ଦୈନିକ ସଂକ୍ରମଣରେ ଆମେରିକାକୁ ଟପିଲା ଭାରତ, ଦେଶରେ ପ୍ରଥମ ଥର ଲାଗି ୩.୩୨ ଲକ୍ଷ ପଜିଟିଭ୍

1 min read
India reports 3,32,730 new COVID19 cases

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ଆମେରିକାକୁ ଟପିଲା ଭାରତ । ବିଶ୍ୱରେ କରୋନା ଦୈନିକ ସଂକ୍ରମଣର ସର୍ବାଧିକ ମାମଲା ଭାରତରେ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ତାଜା ତଥ୍ୟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୨ ହଜାର ୭୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ୧ ଲକ୍ଷ ୯୩ ହଜାର ୨୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ବୁଧବାର ଦେଶରେ ୩ ଲକ୍ଷ ୧୪ ହଜାର ୮୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୮ ତାରିଖରେ ଆମେରିକାରେ ଦିନକରେ ସର୍ବାଧିକ ୩ ଲକ୍ଷ ୭ ହଜାର ମାମଲା ଚିହ୍ନଟ ହୋଇଥିଲା ।

ଦେଶରେ କରୋନା ସ୍ଥିତି

ମୋଟ କରୋନା ପଜିଟିଭ୍- ୧ କୋଟି ୬୨ ଲକ୍ଷ ୬୩ ହଜାର ୬୯୫

ମୋଟ ଆରୋଗ୍ୟ- ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯

ସକ୍ରିୟ ସଂକ୍ରମଣ ମାମଲା- ୨୪ ଲକ୍ଷ ୨୮ ହଜାର ୬୧୬

ମୋଟ କରୋନା ମୃତ୍ୟୁ- ୧ ଲକ୍ଷ ୮୬ ହଜାର ୯୨୦

ମୋଟ ଟିକାକରଣ- ୧୩ କୋଟି ୫୪ ଲକ୍ଷ ୭୮ ହଜାର ୪୨୦

ଗତ ୨୪ ଘଣ୍ଟାରେ ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୬୭ ହଜାର ୧୩ଟି ମାମଲା ଆସିଛି । କୋଭିଡରେ ୫୬୮ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଆସିଛି ।

Leave a Reply