ଜୁନ୍ ୧ ରୁ ବଦଳିବ ଏହିସବୁ ନିୟମ….

1 min read

ନନ୍ଦିଘୋଷ ବ୍ୟୁରୋ:  ୧ରୁ ବଦଳିବ ଅନେକ ନିୟମ । ସାଧାରଣ ଲୋକଙ୍କର ଦୈାନନ୍ଦିନ ଜୀବନ ଚଳଣିରେ ପୁଣି ଦେଖାଯିବ କିଛି ପରିବର୍ତନ । ତେବେ ନିୟମ ବଦଳିବା ତାଲିକାରେ ରହିଛି-ବ୍ୟାଙ୍କିଙ୍ଗ,ଇନକମ୍ ଟ୍ୟାକ୍ସ,ଗ୍ୟାସ ସିଲିଣ୍ଡର ଆଦି ଭଳି ଜରୁରୀ ଜିନିଷ । ଜୁନ୍ ପହିଲାରୁ ବ୍ୟାଙ୍କ ଅଫ୍ ବରୋଦାରେ ଚେକ୍ ପେମେଣ୍ଟ କରିବାର ପ୍ରକ୍ରିୟା ବଦଳିବାର ବ୍ୟବସ୍ଥା ରହିଛି । ସରକାରୀ ତୈଳ କଂମ୍ପାନୀ ପ୍ରତିମାସ ଏଲପିଜି ଗ୍ୟାସ ସିଲିଣ୍ଡରର ଦରଦାମ ବୃଦ୍ଦିକୁ ଅପଡେଟ୍ କରନ୍ତି । ତେଣୁକରି ସେଥିରେ ବି ପରିବର୍ତନ ହୋଇପାରେ । ଏହିସବୁ ସାଧାରଣ ଲୋକଙ୍କର ଦୈନନ୍ଦିନ ଜୀବନରେ ଚାଲିଥିବା କାର୍ଯ୍ୟ । ଏଥିରେ ପରିବର୍ତନ ହେଲେ ନିଶ୍ଚିତ ରୂପେ ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ତେବେ ଚାଲନ୍ତୁ ନଜର ପକାଇବ କଣ କଣ ବଦଳିବ ଜୁନ୍ ୧ ତାରିଖରୁ ।

ଲାଗୁହେବ ନୂତନ ସୁଧହାର

ଏହି ମାସରେ ପିପିଏଫ୍‌,ଏନଏସସି,କେଭିପି ଏବଂ ସୁକନ୍ୟା ସମୃଧୀ ପରି କ୍ଷୁଦ୍ର ସଂଚୟ ଯୋଜନାର ସୁଧ ହାରରେ ପରିବର୍ତନ କରାଯିବ । କ୍ଷୁଦ୍ର ସଂଚୟ ଯୋଜନାରେ ପ୍ରତି ୩ମାସରେ ସରକାର ନୂତନ ସୁଧହାର ପ୍ରୟୋଗ କରନ୍ତି । ତେବେ ୩୧ ମାର୍ଚ୍ଚ ୨୦୨୦-୨୧ ଆର୍ଥିକ ବର୍ଷରେ ପୁରୁଣା ସୁଧହାର ରହିଥିଲା । କିନ୍ତୁ ଏହି ଜୁନରେ ପୁଣିଥରେ ନୂତନ ସୁଧହାର ଲାଗୁକରାଯିବ ।

ଚେକ୍ ପେମେଣ୍ଟରେ ହେବ ପରିବର୍ତ୍ତନ

ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କ ପାଇଁ ଜୁନ୍ ୧ ରୁ ଚେକ୍ ପେମେଣ୍ଟର ପ୍ରକ୍ରିୟାରେ ପରିବର୍ତନ କରିବେ । ଠକେଇର ଶିକାର ହେବା ଭଳି ଅସୁବିଧାକୁ ଏଡାଇବା ପାଇଁ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ “ପଜିଟିଭ୍ ପେ କନଫରମେଶନ” ବାଧ୍ୟତାମୂଳକ କରାଯାଇଛି । ବ୍ୟାଙ୍କ ଅଫ୍ ବରୋଦାର ଅଧିକାରୀଙ୍କ ଅନୁସାରେ ଗ୍ରାହକଙ୍କୁ ଯଦି ୨ଲକ୍ଷ କିମ୍ବା ତା ଠୁ ଅଧିକ ଟଙ୍କାର ଚେକ୍ କାମ କରିବାକୁ ପଡେ ତେବେ “ପଜିଟିଭ୍ ପେ ସିଷ୍ଟମ” ଅନ୍ତର୍ଗତ ଚେକ୍‌ରେ ସବୁ ତଥ୍ୟ ନିଶ୍ଚିତ କରିବାକୁ ହେବ ।

ଏଲପିଜି ସିଲିଣ୍ଡରର ବଢିପାରେ ଦରଦାମ୍‌

୧ଜୁନରୁ ଏଲପିଜି ସିଲିଣ୍ଡରର ଦରଦାମରେ ପରିବର୍ତନ ହୋଇପାରେ । କାହିଁକି ନା ଅନେକ ସମୟରେ ମାସରେ ତୈଳ କଂମ୍ପାନୀ ଦ୍ୱାରା ମାସକୁ ୨ଥର ମଧ୍ୟ ଦରଦାମ ପରିବର୍ତନ ହୋଇଛି । ତେଣୁକରି ଅନୁମାନ କରାଯାଉଛି ଯେ ଜୁନ୍ ୧ରୁ ଗ୍ୟାସ ସିଲିଣ୍ଡରର ଦରଦାମରେ ବି ପରିବର୍ତନ ହେବ । ବର୍ତମାନ ଦିଲ୍ଲୀରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ରହିଛି । ହୁଏତ ନୂତନ ମୂଲ୍ୟ ଧାର୍ଯ୍ୟ ହୋଇପାରେ କିମ୍ବା ସେହି ସମାନ ମୂଲ୍ୟ ରହିପାରେ ।

ବଦଳିବ ଆଇଏଫ୍‌ଏସସି କୋଡ୍‌

କାନାରା ବ୍ୟାଙ୍କ ୱେବସାଇଟର ସୂଚନା ଅନୁସାରେ ଜୁଲାଇ ୧ରୁ ବ୍ୟାଙ୍କର ଆଇଏଫ୍‌ଏସସି କୋଡରେ ପରିବର୍ତନ କରିବ । ସିଣ୍ଡିକେଟ୍ ବ୍ୟାଙ୍କ ଗ୍ରାହକମାନଙ୍କୁ ୩୦ଜୁନ୍ ସୁଦ୍ଦା ନୂତନ ଆଇଏଫ୍‌ଏସସି କୋଡ୍ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ତେଣୁକରି ନୂଆ ଆଇଏଫ୍‌ଏସସି କୋଡ୍ ଜାଣିବା ପାଇଁ କାନାରା ବ୍ୟାଙ୍କର ଅଫିସିଆଲ୍ ୱେବସାଇଟକୁ ଯାଇ ସୂଚନା ପାଇପାରିବେ । ଆଉ ଜାଣିରଖନ୍ତୁ ସିଣ୍ଡିକେଟ୍ ବ୍ୟାଙ୍କ ଓ କାନାରା ବ୍ୟାଙ୍କ ବର୍ତମାନ ମିଶ୍ରିତ ହୋଇରହିଛି ।

ବଦଳିବ ଆୟକର ବିଭାଗର ପୋର୍ଟାଲ

ଆୟକର ବିଭାଗର ଇ-ଫାଇଲ୍ ପୋର୍ଟାଲ ଜୁନ୍ ୧ ରୁ ୬ ପର୍ଯ୍ୟନ୍ତ କାମ କରିବ ନାହିଁ । କାହିଁକି ନା ଜୁନ୍ ୭ତାରିଖରୁ ଆୟକର ବିଭାଗ ଟିକସଦାତାମାନଙ୍କ ପାଇଁ ଏକ ନୂତନ ଆୟକର ଇ-ଫାଇଲ୍ ପୋର୍ଟାଲ ଲଂଚ କରିବେ । ଆୟକର ନିର୍ଦ୍ଦେଶାଳୟ ଅନୁଯାୟୀ,ଆଇଟିଆର ପୂରଣ କରିବାର ଅଫିସିଆଲ ୱେବସାଇଟ ୭ ଜୁନ୍‌ରୁ ବଦଳି  http://INCOMETAX.GOV.IN ହେବ । ବର୍ତମାନ ଏହା http://incometaxindiaefiling.gov.in ରହିଛି ।
ତେବେ ଏହିସବୁ କ୍ଷେତ୍ରରେ ଜୁନ୍ ୧ ତାରିଖରୁ କିଛି ନୂଆ ନିୟମ ଲାଗୁକରାଯିବ ।

Leave a Reply