spot_img
Home Blog Page 5751

ବନ୍ଧାହେଲେ ଢେଙ୍କାନାଳ ଜିଲ୍ଲା ଗଦାଶିଳାର ନିଲମ୍ବିତ ଆରଆଇ ରଞ୍ଜନ ପାଣିଗ୍ରାହୀ

ଢେଙ୍କାନାଳ: ବନ୍ଧାହେଲେ ଢେଙ୍କାନାଳ ଜିଲ୍ଲା ଗଦାଶିଳାର ନିଲମ୍ବିତ ଆରଆଇ ରଞ୍ଜନ ପାଣିଗ୍ରାହୀ । ଢେଙ୍କାନାଳ ସହରର କାଲଟାକ୍ସ ପାଖରୁ ରଞ୍ଜନଙ୍କୁ ଗିରଫ କରିଛି ଢେଙ୍କାନାଳ ସଦର ଥାନା ପୋଲିସ । ବାହାରକୁ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଗିରଫ କରିଛି ପୋଲିସ । ଚାକିରିରେ ଥିବା ବେଳେ କାର୍ଯ୍ୟାଳୟରେ ମଦ ଓ ମହିଳାଙ୍କୁ ନେଇ ରଞ୍ଜନ ବିବାଦକୁ ଆସିଥିଲେ ।

ନନ୍ଦିଘୋଷ ଟିଭିରେ ଅନୁସଂଧାନମୂଳକ ଖବର ପ୍ରସାରଣ ପରେ ତାଙ୍କୁ ରାଜସ୍ୱ ସଚିବ ଚାକିରିରୁ ନିଲମ୍ବନ କରିଥିଲେ । ତାଙ୍କ ବିରୋଧରେ ତହସିଲଦାର ଥାନାରେ ଏତଲା ଦେଇଥିବା ବେଳେ ପରେପରେ ଏତଲା ଦେଇଥିଲେ ଭିଡିଓରେ ଥିବା ମହିଳା । ୧୪ ବର୍ଷ ଧରି ରଞ୍ଜନ ପାଣିଗ୍ରାହୀ ତାଙ୍କୁ ନିର୍ଯାତନା ଦେଇଥିଲେ ବୋଲି ମୁହଁ ଖୋଲିଥିଲେ ପୀଡ଼ିତା ମହିଳା । ପୂର୍ବରୁ ବାରମ୍ବାର ତାଙ୍କ ଗର୍ଭ ନଷ୍ଟ କରାଯାଇଥିବା ବେଳେ ଏବେ ସେ ଦୁଇ ମାସର ଗର୍ଭବତୀ ଥିବା କହିଥିଲେ ।

ଏଥିସହ ଜୀବନ ପ୍ରତି ଭୟ ଥିବା ଦର୍ଶାଇ ଆରଆଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ପୀଡ଼ିତା । ଅଭିଯୋଗ ପରେ ଢେଙ୍କାନାଳ ପୋଲିସ ଦୁଇଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶେଷରେ ନିଲମ୍ବିତ ଆର୍‌ଆଇ ରଞ୍ଜନ ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରିଛି ।

ଆସନ୍ତାକାଲି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ମତଦାନ

ପଶ୍ଚିମବଙ୍ଗ: ଆସନ୍ତାକାଲି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ମତଦାନ । ନିର୍ବାଚନ ବୈତିରଣୀ ପାର ହେବାକୁ ସବୁ ପ୍ରକାର ରଣକୌଶଳ ଆପଣାଉଛନ୍ତି ରାଜନେତା । ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିବା ବେଳେ ପଶ୍ଚିମବଙ୍ଗରେ ଟିଏମସି-ବିଜେପି କଡା ଟକ୍କର ହେଉଛନ୍ତି । ଦୁଇ ଦଳର ନେତାମାନେ ଏକାଧିକ ସ୍ଥାନରେ ହାଇଭୋଲଟେଜ ପ୍ରଚାର କରିଥିବା ନଜର ଆସିଛି । ତେବେ କାଲି ପଶ୍ଚିମବଙ୍ଗର ୪୫ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ମୋଟ୍‌ ୬ଟି ଜିଲ୍ଲାରେ ଏହି ନିର୍ବାଚନ ହେବାକୁ ଥିବା ବେଳେ ୪୫ଟି ଆସନ ପାଇଁ ୩୧୯ ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୩୯ଜଣ ମହିଳା ପ୍ରାର୍ଥୀ । ମୋଟ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ହେବ । ମେ ୨ରେ ଫଳ ପ୍ରକାଶ ପାଇବ ।

ହାଇଦରକୁ ଖସାଇବାକୁ କଟକ ଯୋବ୍ରାରୁ ହୋଇଥିଲା ବ୍ଲୁ ପ୍ରିଣ୍ଟ, ଧରମ ପୁଅ ଇସ୍ତିଆକ ଖାନ ରଚିଥିଲେ ଷଡ଼ଯନ୍ତ୍ର

କଟକ: ହାଇଦରକୁ ଖସାଇବାକୁ କଟକ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ । ହାଇଦରର ଧରମ ପୁଅ ଇସ୍ତିଆକ ଖାନ ଓ ସହଯୋଗୀ ଚିକୁ ରଚିଥିଲେ ଷଡ଼ଯନ୍ତ୍ର । ଇସ୍ତିଆକର ଘର କଟକ ଯୋବ୍ରାରେ ହୋଇଥିବା ବେଳେ, ସେଠାରୁ ହିଁ ଏସସିବିକୁ ଯାଉଥିଲା ବିରିୟାନୀ । ମାମଲାରେ ଇସ୍ତିଆକ ଓ ଚିକୁକୁ ଗିରଫ କରିଛି ପୋଲିସ ।

ଅନ୍ୟପଟେ କଟକ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର । କଟକରୁ ଫେରାର ହୋଇ ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯିବା ପରେ କଟକ ନିଆଯାଇଛି । ହାଇଦରକୁ ଏସଡିଜେଏମ୍ କୋର୍ଟରେ ହାଜର କରିବ ପୋଲିସ । ଗତକାଲି ତେଲେଙ୍ଗାନା ପୋଲିସର ସହାୟତାରେ ସାଙ୍ଗାରେଡ୍ଡିରୁ ହାଇଦରକୁ ଗିରଫ କରାଯାଇଥିଲା । ବାଇକରେ ଯାଉଥିବା ବେଳେ ମାଡି ବସିଥିଲା ପୋଲିସ ।

ଭୁବନେଶ୍ୱରରେ ପହଞ୍ଚିବା ପରେ କୋର୍ଟରେ ହାଇଦରକୁ ହାଜର କରାଯିବ । ସେ କିଭଳି ଏସସିବିରୁ ଖସିଲା, ଏହା ପଛରେ କାହାର ହାତ ରହିଛି, ଷଡଯନ୍ତ୍ର ହୋଇଥିଲା କି ସେ ନେଇ ପଚରାଉଚରା କରିବ ପୋଲିସ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହାଇଦରକୁ ଖସାଇବାରେ କଟକ ଯୋବ୍ରାରୁ ହୋଇଥିଲା ଯୋଜନା । ହାଇଦରକୁ ଦେଖିବା ପରେ ମାଡି ବସିଥିଲା ତେଲେଙ୍ଗାନା ଟାସ୍କଫୋର୍ସ । ପାଟ୍ରୋଲିଂ କଡାକଡି କରିବା ସହ ସମସ୍ତ ପୋଲିସ ଆଲର୍ଟ ରହିଥିଲେ । ଏହାପରେ ଧରା ପଡିଥିଲା କୁଖ୍ୟାତ ଅପରାଧୀ । ଗତ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ସୁରକ୍ଷାକର୍ମୀଙ୍କୁ ବେହୋସ୍ କରି ଫେରାର ହୋଇଯାଇଥିଲା । ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା ଓଡ଼ିଶା ପୋଲିସ । ୫ ଦିନ ପରେ ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୭ ହଜାର ୩୫୩ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହର । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ ଲକ୍ଷ ୧୭ ହଜାର ୩୫୩ ପଜିଟିଭ । କରୋନାରେ ଯାଇଛି ଆଉ ୧୧୮୫ ଜୀବନ ଯାଇଛି । ସେହିପରି କରୋନାରେ ସୁସ୍ଥ ହୋଇଛନ୍ତି ଆଉ ୧ ଲକ୍ଷ ୧୮ ହଜାର ୩୦୨ ସଂକ୍ରମିତ । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭ରେ ପହଞ୍ଚିଛି ।

ସେମଧ୍ୟରୁ ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଏବେବି ୧୫ ଲକ୍ଷ ୬୯ ହଜାର ୭୪୩ ସକ୍ରିୟ ମାମଲା ରହିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୭୪ ହଜାର ୩୦୮ରେ ପହଞ୍ଚିଛି । ସେପେଟେ ଦେଶରେ ଟିକାକରଣ ଜାରିଥିବା ବେଳେ ଏବେ ସୁଦ୍ଧା ମୋଟ ୧୧ କୋଟି ୭୨ ଲକ୍ଷ ୨୩ ହଜାର ୫୦୯ ଜଣଙ୍କୁ ଦିଆଯାଇଛି ଟିକା ।

ଫେରାର ହେବାରେ କାହାର ଥିଲା ହାତ ପଚରାଉଚରା କରିବ ପୋଲିସ, ଡେମୋ ଦେଖାଇବ ଗ୍ୟାଙ୍ଗଷ୍ଟର

କଟକ: କଟକରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର । କଟକରୁ ଫେରାର ହୋଇ ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯିବା ପରେ କଟକ ନିଆଯାଇଛି । ହାଇଦରକୁ ଏସଡିଜେଏମ୍ କୋର୍ଟରେ ହାଜର କରିବ ପୋଲିସ । ଗତକାଲି ତେଲେଙ୍ଗାନା ପୋଲିସର ସହାୟତାରେ ସାଙ୍ଗାରେଡ୍ଡିରୁ ହାଇଦରକୁ ଗିରଫ କରାଯାଇଥିଲା । ବାଇକରେ ଯାଉଥିବା ବେଳେ ମାଡି ବସିଥିଲା ପୋଲିସ ।

ଭୁବନେଶ୍ୱରରେ ପହଞ୍ଚିବା ପରେ କୋର୍ଟରେ ହାଇଦରକୁ ହାଜର କରାଯିବ । ସେ କିଭଳି ଏସସିବିରୁ ଖସିଲା, ଏହା ପଛରେ କାହାର ହାତ ରହିଛି, ଷଡଯନ୍ତ୍ର ହୋଇଥିଲା କି ସେ ନେଇ ପଚରାଉଚରା କରିବ ପୋଲିସ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହାଇଦରକୁ ଖସାଇବାରେ କଟକ ଯୋବ୍ରାରୁ ହୋଇଥିଲା ଯୋଜନା । ହାଇଦରକୁ ଦେଖିବା ପରେ ମାଡି ବସିଥିଲା ତେଲେଙ୍ଗାନା ଟାସ୍କଫୋର୍ସ । ପାଟ୍ରୋଲିଂ କଡାକଡି କରିବା ସହ ସମସ୍ତ ପୋଲିସ ଆଲର୍ଟ ରହିଥିଲେ ।

ଏହାପରେ ଧରା ପଡିଥିଲା କୁଖ୍ୟାତ ଅପରାଧୀ । ଗତ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ସୁରକ୍ଷାକର୍ମୀଙ୍କୁ ବେହୋସ୍ କରି ଫେରାର ହୋଇଯାଇଥିଲା । ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ଓଡ଼ିଶା ପୋଲିସ । ୫ ଦିନ ପରେ ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ ।

ବାଲେଶ୍ୱରରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରାରେ ଲଜ୍ଜା । ଭିନ୍ନକ୍ଷମ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ । ନାବାଳିକା ୬ମାସର ଗର୍ଭବତୀ ଥିବା ମଧ୍ୟ ଅଭିଯୋଗ ହୋଇଛି । ଯୁବକ ଫେରାର ଥିବା ବେଳେ ଥାନରେ ଦ୍ୱାରସ୍ଥ ହେଲେ ପିଡିତା ସହିତ ତାଙ୍କ ଭାଇ ଭାଉଜ । ଅଭିଯୋଗ ପରେ ଅଭିଯୁକ୍ତର ବାପାକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ସୂଚନାଅନୁସାରେ ନାବାଳିକା ସହିତ ଖଇରା ଥାନା ଗଡ଼ପୋଖରୀ ପଞ୍ଚାୟତ ଶରତ ଗ୍ରାମର ସମ୍ପର୍କୀୟ ଦାଦା ପ୍ରଦୀପ ସେଠି ଦୀର୍ଘ ୬ମାସରୁ ଅଧିକ ଦିନ ଶାରିରୀକ ସମ୍ପର୍କରେ ଥିଲା । ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲା ଅଭିଯୁକ୍ତ । ପରେ ନାବାଳିକା ଭାଇ ଭାଉଜଙ୍କୁ ଜଣାଇବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

ଓଡ଼ିଶାରେ ପହଞ୍ଚିଲା ହାଇଦର, କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର । କଡ଼ା ସୁରକ୍ଷା ମଧ୍ୟରେ ହାଇଦରକୁ ଭବନେଶ୍ୱର ଅଣାଯାଇଛି । ଏହାପରେ ହାଇଦରକୁ କୋର୍ଟରେ କରାଯିବ ହାଜର କରାଯିବ । ହାଇଦର ଫେରାର ପଛରେ କାହାର ହାତ ଥିଲା ସେନେଇ ଜେରା କରିବ ପୋଲିସ । ତେଲେଙ୍ଗାନା ସାଙ୍ଗାରେଡ୍ଡିରୁ ଗତକାଲି ଗିରଫ ହୋଇଥିଲା ଗାଙ୍ଗଷ୍ଟର ହାଇଦର । ଗତକାଲି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟରେ ସୂଚନା ଦେଇଥିଲେ । ହାଇଦରକୁ ତେଲଙ୍ଗାନାରୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଧରିଛି ।

କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲଙ୍ଗାନା ପୋଲିସ ସହଯୋଗରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦରକୁ ଧରିଥିଲା । ଶେଖ୍ ହାଇଦର ୧୬ ବର୍ଷ ଧରି ଜେଲରେ ଥିଲା । ଚିକିତ୍ସା ବାହାନାରେ ୨୩ ମାର୍ଚ୍ଚରେ ହାଇଦର କଟକ ଏସସିବିରେ ଭର୍ତ୍ତି ହୋଇଥିଲା । ଏପ୍ରିଲ୍ ୧୦ ତାରିଖ ୪ଟା ୩୦ ପାଖାପାଖି ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା । ହାଇଦରକୁ ଧରିବା ପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ସହ ବାହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ହାଇଦରକୁ ଧରିବା ପାଇଁ ରେଡ୍ କରିଥିଲା । ତେଲଙ୍ଗାନା ପୋଲିସ ସହାୟତାରେ ଆଜି ହାଇଦରକୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଖୁବଶୀଘ୍ର ହାଇଦରକୁ ଓଡ଼ିଶା ଅଣାଯାଇ କୋର୍ଟରେ ପ୍ରଡ୍ୟୁସ୍ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଗତ ୧୦ ତାରିଖରେ ହାଇଦର ଏସସିବିରୁ ଫେରାର୍ ପରେ ସମ୍ବଲପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହାଇଦର ସୁରକ୍ଷାରେ ନିୟୋଜିତ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।

କରୋନାର ଦ୍ୱିତୀୟ ସଂକ୍ରମଣ ଆତଙ୍କ: ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ କୋଣାର୍କ ମନ୍ଦିର

ଭୁବନେଶ୍ୱର: କରୋନାର ଦ୍ୱିତୀୟ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ, ବନ୍ଦ ହେଲା ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ସମସ୍ତ ଐତିହସ୍ଥଳୀ ଓ ସଂଗ୍ରହାଳୟ । ଏହି କ୍ରମରେ ଆଜିଠୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆଜି ବନ୍ଦ ରଖାଯାଇଛି । ଫଳରେ ସକାଳୁ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକ ନିରାଶ ହୋଇ ଫେରିଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ୧୫ ଠାରୁ ମେ ୧୫ ତାରିଖ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ କୋଣାର୍କ ବନ୍ଦ ରହିବ । କରୋନା କଟକଣା ପାଇଁ ୮ ମାସ ଧରି ସୂର୍ଯ୍ୟ ମନ୍ଦିର ବନ୍ଦ ରହିବା ଯୋଗୁଁ ଏଠାକାର ସମସ୍ତ ଛୋଟବଡ଼ ବ୍ୟବସାୟୀ ପ୍ରଭାବିତ ହୋଇଥିଲେ । ଏବେ ପୁଣି ପୂର୍ବ ସୂଚନା ନଦେଇ ପର୍ଯ୍ୟଟନସ୍ଥଳୀ ବନ୍ଦ କରାଯାଇଥିବାରୁ ଜୀବନଜୀବିକା ସଂକଟରେ ପଡ଼ିଛି ।

ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ନେଇ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲଗାଇଥିଲେ । ଏଥିରେ ପରିବର୍ତ୍ତନ କରାଯାଇଛି । ଶନିବାର ଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏନେଇ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଛତିଶଗଡ଼ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସମୟ ପରିବର୍ତ୍ତନ ହେବ । ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାବ୍ୟତୀତ ଓଡ଼ିଶାର ଅନ୍ୟ ୨୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏ ଶନିବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲାଗୁ ହେବ ।

ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ । ପ୍ରତି ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ୱିକେଣ୍ଡ ସଟଡାଉନ୍ ଲାଗୁ ହେବ । ଆସନ୍ତା ଶନିବାର ଓ ରବିବାର ଠାରୁ ଏହି ସାପ୍ତାହିକ ସଟଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଉପରମୁହାଁ ମହାମାରୀ କରୋନା, ୨୪ ଘଣ୍ଟାରେ ୩୧୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ହଜାର ନୁହେଁ, ଦୁଇ ହଜାର ନୁହେଁ ଏବେ ୩ ହଜାର ଟପିଛି କୋଭିଡ ମାମଲା । ଆଜି ରାଜ୍ୟରୁ ଦୈନିକ ସଂକ୍ରମଣ ୩୦୧୮ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳୁରୁ ୪୪, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୧୩୨, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୯, କଟକରୁ ୧୬୩, ଦେଓଗଡ଼ରୁ ୧୯, ଢେଙ୍କାନାଳରୁ ୧୬, ଗଜପତିରୁ ୧୮, ଗଞ୍ଜାମରୁ ୫୫, ଜଗତସିଂହପୁରରୁ ୨୯, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୮୯, କଲାହାଣ୍ଡିରୁ ୫୫, କନ୍ଧମାଳରୁ ୧୦, କେନ୍ଦ୍ରପଡ଼ାରୁ ୨୨, କେଉଁଝରରୁ ୧୦୫, ଖୋର୍ଦ୍ଧାରୁ ୫୩୪, କୋରାପୁଟରୁ ୨୩, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୭୧, ନବରଙ୍ଗପୁରରୁ ୧୫୬, ନୟାଗଡ଼ରୁ ୧୪୦, ପୁରୀରୁ ୧୧୪, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୧୫୩, ସୋନପୁର ୪୨, ସୁନ୍ଦରଗଡ଼ରୁ ୫୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ଓଡ଼ିଶାରୁ ୨ ଜଣ ମହିଳା ଭାରଉତ୍ତଳନକାରୀ

ଭୁବନେଶ୍ୱର: ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ଓଡ଼ିଶାରୁ ୨ ଜଣ ମହିଳା ଭାରଉତ୍ତଳନକାରୀ । ଉଜବେକିସ୍ତାନର ତାସକେଣ୍ଟରେ ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଓଡ଼ିଶାରୁ ୨ ଜଣ ମହିଳା ଭାରଉତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତା ଖେଳିବା ପାଇଁ ଉଜବେକିସ୍ତାନର ତାସକେଣ୍ଟରେ ପହଞ୍ଚିଛନ୍ତି । ଆସନ୍ତା ଶନିବାର ଦିନ ଦୁଇ ଓଡ଼ିଆ ଭାରଉତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନଙ୍କ ପ୍ରତିଯୋଗିତା ରହିଛି । ପ୍ରତିଯୋଗିତାରେ ଏହି ଦୁଇ ଓଡ଼ିଆ ଭାରଉତ୍ତଳନକାରୀ ନିଜ ଦେଶ ପାଇଁ ମେଡାଲ ଆଣିବେ ବୋଲି ଆଶା କରାଯାଉଛି ।