spot_img
Home Blog Page 5752

୫ଦିନ ପରେ ତେଲେଙ୍ଗାନାରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍, ବାଇକରେ ଯାଉଥିବା ବେଳେ ମାଡିବସିଲା ପୋଲିସ

ଭୁବନେଶ୍ୱର: ଆଜି ଓଡ଼ିଶା ଫେରିବ ଗ୍ୟାଙ୍ଗଷ୍ଟର ହାଇଦର । କଟକରୁ ଫେରାର ହୋଇ ତେଲେଙ୍ଗାନାରୁ ଗିରଫ ପରେ ଆଜି ହାଇଦରକୁ ଭୁବନେଶ୍ୱର ଅଣାଯିବ । ଗତକାଲି ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ହାଇଦର ଗିରଫ ହେବା ନେଇ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ । ତେଲେଙ୍ଗାନା ପୋଲିସର ସହାୟତାରେ ସାଙ୍ଗାରେଡ୍ଡିରୁ ହାଇଦରକୁ ଗିରଫ କରାଯାଇଛି । ବାଇକରେ ଯାଉଥିବା ବେଳେ ମାଡିବସିଥିଲା ପୋଲିସ । ଭୁବନେଶ୍ୱରରେ ପହଞ୍ଚିବା ପରେ କୋର୍ଟରେ ହାଇଦରକୁ ହାଜର କରାଯିବ ।

 

ଓଡ଼ିଶା ଆଣିବା ପରେ ହାଇଦରକୁ ପଚରାଉଚରା କରାଯିବ । ସେ କିଭଳି ଏସସିବିରୁ ଖସିଲା, ଏହା ପଛରେ କାହାର ହାତ ରହିଛି , ଷଡଯନ୍ତ୍ର ହୋଇଥିଲା କି ସେ ନେଇ ପଚରାଉଚରା ହେବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ହାଇଦର ଗିରଫ ହେବା ପରେ କମିଶନରେଟ୍ ପୋଲିସକୁ ସାବାସୀ ଦେଇଛନ୍ତି ପୋଲିସ ଡିଜି ଅଭୟ । ଟୁଇଟ୍ ଜରିଆରେ ପ୍ରଶଂସା କରିଛନ୍ତି ଡିଜିପି । ସେପଟେ ହାଇଦର ଗିରଫ ନେଇ ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର । ହାଇଦ୍ରାବାଦର ଜହିରାବାଦରୁ ଗିରଫ ହୋଇଛି ହାଇଦର । ଦେଖିଲା ପରେ ହାଇଦରକୁ ମାଡି ବସିଥିଲା ତେଲେଙ୍ଗାନା ଟାସ୍କଫୋର୍ସ ।

ପାଟ୍ରୋଲିଂ କଡାକଡି କରିବା ସହ ସମସ୍ତ ପୋଲିସ ଆଲର୍ଟ ରହିଥିଲେ । ଏହା ପରେ ଧରା ପଡିଥିଲା ହାଇଦର୍ । ଗତ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ସୁରକ୍ଷାକର୍ମୀଙ୍କୁ ବେହୋସ୍ କରି ଫେରାର ହୋଇଯାଇଥିଲା ହାଇଦର । ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ଓଡ଼ିଶା ପୋଲିସ । ୫ ଦିନ ପରେ ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ ।

ଶେଷ ଓଭରରେ ଜିତିଲା ରାଜସ୍ଥାନ ରୟାଲ୍ସ, ମ୍ୟାଚ୍ ଜିତାଇଲେ ମୋରିସ୍

ମୁମ୍ବାଇ: ଆଇପିଏଲର ସପ୍ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା ରାଜସ୍ଥାନ ରୟାଲ୍ସ । ନିର୍ଦ୍ଧାରିତ ୨୦ ଓଭରରେ ଋଷଭ ପନ୍ତଙ୍କ ୩୨ ବଲରେ ୫୧ ରନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା । ଜବାବରେ ବ୍ୟାଟିଂ ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୩ ୱିକେଟରେ ମ୍ୟାଚକୁ ଜିତି ନେଇଛି ।

Rajasthan Royals won by 3 wickets Against Delhi Capitals

ପ୍ରଥମ ୪ ଓଭରରେ ୧୭ ରନ୍ କରି ୩ ୱିକେଟ୍ ହରାଇଥିଲା ରାଜସ୍ଥାନ ରୟାଲ୍ସ । ଶେଷ ୯ ବଲରେ ରାଜସ୍ଥାନ ରୟାଲ୍ସକୁ ୨୧ ରନ୍ ଆବଶ୍ୟକତା ଥିଲା । କ୍ରିସ୍ ମୋରିସ୍ ଏକ ଛକା ମାରିବା ସହ ରାଜସ୍ଥାନକୁ ବଳ ଦେଇଥିଲେ । ଶେଷ ଓଭରର ଦ୍ୱିତୀୟ ବଲରେ ମୋରିସ୍ ଆଉ ଏକ ଛକା ମାରିଥିଲେ । ଚତୁର୍ଥ ବଲରେ ଆଉ ଏକ ଛକା ମାରି ଦଳକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ ମୋରିସ୍ ।

Rajasthan Royals won by 3 wickets Against Delhi Capitals

୧୯.୪ ବଲରେ ରାଜସ୍ଥାନ ରୟାଲ୍ସ ୭ ୱିକେଟ୍ ହରାଇ ୧୫୦ ରନ୍ କରି ୩ ୱିକେଟରେ ମ୍ୟାଚ ଜିତିଛି । ଦଳ ପକ୍ଷରୁ କ୍ରିସ୍ ମୋରିସ୍ ଅପରାଜିତ ୧୮ ବଲରେ ୪ଟି ଛକା ମାରି ୩୬ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍ ମିଲର ୪୩ ବଲରେ ସର୍ବାଧିକ ୬୨ ରନ୍ କରିଥିଲେ । ବିଜୟ ସହ ରାଜସ୍ଥାନ ଆଇପିଏଲ୍ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଉଠିଥିବା ବେଳେ ପରାଜୟ ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ଚତୁର୍ଥ ସ୍ଥାନରେ ରହିଛି ।

ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ ପିସିସି ସଭାପତି

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହାର୍ଟର ରୋଟିନ ଚେକ୍ ଅପ୍ ପାଇଁ ନିରଞ୍ଜନ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଆଡମିଟ୍ ହୋଇଥିବା ଜଣାପଡ଼ିଛି ।

OPCC President Niranjan Patnaik Admitted In Delhi Medanta Hospital

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିଛି ଦିନ ତଳେ ହୋମ୍ ଆଇସୋଲେସନରେ ଥିବାବେଳେ କରୋନା ପରୀକ୍ଷା କରାଇଥିଲେ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା ।

ଅନ୍ୟ ଜାତିରେ ଝିଅ ବାହାହେଲା ବୋଲି ପରିବାର ସାମାଜିକ ବାସନ୍ଦ

ନବରଙ୍ଗପୁର (ଅଜିତ ନାୟକ): ପ୍ରେମ କରି ଅନ୍ୟ ଜାତିରେ ବିବାହ କରିବାରୁ ସାମାଜିକ ବାସନ୍ଦ । ଗୋଟିଏ ପରିବାରକୁ ୩ ମାସ ହେଲା ନିଆଁ ପାଣିରୁ ବାସନ୍ଦ କରାଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଆଉଁଳି ଗାଁର ବାସୁଦେବ କୁର୍ମାଙ୍କ ପରିବାର ସହୁଛନ୍ତି ବାସନ୍ଦ କଷ୍ଟ । ସ୍ତ୍ରୀ, ଗୋଟିଏ ପୁଅ ଏବଂ ଦୁଇ ଝିଅଙ୍କୁ ନେଇ ବାସୁଦେବଙ୍କ ୬ ପ୍ରାଣୀର କୁଟୁମ୍ବ ।

Social Restriction On Family For Daughter Married Other Caste In Nabarangpur

ଦୁଇ ଝିଅ ନିଜ ଇଚ୍ଛାରେ ଘରୁ ପଳାଇ ପ୍ରେମ ବିବାହ କରିଛନ୍ତି । ଏଥିପାଇଁ ବାସନ୍ଦ ସଜା ଭୋଗୁଛନ୍ତି ବାସୁଦେବଙ୍କ ପରିବାର । ବାସୁଦେବଙ୍କ ୨ ଝିଅଙ୍କ ବିବାହ ନେଇ କୁର୍ମୀ ସମାଜ ଗାଁରେ ପ୍ରଜାକୋର୍ଟ କରିଥିଲା । ଏଥିରେ ପରିବାରକୁ ଦୋଷୀ କରି ନିଆଁ ପାଣିରୁ ବାସନ୍ଦ ଭଳି କୋଠର ନିଷ୍ପତ୍ତି ନିଆଯାଇଛି । ଆଉ ଗୋଟିଏ ଝିଅ ପାଇଁ ୬ ହଜାର ଟଙ୍କା ଅନ୍ୟ ଗୋଟିଏ ଝିଅ ପାଇଁ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି ।

Social Restriction On Family For Daughter Married Other Caste In Nabarangpur

ବାସୁଦେବଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ପଞ୍ଚାୟତ ଆଗରେ ୧୬ ହଜାର ଟଙ୍କା ବଦଳରେ ଜରିମାନା ଅର୍ଥ କମ୍ କରିବାକୁ ଗୁହାରି କରିଥିଲେ । ସମାଜ ଜରିମାନା କମ୍ କରିନଥିଲା । ଅର୍ଥ ଦେଇ ନପାରିବାରୁ ଦୀର୍ଘ ୩ ମାସ ହେଲା ଏମିତି ବାସନ୍ଦ ହୋଇ ଦିନ କାଟୁଛନ୍ତି କୁର୍ମା ପରିବାର । ଦୁଇ ଝିଅ ନିଜ ଜାତି ସମାଜକୁ ନ ଜଣାଇ ବିବାହ କରିଥିବାରୁ ଗାଁର କୌଣସି କାର୍ଯ୍ୟ ବିବାହ କି ଦଶାହରେ ପରିବାରକୁ ନିମନ୍ତ୍ରଣ କରାଯାଉନାହିଁ । ଏମତିକି ଗାଁର ନଳକୂଅ ବ୍ୟବହାର ଉପରେ ପରିବାରକୁ ରୋକ୍ ଲଗାଇଛି ସମାଜ ।

Social Restriction On Family For Daughter Married Other Caste In Nabarangpur

ଏନେଇ ପରିବାର ଜିଲ୍ଲାପାଳ ଏବଂ ଏସପିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ତଥାପି କିଛି ସୁଫଳ ମିଳିନାହିଁ । ଫଳରେ ପରିବାର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇଛନ୍ତି । ଘଟଣା ସମ୍ପର୍କରେ ନନ୍ଦିଘୋଷ ଟିଭି ନବରଙ୍ଗପୁର ଉପ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ପାପଡ଼ାହାଣ୍ଡି ଥାନା ଅଧିକାରୀଙ୍କୁ ଏହା ଉପରେ ଗୁରୁତର ସହ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କୁସଂସ୍କାରକୁ ପ୍ରରୋଚନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ନେଇ ଗାଇଡଲାଇନ୍ ଜାରି କଲେ SRC

ଭୁବନେଶ୍ୱର: ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଶନିବାର ଠାରୁ ଲାଗୁ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଗାଇଡଲାଇନ୍ ଜାରି କରିଛନ୍ତି । ସୀମାନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଶନିବାର ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ଲାଗୁ ହେବ । ସେହିଭଳି ଆସନ୍ତା ଶନିବାର ଠାରୁ ୱିକେଣ୍ଡ ସଟଡାଉନ୍ ଏହି ୧୦ ଜିଲ୍ଲାରେ ଲାଗୁ ହେବ ।

ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଜରୁରୀକାଳୀନ ସେବା ବିଦ୍ୟୁତ୍, ଟେଲିକମ୍, ୱାଟର ସପ୍ଲାଏ ଓ ସାନିଟେସନ୍ ଏବଂ ସ୍ୱେରେଜ କାମ ଜାରି ରହିବ । ଆଇଟି, ମେଡିକାଲ୍ କର୍ମଚାରୀ, କେମିଷ୍ଟ ସପ୍, ଶିଳ୍ପାଞ୍ଚଳ କର୍ମଚାରୀ, ନିର୍ମାଣରେ ନିୟୋଜିତ ଲୋକଙ୍କୁ ବାଦ୍ ଦିଆଯିବ । ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ବିମାନବନ୍ଦରରୁ ଯାତ୍ରୀ ନବା ଆଣିବାରେ ନିୟୋଜିତ ଗାଡ଼ିକୁ ବାଦ୍ ଦିଆଯିବ । ରୋଡ୍ ସାଇଡ୍ ଢାବା କେବଳ ପାର୍ସଲ ଦେବେ । ପେଟ୍ରୋଲ ପମ୍ପ ଖୋଲା ରହିବ । ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ ।

ସେହିଭଳି ନାଇଟ୍ କର୍ଫ୍ୟୁ ସମୟରେ କଟକଣାରୁ ବାଦ୍ ଦିଆଯାଇଥିବା ସେବା ସହ ବିବାହ, ଅନ୍ତ୍ୟେଷ୍ଟି, ବ୍ୟାଙ୍କିଂ ସେବା, ଏଟିଏମ୍, ଅନଲାଇନ୍ ଖାଦ୍ୟ ଯୋଗାଣକାରୀ ସଂସ୍ଥା, କ୍ଷୀର ଦୋକାନ, ଘରେ ପରିବା ଯୋଗାଉଥିବା ଅନଲାଇନ୍ ସଂସ୍ଥା ଏବଂ ନ୍ୟୁଜ୍ ପେପର ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏ ସାପ୍ତାହିକ ସଟଡାଉନ୍ ସମୟରେ ଅନୁମତି ଦିଆଯାଇଛି । ଏସବୁଥିପାଇଁ କୌଣସି ସ୍ୱତନ୍ତ୍ର ପାସ୍ ଦିଆଯିବ ନାହିଁ । ସମସ୍ତେ ଅନୁଷ୍ଠାନ ପ୍ରଦତ୍ତ ପରିଚୟପତ୍ର ଯାଞ୍ଚ ବେଳେ ଦେଖାଇ ଯାଇପାରିବେ ।

ଆସନ୍ତା ୧୯ ତାରିଖରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢ଼ା ହେବ ନାହିଁ । ହଷ୍ଟେଲରେ କେହି ରହିପାରିବେ ନାହିଁ । ସେହିଭଳି ଉଚ୍ଚଶିକ୍ଷା ବିଭାଗର ସମସ୍ତ ଥିଓରୀ ଓ ପ୍ରାକ୍ଟିକାଲ୍ କ୍ଲାସ୍ ଓ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ପାଠ୍ୟକ୍ରମ ସାରିବାକୁ ଅନଲାଇନ୍ କ୍ଲାସ୍ ହେବ । ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢ଼ା ୧୯ ତାରିଖରୁ ବନ୍ଦ ରହିବ । ଅଫଲାଇନ୍ ଡିପ୍ଲୋମା ପରୀକ୍ଷା ନିର୍ଦ୍ଧାରିତ ସୂଚୀରେ ହେବ । ୧୭ ତାରିଖରୁ ସମସ୍ତ କୋଚିଂ କ୍ଲାସ୍ ବନ୍ଦ ହେବ ।

ହାଟରେ ଦୋକାନ ଗୁଡ଼ିକ ମଧ୍ୟରେ ୩୦ ଫୁଟର ଦୂରତା ରହିବ । ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ରେଷ୍ଟୁରାଣ୍ଟ, ବାର୍, ହୋଟେଲରେ ୫୦ ପ୍ରତିଶତ ଗ୍ରାହକ ବସି ଖାଇପାରିବେ । ରାତି ୯ଟା ପରେ ବାର, ପବ୍ ଓ ହୋଟେଲ ବନ୍ଦ ରହିବ । ନିୟମ ଉଲ୍ଲଂଘନ କଲେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି କହିଛନ୍ତି ।

‘ଅପରେସନ୍ ହାଇଦର’କୁ ହାଇଦ୍ରାବାଦରେ କେମିତି ମିଳିଲା ସଫଳତା… ଜାଣନ୍ତୁ

ଭୁବନେଶ୍ୱର: ଦେହ ଖରାପର ବାହାନା ଦେଖାଇ କଟକ ଏସସିବି ଆସିଥିଲା ହାଇଦର । ଏସସିବିରୁ ଫେରାର୍ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ଡେରା ପକାଇଥିଲା କମିଶନରେଟ୍ ପୋଲିସ । ଆଜି ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଗିରଫ କରାଯାଇଛି । ଫେରାର୍ ପରଠାରୁ ହାଇଦର ଉପରେ ପୋଲିସ ନଜର ରଖିଥିଲା ବୋଲି ପୋଲିସ କମିଶନର କହିଛନ୍ତି ।

How Police Nabbed Gangster Hyder From Hyderabad

୨ଟି ଟିମ୍ ହାଇଦ୍ରାବାଦରେ ପହଞ୍ଚି ହାଇଦର ଉପରେ ନଜର ରଖିଥିଲେ । ସ୍ଥାନୀୟ ପୋଲିସ ସହାୟତାରେ ସନ୍ଧ୍ୟାରେ ହାଇଦର ବାଇକରେ ଯିବା ବେଳେ କଟକ ଓ ତେଲଙ୍ଗାନା ପୋଲିସ ମିଳିତ ଭାବେ ଗିରଫ କରିଛନ୍ତି । ହାଇଦରକୁ ଓଡ଼ିଶା ଆଣିବା ଲାଗି ବ୍ୟବସ୍ଥା କରାଯାଉଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଓଡ଼ିଶା ଆଣିଲା ପରେ ସେ କେମିତି ଫେରାର୍ ହେଲା, ଫେରାରରେ କିଏ କିଏ ସାମିଲ୍ ପଚରାଉଚରା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଏଥିସହ ପଢ଼ନ୍ତୁ- ତେଲଙ୍ଗାନାରୁ ଗିରଫ ହେଲା ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦର

ଫେରାର୍ ହାଇଦରକୁ ହାଇଦ୍ରାବାଦରୁ ଗିରଫ କରିବା ପୋଲିସ ପାଇଁ ବଡ଼ ସଫଳତା ବୋଲି ପୋଲିସ କମିଶନର କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏସସିବିରୁ ଫେରାର୍ ପରେ ତେଲଙ୍ଗାନାରେ ହାଇଦର ବାଇକରେ ବୁଲୁଥିଲା । ଏସସିବିରୁ ଫେରାର୍ ହେବାର ମାତ୍ର ୫ ଦିନ ଭିତରେ ପୋଲିସ ହାଇଦରକୁ ଧରିଛି । ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ରାତି ରାତି ଅନିଦ୍ରା ରହି ଅପରେସନ୍ କରାଯାଇଥିବା ପୋଲିସ କମିଶନର କହିଛନ୍ତି ।

ତେଲଙ୍ଗାନାରୁ ଗିରଫ ହେଲା ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର: କଟକ ଏସସିବିରୁ ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ । କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ହାଇଦରକୁ ତେଲଙ୍ଗାନାରୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଧରିଛି ।

 Special Team Of Cuttack Police Arrested Gangster Hyder From Telangana

କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲଙ୍ଗାନା ପୋଲିସ ସହଯୋଗରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦରକୁ ଧରିଛି । ଶେଖ୍ ହାଇଦର ୧୬ ବର୍ଷ ଧରି ଜେଲରେ ଥିଲା । ଚିକିତ୍ସା ବାହାନାରେ ୨୩ ମାର୍ଚ୍ଚରେ ହାଇଦର କଟକ ଏସସିବିରେ ଭର୍ତ୍ତି ହୋଇଥିଲା । ଏପ୍ରିଲ୍ ୧୦ ତାରିଖ ୪ଟା ୩୦ ପାଖାପାଖି ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା ।

Special Team Of Cuttack Police Arrested Gangster Hyder From Telangana

ହାଇଦରକୁ ଧରିବା ପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ସହ ବାହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ହାଇଦରକୁ ଧରିବା ପାଇଁ ରେଡ୍ କରିଥିଲା । ତେଲଙ୍ଗାନା ପୋଲିସ ସହାୟତାରେ ଆଜି ହାଇଦରକୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଖୁବଶୀଘ୍ର ହାଇଦରକୁ ଓଡ଼ିଶା ଅଣାଯାଇ କୋର୍ଟରେ ପ୍ରଡ୍ୟୁସ୍ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଗତ ୧୦ ତାରିଖରେ ହାଇଦର ଏସସିବିରୁ ଫେରାର୍ ପରେ ସମ୍ବଲପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହାଇଦର ସୁରକ୍ଷାରେ ନିୟୋଜିତ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।

NEET-PG ୨୦୨୧ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଭାରତରେ କରୋନାର ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି କେନ୍ଦ୍ର ସରକାର NEET-PG ମେଡିକାଲ୍ ଏଣ୍ଟ୍ରାନ୍ସ ଏକଜାମ୍ ସ୍ଥଗିତ ରଖିବାକୁ ଗୁରୁବାର ନିଷ୍ପତ୍ତି ନେଇଛନ୍ତି । ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ୍ (NBE) ଆସନ୍ତା ୧୮ ତାରିଖରେ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET-PG) ଅନୁଷ୍ଠିତ ହୋଇଥାନ୍ତା ।

NEET-PG ମେଡିକାଲ୍ ପରୀକ୍ଷା ଲାଗି ଆଗାମୀ ତାରିଖ ପରେ ନିର୍ଦ୍ଧାରଣ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ୧.୭ ଲକ୍ଷ ମେଡିକାଲ୍ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତେ । ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ସରକାର NEET-PG ପରୀକ୍ଷା ସ୍ଥଗିତ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

୨୦୨୧ ଶିକ୍ଷା ବର୍ଷ ଲାଗି NEET-PG ପରୀକ୍ଷା ସ୍ଥଗିତ କରାଯାଇଛି । ଆଜି କିଛି ପରୀକ୍ଷାର୍ଥୀ NEET-PG ପରୀକ୍ଷା ସ୍ଥଗିତ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଧାନ ବିଚାରପତି ଏସ.ଏ ବୋବଡେ ଏହାର ଶୁଣାଣି ଆସନ୍ତାକାଲିକୁ ରଖିଥିବା ବେଳେ ସରକାର NEET-PG ପରୀକ୍ଷା ସ୍ଥଗିତ ନେଇ ନିଷ୍ପତ୍ତି ନେଇଛନ୍ତି ।

ଟ୍ୱିନ୍ ସିଟିରେ ଶନିବାର ଠାରୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଚେକ୍ ଦେବା ପାଇଁ ଶନିବାର ଠାରୁ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ଭୁବନେଶ୍ୱର, କଟକ ସମେତ ରାଜ୍ୟ ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାତି ୯ଟାରୁ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ ।

ଏଥିସହ ପଢ଼ନ୍ତୁ- ୧୯ରୁ ଉଚ୍ଚଶିକ୍ଷା ବିଭାଗର ଅଫଲାଇନ୍ କ୍ଲାସ୍ ବନ୍ଦ, ସମସ୍ତ ପ୍ରକାର ସଭା ଓ ସମିତି ଉପରେ ପ୍ରତିବନ୍ଧକ

ଏଥିସହ ପଢ଼ନ୍ତୁ- ରାଜ୍ୟର ସବୁ ସହରାଞ୍ଚଳରେ କାଲିଠୁ ରାତ୍ରୀକାଳୀନ କର୍ଫ୍ୟୁ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

ଏଥିସହ ପଢ଼ନ୍ତୁ- ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇ ପାରିବେ । ମାଲପରିବହନ କରୁଥିବା ଗାଡ଼ି ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୩୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଏମସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୫୭୯କୁ ବୃଦ୍ଧି ପାଇଥିବା ବେଳେ ଏବେ ୧୭୯୪ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ସେହିଭଳି ସିଏମସି ଅଞ୍ଚଳରେ ୧୭ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ୪୦୦ରୁ ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ବଢ଼ଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି କରିଛି । ନୂଆ ନିର୍ଦ୍ଦେଶନାମା ଆସନ୍ତା ୧୯ ତାରିଖରୁ ଅନ୍ୟାଦେଶ ଯାଏ କାର୍ଯ୍ୟ କରିବ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଚାଲିବ ।

Governments Office Shall Function With 50 Percentage Strength Of Employees

ଏସଆରସି (SRC) ଓ ଓଏସଡିଏମଏ (OSDMA) ଅଫିସ୍, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା ଏବଂ ମହାନଗର ନିଗମ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଭୁବନେଶ୍ୱ ଓ କଟକରେ ଥିବା ବିଭାଗୀୟ ମୁଖ୍ୟ ଦପ୍ତରରେ କର୍ମଚାରୀ କାମ କରିବା ନେଇ ରୋଷ୍ଟର ଡ୍ୟୁଟି କରାଯିବ । ଗତ ୨୦୨୦ ଜୁନ୍ ୧୨ରେ ଜାରି ଏସଓପି ଅନୁସାରେ ସମସ୍ତ ନିୟମ ପାଳନ କରାଯିବ ।

ଏଥିସହ ପଢ଼ନ୍ତୁ- ୧୯ରୁ ଉଚ୍ଚଶିକ୍ଷା ବିଭାଗର ଅଫଲାଇନ୍ କ୍ଲାସ୍ ବନ୍ଦ, ସମସ୍ତ ପ୍ରକାର ସଭା ଓ ସମିତି ଉପରେ ପ୍ରତିବନ୍ଧକ

ଏଥିସହ ପଢ଼ନ୍ତୁ- ରାଜ୍ୟର ସବୁ ସହରାଞ୍ଚଳରେ କାଲିଠୁ ରାତ୍ରୀକାଳୀନ କର୍ଫ୍ୟୁ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

ଘରୁ କାର୍ଯ୍ୟ କରିବା ଲାଗି ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍ ଯୋଗାଇ ଦିଆଯିବ । ଡ୍ୟୁଟି ନିର୍ଦ୍ଧାରିତ କରାଯାଇ ନଥିବା କର୍ମଚାରୀ ସବୁବେଳେ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ପ୍ରସ୍ତୁତ ରହିବେ ।