spot_img
Home Blog Page 5753

୧୯ରୁ ଉଚ୍ଚଶିକ୍ଷା ବିଭାଗର ଅଫଲାଇନ୍ କ୍ଲାସ୍ ବନ୍ଦ, ସମସ୍ତ ପ୍ରକାର ସଭା ଓ ସମିତି ଉପରେ ପ୍ରତିବନ୍ଧକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ଟାରୁ ସକାଳ ୫ଟା ଯାଏ ରହିବ ନାଇଟ୍ କର୍ଫ୍ୟୁ । ଏଥିସହ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଫଲାଇନ୍ କ୍ଲାସ୍  ଆସନ୍ତା ୧୯ ତାରିଖରୁ ବନ୍ଦ କରାଯିବ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । କୋଚିଂ ସେଣ୍ଟର ଗୁଡ଼ିକ ମଧ୍ୟ ଅଫଲାଇନ୍ କ୍ଲାସ୍ କରିପାରିବେ ନାହିଁ । ଅଫଲାଇନ୍ ପରିବର୍ତ୍ତେ ଅନଲାଇନ୍ କ୍ଲାସ୍ ନେବାକୁ କୁହାଯାଇଛି । ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ପାଠପଢ଼ା ନେଇ ସରକାର ନୂଆ ମାର୍ଗଦର୍ଶିକା ଜାରି କରିବେ ।

ସେହିଭଳି ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିବାହରେ ସର୍ବାଧିକ ୫୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହୋଇପାରିବେ । ଧାର୍ମିକ, ସାମାଜିକ, ରାଜନୀତିକ ସମାବେଶ ଓ ସଭା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । କୌଣସି ସ୍ଥାନରେ ସଭା, ସମିତି ଆୟୋଜନ କରାଯାଇ ପାରିବ ନାହିଁ । ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ପୂଜକ ରୀତିନୀତି କରିବେ । ଶ୍ରଦ୍ଧାଳୁ ସାମିଲ୍ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ପ୍ରତି ହାଟ ଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକୁ କଡ଼ାକଡ଼ି କରାଯିବ । କରୋନା ଭାଇରସର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ୩୫ରୁ ୪୦ ବର୍ଷ ବୟସ୍କ ଅଧିକ ସଂକ୍ରମିତ ହେଉଛନ୍ତି ।

Restriction On Social, Political And Religious Programmes

ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ କ୍ଷମତାର ୫୦ ପ୍ରତିଶତ ବସିକରି ଖାଇବେ । ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ଆନ୍ତଃରାଜ୍ୟ ବସ୍ ସେବାକୁ ଆସନ୍ତା ସୋମବାର ଠାରୁ ବନ୍ଦ କରାଯିବ । ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚଳାଚଳ ଜାରି ରହିବ । ବସରେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ଅଟୋ, ଟ୍ୟାକ୍ସିରେ ଡ୍ରାଇଭର୍ ସହ ୨ ଜଣ ଯାଇପାରିବେ । କ୍ଷମତାର ୫୦ ପ୍ରତିଶତ ସିଟକୁ ନେଇ ଚାଲିବ ସିନେମା ହଲ୍ । ଖୋଲାସ୍ଥାନରେ ଥିବା ମୀନା ବଜାର ଓ ପାର୍କରେ ସର୍ବାଧିକ ୨୦୦ ଜଣ, ଥିଏଟର ଓ ଯାତ୍ରାରେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ ।

ସରକାରୀ ଅଫିସ୍ ସବୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଘରୋଇ ସଂସ୍ଥା, ବ୍ୟାଙ୍କ ଏବଂ ଅନ୍ୟ କାର୍ଯ୍ୟାଳୟ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅଫିସରେ ସାନିଟାଇଜର ବ୍ୟବସ୍ଥା ସହ ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ବ୍ୟବଧାନରେ କର୍ମକ୍ଷେତ୍ରକୁ ସାନିଟାଇଜ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ଏଥିସହ ପଢ଼ନ୍ତୁ- ରାଜ୍ୟର ସବୁ ସହରାଞ୍ଚଳରେ କାଲିଠୁ ରାତ୍ରୀକାଳୀନ କର୍ଫ୍ୟୁ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

ସେହି ବ୍ୟକ୍ତି, ଯିଏ ଜାଣିଥିଲେ ୫ଶହ ବର୍ଷ ପରେ ଦୁନିଆ କିଭଳି ହେବ

ଇଟାଲୀର ମହାନ୍ ‌ଚିତ୍ରକାର ଲିଓନାର୍ଡ଼ୋ ଦା ଭିନ୍ସି ତାଙ୍କର ସୁନ୍ଦର ସୁନ୍ଦର ପେଣ୍ଟିଂ ପାଇଁ ବେଶ୍ ଜଣାଶୁଣା । ସେ ଅଧିକ ଜଣାଶୁଣା ତାଙ୍କର ମୋନାଲିସା ପେଣ୍ଟିଂ ପାଇଁ । କୁହାଯାଏ ତାଙ୍କର ପ୍ରତ୍ୟକଟି ଚିତ୍ର ଜୀବନ୍ତ ଭଳି ମନେ ହୁଏ । ଖାଲି ସେତିକି ନୁହେଁ କିଛି ବର୍ଷ ପୂର୍ବେ ଆସିଥିବା ଟମ୍‌ହ୍ୟାକ୍ସଙ୍କ ଫିଲ୍ମ ଦ ଭିନ୍ସି କୋଡ୍‌ପାଇଁ ମଧ୍ୟ ସେ ବେଶ୍‌ଜଣାଶୁଣା । ଏଗୁଡ଼ିକୁ ବାଦ୍‌ଦେଲେ ତାଙ୍କ ପେଣ୍ଟିଂ ଦ ଏନେସିଏସନ, ଦ ବେପ୍ଟିଜିମ ଅଫ୍‌କ୍ରାଏଷ୍ଟ, ମଡୋନା ଅଫ୍‌ଦ କାର୍ନେସନ ଏବଂ ଦ ଅଡୋରେସନ ଅଫ୍‌ଦ ମାଗି, ମଧ୍ୟ ଖୁବ୍‌ପରିଚିତ । ଖୁବ୍‌କମ୍‌ଲୋକ ଜାଣିଥିବେଯେ, ୧୫ ଅପ୍ରେଲ ୧୪୫୨ରେ ଇଟାଲୀର ବିଂଚିରେ ଜନ୍ମ ହୋଇଥିବା ଲିଓନାର୍ଡ଼ୋ ଜଣେ ଚିତ୍ରକାର ସହିତ ଜଣେ ଆବିଷ୍କାରକ ମଧ୍ୟ ଥିଲେ ।

ଲିଓନାର୍ଡ଼ୋଙ୍କୁ ଉଡ଼ୁଥିବା ମେସିନ୍‌, ସଶସ୍ତ୍ର ଯାନ, ଶକ୍ତିର ବ୍ୟବହାର ଏବଂ ଆକାଶର ରଙ୍ଗକୁ ନେଇ ଅବଧାରଣା ଦେବାର ଶ୍ରେୟ ଦିଆଯାଏ । ଏହା ସହିତ ତାଙ୍କୁ କଇଁଚିର ଆବିଷ୍କାରକ ବୋଲି କୁହାଯାଏ । କେବେ ମଧ୍ୟ ସ୍କୁଲ ଯାଇନଥିବା ଲିଓନାର୍ଡ଼ୋ ଦା ବିଂଚି ଫ୍ରାନ୍ସରୁ ୨ ମଇ ୧୫୧୯ରେ ଦୁନିଆରୁ ବିଦାୟ ନେବା ପୂର୍ବରୁ କେତେକ ଆବିଷ୍କାରର ପୃଷ୍ଠଭୂମି ଦେଇ ଯାଇଛନ୍ତି । ସେ ଆର୍କିଟେକ୍ଚର ଓ ଜୀବ ବିଜ୍ଞାନ ଆଦି ବିଷୟରେ ଖୁବ ସୂଚନା ଦେଇ ଯାଇଛନ୍ତି । ଲିଓନାର୍ଡ଼ୋ ହସ୍ପିଟାଲରେ ଥିବା ଶବ ମାଧ୍ୟମରେ ଶରୀରର ସଂରଚନାର ଅଧ୍ୟୟନ କରିବା ସହିତ ତାହା ଉପରେ ୨୪୦ଟି ଚିତ୍ର ମଧ୍ୟ ଆଙ୍କିଛନ୍ତି । ତେବେ ତାଙ୍କର କିଛି ଖାସ୍‌ ଆବିଷ୍କାର ବିଷୟରେ ଆସନ୍ତୁ ଆଲୋଚନା କରିବା…

ପବନର ଗତି ମାପୁଥିବା ଏନିମୋମିଟରକୁ ତିଆରି କରିବା ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଲିଓନାର୍ଡ଼ୋ । ୧୫ ଶତାବ୍ଦୀରେ ସେ ଏନିମୋମିଟରର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ । ଏହାର ସଂରଚନା ମଧ୍ୟ ସେ ତିଆରି କରିଥିଲେ । ପରେ ତାଙ୍କ ତଥ୍ୟକୁ ଆଧାର କରି ଏନିମୋମିଟର ତିଆରି କରାଯାଇଥିଲା । କେବଳ ସେତିକି ନୁହେଁ ମଣିଷ ମଧ୍ୟ ପକ୍ଷୀଙ୍କ ଭଳି କିଭଳି ଉଡ଼ିପାରିବ ତାହା ସବୁବେଳେ ଲିଓନାର୍ଡ଼ୋଙ୍କ ମୁଣ୍ଡରେ ଘୁରି ବୁଲୁଥିଲା । ଏହାକୁ ନେଇ ସେ ଏକାଧିକ ତଥ୍ୟ ଏକାଠି କରିଥିଲେ । ତାଙ୍କର ସବୁଠାରୁ ପ୍ରସିଦ୍ଧ ଆବିଷ୍କାର ହେଉଛି ଫ୍ଲାଇଙ୍ଗ୍‌ମେସିନ୍‌। ଉଡ଼ାଜାହାଜର ଶ୍ରେୟ ହୁଏତ ରାଇଟ ବ୍ରଦର୍ସଙ୍କୁ ଦିଆଯାଏ, କିନ୍ତୁ ଲିଓନାର୍ଡ଼ୋ ପୂର୍ବରୁ ହିଁ ଏହାର ପରିକଳ୍ପନା ପ୍ରସ୍ତୁତ କରି ସାରିଥିଲେ । ଲିଓନାର୍ଡ଼ୋ ବହୁ ପୂର୍ବରୁ ହେଲିକପ୍ଟରର ସ୍କେଚ୍‌ଆଙ୍କି ସାରିଥିଲେ । ପାରାଶୁଟର ଶ୍ରେୟ ହୁଏତ ସେବେଷ୍ଟିୟନ ଲେନୋରମଣ୍ଡଭ୍କୁ ଦିଆଯାଏ, କିନ୍ତୁ ଏହାରକୁ ତିଆରି କରିବାର ଉପାୟ ଦେଇଥିଲେ ଲିଓନାର୍ଡ଼ୋ । ଯାହାକୁ ନେଇ ସେ ଏକ ଚିତ୍ର ଆଙ୍କିଥିଲେ ।

ଲିଓନାର୍ଡ଼ୋ ୩୩ଟି ବାରେଲ୍ଡ ଅର୍ଗାନର ଉପାୟ ଦେଇଥିଲେ । ଏହାକୁ ନେଇ ସେ ଏକ ସ୍କେଚ୍‌କରିଥିଲେ । ଯେଉଁଥିରେ ୩୩ଟି ଛୋଟ କ୍ୟାଲିବର ବନ୍ଧୁକକୁ ମିଶାଇ 33 ବାରେଲ୍ଡ ଅର୍ଗାନର ରୂପ ଦିଆଯାଇଥିଲା । ଏହା ପ୍ୟତୀତ ସେ ୫୦୦ ବର୍ଷ ପୂର୍ବେ ଏଭଳି ଯୁଦ୍ଧ ମେସିନର ଚିତ୍ର ଆଙ୍କିଥିଲେ, ଯିଏ ଶତୃର ରଡାର ମଧ୍ୟରେ ପ୍ରବେଶ କରି ଆକ୍ରମଣ କରିପାରେ । ଯାହାକୁ ଆଜିକାଲି ଟ୍ୟାଙ୍କ୍‌କୁହାଯାଏ ।

ଇଟାଲୀର ଏହି ମହାନ ଚିତ୍ରକାର ଟ୍ରିପଲ ବ୍ୟାରେଲ କ୍ୟାନନର ଉପାୟ ମଧ୍ୟ ବାହାର କରିଥିଲେ । କେବଳ ସେତିକି ନୁହେଁ ବରଂ ବିନା ଡ୍ରାଇଭରରେ କିଭଳି ଗାଡ଼ି ଚାଲିପାରିବ ତାହାକୁ ନେଇ ମଧ୍ୟ ଚିତ୍ର ମାଧ୍ୟମରେ ତଥ୍ୟ ଦେଇଥିଲେ ଲିଓନାର୍ଡ଼ୋ ।

ରାଜ୍ୟର ସବୁ ସହରାଞ୍ଚଳରେ ଶନିବାର ଠାରୁ ରାତ୍ରୀକାଳୀନ କର୍ଫ୍ୟୁ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ନେଇ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲଗାଇଥିଲେ । ଏଥିରେ ପରିବର୍ତ୍ତନ କରାଯାଇଛି । ଶନିବାର ଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏନେଇ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଛତିଶଗଡ଼ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସମୟ ପରିବର୍ତ୍ତନ ହେବ । ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାବ୍ୟତୀତ ଓଡ଼ିଶାର ଅନ୍ୟ ୨୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏ ଶନିବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲାଗୁ ହେବ ।

ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ । ପ୍ରତି ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ୱିକେଣ୍ଡ ସଟଡାଉନ୍ ଲାଗୁ ହେବ । ଆସନ୍ତା ଶନିବାର ଓ ରବିବାର ଠାରୁ ଏହି ସାପ୍ତାହିକ ସଟଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Odisha Imposed Night Curfew In All City And Weekend Lockdown In 10 Districts

ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ସମସ୍ତ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତି ନିଜ ଆଇକାର୍ଡ ଚେକିଂ ସମୟରେ ଦେଖାଇବେ । ନାଇଟ୍ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଉଚ୍ଚଶିକ୍ଷା ବିଭାଗର ସମସ୍ତ ପାଠପଢ଼ା ଆସନ୍ତା ୧୯ ତାରିଖରୁ ବନ୍ଦ କରାଯିବ । କୋଚିଂ ସେଣ୍ଟର ଗୁଡ଼ିକ ମଧ୍ୟ ଅଫଲାଇନ୍ କ୍ଲାସ୍ କରିପାରିବେ ନାହିଁ । ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ନେଇ ସରକାର ନୂଆ ମାର୍ଗଦର୍ଶିକା ଜାରି କରିବେ ।

ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିବାହରେ ସର୍ବାଧିକ ୫୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହୋଇପାରିବେ । ଧାର୍ମିକ, ସାମାଜିକ, ରାଜନୀତିକ ସମାବେଶ ଓ ସଭା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ପୂଜକ ରୀତିନୀତି କରିବେ । ଶ୍ରଦ୍ଧାଳୁ ସାମିଲ୍ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ପ୍ରତି ହାଟ ଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରାଯିବ । କରୋନା ଭାଇରସର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ।

ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟ କ୍ଷମତାର ୫୦ ପ୍ରତିଶତ ବସିକରି ଖାଇବାକୁ ଅନୁମତି ଦିଆଯିବ । ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ବସ୍ ସେବାକୁ ଆସନ୍ତା ସୋମବାର ଠାରୁ ବନ୍ଦ କରାଯିବ । ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ । ତେବେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ଅଟୋ, ଟ୍ୟାକ୍ସିରେ ସର୍ବାଧିକ ୨ ଜଣ ଡ୍ରାଇଭର ବାଦ୍ ଯାଇପାରିବେ । ସିନେମା ହଲ୍ କ୍ଷମତାର ୫୦ ପ୍ରତିଶତ ସିଟକୁ ନେଇ ଚାଲିବ । ଖୋଲାସ୍ଥାନରେ ଥିବା ମୀନା ବଜାର ଓ ପାର୍କରେ ସର୍ବାଧିକ ୨୦୦ ଜଣ, ଥିଏଟର ଓ ଯାତ୍ରାରେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ ।

ସରକାରୀ ଅଫିସ୍ ସବୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଘରୋଇ ସଂସ୍ଥା, ବ୍ୟାଙ୍କ ଏବଂ ଅନ୍ୟ କାର୍ଯ୍ୟାଳୟ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅଫିସରେ ସାନିଟାଇଜର ବ୍ୟବସ୍ଥା ସହ ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ବ୍ୟବଧାନରେ କର୍ମକ୍ଷେତ୍ରକୁ ସାନିଟାଇଜ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି । ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ନେବା ଲାଗି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । କରୋନା ଲକ୍ଷଣ ଦେଖାଗଲେ ଟେଷ୍ଟ କରାଇ ନେବା ଲାଗି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସମସ୍ତେ ମାସ୍କ ପିନ୍ଧି ଚଳିଲେ ଆମେ ଲକଡାଉନ୍ ଏବଂ ସଟଡାଉନ୍ ଭଳି ପରିସ୍ଥିତିକୁ ଏଡ଼ାଇ ପାରିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ ବେଳେ ଏ କଥା କହିଥିଲେ ।

ଜିଲ୍ଲା ସ୍ତରରେ କୋଭିଡ୍ ମୁକାବିଲା ପାଇଁ ୨୧ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ସରକାର

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମୁକାବିଲା ଲାଗି ଓଡ଼ିଶା ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାସ୍ତରରେ ମୁତୟନ କରିଛନ୍ତି । ସେମାନେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାସ୍ତରରେ କାମ କରିବେ । ଏହି ଅଧିକାରୀ ମାନଙ୍କ ଭିତରୁ ଭୁବନେଶ୍ୱର ମହାନଗର ନିଗମରେ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱ ନେବେ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଓ ଡକ୍ଟର ଏନ୍.ତିରୁମାଳା ନାୟକ । ସେହିପରି ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା ଦାୟିତ୍ୱରେ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧୁସୂଦନ ପାଢୀଙ୍କୁ ଦିଆଯାଇଥିବା ବେଳେ ବଲାଙ୍ଗିର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲା ଦାୟିତ୍ୱରେ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ସ୍ୱତନ୍ତ୍ର ଭାବରେ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।

ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ନିକୁଞ୍ଜ ବିହାରୀ ଧଳଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ନିଯୁକ୍ତ କରାଯାଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜି. ମାଥି ଭାଥନନ, ଯାଜପୁର-ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା ଓ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତ କରାଯାଇଛି ।

ସେହିଭଳି ସମ୍ବଲପୁର ଓ ସୋନପୁର ଜିଲ୍ଲାରେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଚିତ୍ରା ଅରୁ ମୁଗମଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି-କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କୋରାପୁଟ-ମାଲକାନଗିରି-ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ଭି.ଭି ଯାଦବ ଓ ରସିଦ୍ ଖାନ୍ । ଗଜପତି ଜିଲ୍ଲା ପାଇଁ ଟି. ୱାପଙ୍ଗ ଆଓଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ଅନୀଲ କୁମାର ସାମଲଙ୍କୁ କଟକ-ନୟାଗଡ଼-ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କଟକ ନଗର ଓ ଗ୍ରାମାଞ୍ଚଳ ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ସୁଶାନ୍ତ ମହାପାତ୍ର ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସ୍ୱେରେଜରେ କେମିତି ହେଲା ୨ ଜଣଙ୍କ ମୃତ୍ୟୁ ? ମିଳିତ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜରେ ଫସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ । ଗୃହ ଏବଂ ନଗର ଉନ୍ନୟ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମଠି ଭାଥନନ ମିଳିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କଟକ ତହସିଲଦାର ଓ ସିଏମସିର ଡେପୁଟି କମିଶନର ଏନଫୋର୍ସମେଣ୍ଟ ମିଳିତ ତଦନ୍ତ କରି ରିପୋର୍ଟ ଦେବେ ।

Joint Enquiry Ordered On Two workers died In Sewerage Line Cuttack

ସ୍ୱେରେଜ୍ କାମ ବେଳେ ୨ ଶ୍ରମିକ କେମିତି ଭିତରେ ଫସିଗଲେ ? କେଉଁ ପରିସ୍ଥିତିରେ ଏଭଳି ଘଟିଲା ? ସ୍ୱେରେଜ୍ ଭିତରେ କିଛି ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଛି କି ? ଏସବୁର ମିଳିତ ତଦନ୍ତ କରି ରିପୋର୍ଟ ଦେବାକୁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Joint Enquiry Ordered On Two workers died In Sewerage Line Cuttack

ସ୍ୱେରେଜ ଭିତରେ ଅଣନିଶ୍ୱାସୀ ହୋଇ କଟକର ଟି .ଶଙ୍କର ଓ ବଡ଼ମ୍ବାର ବିଷ୍ଣୁ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଶିବା ଗୁରୁତର ଅଛନ୍ତି । କଟକ ଏସସିବି ମେଡିକାଲରେ ଶିବାଙ୍କ ଚିକିତ୍ସା ଚାଲିଛି । ସ୍ୱେରେଜ ମଧ୍ୟକୁ ଟି.ଶଙ୍କର ଓ ବିଷ୍ଣୁ ଯିବା ପରେ ପ୍ରାୟ ୨୦ ମିନିଟ୍ ଧରି ଫେରି ନଥିଲେ । ଫଳରେ ଶିବା ସ୍ୱେରେଜ୍ ଭିତରକୁ ଯାଇଥିଲା । ସେ ମଧ୍ୟ ଅଣନିଶ୍ୱାସୀ ହୋଇ ପଡ଼ିଥିଲା ।

ଏଥିସହ ପଢ଼ନ୍ତୁ- ସ୍ୱେରେଜରେ ଅଣନିଶ୍ୱାସୀ ହୋଇ ୨ ମୃତ, ଜଣେ ଗୁରୁତର

ଦୈନିକ ‘ସକାଳ’ର ସମ୍ବଲପୁର ସଂସ୍କରଣରେ ଅତ୍ୟାଧୁନିକ ଅଫସେଟ୍ ପ୍ରିଣ୍ଟିଂ ପ୍ରେସ୍ ଉଦଘାଟିତ

ସମ୍ବଲପୁର: ଦୈନିକ ଖବର କାଗଜ ‘ସକାଳ’ର ସମ୍ବଲପୁର ସଂସ୍କରଣରେ ଅତ୍ୟାଧୁନିକ ଅଫସେଟ୍ ପ୍ରିଣ୍ଟିଂ ପ୍ରେସ୍ ଆଜି ଉଦଘାଟିତ ହୋଇଯାଇଛି । ଏହି ପ୍ରେସରୁ ଖବର କାଗଜ ମୁଦ୍ରିତ ହୋଇ ୧୦ଟି ଜିଲ୍ଲାରେ ପହଞ୍ଚିବ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହି ପ୍ରେସ୍‌କୁ ଉଦଘାଟନ କରିଛନ୍ତି ।

Offset Printing Press Of Odia Daily Sakal Inaugurated In Sambalpur

ଉଦଘାଟନୀ କାର୍ଯ୍ୟକ୍ରମରେ ଦୈନିକ ‘ସକାଳ’ର ସିଇଓ ସୁବ୍ରତ ଦାଶ, ପ୍ରକାଶକ ଅମିତ ମଲ୍ଲିକ, ସମ୍ବଲପୁର ସଂସ୍କରଣର ଶାଖା ପରିଚାଳକ ନରୋତ୍ତମ ଗୁରୁ, କର୍ମକର୍ତ୍ତା ଓ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Offset Printing Press Of Odia Daily Sakal Inaugurated In Sambalpur

ଖୁବଶୀଘ୍ର ଭୁବନେଶ୍ବର, ଜୟପୁର ଓ ପାଣିକୋଇଲି ଠାରେ ଏଭଳି ଅତ୍ୟାଧୁନିକ ପ୍ରିଣ୍ଟିଂ ପ୍ରେସ୍ ପ୍ରତିଷ୍ଠା କରିବାକୁ ପରିଚାଳନା କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି । ଖୁବ୍ କମ୍ ଦିନ ମଧ୍ୟରେ ଲୋକଙ୍କ ଦ୍ବାରା ଆଦୃତି ପାଇଥିବା ଦୈନିକ ଓଡ଼ିଆ ଖବର କାଗଜ ‘ସକାଳ’ ଏବେ ଘରେ ଘରେ ଖୁବ୍ ପରିଚିତି ପାଇଛି ।

https://youtu.be/it4kjiVXnvA

ସ୍ୱେରେଜରେ ଅଣନିଶ୍ୱାସୀ ହୋଇ ୨ ମୃତ, ଜଣେ ଗୁରୁତର

କଟକ: ସିଡିଏ ସେକ୍ଟର-୧୦ରେ ସ୍ବେରେଜ୍ କାମବେଳେ ଅଘଟଣ । ସ୍ୱେରେଜ କାମ ବେଳେ ଅଣନିଶ୍ୱାସୀ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମଣ୍ଟେଶ୍ବରୀ ଗଡ଼ା ନିକଟରେ ଏହି ଅଘଟଣ ଘଟିଛି ।

 2 Died During Swerej Work In Cuttack

ମୃତକ କଟକର ଟି .ଶଙ୍କର ଓ ବଡ଼ମ୍ବାର ବିଷ୍ଣୁ ନାୟକ ବୋଲି ଜଣାପଡ଼ିଛି । ଆହତ ଶିବାଙ୍କର ଚିକିତ୍ସା ଚାଲିଛି । ସ୍ୱେରେଜ ମଧ୍ୟକୁ ଟି.ଶଙ୍କର ଓ ବିଷ୍ଣୁ ଯିବା ପରେ ପ୍ରାୟ ୨୦ ମିନିଟ୍ ଧରି ଫେରି ନଥିଲେ । ଫଳରେ ଶିବା ସ୍ୱେରେଜ୍ ଭିତରକୁ ଯାଇଥିଲା । ସେ ମଧ୍ୟ ଅଣନିଶ୍ୱାସୀ ହୋଇ ପଡ଼ିଥିଲା ।

 2 Died During Swerej Work In Cuttack

ସେ ସଙ୍ଗେ ସଙ୍ଗେ ବାହାରକୁ ଆସି ଏନେଇ ସମସ୍ତଙ୍କୁ ସୂଚନା ଦେଇଥିଲା । ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ୨ ଜଣଙ୍କୁ ଭିତରୁ ଉଦ୍ଧାର କରିବା ସହ କଟକ ଏସସିବିରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ଚାଲାଣ କାଟିବାକୁ ବାଉଳା, ବୋଲେରୋକୁ ହେଲମେଟ୍ ପାଇଁ ଜରିମାନା

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ମୋଟର ଯାନ ଆଇନକୁ କଡ଼ାକଡ଼ା କରାଯାଇଛି । ବିଭିନ୍ନ ସ୍ଥାନରେ ଆରଟିଓ ଓ ଟ୍ରାଫିକ୍ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ହେଲମେଟ୍ ନପିନ୍ଧି ଗାଡ଼ି ଚଳାଇବା, ଫୋନରେ କଥା ହୋଇ ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ନବାନ୍ଧିବା, ଦ୍ରୁତଗତିରେ ଗାଡ଼ି ଚାଳନା ଆଦି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅନଲାଇନରେ ଚାଲାଣ କଟାଯାଉଛି ।

Bolero Fined 1k For Driving Without Helmet In Khordha

ତେବେ ଖୋର୍ଦ୍ଧା ଟ୍ରାଫିକ୍ ପୋଲିସ କାଟିଥିବା ଏକ ଚାଲାଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଖୋର୍ଦ୍ଧା ଟ୍ରାଫିକ ପୋଲିସ ଏକ ବୋଲେରୋ (OD21 4999)କୁ ହେଲମେଟ୍ ଚାଲାଣ କାଟିଛି । ୧୪ ଏପ୍ରିଲ୍ ୨୦୨୧ରେ ଚାଲାଣ କଟାଯାଇଥିବା ବେଳେ ଚାଲାଣ ନମ୍ବର ହେଉଛି- OR65944210414180213 । ଯେଉଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ବିନା ହେଲମେଟରେ ଗାଡ଼ି ଚାଳନା ପାଇଁ ୧୯୪(ଡି) ଅନୁସାରେ ୧ ହଜାର ଟଙ୍କା ଚାଲାଣ କଟାଯାଇଛି ।

Bolero Fined 1k For Driving Without Helmet In Khordha

ପ୍ରଶ୍ନ ଉଠୁଛି ବୋଲେରୋକୁ ହେଲମେଟ୍ ପାଇଁ ଚାଲାଣ କାଟିଥିବା ସରକାରୀ ଅଧିକାରୀ ବ୍ରହ୍ମାନନ୍ଦ ସ୍ୱାଇଁ ଜାଣିପାରିଲେନି କେମିତି ? ଚାଲାଣ କାଟିବା ବେଳେ ଅଧିକାରୀ ଜଣଙ୍କ ଗାଡ଼ିର ନମ୍ବର ପ୍ଲେଟକୁ ଭଲ ଭାବେ ଦେଖିଥିଲେ ତ ? ନା କୌଣସି ବାଇକ୍ ଆରୋହୀ ବୋଲେରୋ ନମ୍ବର ପ୍ଲେଟରେ ଗାଡ଼ି ଚଳାଉଥିଲେ । ଏନେଇ ଚାଲାଣ କାଟିଥିବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ, ଭୁଲ୍ ଜଣାପଡ଼ିବା ପରେ କଟାଯାଇଥିବା ଚାଲାଣକୁ ବିଭାଗ ୱେବସାଇଟରୁ ହଟାଇ ଦେଇଛି ।

ପନ୍ତ ନା ସାମସନ୍, ଦୁଇ ଯୁବ କ୍ୟାପ୍ଟେନଙ୍କ ମଧ୍ୟରୁ କିଏ ମାରିବ ବାଜି?

0

ମୁମ୍ବାଇ: ଆଇପିଏଲର ୧୪ ତମ ସଂସ୍କରଣର ଗୁରୁବାର ଖେଳାଯିବ ସପ୍ତମ ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହେବେ ଦିଲ୍ଲି କ୍ୟାପିଟାଲ୍ସ ଓ ଚେତନ ସାକାରିଆ। ରାଜସ୍ଥାନ ଟିମ୍ ପ୍ରଥମ ପରାଜୟ ପରେ ଆଜି ବିଜୟ ଟାଇଟଲ ନିଜ ନାଁରେ କରିବାକୁ ଚେଷ୍ଟା କରିବ । ଅନ୍ୟପଟେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ବିଜୟୀ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସ  ମଧ୍ୟ ନିଜର ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ।

ରାଜସ୍ଥାନ ଦଳର ଷ୍ଟାର ଖେଳାଳୀ ବେନ ଷ୍ଟୋକ୍ସସ ଆଇପିଏଲରୁ ବାହାରିବା ପରେ କ୍ୟାପ୍ଟେନ ସଞ୍ଜୁ ସାମସନଙ୍କୁ ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିଆମରେ ଖେଳାଯିବ ଏହି ମ୍ୟାଚ୍ । ତେବେ ପନ୍ତ ନା ସାମସନ୍ ଦୁଇ ଯୁବ କ୍ୟାପ୍ଟେନଙ୍କ ମଧ୍ୟରୁ କିଏ ମାରିବ ବାଜି?

କ’ଣ କହୁଛି ରେକର୍ଡ଼: ଆଇପିଏଲ ରେକର୍ଡ଼ ମୁତାବକ ରାଜସ୍ଥାନ ରୟାଲ୍ସ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏପର୍ଯ୍ୟନ୍ତ ୨୨ଟି ମ୍ୟାଚ୍ ହୋଇଛି। ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି। କିନ୍ତୁ ଗତ ୫ଟି ମ୍ୟାଚ୍‌ରେ ଦିଲ୍ଲୀ ଅଗ୍ରଣୀ ହାସଲ କରିଛି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଶେଷ ପାଞ୍ଚଟି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଜିତିଛି।

ଗତ ମ୍ୟାଚରେ ପଞ୍ଜାବ ଦେଇଥିବା ୨୨୨ ରନ ଲକ୍ଷ ପିଛା କରି ରାଜସ୍ଥାନ ଦଳର କ୍ୟାପ୍ଟେନ ସଞ୍ଜୁ ସାମସନ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ ଓ ପ୍ରଥମ ମ୍ୟାଚରେ ହିଁ ଟୁର୍ଣ୍ଣାମେଣ୍ଟର ପ୍ରଥମ ଶତକ ବି ମାରିଥିଲେ । ତଥାପି ଦଳକୁ ସେ ଜିତାଇ ପାରି ନଥିଲେ। ଜିତୁଥିବା ମ୍ୟାଚ୍ କୁ ହାରିଯିବା ପରେ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ତେବେ ଆଜି ଦଳ ପୁଣିଥରେ ଏକ ଭଲ କମବ୍ୟାକ କରିବ ବୋଲି ଆଶା କରାଯାଉଛି ।

ମିଡିଲ ଅଡର ଉପରେ ଗୁରୁତ୍ୱ: ଆହତ ହେବା ଯୋଗୁ ବେନ୍ ଷ୍ଟୋକ୍ସ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ତେବେ ତାଙ୍କ ଅନୁପସ୍ଥିତିରେ ଜୋସ ବଟଲର, ଶିଭମ ଦୁବେ ଓ ରିୟାନ ପରାଗଙ୍କ ଉପରେ ଭଲ ପ୍ରଦର୍ଶନ ଓ ସ୍କୋର କରିବାରେ କ୍ୟାପ୍ଟେନକୁ ସହଯୋଗ କରିବାର ଚାପ ରହିବ। ଅନ୍ୟପଟେ ଦଳର ସବୁଠୁ ବଡ଼ ସମସ୍ୟା ହେଉଛି ବୋଲିଂ। ଗତ ମ୍ୟାଚରେ ବି ଦଳର ବୋଲିଂ ଭଲ ନଥିଲା। କେବଳ ନିଜର ଡେବ୍ୟୁ ଆଇପିଏଲ ମ୍ୟାଚରେ ମାତ୍ର ୩୧ ରନ ଦେଇ ୩ଟି ୱିକେଟ ହାତେଇଥିବା ଦ୍ରୁତ ବୋଲର୍ ଚେତନ ସାକାରିୟାଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବୋଲର ଭଲ ପ୍ରଦର୍ଶନ କରି ନଥିଲେ।  ତେବେ ଯି ଦଳ ମ୍ୟାଚ ଜିତିବାକୁ ଚାହୁଁଛି ତେବେ ଆଜି ବ୍ୟାଟିଂ ସହ ବୋଲିଂରେ ବି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ଦିଲ୍ଲୀ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଛି।

ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ:

ରାଜସ୍ଥାନ ରୟାଲ୍ସ: ମନନ୍ ବୋହରା, ଜୋସ୍ ବଟଲର୍, ସଞ୍ଜୁ ସାମସନ୍ (ୱିକେଟକିପର କ୍ୟାପ୍ଟେନ), ଲିଆମ୍ ଲିଭିଙ୍ଗଷ୍ଟୋନ୍ / ଡେଭିଡ ମିଲର, ଶିବମ ଦୁବେ, ରାହୁଲ ତେୱତିଆ, ରିୟାନ ପାରାଗ, କ୍ରିସ ମୋରିସ, ଶ୍ରେୟସ ଗୋପାଳ, ମୁସ୍ତାଫିଜୁର ରହମାନ, ଚେତନ ସାକରିୟା।

ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧୱନ, ପୃଥ୍ୱୀ ଶ, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ(ୱିକେଟକିପର କ୍ୟାପ୍ଟେନ), ମର୍କସ ଷ୍ଟୋଇନିସ୍, ଶିମରନ୍ ହେଟମେୟର୍, କ୍ରିଶ୍ ୱକ୍ସ, ଟମ୍ କରନ/ କାଗିଲୋ ରବାଡ଼ା, ରଭିଚନ୍ଦ୍ର ଅଶ୍ୱିନ, ଅମିତ ମିଶ୍ର, ଅଭେଶ୍ ଖାନ୍

ମାଙ୍ଗାଲୋରରେ ବନ୍ଧା ପଡ଼ିଛନ୍ତି ୮ ଦାଦନ: ଉଦ୍ଧାର କରିବାକୁ ଭିଡିଓ ବାର୍ତ୍ତାରେ କଲେ ଆକୁଳ ନିବେଦନ

ଗୁଣୁପୁର: ମାଙ୍ଗାଲୋରରେ ବନ୍ଧା ପଡ଼ିଛନ୍ତି ଗୁଣୁପୁରର ୮ଜଣ ଦାଦନ । ଉଦ୍ଧାର କରିବାକୁ ଭିଡିଓ ବାର୍ତ୍ତାରେ ଆକୁଳ ନିବେଦନ । ରାୟଗଡ଼ା ଗୁଣୁପୁର ବ୍ଳକ ଜଲତାର ପଞ୍ଚାୟତ ଲୁଙ୍ଗୁରତାଲର ୫ ଜଣ ଓ ଘନନ୍ତ୍ରୀ ପଞ୍ଚାୟତ ସମ୍ଫେନିର ୩ ଶ୍ରମିକ ମାଙ୍ଗାଲୋର କାର୍ଯ୍ୟ କରିବାକୁ ଯାଇଥିଲେ  । ଭଲ କଂପାନୀରେ ଚାକିରି ଦେବାକୁ କହି ବଣ୍ଡାଗୁଡିର ବାଲଜୀ ଗମାଙ୍ଗ ସମସ୍ତଙ୍କୁ ଗତ ମାର୍ଚ୍ଚ ୨୭ରେ କର୍ଣ୍ଣାଟକ ନେଇଥିଲେ । ମାତ୍ର ମାଙ୍ଗାଲୋରର ମରିନା ପ୍ରୋଜେକ୍ଟରେ ଶ୍ରମିକ ଭାବେ ଛାଡି ଦେଇ ପଳାଇଥିବା ଅଭିଯୋଗ ହୋଇଛି । ଅଧିକ ସମୟ କାର୍ଯ୍ୟରେ ଲଗାଇବା ସହ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି  । ସେପଟେ ଏନେଇ ଅଭିଯୋଗ ପରେ ପ୍ରଶାସନକୁ ଅବଗତ କରାଇଛନ୍ତି ଶ୍ରମିକ ନେତା  ।

ଏଥିସହିତ ପଢ଼ନ୍ତୁ: ମହିଳାଙ୍କ ଉପରେ ସବାର ମୃତ ଝିଅର ଆତ୍ମା କହୁଛି ଦୁଷ୍କର୍ମ ଓ ହତ୍ୟାର କାହାଣୀ