ଆଉ ଆସୁନି ୨ ହଜାର ଟଙ୍କିଆ ନୋଟ, ଛପା ବନ୍ଦ କଲାଣି ଆରବିଆଇ !

ନୂଆଦିଲ୍ଲୀ: ଆଉ ଏଟିଏମରୁ ବାହାରୁନି ୨ ହଜାର ଟଙ୍କିଆ ନୋଟ । କାରଣ ଆରବିଆଇ ୨ ହଜାର ଟଙ୍କିଆ ନୋଟ ଛପା ବନ୍ଦ କରିଦେଇଛନ୍ତି । ନଭେମ୍ବର ୨୦୧୬ରେ ସରକାର ବିମୁଦ୍ରୀକରଣ କରିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ମୁତାବକ ୫ ଶହ ଏବଂ ହଜାରେ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରାଯାଇଥିଲା । ହଠାତ ଗଛିତ ଥିବା ୫ଶହ ଏବଂ ହଜାରେ ଟଙ୍କିଆ ନୋଟ ଅଚଳ ହୋଇପଡିଥିଲା । ଏବଂ ଏହା ବଦଳରେ ପ୍ରଚଳିତ ହୋଇଥିଲା ୨ ହଜାର ଟଙ୍କିଆ ନୋଟ ।

କିନ୍ତୁ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ବାର୍ଷିକ ରିପୋର୍ଟରେ ୨ ହଜାର ଟଙ୍କିଆ ବାବଦରେ କିଛି ସୂଚନା ଦିଆଯାଇନଥିଲେ ମଧ୍ୟ ଏବେ ନୂଆ ୨ହଜାର ଟଙ୍କା ଛପା ବନ୍ଦ କରିଦେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ସଫା ସଫା କହିଦେଇଛି । ତେଣୁ ବ୍ୟାଙ୍କ ଗୁଡ଼ିକରେ ବର୍ତ୍ତମାନ ଏବେ ଆଉ ୨ ହଜାର ଟଙ୍କିଆ ନୋଟ ପ୍ରଚଳିତ ହେଉନାହିଁ । ସୂଚନା ମୁତାବକ ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକରୁ ଲିଖିତ ଜବାବ ମାଧ୍ୟମରେ ଜଣାଇଥିଲେ ଯେ, ୨୦୧୮ରେ ୨୦୦୦ ଟଙ୍କିଆ ୩୩୬.୨ କୋଟି ନୋଟ୍‌ ସର୍କୁଲେସନ୍‌ ହୋଇଥିଲା। କିନ୍ତୁ ୨୬ ଫେବୃଆରୀ ୨୦୨୧ ବେଳକୁ ଏହି ସଂଖ୍ୟା ୨୪୯.୯ କୋଟିରେ ପହଞ୍ଚିଥିଲା।

ଏହା ସହ ଅନୁରାଗ ଠାକୁର କହିଥିଲେ, ‘କେଉଁ ମୂଲ୍ୟର ନୋଟ୍‌ ହେଲେ ଲୋକଙ୍କ ଲେଣ ଦେଣ ଚାହିଦା ପୂରଣ ହୋଇପାରିବ ତାହା ଆରବିଆଇ ଧାର୍ଯ୍ୟ କରେ। ତେଣୁ ୨୦୧୯ ମସିହା ଠାରୁ ୨୦୦୦ ହଜାର ଟଙ୍କିଆ ନୋଟ ଛପା ହେଉନାହିଁ କିମ୍ବା ଛପାଇବା ପାଇଁ ଆରବିଆଇକୁ ଅର୍ଡର ଦିଆହୋଇନାହିଁ ବୋଲି ପ୍ରକାଶ କରିଥିଲେ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ।

Leave a Reply