ଟଳୁନି ଅକ୍ସିଜେନ୍ ସଂକଟ, ସାର୍ ଗଙ୍ଗାରାମ ହସ୍ପିଟାଲରେ ଆଉ ମାତ୍ର ୨ ଘଣ୍ଟା ଯିବ ଅମ୍ଲଜାନ

1 min read

ନୂଆଦିଲ୍ଲୀ: ଅକ୍ସିଜେନ୍ କୋଟା ବୃଦ୍ଧି ସତ୍ତ୍ୱେ ଦିଲ୍ଲୀରେ ଅକ୍ସିଜେନ୍ ସଂକଟ ଟଳୁନି । ରାଷ୍ଟ୍ରୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଲାଗି ରହିଛି । ଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲରେ ଥିବା ଅକ୍ସିଜେନ୍ ମାତ୍ର ଆଉ ୨ ଘଣ୍ଟା ଯିବ । ଏନେଇ ହସ୍ପିଟାଲ୍ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତୁରନ୍ତ ଅକ୍ସିଜେନ୍ ଏୟାରଲିଫ୍ଟ କରିବା ଆବଶ୍ୟକତା ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଅକ୍ସିଜେନ୍ ଅଭାବ ଯୋଗୁଁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ଓ ବିପାପ ସଠିକ୍ ଭାବେ ଫଳପ୍ରଦ ହେଉନାହିଁ । ଏବେ ହସ୍ପିଟାଲରେ ୬୦ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଉଛି । ୨ ଘଣ୍ଟା ମଧ୍ୟରେ ଅକ୍ସିଜେନ୍ ନମିଳିଲେ ୬୦ ରୋଗୀଙ୍କ ଜୀବନ ବିପଦମୁହଁକୁ ଠେଲି ହୋଇଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଅସୁସ୍ଥଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Oxygen Left For Only 2 Hours In Sir Ganga Ram Hospital, Delhi

ଅକ୍ସିଜେନ୍ ଅଭାବ ଯୋଗୁଁ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଉପଲବ୍ଧ ନଥିବାରୁ ଆଇସିୟୁ ଓ ଭେଣ୍ଟିଲେଟରକୁ ହସ୍ପିଟାଲରେ ମାନୁଆଲ୍ ମୋଡରେ ପରିଚାଳନା କରାଯାଉଥିବା ଜଣାପଡ଼ିଛି ।

Leave a Reply