spot_img
Home Blog Page 5880

ଗାଁ ପରିମଳ ନିଆରା ବାର୍ତ୍ତା ବାଣ୍ଟୁଛନ୍ତି ଆଦିବାସୀ ସମ୍ପ୍ରଦାୟ..

ମୟୁରଭଞ୍ଜ: ଗାଁ ପରିମଳ ବାର୍ତ୍ତା ବାଣ୍ଟୁଛନ୍ତି ଆଦିବାସୀ ସମ୍ପ୍ରଦାୟ । ମୟୁରଭଞ୍ଜ ଜିଲ୍ଲା ବୋବେଇଯୋଡ଼ା ଗାଁ ଲୋକେ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ । ପାତା ପରବ ଅବସରରେ ଘର ଅଗଣାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ କାନ୍ଥକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ଚିତ୍ରିତ କରିଛନ୍ତି । ଯାହା ପରିମଳ ବ୍ୟବସ୍ଥାର ନିଆରା ଉଦାହରଣ ହେଉଥିବା ବେଳେ ପ୍ରତିଯୋଗୀତା ମାଧ୍ୟମରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଉଛି ।

ଏଠାରେ ନା ଅଛି ମହାତ୍ମାଗାନ୍ଧୀଙ୍କ ଗାଁ ପରିମଳ ବାର୍ତ୍ତା, ନା ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଆହ୍ୱାନ । ଗାଁ ପରିମଳ ବ୍ୟବସ୍ଥାର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଶୋଇର ବୋବେଇଯୋଡାବାସୀ । ଶିମିଳିପାଳ ପାଦଦେଶରେ ରହୁଥିବା ଏହି ଆଦିବାସୀ ସମ୍ପ୍ରଦାୟ ସ୍ୱଚ୍ଛତାର ଦେଇଛି ନୂଆ ଆହ୍ୱାନ । ବାବାଜୋଲ ପାତା ପରବ ଅବସରରେ ଘର ଅଗଣାକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ସହିତ କାନ୍ଥକୁ ପ୍ରାକୃତିକ ରଙ୍ଗରେ ଚିତ୍ରିତ କରି ଆଦିବାସୀ କଳା ସଂସ୍କୃତିକୁ କରିଛନ୍ତି ଜୀବନ୍ତ । ଏପରିକି ଘର ସାମ୍ନାରେ ଆବର୍ଜନା କୁଣ୍ଡ ବସାଇବାକୁ ଦେଇଛନ୍ତି ଜୈବ ବିବିଧତାର ଆହ୍ୱାନ ।

ପ୍ରତିବର୍ଷ ଶିବରାତ୍ରୀ ପରେ ବାବାଜୋଲ ପାତା ପରବ ପାଳନ କରାଯାଇଥାଏ । ଏହି ପର୍ବକୁ ଭଞ୍ଜ ଏପିଲ ରାଣାକବ ମାଡୱ କ୍ଲବ୍‌ ପରିଚାଳନା କରିଆସୁଥିବା ବେଳେ ପରିସ୍କାର ପରିଚ୍ଛନ୍ନତାକୁ ନେଇ ପ୍ରତିଯୋଗୀତା ହୋଇଥାଏ । ଏଥିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଏ । ପାତା ପରବରେ ନାଚ ଗୀତର ଆସର ଜମିଥିବା ବେଳେ ପାରମ୍ପରିକ ନାଚରେ ସମସ୍ତେ ଝୁମିଥାନ୍ତି ।

ଚୀନରେ ଭୟଙ୍କର ଧୂଳି ଝଡ଼, ୩୪୧ ନିଖୋଜ, ୪୦୦ବିମାନର ଉଡ଼ାଣ ବାତିଲ

ବେଇଜିଂ: ଚୀନରେ ଭୟଙ୍କର ଧୂଳି ଝଡ଼। ପୂରା ହଳଦିଆ ଆଲୋକର ଚାଦରରେ ଘୋଡ଼େଇ ହୋଇଯାଇଛି ଚାନର ରାଜଧାନୀ ବେଇଜିଂ। କୁହାଯାଉଛି ଯେ ଗତ ୧୦ବର୍ଷ ଭିତରେ ଚୀନବାସୀ ସବୁଠୁ ବଡ଼ ଓ ଭୟଙ୍କର ଧୂଳି ଝଡ଼ ଦେଖିଛନ୍ତି।

ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ଏବଂ ଚୀନ୍‌ର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଏହି ଝଡ଼ ଆସିଥିବା ଜଣାପଡ଼ିଛି। ଚୀନ ପାଣିପାଗ ବିଭାଗ ସୋମବାର ବେଜିଂ ଏବଂ ଏହାର ଆଖପାଖ ଅଞ୍ଚଳରେ ୟେଲୋ ୱାର୍ଣ୍ଣି ଜାରି କରିଛି। ଏହି ଧୂଳି ମଙ୍ଗୋଲିଆରୁ ଆରମ୍ଭ ହୋଇ ଗାନସୁ, ଶାନସି ଏବଂ ହେବାଇ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିବା କହିଛି ଚୀନ ପାଣିପାଗ ବିଭାଗ। ଏଥିଯୋଗୁଁ ପାଖାପାଖି ୩୪୧ ଜଣ ନିଖୋଜ ହୋଇଯାଇଛନ୍ତି। ପ୍ରଶାସନ ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି।

ଧୂଳି ଝଡ଼ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଲୋକେ ଘରୁ ବାହାରିବା ମୁସ୍‌କିଲ ହୋଇପଡ଼ିଛି। ଏପରିକି ୪୦୦ଟି ବିମାନ ଉଡାଣ ବି ବାତିଲ ହୋଇଛି। ସେପଟେ ବିଜିଂରେ ବାୟୁର ମାନ ୧୦୦୦ ଉପରକୁ ଚାଲିଯାଇଛି। ଯାହା ପରିବେଶ ଏବଂ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଗୋବି ମରୁଭୂମି ସମେତ ଉତ୍ତର ଚୀନରେ ବଡ଼ ସଂଖ୍ୟାରେ ଗଛ କଟା ଚାଲିଛି, ଯାହା ପରିବେଶ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏଥି ଯୋଗୁ ଏହି ଧୂଳି ଝଡ଼ ଥମିବାର ନାଁ ଧରୁନାହିଁ। ଫଳରେ ବାଲି ଧୂଳିରେ ସହର ଢ଼ାଙ୍କି ହୋଇଯାଉଛି। ଏହି କାରଣ ଯୋଗୁଁ ପ୍ରତିବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ନିୟମିତ ରୂପେ ବିଜିଂକୁ ଏଭଳି ଭୟଙ୍କର ପରିସ୍ଥିତିର ସମ୍ମପଖୀନ ହେବାକୁ ପଡୁଛି।

‘କୃଷି ଓଡ଼ିଶା ୨୦୨୧’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ କଳାହାଣ୍ଡିର ଚାଷୀ ଦେଶରେ ଉଦାହରଣ

ଭୁବନେଶ୍ୱର: ଉଦଘାଟିତ ହେଲା କୃଷି ଓଡିଶା ୨୦୨୧ । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’କୁ ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କ ସାଥିରେ ରହିଛି, ସେମାନଙ୍କ ପାଇଁ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ମିଲେଟ ମିଶନ ସାରା ଦେଶରେ ଉଦାହରଣ ସାଜିଥିବା କହିଲେ ନବୀନ ପଟ୍ଟନାୟକ ।

ଏହାସହ କଳାହାଣ୍ଡିର ମତ୍ସ୍ୟ ଚାଷୀ ଦେଶରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛନ୍ତି । ଚାକିରୀ ଛାଡି ଯୁବାବର୍ଗ ଚାଷକୁ ଆପଣାଉଥିବା କହିଲେ ମୁଖ୍ୟମନ୍ତ୍ରୀ । କରୋନା ଆର୍ଥିକ ସ୍ଥିତି ବିଗାଡି ଦେଇଥିବା ବେଳେ ସଞ୍ଜିବନୀ ଭାବେ ଉଭା ହୋଇଛି କୃଷି । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ୨୦ ହଜାର କୋଟି ଋଣ ଯୋଗାଇଛନ୍ତି । ସରକାରୀ ଯୋଜନାର ସୁଯୋଗ ନେବା ସହ ନୂତନ ବୈଷୟିକ କୌଶଳର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । କୃଷି ଓଡିଶା ଚାଷୀଙ୍କର ସମାବେଶ । ଚାଷୀଙ୍କ ଦକ୍ଷତା ବିକାଶ ପାଇଁ ଏହି ସମାବେଶ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚଳିତ ବର୍ଷର ଥିମ ରହିଛି ସମନ୍ୱିତ ଚାଷ ଓ ଚାଷୀର ବିକାଶ । କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକିକରଣ ସୂଚନା, ବଜାର ସୁଯୋଗ ସୃଷ୍ଟି ତଥା ଆବଶ୍ୟକ ଋଣର ସହଜ ଉପଲବ୍ଧତା ଆଦି ଉପରେ ଏହି ପ୍ରଦର୍ଶନୀରେ ଗୁରୁତ୍ୱ ଦିଆଯାଇଛି । ଏଥର କୃଷି ଓଡ଼ିଶାରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେଉଛି । ସେ ଭିତରେ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଆଦି ସଂଖ୍ୟାଧିକ ବିଭାଗ ଭାଗ ନେବାକୁ ଯାଉଛନ୍ତି ।

ଏହି ଅବସରରେ ୩୦ ଜିଲ୍ଲାର ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବା । ଏଥର ଏହି କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ‘ଛତୁ’ କୁ ରଖାଯାଇଛି । ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରାଣ ଥିବାରୁ ଏହାକୁ ୨୦୨୧ କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ରଖାଯାଇଛି । ସମଗ୍ର ଦେଶରେ ଆମ ରାଜ୍ୟ ଓଡ଼ିଶା ପାଳ ଛତୁ ଉତ୍ପାଦନରେ ପ୍ରଥମ ହୋଇଥିବା ବେଳେ ମୋଟ୍‌ ଛତୁ ଉତ୍ପାଦନରେ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି । ଆମ ରାଜ୍ୟରେ ବ୍ୟାପକ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଯୁବବର୍ଗ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବା କୃଷି ମନ୍ତ୍ରୀ କହିଛନ୍ତି ।

ଶୁଖିଯାଉଛି ଓଡ଼ିଶାର ଜୀବନରେଖା, ଛତିଶଗଡ଼ର ଦାଦାଗିରି ପାଇଁ କମୁଛି ମହାନଦୀର ଜଳସ୍ତର

ସୁବର୍ଣ୍ଣପୁରର: ଶୁଖିଯାଉଛି ଓଡିଶାର ଜୀବନରେଖା । ଛତିଶଗଡ଼ର ଦାଦାଗିରି ପାଇଁ କମୁଛି ମହାନଦୀର ଜଳସ୍ତର । ଉପର ମୁଣ୍ଡରେ ବେଆଇନ ବ୍ୟାରେଜ୍ ଯୋଗୁଁ ମହାନଦୀର ଜଳସ୍ତର ୪ ଫୁଟ କମିଯାଇଛି । ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ସୁବର୍ଣ୍ଣପୁରର ଧୀବର ସମ୍ପ୍ରଦାୟ । ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଶୁଖିଲା ପଡିଲାଣି ଓଡ଼ିଶାର ଲାଇଫ୍ ଲାଇନ କୁହାଯାଉଥିବା ମହାନାଦୀ । ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ବ୍ୟାରେଜ୍ ନିର୍ମାଣ ଯୋଗୁଁ ଜଳସ୍ତର କମିବାରେ ଲାଗଛି ।

ମାର୍ଚ୍ଚ ମାସରେ ମହାନଦୀରେ ଜଳସ୍ତର ୧୦ରୁ ୧୫ ଫୁଟ୍ ରହୁଥିବା ବେଳେ ଏବେ ୪ ଫୁଟ୍ କମିଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀର ଅଧିକାଂଶ ସ୍ଥାନରେ ଖାଲି ବାଲି ଆଉ ବାଲି ଦେଖିବାକୁ ମିଳିଛି । ଯାହା ଫଳରେ ଧୀବର ସମ୍ପ୍ରଦାୟର ଲୋକଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି  ।

ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ୬୦ ପ୍ରତିଶତ ଲୋକ ମହାନଦୀ ଉପରେ ନିର୍ଭର କରନ୍ତି । କିଏ ମାଛ ଧରି ଜୀବିକା ନିର୍ବାହ କରନ୍ତି ତ କିଏ ଡଙ୍ଗା ଚଳାଇ ପରିବାର ଚଳାନ୍ତି । ହେଲେ ଛତିଶଗଡ଼ର ବେଆଇନ ନିର୍ମାଣ ଯୋଗୁଁ ବର୍ଷକୁ ବର୍ଷ ଜଳସ୍ତର କମିବାରେ ଲାଗିଛି । ଫଳରେ ବର୍ଷ ଆରମ୍ଭରୁ ସ୍ଥାନୀୟ ଲୋକଙ୍କ ମୁଣ୍ଡରେ ପଡିଲାଣି ଚଡ଼କ । ବିଗତ କିଛି ବର୍ଷ ହେଲା ସରକାରଙ୍କ ମହାନଦୀ ବଞ୍ଚାଅ ଆନ୍ଦୋଳନ ଜାରି ରହିଛି । ଏପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗ କେନ୍ଦ୍ର ଟ୍ରିବ୍ୟୁନାଲରେ ବିଚାରଧୀନ ଥିବା ବେଳେ ମହାନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଲୋକେ ଏବେ ଚିନ୍ତାରେ ।

ଟୋକନ ରଦ୍ଦ ପରେ ଚାଷୀଙ୍କ ରାସ୍ତା ଅବରୋଧ, ଜାତୀୟ ରାଜପଥ ଉପରେ ଥୋଇଲେ ବସ୍ତା ବସ୍ତା ଧାନ

କେନ୍ଦୁଝର: ବଢ଼ିଲା ଚାଷୀଙ୍କ ଚିନ୍ତା । ଟୋକନ ରଦ୍ଦ ପରେ ରାସ୍ତାରେ ଚାଷୀ ଥୋଇଲେ କୁଇଣ୍ଟାଲ କୁଇଣ୍ଟାଲ ଧାନ । ଅଭିଯୋଗ ଯେ, ତାଙ୍କୁ ପ୍ରଥମେ ଧାନ ବିକ୍ରି କରିବା ପାଇଁ ଟୋକନ ଦିଆଯାଇଥିଲା ହେଲେ ପରେ ତାଙ୍କ ଟୋକନ ରଦ୍ଦ କରିଦିଆଯାଇଛି । ତେଣୁ ସେ ଏବେ ଧାନ ବିକ୍ରି କରିବା ପାଇଁ ଅସମର୍ଥ । ସ୍ଥାନୀୟ ସମବାୟ ସଂସ୍ଥା ତାଙ୍କୁଠାରୁ ଧାନ କିଣିବାକୁ ମନା କରିଦେଇଛି । ତେଣୁ ସେମାନେ ଉତ୍ପାଦନ କରିଥିବା ଧାନ କୋଉଠି ରଖିବେ ? ଚାଷୀଙ୍କ ପ୍ରତି ପ୍ରଶାସନର ଏଭଳି ଉଦାସୀନ ମନୋଭାବ ଯୋଗୁଁ, ଏହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଜଗମୋହନପୁର ଠାରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି ।

ଫଳରେଳ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡ଼ି ଅଟକି ରହିଛି । କୋଲକତା-ମୁମ୍ବାଇକୁ ଯାଉଥିବା ଗାଡ଼ି ଗୁଡ଼ିକ ମଧ୍ୟ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଛି । କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ରଖି ଶତାଧିକ ଚାଷୀ ଏଠି ଆନ୍ଦୋଳନ କରୁଛନ୍ତି । ହେଲେ ଏବେ ସୁଦ୍ଧା ପ୍ରଶାସନ ତାଙ୍କ ଦାବି ପ୍ରତି କର୍ଣ୍ଣପାତ କରି ନାହିଁ ।

ତେବେ ଚାଷୀଙ୍କ ରାସ୍ତା ଅବରୋଧ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଚାଷୀଙ୍କ ଆନ୍ଦୋଳନ ଭାଙ୍ଗ କରିବାକୁ ଚେଷ୍ଟା କରିଛି । ହେଲେ ଚାଷୀଙ୍କ ଦୁଃଖ କେହି ଶୁଣିବାକୁ ନାରାଜ । ସାରା ବର୍ଷର ପରିଶ୍ରମ ଏବେ ରାସ୍ତା ଉପରେ ପଡ଼ି ରହିଛି ।

ସୂଚନା ଅନୁଯାୟୀ, ତେଲକୋଇ ବ୍ଳକର ୩ଟି ଧାନମଣ୍ଡି ଯଥା:- ତେଲକୋଇ, ଶିରିଗିଡ଼ା ଓ କାଳିଆହତା ଲ୍ୟାମ୍ପର ୬୪୧ ଜଣ ଚାଷୀଙ୍କ ଟୋକନ ରଦ୍ଧ ହୋଇଯାଇଛି । ଏବେ ବି ୧୦୪୩ ଜଣ ଚାଷୀଙ୍କ ଘରେ, ଖଳାରେ ଏବଂ ମଣ୍ଡିରେ ୩୦ ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି । ସରକାର ଏହି ଧାନ କିଣିବାକୁ ଚାଷୀମାନେ ଦାବି କରି ସକାଳ ସାଢେ ୮ଟାରୁ କଲିକତା-ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକରେ ଅବରୋଧ କରିଛନ୍ତି ।

ମାନହାନି ମାମଲାରେ ପାକ୍ ଗାୟିକାଙ୍କୁ ୩ ବର୍ଷ ଜେଲ୍: ଅଲୀ ଜଫରଙ୍କ ଉପରେ ଲଗାଇଥିଲେ ଯୌନ ଉତ୍ପିଡ଼ନ ଆରୋପ

ଅଲୀ ଜଫରଙ୍କ ଉପରେ ଯୌନ ଉତ୍ପିଡନ ଆରୋପ ଲଗାଇଥିବା ପାକିସ୍ତାନୀ ସିଙ୍ଗର ମିଶା ଶଫି ଏହି ମାସଲାରେ ନିଜେ ଫଶିଯାଇଛନ୍ତି। ଅଲିଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ କୋର୍ଟ ଖାରଜ କରିବା ପରେ ଅଲି ମେଶାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ଯେଉଁଥିରେ ଗାୟକଙ୍କୁ ବର୍ତ୍ତମାନ ତିନି ବର୍ଷ ଜେଲ୍  ଦଣ୍ଡରେ ଦଣ୍ଡିତ କରାଯାଇଛି।

କିଛି ଦିନ ପୂର୍ବେ ମିଶା ମିଠୁ କ୍ୟାମ୍ପେନ ସହିତ ଯୋଡ଼ି ହୋଇ ଟ୍ୱିଟ୍ କରି ଅଲୀ ଜଫରଙ୍କ ଉପରେ ଯୌନ ଉତ୍ପିଡନର ଆରୋପ ଲଗାଇବା ସହିତ ତାଙ୍କ ସହିତ ଏହା ବାରମ୍ବାର ହୋଇଛି ବୋଲି ମଧ୍ୟ କହିଥିଲେ। କିନ୍ତୁ ଜଫର ମିଶାଙ୍କ ଏହି ଆରୋପକୁ ଖଣ୍ଡନ କରିଥିଲେ ଏବଂ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମଧ୍ୟ କହିଥିଲେ। ଯାହାପରେ ସେ ମିଶାଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା କରିଥିଲେ । ଆଜି ସେହି ମାମଲାରେ ପାକିସ୍ତାନ ଅଦାଲତ ମିଶାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଦଣ୍ଡମିଳିବା ପରେ ମିଶା କୋର୍ଟର ରାୟ ଉପରେ ପ୍ରଶନ ଉଠାଇଛନ୍ତି । ସେ କହିଛନ୍ତି, ‘ଏହା କିଭଳି ସିଷ୍ଟମ ? ଆଉ ଏଭଳି ମାମଲାରେ କୌଣସି ବି ମୂଲ୍ୟରେ କେଉଁ ମହିଳାଙ୍କୁ ନ୍ୟାୟ ମିଳିଛି?’ ଅନ୍ୟପଟେ ମିଶଆଙ୍କ ଓକିଲ ଏହି ରାୟକୁ ଉପରୋସ୍ଥ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଯୋଜନା କରୁଛନ୍ତି।

ଟ୍ରଲର ମାଲିକଙ୍କୁ ଗୁଳିମାଡ଼, ୬ରୁ ୭ ଜଣ ଦୁର୍ବୃତ୍ତ ଆସି ଗୁଳି କଲେ

ବାଲେଶ୍ୱର: ବାଲେଶ୍ୱର ବଳରାମଗଡ଼ିରେ ଟ୍ରଲର ମାଲିକଙ୍କୁ ଗୁଳିମାଡ଼ ଘଟଣା । ଟ୍ରଲର ମାଲିକଙ୍କ ମୃତ୍ୟୁ । ବ୍ୟବସାୟିକ ଶତ୍ରୁତାରୁ ଗୁଳି କରାଯାଇଥିବା ସୂଚନା । ଟ୍ରଲର ମାଲିକଙ୍କ ନାମ ବିଜୟ ପ୍ରଧାନ । ବିଜୟ ‘ଦୀପା ତାରିଣୀ’ ଟ୍ରଲରର ମାଲିକ । ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ସମ୍ପର୍କରେ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ । ୩ ରୁ ୪ଟି ମୋଟର ସାଇକେଲରେ ହେଲମେଟ ପିନ୍ଧି ଆସିଥିଲେ ଦୁର୍ବୃତ୍ତ । ୬ରୁ ୭ ଜଣ ଦୁର୍ବୃତ୍ତ ଆସିଥିବା ବେଳେ ପ୍ରାୟ ୭ ରାଉଣ୍ଡ ଗୁଳି ଫୁଟିଥିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି । ତେବେ କେବଳ ଗୁଳିମାଡ଼ ନୁହେଁ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । ଗୁଳି କରିବା ପରେ ସମସ୍ତେ ଫେରାର ହୋଇଯାଇଛନ୍ତି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଗୁରୁତର ବିଜୟଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସ ଆରମ୍ଭ କରିଥିବା ବେଳେ ତାଙ୍କର ମୃତ୍ୟୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା । ଏହାର କିଛି ସମୟ ପରେ ମେଡିକାଲରେ ହିଁ ବିଜୟଙ୍କ ମୃତ୍ୟୁ ହୋଇଯାଇଛି । ଗୁଳିମାଡ଼ ଯୋଗୁଁ ବହୁ ମାତ୍ରାରେ ରକ୍ତ ବୋହି ଯାଇଥିଲା । ତେଣୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ତାଙ୍କ ମୃତ୍ୟୁ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ବିବାହ ବନ୍ଧନରେ ବାନ୍ଧି ହେଲେ ବୁମରାହ, ଭାଇରାଲ ହେଉଛି ବାହାଘର ଫଟୋ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ। ୨୦୧୪ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ତଥା ସ୍ପୋର୍ଟସ ଆଙ୍କର ସଞ୍ଜନା ଗାଣେସନଙ୍କୁ ବିବାହ କରିଛନ୍ତି। ଆଜି ଗୋଆରେ ଏହି ବିବାହ କାର୍ଯ୍ୟକ୍ରମ ଶେଷ ହୋଇଛି। ଏ ସମ୍ପର୍କରେ ବୁମରାହ ନିଜେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି।

ଏହି ଫଟୋରେ ଦୁହେଁ ବର କନିଆ ବେଶରେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି । ପିଙ୍କ୍ ୱେଡିଂ ଥିମରେ ଦୁହେଁ କଲର କୋର୍ଡ଼ିନେଟ୍ କରି ଆଉଟଫିଟ୍ ବି ପିନ୍ଧିଛନ୍ତି। ବୁମରାହ ପେଷ୍ଟାଲ୍ ପିଙ୍କ ଓ ଲାଇଟ୍ କ୍ରିମ କଲର ସେରୱାନି ପିନ୍ଧିଥିବାବେଳେ ସଞ୍ଜନା ବି ପେଷ୍ଟାଲ ପିଙ୍କ ଓ କ୍ରିମ କଲର ଲେହେଙ୍ଗା ପିନ୍ଧିଛନ୍ତି । ଦୁହିଁଙ୍କ ଯୋଡ଼ି ପୂରା ଜବରଦସ୍ତ ଲାଗୁଛି। କେବଳ ବର କନ୍ୟା ନୁହେଁ  ବାହାଘରର ସାଜସଜ୍ଜା ବି ଖୁବ୍ ସୁନ୍ଦର ଦିଶୁଛି। ବିଭିନ୍ନ ରଙ୍ଗର ଫୁଲ ଭିତରେ ବୁମରାହ ଓ ସଞ୍ଜନାଙ୍କ ବାହାଘରର ଫଟୋ ବେଶ୍ ଆକର୍ଷଣୀୟ ଦେଖାଯାଉଛି।

ବୁମରାହ ନିଜ ଟ୍ୱିଟର ହ୍ୟାଣଡେଲରେ ବିବାହର ୨ଟି ଫଟୋ ଶେଆର କରିଛନ୍ତି । ଗୋଟିଏ ଫଟୋରେ ବର ଓ ବଧୂ ବେଶରେ ଉଭୟ ବେଦୀରେ ବସିଛନ୍ତି ଓ ପରସ୍ପରକୁ ରୋମାଣ୍ଟିକ ଅନ୍ଦାଜରେ ଚାହିଁ ରହିଛନ୍ତି। ଆଉ ଏକ ଫଟୋରେ ଉଭୟ ବେଦୀରେ ଫେରେ ନେଉଥିବା ଦେଖିବାକୁ ମିଳିଛି। ଏମାନଙ୍କ ବାହାଘର ସମ୍ପୂର୍ଣ୍ଣ ପଞ୍ଜାବୀ ରିତିନୀତିରେ ସମ୍ପନ୍ନ ହୋଇଛି ।

ବୁମ୍ରା ଫଟୋ ଶେୟାର କରି ଲେଖିଛନ୍ତି, “ପ୍ରେମ, ଯଦି ଏହା ଆପଣଙ୍କୁ ଯୋଗ୍ୟ ଭାବିବ, ତା’ହେଲେ ସେ ଆପଣମାନଙ୍କୁ ଆଗକୁ ନେଇଯିବ। ପ୍ରେମ ଜରିଆରେ ଆମେ ଏକାଠି ହୋଇ ଆଗକୁ ବଢ଼ିଛୁ ଓ ନୂଆ ଯାତ୍ରା ଆରମ୍ଭ କରିଛୁ। ଆଜିର ଦିନ ଆମ ଜୀବନର ସୁବଠାରୁ ଖୁସିର ଦିନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆମେ ଆମର ବାହାଘର ଓ ଖୁସିର ଦିନ ଆପଣମାନଙ୍କ ସହ ଶେୟାର କରୁଛୁ। ଏଥିପାଇଁ ଆମେ ବହୁତ ଖୁସି। ଯଶପ୍ରୀତ ଓ ସଞ୍ଜନା।”

ଏହି ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ବୁମ୍ରା ଓ ସଞ୍ଜନାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ବିବାହ କାର୍ଯ୍ୟକ୍ରମରେ କେବଳ ଦୁଇ ପରିବାରର ସଦସ୍ୟ ଓ କିଛି ନିକଟତର ବନ୍ଧୁ ସାମିଲ ହୋଇଥିଲେ। କରୋନା କଟକଣା ଯୋଗୁ ବୁମ୍ରା ବେଶୀ ଲୋକଙ୍କୁ ବିବାହକୁ ନିମନ୍ତ୍ରଣ କରିନାହାନ୍ତି।

 

ଏଣିକି ଚୁଟ୍‌କିରେ ପାସ୍‌ପୋର୍ଟ ଭେରିଫିକେସନ୍‌, ଓଡ଼ିଶା ପୋଲିସ ଆଣିଲା mPolice ଆପ୍‌

ଭୁବନେଶ୍ୱର: ଏଣିକି ଆଉ ପାସ୍‌ପୋର୍ଟ ଭେରିଫିକେସନ୍‌ ପାଇଁ ଦଉଡ଼ିବାକୁ ପଡ଼ିବନି ପୋଲିସ ଷ୍ଟେସନ୍‌ । କାରଣ ଏବେ ଆସିଯାଇଛି mPolice ମୋବାଇଲ୍‌ ଆପ୍‌ । ଯାହାକି ସିଧାସଳଖ ପାସ୍‌ପୋର୍ଟ କେନ୍ଦ୍ର ସହ କନେକ୍ଟ ରହିବ । ସୋମବାର ଏହି ଆପ୍‌କୁ ଓଡ଼ିଶା ପୋଲିସ ପକ୍ଷରୁ ଲଞ୍ଚ କରାଯାଇଛି । ରାଜ୍ୟ ସରକାରଙ୍କ 5T ଯୋଜନାର ଏହା ଆଉ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇପାରେ । ଏବେ ପାସ୍‌ପୋର୍ଟ ଭେରିଫିକେସନ୍‌ ପାଇଁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହି ଆପ୍‌ ଲୋକଙ୍କ ପାଇଁ ବେଶ ସହାୟକ ହେବ ।

ପୂର୍ବରୁ ପାସ୍‌ପୋର୍ଟ ଭେରିଫିକେସନ୍‌ ପାଇଁ ଏସ୍‌ କିମ୍ବା ଡିଏସ୍‌ପି ଅଫିସ୍‌କୁ ଆବେଦନ ଫର୍ମ ପଠାଯାଉଥିଲା । ସେଠାରେ ଯାଇ ଉକ୍ତ ବ୍ୟକ୍ତି ପହଞ୍ଚିବା ପରେ ପୋଲିସର ବିଶ୍ୱାସ ହେଉଥିଲା । ଆଉ ତାପରେ ଫାଇଲ୍‌ ଆଗକୁ ଯାଉଥିଲା । ଏହି ସମସ୍ତ ପ୍ରକ୍ରିୟା ପାଇଁ ୧୫ ଦିନରୁ ବି ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ତେବେ ଏଣିକି ଏହି ସବୁ ପ୍ରକ୍ରି୍ୟା ଶେଷ କରିବା ପାଇଁ ଆଉ ସମୟ ଲାଗିବ ନାହିଁ । ଏହି ଆପ୍‌ ଦ୍ୱାରା ତୁରନ୍ତ ଭେରିଫିକେସନ୍‌ ହୋଇପାରିବ ।

ଏହି ଯୋଜନା ଅଧିନରେ ପ୍ରାୟ ପୋଲିସ ଷ୍ଟେସନ୍‌କୁ ଗୋଟିଏ ଲେଖାଏଁ ଟାବ୍‌ଲେଟ୍‌ ଦିଆଯାଇଛି । ଏଭଳି ପ୍ରାୟ ୫୫୩ ପୋଲିସ ଷ୍ଟେସନ୍‌କୁ ଟାବ୍ଲେଟ୍‌ ଦିଆଯାଇଛି । ଯେଉଁଥିରେ ଲୋକଙ୍କ ସେବା ସହ ଜଡ଼ିତ ଏଭଳି ଆପ୍‌ ଗୁଡ଼ିକ ଇନ୍‌ଷ୍ଟଲ ରହିବ । ଆଉ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯାଇପାରିବ । ସୋମବାର ଏକକାଳିନ ୧୦୦ ଟି ପୋଲିସ ଷ୍ଟେସନ୍‌ରେ ଏହି ଯୋଜନା ଆରମ୍ଭ କରାଯାଇଛି । ବାକିଥିବା ପୋଲିସ ଷ୍ଟେସନ ଗୁଡ଼ିକରେ ୨୫ ମାର୍ଚ୍ଚ ସୁଦ୍ଧା ଏହି ଯୋଜନା ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି ।

ଅନଲାଇନରେ ଗାଇ ବିକ୍ରି କରିବାକୁ ଯାଇ ହରାଇଲେ ଏକ ଲକ୍ଷ

ଭୁବନେଶ୍ୱର: ଟିକେ ସୁଯୋଗ ପାଇଁଲେ ପୁଳା ପୁଳା ଟଙ୍କା ଝାମ୍ପି ନେଉଛନ୍ତି ସାଇବର ଠକ। ରାଜ୍ୟରେ ଏବେ ହାଉଯାଉ ହେଲେଣି ସାଇବର ଅପରାଧୀ। ସାଇବର ସେଲେ ଯେତେ ଶକ୍ତି ବଢ଼ାଉଛି ସେତିକି ଚାଲାଖ ହେଉଛନ୍ତି ସାଇବର ଠକ। ଯେତେ ହୁସିଆର ରହିଲେ ମଧ୍ୟ କେଉଁନା କେଉଁ ଉପାୟରେ ସାଇବର ଅପରାଧୀ ଲୁଟ କରିବାରେ ବ୍ୟସ୍ତ ରହୁଛନ୍ତି।

 

ଏବେ ଆଉଜଣେ ଯୁବକ ସାଇବର ଠକର ଶିକାର ହୋଇଛନ୍ତି। ମହାଙ୍ଗା ପଡ଼ିଛି ଅନ୍‌ଲାଇନରେ ରେ ଗାଈ କାରବାର। ଅନ୍‌ଲାଇନରେ ଗାଈ ବିକ୍ରି ପାଇଁ ବିଜ୍ଞାପନ ଦେଇ ଫସିଛନ୍ତି ଜଣେ ଯୁବକ।

୨୦ ହଜାର ଟଙ୍କା ଗାଈ ପାଇଁ ୧ ଲକ୍ଷ ହରେଇଲେ ଯୁବକ। QR SCAN ଦ୍ୱାରା ଲକ୍ଷେ ଟଙ୍କା ପୁଛି ନେଲା ସାଇବର ଠକ। ଲୁଟର ଶିକାର ହେବା ପରେ ଭୁବନେଶ୍ୱର ସାଇବର ଥାନା ରେ ଅଭିଯୋଗ କରିଛନ୍ତି ଉକ୍ତ ଯୁବକ ଜଣକ।