହାଜର ପାଇଁ ଅନୁଭବଙ୍କୁ କୋର୍ଟ ନୋଟିସ୍ ଜାରି କରିଥିଲେ ।

କୋର୍ଟରେ ପକ୍ଷ ରଖି ବାହାରିବା ପରେ ଅନୁଭବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କୋର୍ଟ ଓ ଆଇନକୁ ସମ୍ମାନ ଜଣାଇ ହାଜର ହୋଇଥିଲି । ଆଇନଜୀବୀଙ୍କ ମାଧ୍ୟମରେ କୋର୍ଟରେ ନିଜର ପକ୍ଷ ରଖିଛି । ଦୋଷୀଙ୍କୁ ଦଣ୍ଡ, ନିର୍ଦ୍ଦୋଷୀଙ୍କୁ ନ୍ୟାୟ ପାଇଁ କୋର୍ଟଙ୍କ ନିକଟରେ ଗୁହାରି କରିଛି । ମାମଲାର ତ୍ୱରିତ ବିଚାର କରି ନ୍ୟାୟ ଦେବାକୁ କୋର୍ଟଙ୍କୁ ନିବେଦନ କରିଥିବା କହିଛନ୍ତି ଅନୁଭବ ।

Anubhav Mohanty Reply On SDJM Court On Varsha Priyadarshini Case

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିବା ବେଳେ ସୋସିଆଲ୍ ମିଡିଆରେ ଜାଗ୍ରତିଙ୍କ ସହ ଅନୁଭବଙ୍କ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଛି । ଅନୁଭବଙ୍କ ସହ ସମ୍ପର୍କକୁ ବୃତ୍ତିଗତ କହିଛନ୍ତି ଜାଗ୍ରତି ଶୁକ୍ଲା । ଅନ୍ୟପଟେ ଗତ ୧୫ ତାରିଖରେ ଅଭିନେତ୍ରୀ ବର୍ଷା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ, କବାଟ ଭାଙ୍ଗି ଦେଖିବାରୁ ମିଳିଲା ଆଈ, ନାତିଙ୍କ ମୃତଦେହ

0

ଜମଶେଦପୁର: କଲୋନୀରୁ ଦୁର୍ଗନ୍ଧ ଆସିବାରୁ ଲୋକେ ଭାବିଲେ ବୋଧେ କୌଣସି ଜୀବ ମରିପଡ଼ିଛି । ଖୋଜା ଖୋଜି ପରେ ଏକ ଘର ଭିତରୁ ଗନ୍ଧ ଆସିଥିବା ଜାଣିବାକୁ ପାଇଲେ ସ୍ଥାନୀୟ ଲୋକେ । ପୋଲିସକୁ ଡାକି ଘର କବାଟ ଭାଙ୍ଗିବା ପରେ ଘର ଭିତରୁ ମିଳିଲା ଆଈ ନାତିଙ୍କ ପଚିସଢ଼ି ଯାଇଥିବା ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଜମଶେଦପୁର ସହରରେ ।

ଜମଶେଦପୁରର ଟେଲ୍କୋ ଥାନା ଅନ୍ତର୍ଗତ ଜେମକୋର ଏକ ଘରୁ ଗୁରୁବାର ଦିନ ଦୁଅଟି ପଚିସଢ଼ି ଯାଇଥିବା ଶବ ଉଦ୍ଧାର କରାଯାଇଛି । ଦୁହେଁ ଆଈ ନାତି ବୋଲି ଜଣାପଡ଼ିଛି । ରାତି ସମୟରେ ଜେମକୋ ଅଞ୍ଚଳରେ ଖୁବ ଜୋର ଦୁର୍ଗନ୍ଧ ହେବାକୁ ଲାଗିଲା । ଜୀବ ଜନ୍ତୁ ମରି ଗନ୍ଧ ହେଉଥିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ କିନ୍ତୁ ସେହି ଅଞ୍ଚଳର ଏକ ଘର ପାଖକୁ ଯିବାବେଳେ ଦୁର୍ଗନ୍ଧ ଘର ଭିତରୁ ଆସୁଥିବା ଜାଣିବାକୁ ପାଇଥିଲେ ।

ଏହି ଘଟଣାର ସତ୍ୟତା ପାଇଁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇ କବାଟ ଭାଙ୍ଗିଥିଲେ । କବାଟ ଭାଙ୍ଗିବା ପରେ ଜାଣିବାକୁ ପାଇଲେ ଉଭୟ ମୃତଦେହ ଆଈ ସାବିତ୍ରୀ ଦେବୀ (୬୫) ଏବଂ ନାତି ବିଜୟ କୁମାର (୧୬)ର ବୋଲି । ଉଭୟଙ୍କ ମୃତ୍ୟୁ ୪-୫ ଦିନ ତଳେ ହୋଇଥିବାରୁ ମୃତଦେହ ଦୁଇଟି ପଚିଯାଇଥିବା ପୋଲିସ ସୂଚନା ଦେଇଛି । ମୃତଦେହ ଦୁଇଟିକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ମାମଲାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନଥିବା ପୋଲିସ ସୂଚନା ଦେଇଛି ।

ହାଥ୍‌ରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୪ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍ କଲା ସିବିଆଇ

ନୂଆଦିଲ୍ଲୀ: ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) । ତଦନ୍ତକାରୀ ସଂସ୍ଥା  ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ, ଲବକୁଶ, ରବି ଓ ରାମୁଙ୍କ ନାଁରେ ସିବିଆଇ ଚାର୍ଜସିଟ୍ ଫାଇଲ୍ କରିଥିବା ବେଳେ ଲୋକାଲ କୋର୍ଟ ଏହାକୁ ସଜ୍ଞାନକୁ ନେଇଥିବା ଅଭିଯୁକ୍ତଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

            ସୂଚନା ଯୋଗ୍ୟ ଯେ, ଗତ ସେପ୍ଟମ୍ୱର ୧୪ ତାରିଖରେ ହାଥରସରେ ଜଣେ ଦଳିତ ଯୁବତୀ କିଛି ଉଚ୍ଚ ଜାତିର ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଦିଲ୍ଲୀ ସ୍ଥିତ ସବଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ତେବେ ଯୁବତୀ ଜଣଙ୍କ ଅନ୍ତ୍ୟେଷ୍ଟି ସେହିଦିନ ରାତିରେ ଅର୍ଥାତ ସେପ୍ଟେମ୍ୱର ୩୦ ତାରିଖରେ କରାଯାଇଥିଲା । ତେବେ ଜୋରଜବରଦସ୍ତ ଏବଂ ତରବରିଆ ଭାବେ ସ୍ଥାନୀୟ ପୋଲିସ ଯୁବତୀଙ୍କ ଅନ୍ତିମସଂସ୍କାର କରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ପରିବାର ଲୋକଙ୍କ ଇଚ୍ଛା ଅନୁଯାୟୀ ଅନ୍ତିମସଂସ୍କାର କରାଯାଇଥିବା ସଫେଇ ଦେଇଥିଲା ପୋଲିସ ।

Hathras Case: ମିଡିଆକୁ କାହିଁକି ଡରୁଥିଲେ ଯୋଗୀ ସରକାର, କଣ ଲୁଚାଇବାକୁ ଚାହୁଁଥିଲେ ?

Drugs Case: NCB ସମନର ଉତ୍ତର ରଖିଲେ କରଣ ଜୋହର, ଜମା କଲେ ଚିଠି

ମୁମ୍ବାଇ: ବଲିଉଡ ଡ୍ରଗ୍ସ ମାମଲାରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ଗୁରୁବାର ସମନ ପଠାଇଛି ଏନସିବି । ୨୦୧୯ ମସିହାରେ କରଣଙ୍କ ଘରେ ହୋଇଥିବା ପାର୍ଟିର ଡିଟେଲ୍ସ ଜାଣିବା ପାଇଁ ଏନସିବି ଏହି ସମନ ପଠାଇଛି । ପାର୍ଟିରେ ବଲିଉଡର ଅନେକ ବଡ଼ ବଡ଼ ସେଲିବ୍ରିଟି ସାମିଲ ଥିଲେ । ବର୍ତ୍ତମାନ କରଣ ଜୋହର ଏହି ସମନର ଉତ୍ତର ରଖିଛନ୍ତି ।

ସୂଚନା ଅନୁଯାୟୀ କରଣ ଜୋହର ସମନର ଉତ୍ତର ନିଜ ଓକିଲ ଏବଂ ଷ୍ଟାଫ ସାହାଯ୍ୟରେ ଏକ ଚିଠି ଏବଂ ପେନଡ୍ରାଇଭ ଜମା କରିଛନ୍ତି । ଏହାପରେ ଏନସିବି କଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା । ସୂଚନା ଅନୁଯାୟୀ ୨୦୧୯ ମସିହାରେ କରଣଙ୍କ ଘରେ ଏକ ପାର୍ଟି ହୋଇଥିଲା, ଯେଉଁଠି ଡ୍ରଗ୍ସ ସେବନ ହେଉଥିବା ଅଭିଯୋଗ ହୋଇଥିଲା । ଏହି ପାର୍ଟିର ଭିଡିଓ ଖୋଦ କରଣ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

ଏହି ପାର୍ଟିକୁ ନେଇ ଅନେକ ପ୍ରଶ୍ନ ରହିଛି ଯେମିତିକି ପାର୍ଟିରେ କିଏ କିଏ ସାମିଲ ଥିଲେ, କେଉଁ କ୍ୟାମେରାରେ ସେହି ଭିଡିଓ ସୁଟ କରାଯାଇଥିଲା, ପାର୍ଟିରେ ଆସିବା ପାଇଁ କିଛି ନିମନ୍ତ୍ରଣ କାର୍ଡ ପଠାଯାଇଥିଲା କି ? ଏହି ସମସ୍ତ ପ୍ରଶ୍ନର ଉତ୍ତର କରଣଙ୍କୁ ଏନସିବି ନିକଟରେ ଜମା କରିବାକୁ ପଡ଼ିବ । ଏନସିବିର ସୂଚନା ଅନୁଯାୟୀ କରଣ କୌଣସି ମାମଲାରେ ସନ୍ଦିଗ୍ଧ ନୁହନ୍ତି କିନ୍ତୁ ଡ୍ରଗ୍ସ କେସକୁ ନେଇ ତାଙ୍କ ପାଖରୁ କିଛି ସୂଚନା ହାସଲ କରାଯିବ ।

ଚାଷୀଙ୍କ ସହ ମୋଦିଙ୍କ ସମ୍ବାଦ; ‘ଭ୍ରମିତ କରୁଛି କୃଷି ବିରୋଧି କଂଗ୍ରେସ ’

ଭୋପାଳ: କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଧା ସମ୍ବାଦ । ଗୋଟେପଟେ କୃଷି ଆଇନ ପ୍ରତ୍ୟାହାର ନେଇ ସିଙ୍ଘୁ ସମାରେ ୨୩ ଦିନ ଧରି ପ୍ରତିବାଦ ଜାରି ରଖିଛନ୍ତି ଚାଷୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶର ବିଶାଳ କୃଷକ ସମାବେଶରେ ଯୋଗଦେଇ ସିଧାସଳଖ କଥା ହୋଇଛନ୍ତି । କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ଦେଶର କୃଷକଙ୍କୁ ଭ୍ରମିତ କରାଯାଉଛି, ଯେଉଁ ଦଳ ସାତ ଦଶନ୍ଧୀର କ୍ଷମତା ମଧ୍ୟରେ କୃଷକଙ୍କ ପାଇଁ ସମାନ୍ୟ ଆନ୍ତରିକତା ପ୍ରଦର୍ଶନ କରିନାହିଁ ।

ସେହି ଦଳ ବର୍ତ୍ତମାନ କୃଶକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । କୃଷକଙ୍କ ସହ ସିଧା ସଳଖ କଥା ହେବା ଅବସରରେ ମୋଦି କହିଛନ୍ତି, ଯଦି କୌଣସି ବ୍ୟକ୍ତିର ମଧ୍ୟ ସାମାନ୍ୟତମ ସନ୍ଦେହ ଥାଏ, ତେବେ ସରକାର ବିନମ୍ରତାର ସହ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି । ଦେଶର କୃଷି ଓ କୃଷକଙ୍କ ଉନ୍ନତି ମୋ ସରକାରର ଉଦେଶ୍ୟ । ୨୫ ଡିସେମ୍ବରରେ ପୁନର୍ବାର ଦେଶର କୃଷକଙ୍କ ସହ ସିଧା ବାର୍ତ୍ତାଳପ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ନେଇ ବିପକ୍ଷ ଦଳ ମିଥ୍ୟା ପ୍ରଚାର କରୁଛନ୍ତି । କେନ୍ଦ୍ର ସରକାର ଏମଏସପି ହଟାଇବାର କଥା ହିଁ ଉଠୁନାହିଁ । ଯଦି ଏମଏସପି ଲାଗୁ କରିବାର ଉଦେଶ୍ୟ ଆମର ନଥାନ୍ତା, ତେବେ ସ୍ବାମିନାଥନ କମିଶନ ରିପୋର୍ଟ କାହିଁକି ଆମେ ଲାଗୁକରୁଛୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି ଅପ ପ୍ରଚାରକୁ ନେଇ ଚାଷୀ ଭାଇମାନେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପୂର୍ବରୁ ଯେମିତି ସର୍ବନିମ୍ନ ସହାୟକ ମୂଲ୍ୟ ରହିଥିଲା, ବର୍ତ୍ତମାନ ମଧ୍ୟ ସେହିପରି ଜାରି ରହିବ ବୋଲି ଚାଷୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିରୋଧି କଂଗ୍ରସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଏହି ସଂଶୋଧିତ କୃଷି ଆଇନ ନୂତନ କରି ହଠାତ ଆସିଯାଇନାହିଁ । ଦୀର୍ଘ ୨୫-୩୦ ବର୍ଷ ଧରି ଏହା ଉପରେ ଚର୍ଚ୍ଚା ଚାଲି ଆସୁଛି । ଏପିଏମସି କୁ ନେଇ ମଧ୍ୟ କଂଗ୍ରେସ କୃଷକଙ୍କ କାନରେ ମିଥ୍ୟା ମନ୍ତ୍ରଣା ଫୁଙ୍କୁଛି । ସ୍ୱାମୀନାଥନ କମିସନଙ୍କ ରିପୋର୍ଟକୁ ଲାଗୁ କରିବା ବଦଳରେ ୮ ବର୍ଷ ଧରି ଚାପି ରଖିଥିଲା କଂଗ୍ରେସ । ନିର୍ଦ୍ଧିଷ୍ଟ ଦଳୀୟ ଚାଷୀଙ୍କ ପାଇଁ ଆନ୍ତରିକତା ପ୍ରଦର୍ଶନ କରୁଥିବାବେଳେ ଗରୀବ ଚାଷୀଙ୍କ ପାଇଁ କଂଗ୍ରେସ ନିର୍ଦୟ ପାଲଟିଥିବା ଅଭିଯୋଗ ଆଣିଛନ୍ତି ମୋଦି ।

ସେହିପରି ମୋଦି କହିଛନ୍ତି ମଧ୍ୟପ୍ରଦେଶର ସରକାର ଗଢିବା ପାଇଁ କୃଷି ରଣ ଛାଡ କରିବାର ମିଥ୍ୟା ଭାଷଣର ବର୍ଷା କରିଥିଲା ଦଳ । କିନ୍ତୁ ସରକାର ଗଢିବା ପରେ କେତେ କୋଟିର ଋଣ କଂଗ୍ରେସ ଛାଡ କରିଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ? ୟୁପା ସରକାର ଠାରୁ ଏନଡିଏ ସରକାର ଖାଦ୍ୟ ଶସ୍ୟ ଉପରେ ଢେର ଅଧିକ ଏମଏସପି ବୃଦ୍ଧି କରିଛି । ଗହମର ଏମଏସପି ମୂଲ୍ୟ ୧୪୦୦ ଟଙ୍କା ରହିଥିବା ବର୍ତ୍ତମାନ ତାହା ପହଁଚିଛି ୧୯୭୫ ରେ । ଧାନ ୧୩୧୦ରୁ ବଢି ୧୮୭୦ ହୋଇଛି । ସେହିପରି ଜ ଏବଂ ମସୁର ଡାଲିର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।