ଗୁଗୁଲ ଓ ଜିଓର ସହଭାଗିତାରେ ଖୁବ ଶୀଘ୍ର ବଜାରକୁ ଆସିବ ଏହି ଶସ୍ତା ସ୍ମାର୍ଟ ଫୋନ୍ !

1 min read

ଗୁଗୁଲ ଏବେ ଜିଓ ସହଭାଗିତାରେ ସୁଲଭ ଦରରେ  ସ୍ମାର୍ଟଫୋନ୍ ଆଣିବା ଉପରେ କାର୍ଯ୍ୟ କରୁଛି । ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏ ବିଷୟରେ ସୂଚନା ଦେଇଛନ୍ତି । ସୁନ୍ଦର ପିଚାଇ କହିଛନ୍ତି ଯେ, ସେ ସୁଲଭ ଦରରେ ସ୍ମାର୍ଟଫୋନ୍ ତିଆରି କରିବା ପାଇଁ ଜିଓ ସହିତ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି । ସୂଚନା ଅନୁଯାୟୀ, ସିଲେକ୍ଟ ଏସିଆ ପେସିଫିକ୍ ରିପୋର୍ଟର୍ସଙ୍କ ସହ ଏକ ଭର୍ଚୁଆଲ୍ କନଫରେନ୍ସରେ ସୁନ୍ଦର ପିଚାଇ କହିଛନ୍ତି ଯେ, ଏକ ସୁଲଭ ସ୍ମାର୍ଟ ଫୋନ୍ ତିଆରି ଉପରେ ଆମେ ବିଶେଷ ଧ୍ୟାନ ଦେଉଛୁ । ଆମେ ଏହି ପ୍ରୋଜେକ୍ଟରେ ଅଛୁ ଏବଂ ଏଥିପାଇଁ ଜିଓ ସହିତ କାମ କରୁଛୁ ।

ଯଦିଓ ସେ ଫୋନ ଲଞ୍ଚ ହେବାର ତାରିଖ କିମ୍ବାର ଏହାର ମୂଲ୍ୟ ଉପରେ କିଛି ବି ବିବରଣୀ ଦେଇ ନାହାଁନ୍ତି। ଗୁଗୁଲ ଗତ ବର୍ଷ ଜିଓ ପ୍ଲାଟଫର୍ମରେ ୭.୭ ପ୍ରତିଶତ ଅଂଶଧନ ୩୩,୭୩୭ କୋଟି ଟଙ୍କାରେ ନେଇଥିଲା । ଏହା ବ୍ୟତୀତ ଜିଓ ପ୍ଲାଟଫର୍ମ ସହିତ ଏହାର ବ୍ୟବସାୟୀକ ଚୁକ୍ତି ମଧ୍ୟ ହୋଇଥିଲା । ଏବଂ ଏଥିରେ ଫୋନଟିର ଏଣ୍ଟ୍ରି ସ୍ତରର ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ୍ ତିଆରି କରିବାକୁ ମଧ୍ୟ କୁହାଯାଇଥିଲା ।

ଜିଓ ପ୍ଲାଟଫର୍ମରେ ଗୁଗୁଲର ବିନିଯୋଗ ‘ଗୁଗୁଲ୍ ଫର୍ ଇଣ୍ଡିଆ ଡିଜିଟାଇଜେସନ୍ ଫଣ୍ଡ୍’ର ଏକ ଅଂଶ ଥିଲା । ଗତ ବର୍ଷ କମ୍ପାନୀ ଏହା ଘୋଷଣା କରିଥିଲା । ପିଚାଇ ୭୫ହଜାର କୋଟି ଟଙ୍କାକୁ ଗତ ବର୍ଷ ଭାରତରେ ବିନିଯୋଗ କରିବାର ଯୋଜନା ବିଷୟରେ କହିଥିଲେ। ଯାହା ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶକୁ ଡିଜିଟାଲ ଟେକ୍ନୋଲୋଜି ଦେବାରେ ସାହାଯ୍ୟ କରିବ ।

ପିଚାଇ ଏହା ମଧ୍ୟ କହିଛନ୍ତି ଯେ, ଏହି ଫଣ୍ଡ ଦ୍ୱାରା ସେ ନୂତନ ପୁଞ୍ଜି ବିନିଯୋଗ କରିବାର ସୁଯୋଗ ଖୋଜୁଛନ୍ତି । ଏହି ପ୍ରୋଜେକ୍ଟ ଉପରେ COVID-19 କାରଣରୁ ପଡ଼ିଥିବା ପ୍ରଭାବ ବିଷୟରେ କହିବାକୁ ଯାଇ ସେ କହିଛନ୍ତି ଯେ କରୋନା ଲୋକଙ୍କ ଜୀବନରେ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣତାକୁ ଦେଖାଇଦେଇଛି ।

ଗୁଗୁଲ୍ ମିଟ୍ ହେଉ କିମ୍ବା ନେଟୱାର୍କ ମାଧ୍ୟମରେ କାର୍ଯ୍ୟକରିବାର କ୍ଷମତା ହେଉ, ସବୁଥିରେ ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟରରେ ଅତି ସହଜରେ କାମ କରିବାର ସୁଯୋଗ ପାଇଛନ୍ତି ଉପଭୋକ୍ତା । ଏହା ମଧ୍ୟ ଆମର ପ୍ରୟାସକୁ ଦର୍ଶାଉଛି ବୋଲି ପିଚାଇ କହିଛନ୍ତି।

Leave a Reply