spot_img
Home Blog Page 5881

BMCର ହୋଲ୍ଡିଂ ଟାକ୍ସ ବୃଦ୍ଧି ନିଷ୍ପତିକୁ ବ୍ରେକ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌

ଭୁବନେଶ୍ୱର: ହୋଲ୍ଡିଂ ଟାକ୍ସ ବୃଦ୍ଧି ଉପରେ ରୋକ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏମ୍‌ସି ପକ୍ଷରୁ ହୋଲ୍ଡିଂ ଟାକ୍ସ ବୃଦ୍ଧି ନେଇ ନିଷ୍ପତି ହୋଇଥିବା ବେଳେ ଏହାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏମ୍‌ସିର ଏଭଳି ନିଷ୍ପତିକୁ ଚ୍ୟାଲେଞ୍ଜ କରି କିଛି ଗୋଷ୍ଠି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏମିତିକି ସାଧାରଣ ଜଣତା ମଧ୍ୟ ବର୍ଦ୍ଧିତ ହୋଲ୍ଡିଂ ଟାକ୍ସ ବୃଦ୍ଧିକୁ ନାପସନ୍ଦ କରିଥିଲେ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ହାଇକୋର୍ଟରେ ଏହି ମାମଲା ରହିଛି । ହେଲେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ତେଣୁ ସାଧାରଣ ଜନତାଙ୍କ ମନୋଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଏମ୍‌ସିର ଏହି ନିଷ୍ପତିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପର୍ଯ୍ୟନ୍ତ ହାଇକୋର୍ଟରେ ମାମଲାର ଶୁଣାଣି ସରିନାହିଁ, ସେ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ବର୍ଦ୍ଧି ହୋଲ୍ଡିଂ ଟାକ୍ସ ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ ପରେ ଭୁବନେଶ୍ୱରବାସୀଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ତେବେ ଲୋକଙ୍କ ଦାବି ରହିଛି ଯେ, ସାମୟିକ ଭାବେ ନୁହେଁ ସମ୍ପୂର୍ଣ୍ଣରୂପେ ହୋଲ୍ଡିଂ ଟାକ୍ସ ବୃଦ୍ଧିକୁ ବନ୍ଦ କରାଯାଉ ।

ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ବିଧାନସଭା ଓ ରାଜ୍ୟର ଗରିମାକୁ ନଷ୍ଟ କରିଛି। ସାରା ଭାରତରେ ବିରୋଧୀ ଶାସକ ଆଲୋଚନା କରନ୍ତି। ହେଲେ ଓଡ଼ିଶାରେ ପ୍ରଥମ ଥର ଏମିତି ହେଲା। ଏହାକୁ ଯେତେ ନିନ୍ଦା କଲେ ବି କମ ବୋଲି କହିଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଖୁବ ବର୍ଷିଛି ବିଜୁ ଜନତା ଦଳ।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅତନୁ ସବ୍ୟସାଚୀ ଓ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ବର୍ତ୍ତମାନ କୋଭିଡ ସମୟ। ଘରେ ଘରେ ସାନିଟାଇଜର ଅଛି। ସଚେତନ କରାଯାଉଛି ସାନିଟାଇଜର ବ୍ୟବହାର କରିବା ପାଇଁ। ହେଲେ ସେ ସାନିଟାଇଜର ପିଇବା ବିପଦଜନକ ବାର୍ତ୍ତା ସମାଜକୁ ସୁବାସ ଦେଇଛନ୍ତି। ସବୁ ଦିନ ପାଇଁ ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଗଲା। ସାରା ଦେଶରେ ଏ ନେଇ ଚର୍ଚ୍ଚା ଚାଲିଛି।

ଜାତୀୟ ଦଳ ବିଧାୟକ ହେଲେ ବିଜେପି ଚୁପ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି। ଏହା ନିଜସ୍ୱ ନିଷ୍ପତ୍ତି ନା ଚୁପ ରହି ବିଜେପି ପ୍ରୋତ୍ସାହନ ଦେଇଛି କି ? ବିଧାନସଭାର ପବିତ୍ରତା ନଷ୍ଟ ହୋଇଛି। ଗୃହର ମର୍ଯ୍ୟାଦା ପାଇଁ ବିଜେପି ଆଭିମୁଖ୍ୟ ସ୍ପଷ୍ଟ କରୁ। ଆଗାମୀ ପିଢୀ ପାଇଁ ଭୁଲ ବାର୍ତ୍ତା ଯାଉଛି। ଏହାର ନିରାକରଣ ହେଉ। ଏହି କଳଙ୍କିତ ଅଧ୍ୟାୟରେ ଆଭିମୁଖ୍ୟ ସ୍ପଷ୍ଟ କରୁନି ବିଜେପି।

ରାଜଧାନୀର ଭିକାରିଙ୍କ ପଛରେ ରହି କାମ କରୁଛି ଏକ ସ୍ୱତନ୍ତ୍ର ଗ୍ୟାଙ୍ଗ୍‌

ଆମେ ରାସ୍ତାରେ ଗଲା ବେଳେ ରାଜଧାନୀର ପ୍ରତ୍ୟେକ ଟ୍ରାଫିକ ପୋଷ୍ଟରେ ହେଖୁଥିବା ପୁଳା ପୁଳା ଭିକାରିଙ୍କୁ। ଏମା ସମସ୍ତେ ହେଉଛନ୍ତି ବାହାର ରାଜ୍ୟର। ଏମାନଙ୍କ ମଧ୍ୟରୁ ବାହାର ରାଜ୍ୟରୁ ଆସୁଥିବା ଅନେକ ଭିକାରି ରାସ୍ତା ଉପରେ ଠିଆ ହେଇ ଭିକ ମାଗୁଥିବା ଦେଖିବାକୁ ମିଳୁଛି। ଅନେକ ମହିଳା କୋଳରେ ଛୋଟ ଛୋଟ ଛୁଆଙ୍କୁ ଧରି ଭିକ ମାଗୁଥିବା ନଜରକୁ ଆସୁଛି। ହେଲେ ପ୍ରଶ୍ନ ଉଠୁଛି ଏମାନଙ୍କୁ ଏଠାକୁ ଆଣୁଛି କିଏ ? ଏକାନଙ୍କ କୋଳରେ ଥିବା ଛୋଟ ଛୋଟ ଛୁଆ କାହାର। ଏଥିପାଇଁ ଏକ ସ୍ୱତନ୍ତ୍ର ଗ୍ୟାଙ୍ଗ କାମ କରୁଥିବା ଏବେ ଜଣା ପଡ଼ିଛି। ଏହି ଗ୍ୟାଙ୍ଗର ସଦସ୍ୟ  କିଏ ? କେଉଁ ଟ୍ରାଫିକ ପୋଷ୍ଟରେ କିଏ କିଏ ଭିକ ମାଗିବେ ତାହା ଏହି ଗ୍ୟାଙ୍ଗ ନିର୍ଦ୍ଧାରଣ କରିଥାନ୍ତି। ଆଉ ଏମାନେ ଭିକ ମାଗି ଠୁଳ କରୁଥିବା ଅର୍ଥରୁ ଅଧାରୁ ଅଧିକ ଗ୍ୟାଙ୍ଗ ନେଉଥିବା ଜଣା ପଡ଼ିଛି।

ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣ ପାଇଁ ୭ଶହ ସେଣ୍ଟର ବୃଦ୍ଧି କରାଯାଇଛି

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ। ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଟାର୍ଗେଟ ପାଖାପାଖି ହାସଲ କରିଛନ୍ତି ରାଜ୍ୟ ସରକାର। ଏବେ ବୟସ୍କ ଲୋକଙ୍କ ଟିକାକରଣ ଉପରେ ଗୁରିତ୍ୱ ଦିଆଯାଉଛି। ଖରାକୁ ଦୃଷ୍ଟିରେ ରଖି ୭ଶହ ସେଣ୍ଟର ବୃଦ୍ଧି କରାଯାଇଛି। ଆଗକୁ ସେଣ୍ଟର ସଂଖା ଆହୁରି ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିଦିନ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟିକାକରଣ ଟାର୍ଗେଟ ରହିଛି। ଏଣିକି ରବିବାର ଓ ଛୁଟିଦିନ ବ୍ୟତୀତ ସବୁ ଦିନ ଟିକାକରଣ ଚାଲିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ଯିଏ ବାହାର ରାଜ୍ୟରୁ ଆସୁଛନ୍ତି, ସେମାନଙ୍କ ସର୍ଭିଲାନ୍ସ ବଢ଼ାଯାଇଛି । WHO ନିର୍ଦ୍ଦେଶ ଅନୁସାରେ ଟେଷ୍ଟ ବଢ଼ାଯିବ। ଏଥିସହ କଣ୍ଟାକ୍ଟ ଟ୍ରେସିଂ କରି ସଂକ୍ରମଣର ସ୍ଥିତି ସଂପର୍କରେ ପରଖାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଡିଏନଏ ଟେଷ୍ଟ ପାଇଁ ଫରେନସିକ ଲ୍ୟାବ୍‌ ଗଲା ମହିଳାଙ୍କ ନରକଙ୍କାଳ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରୁ ମହିଳାଙ୍କ ନରକଙ୍କାଳ ମିଳିବା ଘଟଣା । ଡିଏନଏ ଟେଷ୍ଟ ପାଇଁ ଫରେନସିକ ଲ୍ୟାବ‌ ଗଲା କଙ୍କାଳର କିଛି ଅଂଶ । ଦାନ୍ତ, ହାଡ଼, ଚୁଟି ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଗତକାଲି ଖପୁରୀ ଓ କଙ୍କାଳର ସ୍କେଚ୍‌ ଓ ମ୍ୟାପିଙ୍ଗ୍‌ ପାଇଁ ନରକଙ୍କାଳକୁ ହାଇଦ୍ରାବାଦ ପଠାଯାଇଛି । ପୂର୍ବରୁ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ମହିଳାଙ୍କ ଶରୀରରେ କୌଣସି ଶକ୍ତ ଆଘାତ ଲାଗି ନାହିଁ । ମୃତ୍ୟୁ ପୂର୍ବରୁ ମହିଳା ଯକ୍ଷ୍ମା ଭଳି ରୋଗରେ ପୀଡ଼ିତ ଥିଲେ । ସେପଟେ ଜବତ କାର୍‌ରୁ ମିଳିଛି ଏକ ହାତ ଲେଖା ଚିଠି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି । ଚିଠିର ହେଡର ରହିଛି ଲାଇଫ୍ ଲାଇନ୍ । ଏଥିରେ ଜଣଙ୍କ ପ୍ରେମ ଭାବନା ବ୍ୟକ୍ତ କରାଯାଇଛି । ତେବେ ଏହି ଚିଠି କିଏ, କାହିଁକି, କାହା ଉଦ୍ଦେଶ୍ୟରେ ଲେଖିଛି ତାହା ଜଣାପଡିନାହିଁ । ମହିଳା ଥାନା ଇନିସପେକ୍ଟରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

ତୁମେ ଖୁସି ରୁହ…ଭିଡ଼ିଓ ଜାରି କରି ହାତ କାଟିଲେ ବିଜେପି ସାଂସଦଙ୍କ ବୋହୁ

0

ଲକ୍ଷ୍ନୗ:  ମୋହନଲାଲଗଞ୍ଜର ଭାରତୀୟ ଜନତା ପାର୍ଟି ବା ବିଜେପି ସାଂସଦ କୌଶଲ କିଶୋରଙ୍କ ପରିବାରର ହାଇ ଭୋଲଟେଜ୍‌ଡ୍ରାମା ଏବେ ମଧ୍ୟ ଜାରି ରହିଛି । ଏବେ ସାଂସଦଙ୍କ ବୋହୁ ଅଙ୍କିତା ତାଙ୍କ ଘର ବାହାରେ ପହଞ୍ଚି ହାତର ଭେନ୍‌କାଟି ଦେଇଛନ୍ତି । ଯାହା ବର୍ତ୍ତମାନ ଚାଂଚଲ୍ୟ ସୃଷ୍ଟି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଂସଦଙ୍କ ବୋହୁଙ୍କ ଏଭଳି ଉଦ୍ୟମ ପୂର୍ବରୁ ଏକ ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍‌ଭାଇରାଲ ହୋଇଥିଲା । ଯେଉଁଥିରେ ଉକ୍ତ ମହିଳା ଜୀବନ ଦେବାକୁ ଯାଉଥିବା କହିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କହିଥିବା କଥାକୁ କାମରେ କରି ଦେଖାଇଛନ୍ତି ।

ସାଂସଦ କୌଶଲ କୁମାରଙ୍କ ବୋହୁ ଅଙ୍କିତା ଦୁବଗା ସ୍ଥିତ ତାଙ୍କ ଘର ସାମ୍ନାରେ ହାତର ଭେନ୍‌କାଟି ଆତ୍ମହତ୍ୟା ଉଦ୍ୟମ କରିବା ପରେ ତତକ୍ଷଣାତ୍‌ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ତେବେ ନିକଟ ଅତୀତରେ ଭାଇରାଲ ହୋଇଥିବା ଭିଡ଼ିଓରେ ଅଙ୍କିତା ଆତ୍ମହତ୍ୟା କଥା କହିଥିଲେ ଏବଂ ସେହି ଭିଡ଼ିଓରେ ସେ ତାଙ୍କ ସ୍ୱାମୀ ଆୟୁଷଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଯାହାକୁ ନଜରରେ ରଖି ଅଙ୍କିତାଙ୍କୁ ଟ୍ରାକ୍‌କରୁଥିଲା ପୋଲିସ୍‌। ଏବେ ପୋଲିସ୍‌ଉକ୍ତ ମାମଲାର ତଦନ୍ତ କରୁଛି ।

ଏଭଳି ସ୍ଥିତିରେ ସାଂସଦଙ୍କ ପରିବାରରେ ଚାଲିଛି ଆରୋପ ପ୍ରତ୍ୟାରୋପର ଖେଳ । ଜଣେ ଅନ୍ୟ ଜଣକୁ ଦୋଷ ଦେବାରେ ଲାଗିଛି । ଗୋଟିଏ ପଟେ ତାଙ୍କ ସ୍ୱାମୀ ଆୟୁଷ ତାଙ୍କୁ ମାରପିଟ୍‌କରୁଥିବା ଏବଂ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଅଙ୍କିତା । ଅନ୍ୟପଟେ ଟଙ୍କାପାଇଁ ଅଙ୍କିତା ତାଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଛନ୍ତି ଆୟୁଷ ।

 https://twitter.com/humsamvet/status/1371311602520133632?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1371311602520133632%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.india.com%2Fnews%2Findia%2Fbjp-mp-kaushal-kishores-daughter-in-law-slits-wrist-releases-video-before-attempting-suicide-4491821%2F

କିନ୍ତୁ କିଭଳି ଭୟଙ୍କର ରୂପ ନେଲା ଏହି ସମ୍ପର୍କ ? ମାର୍ଚ୍ଚ ୨ ତାରିଖ ଦିନ ୨ଟା ସମୟରେ ବିଜେପି ସାଂସଦ କୌଶଲ କୁମାରଙ୍କ ପୁଅ ଆୟୁଷଙ୍କ ଉପରକୁ ଗୁଳି ଚଳାଯାଇଥିଲା । ଏହି ମାମଲାରେ ଆୟୁଷଙ୍କ ଭିଣୋଇଙ୍କୁ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ କରିଛି ପୋଲିସ୍‌। ପୋଲିସ୍‌କମିଶନର ଡିକେ ଠାକୁରଙ୍କ କହିବା ଅନୁସାରେ କିଛି ଲୋକଙ୍କୁ ଫସାଇବା ପାଇଁ ସାଂସଦଙ୍କ ପୁଅ ଆୟୁଷ ଷଡ଼ଯନ୍ତ୍ର ରଚିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ କ’ଣ ହୋଇଥିଲା ଏବଂ ଷଡ଼ଯନ୍ତ୍ର କିଏ ରିଚିଥିଲା ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ ।

ତେବେ କେବଳଯେ ଅଙ୍କିତା ସୋସିଅଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ମାମଲା ଜଣାଇଛନ୍ତି, ତାହା ନୁହେଁ ବରଂ ପ୍ରାୟ ଏକ ସପ୍ତାହ ପୂର୍ବରୁ ଆୟୁଷ ଏକ ଭିଡ଼ିଓ ସୋସିଅଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ସାତ ମାସ ପୂର୍ବରୁ ଦେଖା ହୋଇଥିବା ଅଙ୍କିତାଙ୍କ ପ୍ରେମରେ ପଡ଼ି ଘର ଲୋକଙ୍କ ଅନିଛା ସତ୍ତ୍ୱେ ବିବାହ କରିଥିବା କହିଥିଲେ । ଏହାପରେ ହଠାତ୍‌ଦିନେ ଅଙ୍କିତା ତାଙ୍କୁ ଭିଡ଼ିଓ ମାଧ୍ୟମରେ ବ୍ଲାକ୍‌ମେଲ କରୁଥିବା ମଧ୍ୟ ସେ କହିଥିଲେ । ତେବେ ଅଙ୍କିତା ଏକାଧିକ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ଆୟୁଷ ।

୧ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ଘୋଷଣା କଲେ ସୋନୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ପୁଣି ଚର୍ଚ୍ଚାରେ। ନିଜ ଉଦାରତା ପାଇଁ ସେ ପୁଣି ଥରେ ଲୋକଙ୍କ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ସେ ପ୍ରାକୃତିକ ଦୁର୍ବିପାକ ହେଉ କି ମହାମାରୀ କରୋନା। ଦେଶକୁ ଯେତେବେଳେ ସାହାଯ୍ୟର ଆବଶ୍ୟକତା ପଡ଼ିଛି ସେ ହାତ ମେଲାଇ ସାହାଯ୍ୟ କରିଛନ୍ତି। କରୋନା ସମୟରେ ତାଙ୍କର ଅତୁଳନୀୟ ଅବଦାନ ପ୍ରତିଟି ଲୋକଙ୍କର ହୃଦୟରେ ଛାପି ହୋଇ ରହିଛି। କରୋନା ସମୟରେ ସୋନୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକମାନଙ୍କୁ ଫୋରାଇ ଆଣି ସମସ୍ତଙ୍କ ମନ ଜିତିଥିଲେ। ଏହା ପରେ ମଧ୍ୟ ସେ ନିଜର ଏହି ମହତ କାର୍ଯ ଜାରି ରଖିଛନ୍ତି ।  କେତେବେଳେ ଚାଷୀମାନଙ୍କୁ ଟ୍ରାକ୍ଟର ଯୋଗାଇଦେଉଛନ୍ତି ତ କେତେବେଳେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ କ୍ଲାସ୍ ପାଇଁ ମୋବାଇଲ୍ ଦାନ କରୁଛନ୍ତି। ଯଥା ସମ୍ଭବ ସେ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିଚାଲିଛନ୍ତି । କିନ୍ତୁ ବର୍ତ୍ତମାନ ସୋନୁ କରିଛନ୍ତି ଏକ ବଡ଼ ଘୋଷଣା। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  ସୋନୁ ସୋନୁ ଏବେ ୧ ଲକ୍ଷ ବେରୋଜଗାରଙ୍କୁ ରୋଜଗାର୍ ଦେବାକୁ ଘୋଷଣା କରିଛନ୍ତି । ଆଉ ଏଥିସହ ସେ ଏବେ ୧୦ କୋଟି ଲୋକଙ୍କର ଜୀବନ ବଦଳେଇବାକୁ ଯାଉଛନ୍ତି।

ସୋନୁ ଟ୍ୱିଟରରେ ନିଜର ଏହି ଉଚ୍ଚାଭିଳାଷୀ ଯୋଜନାକୁ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ଲକ୍ଷ ଲୋକଙ୍କ ପାଇଁ ଚାକିରିର ବ୍ୟବସ୍ଥା କରିଛଥିବା କହିଛନ୍ତି। ଏଥିସହ ଏହି ଟ୍ୱିଟରେ ସେ ଏହା ମଧ୍ୟ କହିଛନ୍ତି ଯେ ନିଜର ଏହି କାର୍ଯ୍ୟ ଜରିଆରେ ସେ ଆସନ୍ତା ୫ବର୍ଷ ମଧ୍ୟରେ ପ୍ରାୟ ୧୦କୋଟି ଲୋକଙ୍କ ଜୀବନ ବଦଳେଇବାକୁ ଯୋଜନା କରୁଛନ୍ତି।

ସୋନୁ ସୁଦ ତାଙ୍କ ଟ୍ୱିଟରେ ଲେଖିଛନ୍ତି- ‘ନୂଆ ବର୍ଷ, ନୂଆ ଆଶା। ନୂତନ ଚାକିରିର ସୁଯୋଗ ଏବଂ ସେହି ସୁଯୋଗଗୁଡ଼ିକୁ ଆପଣଙ୍କ ନିକଟକୁ ଆଣିୁଥିବା ନୂଆ ଆମେ। ପ୍ରବାସି ଶ୍ରମିକ ଏବେ ଏବେ ଗୁଡ୍ ୱାର୍କର୍ । ଆଜି ହିଁ ଗୁଡ୍ ୱାର୍କର୍ ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ନିଜର ଉତ୍ତମ ଭବିଷ୍ୟତର କାମନା କରନ୍ତୁ ।

ବାସ୍ତବରେ ସୋନୁ ଦେଶର ବେକେରୀମାନଙ୍କୁ ଚାକିରୀ ଦେବା ପାଇଁ ଏକ ଆପଲିକେଶନ୍ ଲଞ୍ଚ କରିଛନ୍ତି । ଆଉ ଏହାର ନାଁ ରଖିଛନ୍ତି ‘ଗୁଡୱାର୍କ’। ଏଥିସହ ସେ ’ #AbIndiaBanegaKaamyaab, #GoodWorker, #NaukriPaanaHuaAasaan  ଭଳି  ହ୍ୟାସଟ୍ୟାଗ ମଧ୍ୟ ଚଲାଉଛନ୍ତି ଯାହା କି ଏବେ ଟ୍ରେଣ୍ଡ କରୁଛି ।

ସୋନୁଙ୍କ ଏହି ଘୋଷଣା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟି ଆସୁଛି। ପୁଣିଥରେ ସୋନୁ ନିଜର ଉଦାରତାର ପରିଚୟ ଦେଇ ସମସ୍ତଙ୍କ ମନ ଜିତିନେଇଛନ୍ତି। ଜଣାଇଦେବାକୁ ଚାହୁଛୁ ଯେ ଏହା ପୂର୍ବରୁ ମଧ୍ଯ ସୋନୁଙ୍କର ଏହି ମିଶନରେ  ୧ ଲକ୍ଷ ୨୦ ହଜା ୫୨ଜଣଙ୍କୁ ଚାକିରି ଦିଆସରିଛି । ଆଉ ଏବେ ସେ ଆଉ ୧ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ଯାଉଛନ୍ତି ।

ମହାରାଷ୍ଟ୍ର ସମେତ ୬ ରାଜ୍ୟରେ ସ୍ଥିତି ସଙ୍ଗିନ, କରୋନା ସଂକ୍ରମଣ ଉପର ମୁହାଁ

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ସମେତ ୬ ରାଜ୍ୟରେ ସ୍ଥିତି ସଙ୍ଗିନ। ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୬ ହଜାର ୨୯୧ସଂକ୍ରମିତ। ଆଉ ୧୧୮ଜଣଙ୍କ ଜୀବନ ଯାଇଥିବା ବେଳେ, ୧୭ ହଜାର ୪୫୫ ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୩ ଲକ୍ଷ ୮୫ ହଜାର ୩୩୯ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୧କୋଟି ୧୦ ଲକ୍ଷ ୭ ହାଜାର ୩୫୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

ଏବେବି ସାରା ଦେଶରେ ୨ଲକ୍ଷ ୧୯ ହଜାର ୨୬୨ ସକ୍ରିୟ ମାମଲା ଥିବା ବେଳେ, ୧ଲକ୍ଷ ୫୮ ହଜାର ୭୨୫ ଜଣଙ୍କ ମୃତ୍ୟୁ ହୋଇଛି । ସାରାଦେଶରେ ଟିକାକରଣ ଜାରି ଥିବାବେଳେ, ଏବେ ସୁଦ୍ଧା ୨ କୋଟି ୯୯ ଲକ୍ଷ ୮ହଜାର ୩୮ ଜଣଙ୍କୁ ଟିକା ଦିଆଯାଇଛି। ଦେଶରେ ସବୁଠୁ ଅଧିକ ଖରାପ ସ୍ଥିତିରେ ରହିଛି ମହାରାଷ୍ଟ୍ର। ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‌ଡାଉନ୍ ଜାରି କରାଯାଇଛି।

କଟକଣା ନମାନିଲେ ପୁଣି କଡ଼ାକଡ଼ି କଟକଣା ଜାରି କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଚେତାବନୀ ଦେଇଛନ୍ତି । ସେପଟେ କର୍ଣ୍ଣାଟକରେ ଲକଡାଉନ ହେବନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି । ନିୟମ କଡ଼ାକଡ଼ି ଭାବେ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବରେ ରାତ୍ରିକାଳୀନ କଟକଣା ଜାରି ରହିଥିବା ବେଳେ ଇନ୍ଦୋର ଓ ଭୋପାଳରେ କର୍ଫ୍ୟୁ ଲଗାଇବା ପାଇଁ ସରକାର ଚିନ୍ତା କରୁଛନ୍ତି ।

ଗୃହରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ: କ୍ଷମା ମାଗିବାକୁ ଦାବି କରି ଗୃହ ଆରମ୍ଭରୁ ଅଚଳାବସ୍ଥା

ଭୁବନେଶ୍ୱର: ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ। କ୍ଷମା ମାଗିବାକୁ ଦାବି କରି ଆଜି ମଧ୍ୟ ଗୃହ ଆରମ୍ଭରୁ ଅଚଳାବସ୍ଥା। ଗୃହର ମଧ୍ୟଭାଗରେ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ନାରାବାଜି ପରେ ସାଢେ ୧୧ଟା ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପଚି। ଆତ୍ମହତ୍ୟା ଉଦ୍ୟମ କରି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାର ଗରିମା ଓ ମର୍ଯ୍ୟାଦା କ୍ଷୂଣ୍ଣ କରିଛନ୍ତି। ଏଣୁ ସେ କ୍ଷମା ମାଗନ୍ତୁ ବୋଲି ଦାବି ଜୋର ହୋଇଛି। ଗୃହ ଚାଲିଥିବା ବେଳେ ଚାଷୀ ପ୍ରସଙ୍ଗରେ ସାନିଟାଇଜର ପିଇ ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ଘଟଣାପରେ ରାଜନୈତିକ ମାହୋଲ ସରଗରମ ରହିଛି।

ଆଜି ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜନ୍ମଦିନ । ଆଲିଆ ଆଜି ନିଜ ୨୮ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ସୋନୀ ରାଜଦାନଙ୍କ ଝିଅ ଅଟନ୍ତି । ପିଲାଟି ଦିନରୁ ହିଁ ସେ ଅଭିନୟ ପ୍ରତି ରୂଚି ରଖିଥିଲେ । ଫିଲ୍ମ ଷ୍ଟୁଡେଣ୍ଡ ଅଫ ଦି ଇୟର ରୁ ନିଜ ବଲିଉଡ ଡେବ୍ୟୁ କରିଥିଲେ ଆଲିଆ ।

କିନ୍ତୁ ପ୍ରକୃତରେ ତାହା ଆଲିଆଙ୍କ ଡେବ୍ୟୁ ଫିଲ୍ମ ନୁହେଁ । ସେ ଶିଶୁ କଳାକାର ଭାବେ ପୂର୍ବରୁ ଫିଲ୍ମରେ କାମ କରିସାରିଛନ୍ତି । ୧୯୯୯ ମସିହାରେ ଅକ୍ଷୟ କୁମାର ଏବଂ ପ୍ରୀତି ଜିଣ୍ଟା ଷ୍ଟାରର୍ ଫିଲ୍ମ ‘ସଂଘର୍ଷ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଫିଲ୍ମରେ ସେ ପ୍ରୀତି ଜିଣ୍ଟାଙ୍କ ପିଲାବେଳର ଚରିତ୍ର ଅଭିନୟ କରିଥିଲେ ।

କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ର ସଫଳତା ପରେ ଆଉ ପଛରୁ ଅନାଇ ନଥିଲେ ଆଲିଆ । ହାଇୱେ, ଉଡତା ପଞ୍ଜାବ, ଡିଅର ଜିନ୍ଦେଗୀ ଓ ରାଜୀ ଭଳି ଫୁଲ୍ମରେ ନିଜ ନିଖୁଣ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟ ଜିତିଥିଲେ । ନିଜ ଷ୍ଟାଇଲ ଏବଂ ଡ୍ରେସିଂ ସେନ୍ସ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି ଆଲିଆ । ତାଙ୍କ ଷ୍ଚାଇଲ ଷ୍ଟେଟମେଣ୍ଟକୁ ୟୁଥ ଫଲୋ ମଧ୍ୟ କରନ୍ତି । ଖୁବ କମ ବୟସରେ ସଫଳତାର ସ୍ୱାଦ ଚାଖିଥିବା ଆଲିଆ ଆଗାମୀ ଦିନରେ ଦର୍ଶକଙ୍କୁ ଆହୁରି ଭଲ ଭଲ ଫିଲ୍ମ ଭେଟି ଦେବେ ବୋଲି ଆସି ରଖିଛନ୍ତି ପ୍ରଶଂସକ ।