କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାର ୨ ସାମ୍ବାଦିକଙ୍କ ମୃତ୍ୟୁ, ମାନସ ମଙ୍ଗରାଜଙ୍କ ଶୋକ

Two Journalist Of Ganjam District Died During Covid-19 Treatment

ବ୍ରହ୍ମପୁର: କରୋନା ପୀଡ଼ିତ ୨ ସାମ୍ବାଦିକଙ୍କ ମୃତ୍ୟୁ । ବ୍ରହ୍ମପୁର ଏମକେସିଜି କୋଭିଡ୍ ମେଡିକାଲରେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ୨ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏକ ୱେବ ଚ୍ୟାନେଲରେ କୁକୁଡ଼ାଖଣ୍ଡି ବ୍ଲକରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ରାତି ୩ଟା ସମୟରେ ହୋଇଥିବା ଜଣାପଡ଼ିଛି ।

Two Journalist Of Ganjam District Died During Covid-19 Treatment

ସେ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ଗତ ୨ ଦିନ ହେଲା ଏମକେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ୱାସ କ୍ରିୟା ଜନିତ ସମସ୍ୟା ସହ ଅକ୍ସିଜେନ ନେବାରେ ତାଙ୍କୁ ଭାରି ସମସ୍ୟା ହେଉଥିଲା । ସେ ଜଣେ ଭଲ କ୍ରୀଡ଼ାବିତ୍ ଥିଲେ । ବହୁଥର ଖୋକୋରେ ଜିଲ୍ଲା ପାଇଁ ଏବଂ ରାଜ୍ୟ ପାଇଁ ଖେଳି ସୁନାମ ଆଣିଛନ୍ତି ।

Two Journalist Of Ganjam District Died During Covid-19 Treatment

ଏକ ଦୈନିକ ଖବରକାଗଜର ଚିକିଟି ପ୍ରତିନିଧି ଭାବେ କାର୍ଯ୍ୟରତ ଯୁବ ସାମ୍ବାଦିକ ମନୋଜ କୁମାର ସାହୁଙ୍କ ମୃତ୍ୟୁ ହୋଇଛି । ଆଜି ଦିନ ୧୦ଟା ବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେ ଗତ ଦୁଇ ଦିନ ହେଲା ଏମକେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ୱାସ କ୍ରିୟା ଜନିତ ସମସ୍ୟା ଏବଂ ଅକ୍ସିଜେନ ନେବାରେ ତାଙ୍କୁ ଭାରି ସମସ୍ୟା ହେଉଥିଲା ।

୨ ସାମ୍ବାଦିକଙ୍କ ମୃତ୍ୟୁରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଧରିବା ଲାଗି କହିଛନ୍ତି । ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତ ମାନସ ମଙ୍ଗରାଜ ।

Leave a Reply