୬ ଦିନରେ କରୋନାରେ ମାଆ ସହ ୨ ପୁଅଙ୍କ ମୃତ୍ୟୁ, ଦୁଃଖରେ ବୋହୂର ଆତ୍ମହତ୍ୟା

Woman And Her Two Son Died Due To Corona Daughter In Law Also Committed Suicide

ଭୋପାଳ: ମଧ୍ୟପ୍ରଦେଶର ଦେବାସରେ ୬ ଦିନ ମଧ୍ୟରେ କରୋନାରେ ଜଣେ ୭୫ ବର୍ଷିଅ ମହିଳାଙ୍କ ସହ ତାଙ୍କର ୨ ପୁଅଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ବୋହୂ ଆତ୍ମହତ୍ୟା କରିଛି । ଦଉଡ଼ି ଦେଇ ବୋହୂ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ପରିବାର ସଦସ୍ୟ । ଦେବାସ ଅଗ୍ରୱାଲ ସମାଜର ଅଧ୍ୟକ୍ଷ ବାଲକିଶନ ଗର୍ଗଙ୍କ ଘରେ ଘଟିଛି ।

ବାଲକିଶନଙ୍କ ସ୍ୱାସ୍ଥ୍ୟାବସ୍ଥା ବେଶ୍ ଗମ୍ଭୀର ରହିଛି । ସୂଚନା ଅନୁସାରେ ପ୍ରଥମେ ବାଲକିଶନଙ୍କ ୭୫ ବର୍ଷିଅ ପତ୍ନୀ ଚନ୍ଦ୍ରକଳା କରୋନା ସଂକ୍ରମିତ ହୋଇଥିଲେ । ଏପ୍ରିଲ୍ ୧୪ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାର ଠିକ୍ ୨ ଦିନ ପରେ ବଡ଼ ପୁଅ ୫୧ ବର୍ଷିଅ ସଞ୍ଜୟ କରୋନାରେ ପ୍ରାଣ ହରାଇଥିଲେ । ଏପ୍ରିଲ ୧୯ରେ ସାନ ପୁଅ ୫୯ ବର୍ଷିଅ ସ୍ୱପ୍ରେଶଙ୍କ ମୃତ୍ୟୁ କରୋନାରେ ହୋଇଥିଲା ।

ଏସବୁ ଦେଖି ଭାଙ୍ଗି ପଡ଼ିଥିଲେ ସାନ ବୋହୂ । ଶାଶୂ, ସ୍ୱାମୀ ଏବଂ ଦେଢ଼ଶୂରଙ୍କ ମୃତ୍ୟୁ ପରେ ୪୫ ବର୍ଷିଅ ରେଖା ଗର୍ଗ ମାନସିକ ଅବସାଦଗ୍ରସ୍ତ ହୋଇ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

Leave a Reply