୩୦ ମିନିଟ ବସି ରହିଲେ ମୋଦି, ବିଳମ୍ବରେ ଆସିଲେ କାଗଜ ଦେଇ ଚାଲିଗଲେ ଦିଦି

କୋଲକାତା: ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଅଧଘଣ୍ଟା ଅପେକ୍ଷା କଲେ । ମିଟିଂ ଶେଷ ଆଡକୁ ଆସିଲେ ଆଉ କିଛି କାଗଜଡପତ୍ର ଦେଇ ଚାଲିଗଲେ । ଆପଣ ଭାବୁଥିବେ ଚାଲିଯିବା ବ୍ୟକ୍ତି ଜଣଙ୍କ କିଏ ? ପୁଣି କିଏ ସେ ବ୍ୟକ୍ତି ଯାହାଙ୍କ ପାଇଁ ପ୍ରଧାନମନ୍ତ୍ରୀ ୩୦ ମିନିଟ ଅପେକ୍ଷା କଲେ । ହଁ, ସେ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ୟାସରେ ପ୍ରଭାବିତ ହୋଇଥିବା ଓଡ଼ିଶା ଏବଂ ପଶ୍ଚିମବଙ୍ଗର କ୍ଷୟକ୍ଷତି ସମୀକ୍ଷା କରିବାକୁ ଆସିଥିଲେ ପ୍ରଧାନମନ୍ତ୍ରୀ । ସକାଳେ ଓଡ଼ିଶାର କ୍ଷୟକ୍ଷତି ସମୀକ୍ଷା କରିଥିଲେ । ଏବଂ ପରେ ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିଥିଲେ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଆସୁଥିବା ଖବର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଥିଲେ । ଏକ ସମୀକ୍ଷା ବୈଠକ ପ୍ରଧାନମନ୍ତ୍ରୀ କରିବେ ବୋଲି ଏକଥା ମଧ୍ୟ ଜାଣିଥିଲେ ମୁଖ୍ୟମନ୍ତ୍ରୀ ମମତା । ତଥାପି ବିଳମ୍ବରେ ଆସିଥିଲେ । ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟପାଳ ଜଗଦୀପ ଧନକଡ ପ୍ରାୟ ୩୦ ମିନିଟ ମୁଖ୍ୟମନ୍ତ୍ରୀଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ । ଏବଂ ଅଧଘଣ୍ଟା ପରେ ଆସିଥିଲେ ଦିଦି । ବୈଠକ ଗୃହରେ ପ୍ରବେଶ କରିବା ମାତ୍ରେ କ୍ଷୟକ୍ଷତି ସମ୍ପର୍କୀତ କିଛି ତଥ୍ୟ ଦେଇ ଅନ୍ୟଏକ ବୈଠକ ଥିବା ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ । ଏବଂ ପ୍ରଧାନମନ୍ତ୍ରୀ ବସିଥିବା ବେଳେ ଚାଲିଯାଇଥିଲେ ମମତା ।

ସେପଟେ ବୈଠକରେ ପଶ୍ଚିମବଙ୍ଗ ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ବୈଠକରେ ମଧ୍ୟ ଯୋଗଦେଇଥିଲେ ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀ  । ରାଜ୍ୟପାଳ ଜଗଦୀପ ଧନକଡ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟାନ ମନ୍ତ୍ରୀ ଏବଂ ପଦାଧିକାରୀ ଯୋଗଦେଇଥିଲେ  । ଖବର ମୁତାବକ ବୈଠକରେ ଶୁଭେନ୍ଦୁ ଅଧିକାରୀ ଯୋଗଦେଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାରାଜ ଥିଲେ  । ଯେଉଁଥିପାଇଁ ଅଧଘଣ୍ଟା ବିଳମ୍ବରେ ପହଁଚିଥିଲେ । ପ୍ରଧାନମନ୍ତ୍ରୀ ବୈଠକ ସାରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି  ।  ଯେଉଁଥିରେ ଓଡିଶାକୁ ଅତିରିକ୍ତ ସହାୟତା ରାଶି ୫୦୦ କୋଟି ଏବଂ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ୫୦୦ କୋଟି ଘୋଷଣା ହୋଇଛି  ।

Leave a Reply