spot_img
Home Blog Page 5584

ମିଳିଲା ଅନୁମତି: ରାଜଧାନୀରେ ହେବ ମଦ’ର ହୋମ୍ ଡେଲିଭରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ହେବ ମଦ’ର ହୋମ ଡେଲିଭରୀ । ଆଉ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଅନୁମତି ମଧ୍ୟ ଦେଇସାରିଛନ୍ତି । ଦିଲ୍ଲୀରେ ଏବେ ମୋବାଇଲ୍ ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ମଦ ବିକ୍ରି କରାଯିବ। ଏହାପୂର୍ବରୁ ଛତିଶଗଡ ସରକାର କରୋନା ମହାମାରୀ ମଧ୍ୟରେ ମଦ ହୋମ ଡେଲିଭରୀ କରିବାକୁ ଅନୁମତି ଦେଇଥିଲେ ।

ସୂଚନା ଅନୁସାରେ ଅବକାରୀ ବିଭାଗର ନିୟମ ଅନୁଯାୟୀ, ୨୦୨୧ ଅନୁସାରେ L-13 ଲାଇସେନ୍ସଧାରୀଙ୍କୁ ଲୋକଙ୍କ ଘରେ ମଦ ପହଞ୍ଚାଇବାକୁ ଦିଆଯିବାର ଅଛି । ତେଣୁ ଯେଉଁମାନଙ୍କ ପାଖରେ L-13 ଲାଇସେନ୍ସ ଅଛି, ସେମାନେ ଅର୍ଡର ଆସିବା ପରେ ହୋମ ଡେଲିଭରୀ କରିପାରିବେ । ଏହା ବ୍ୟତୀତ ବିଜ୍ଞପ୍ତିରେ କୁହାଯାଇଛି ଯେ ଲାଇସେନ୍ସଧାରୀମାନେ କେବଳ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ୱେବ୍ ପୋର୍ଟାଲ୍ ମାଧ୍ୟମରେ ହୋମ ଡେଲିଭରୀ କରିପାରିବେ । ଏହାସହ ହଷ୍ଟେଲ, ଅଫିସ୍ ଏବଂ ଅନୁଷ୍ଠାନରେ ମଦର କୌଣସି ହୋମ ଡେଲିଭରୀ କରାଯିବ ନାହିଁ। ଯଦିଓ ଦିଲ୍ଲୀ ସରକାର ଗତ ବର୍ଷର ମଦ’ର ହୋମ ଡେଲିଭରୀ ନୀତି ଉପରେ ବିଚାର କରିଥିଲେ, କିନ୍ତୁ ପୂର୍ବରୁ କରାଯାଇଥିବା ନିୟମ ଅନୁଯାୟୀ ସେଥିରେ ମଦ’ର ହୋମ ଡେଲିଭରୀ ସମ୍ଭବ ନଥିଲା, ତେଣୁ ଏହି ନିୟମରେ ସଂଶୋଧନ କରାଯାଇଛି।

ଘରେ ପହଞ୍ଚିବ ଦେଶୀ ଓ ବିଦେଶୀ ମଦ

ଦିଲ୍ଲୀ ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ, ଦିଲ୍ଲୀରେ ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ୱେବ୍ ପୋର୍ଟାଲ୍ ମାଧ୍ୟମରେ ମଦ ଅର୍ଡର କରାଯିବ । ଏବଂ ଏହାମାଧ୍ୟମରେ ଦେଶୀ ଓ ବିଦେଶୀ ମଦକୁ ଘରେ ବିତରଣକୁ ଅନୁମତି ଦିଆଯିବ। ଗତ ବର୍ଷ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ମଦ ବିତରଣ ବିଷୟରେ ବିଚାର କରିବାକୁ କହିଥିଲେ। , କାରଣ କରୋନା ମହାମାରୀ ସମୟରେ, ମଦ ଦୋକାନ ବାହାରେ ପ୍ରବଳ ଭିଡ଼ କାରଣରୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁ ନଥିଲା । ତେବେ ଦିଲ୍ଲୀରେ ମଦ ବିତରଣକୁ କେବଳ L-13 ଲାଇସେନ୍ସଧାରୀଙ୍କୁ ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି।

ରାଜଧାନୀର ଜିମ୍ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜିମ୍ ଭିତରେ ଝୁଲନ୍ତା ମୃତଦେହ । ଭଞ୍ଜକଳା ମଣ୍ଡପ ପଛପଟେ ଥିବା ଜିମ୍‌ରେ ଝୁଲୁଛି ମୃତଦେହ । ମୃତକଙ୍କ ନା ରଞ୍ଜିତ ନାୟକ । ୟୁନିଟ ୬ ଅଞ୍ଚଳର ରଞ୍ଜିତ ହାଉସ କିପିଂ କାମ କରନ୍ତି । ତାଙ୍କୁ ଯୋଜନାଳ ବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ରଞ୍ଜିତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି କେହି ସେଠାରେ ଟାଙ୍ଗି ଦେଇଛି ପୋଲିସ ତଦନ୍ତ ପରେ ଉଠିବ ପର୍ଦ୍ଦା ।

ଏଥିସହିତ ପଢ଼ନ୍ତୁ: କରୋନାରେ ଚାଲିଗଲେ ଫୁଟବଲ୍ କୋଚ୍ ନନ୍ଦକିଶୋର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ରମେଶ ପୋଖରିଆଲ ନିଶଙ୍କ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ:କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ଅସୁସ୍ଥ । ସେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା ମିଲିଛି । ରମେଶ ପୋଖରିଆଳ କୋଭିଡରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଥିଲେ । ଏବେ ପୁଣି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଗତ ୨୧ ତାରିଖରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଡ. ରମେଶ ପୋଖରିଆଲ୍ ନିଶଙ୍କ । ସେ ଟୁଇଟ୍ କରି ଏହି ସୂଚନା ଦେଇଥିଲେ । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଚାଲିଥିଲା ।

 

ହୋମୱାର୍କ ଭାର କମାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲା ୬ବର୍ଷର ଝିଅ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରହିଛି । ଏବଂ ସେମାନଙ୍କୁ ଅନଲାଇନ କ୍ଲାସ କରିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି । ଦୀର୍ଘଦିନ ଧରି ଘରେ ରହୁଥିବା ପିଲାମାନେ ସ୍କୁଲଠାରୁ ଏବେ ଖୁବ୍ ଦୂରରେ । ସେମାନଙ୍କ ପାଠ ପଢାରେ କିଭଳି ବିଶେଷ ସମସ୍ୟା ନ ଉପୁଜେ ତେଣୁ ସେମାନଙ୍କ ଅନଲାଇନ୍ କ୍ଲାସର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ଅନଲାଇନ୍ କ୍ଲାସ୍ ଏବେ ପିଲାମାନଙ୍କ ପାଇଁ ସମସ୍ୟା ହୋଇଯାଇଛି । ଏହିପରି ଜଣେ ୬ ବର୍ଷିୟ ଝିଅଟିର ଏକ ଅଭିଯୋଗ ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଯଦିଓ ଭିଡ଼ିଓଟିରେ ଝିଅଟିର ଅଭିଯୋଗ ବିଷୟରେ ଜାମ୍ମୁ କାଶ୍ମୀରର ଲେଫ୍ଟିନାଣ୍ଟ ଜେନେରାଲ ମନୋଜ ସିହ୍ନା ଅଳ୍ପ ବହୁତେ ଜାଣିଛନ୍ତି ।

ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର ଜଣେ ୬ ବର୍ଷର ଝିଅଟି ଅନଲାଇନ୍ କ୍ଲାସରେ ଅସନ୍ତୁଷ୍ଟ । ଆଉ ଏହି ଅସନ୍ତୁଷ୍ଟିକୁ ନେଇ ସେ ଏକ ଭିଡିଓ ତିଆରି କରି ସେୟାର କରିଛି । ଯେଉଁଥିରେ ଝିଅଟି ହୋମୱାର୍କ ଏବଂ ଅନଲାଇନରେ ଚାଲୁଥିବା କ୍ଲାସକୁ ନେଇ ଚିନ୍ତିତ ଥିବା କହିଛି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ, ଝିଅଟି କହୁଛି ଯେ, ତାଙ୍କ ଅନଲାଇନ୍ କ୍ଲାସ୍ ୧୦ଟାରୁ ଆରମ୍ଭ ହୋଇ ୨ଟା ପର୍ଯ୍ୟନ୍ତ ଚାଲୁଛି । ଯେଉଁଥିରେ ଇଂରାଜୀ, ଗଣିତ, ଉର୍ଦ୍ଦୁ ଏବଂ ଇଭିଏସ୍ ପଢିବାକୁ ପଡିଥାଏ । ଏବଂ ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରି କହୁଛି ଯେ, ମୋଦୀ ସାହେବ, ପିଲାମାନଙ୍କୁ କାହିଁକି ଏତେ କାମ କରିବାକୁ ପଡିଥାଏ ? ଏବଂ ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଥର ଦେଖାଯାଇସାରିଛି ।

ଆଉ ଏହି ଭାଇରାଲ ଭିଡିଓକୁ ନେଇ ଜାମ୍ମୁ କାଶ୍ମୀରର ଲେଫ୍ଟିନାଣ୍ଟ ଜେନେରାଲ ମନୋଜ ସିହ୍ନା ଟ୍ୱିଟ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ‘ଅତ୍ୟନ୍ତ ପ୍ରଭାବଶାଳୀ ଅଭିଯୋଗ । ଏହାପରେ ସେ ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କର ଭାର ହ୍ରାସ କରିବାକୁ ନୀତି ପ୍ରସ୍ତୁତ କରିବାକୁ କହିଛନ୍ତି । କେବେଳ ସେତିକି ନୁହେଁ ଏହି ନୀତି ୪୮ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପିଲାମାନଙ୍କ ନିରିହପଣ ଇଶ୍ବରଙ୍କ ଏକ ଉପହାର ତେଣୁ ସେମାନଙ୍କ ଦିନଗୁଡ଼ିକ ଜୀବନ୍ତ, ଆନନ୍ଦ ଏବଂ ଉଲ୍ଲାସରେ ପରିପୂର୍ଣ୍ଣ ହେବା ଉଚିତ୍ । ଏଭଳି ପରିସ୍ଥିତିରେ ଝିଅଟିର ଏହି ଅନୁରୋଧ ପରେ ପିଲାମାନେ ଅନଲାଇନ୍ କ୍ଲାସରେ ଅଧ୍ୟୟନର ଭାରରେ କିଛି ମାତ୍ରାରେ କମିବ ବୋଲି ଆସା କରାଯାଉଛି ।

ଆପଣଙ୍କ ପାଖରେ ନକଲି ୫୦୦ ଟଙ୍କିଆ ନୋଟ ନାହିଁ ତ ? ଜାଣନ୍ତୁ କେମିତି ଚିହ୍ନିବେ ଅସଲି ନୋଟ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ବାର୍ଷିକ ରିପୋର୍ଟରେ ନକଲି ନୋଟକୁ ନେଇ ବଡ଼ ଖୁଲାସା ହୋଇଛି। RBI ଏବଂ ଅନ୍ୟ ବ୍ୟାଙ୍କ ଦ୍ୱାରା ଜବତ ହୋଇଥିବା  ୫.୪୫ କୋଟି ଟଙ୍କା ଏହା ପ୍ରମାଣିତ କରୁଛି ଦେଶରେ ନକଲି ନୋଟର ବ୍ୟବସାୟ ଚାଲୁ ରହିଛି । RBI ରିପୋର୍ଟ ଅନୁସାରେ ବର୍ଷ ୨୦୨୦-୨୧ରେ ୫.୪୫କୋଟି ଟଙ୍କାରୁ ଅଧିକ ନକଲି ନୋଟ ଜବତ କରାଯାଇଛି । ସମୁଦାୟ ୨ଲକ୍ଷ ୮ ହଜାର ୬୩୫ ନକଲି ନୋଟ ଜବତ ହୋଇଥିବା ବେଳେ ସେଥିରୁ ୮୧୦୭ଟି ନୋଟ ଅର୍ଥାତ୍ ପାଖାପାଖି ୪ ପ୍ରତିଶତ ନକଲି ନୋଟ RBI ଜବତ କରିଛି । ଏବଂ ବାକି ୨ଲକ୍ଷ ୫ଶହ ୧୮ଟି ନୋଟ ଅର୍ଥାତ୍ ପାଖାପାଖି ୯୬ ପ୍ରତିଶତ ନକଲି ନୋଟ ଅନ୍ୟାନ୍ୟ ବ୍ୟାଙ୍କ ଦ୍ୱାରା ଜବତ ହୋଇଛି ।

ଅଧିକ ରହିଛି ୫୦୦ଟଙ୍କିଆ ନକଲି ନୋଟ

ପୂର୍ବବର୍ଷ ତୁଳନାରେ ଜବତ ହୋଇଥିବା ୫୦୦ଟଙ୍କିଆ ନକଲି ନୋଟରେ  ୩୧.୩ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ୨୦୧୯-୨୦ରେ ୩୦ହଜାର ୫୪ଟି ୫୦୦ଟଙ୍କିଆ ନୋଟ ଜବତ କରାଯାଇଥିଲା । ଏବଂ ୨୦୨୦-୨୧ରେ ୩୯ହଜାର ୪୫୩ଟି ୫୦୦ ଟଙ୍କିଆ ନୋଟ ଜବତ ହୋଇଛି । ଯଦିଓ ଅନ୍ୟ ନୋଟ ଗୁଡ଼ିକରେ ଏତେଟା ନକଲି ନୋଟ ନାହିଁ । ତଥାପି ନକଲି ନୋଟରେ ୨ଟଙ୍କିଆ, ୫ଟଙ୍କିଆ ଏବଂ ୧୦ ଟଙ୍କିଆଠାରୁ ଆରମ୍ଭ କରି ୨୦୦୦ଟଙ୍କିଆ ନୋଟ ପର୍ଯ୍ୟନ୍ତ ସବୁ ନୋଟର ନକଲି କରାଯାଇ ବଜାରକୁ ଛଡ଼ା ଯାଇଛି ।

କେମିତି ଚିହ୍ନିବେ ଅସଲି ୫୦୦ ଟଙ୍କିଆ ନୋଟ ?

ଆପଣ ଯେମିତି ଆଗକୁ ଅସୁବିଧାରେ ନ ପଡ଼ନ୍ତି ତେଣୁ ଆପଣଙ୍କୁ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ ଯେମିତି ହେଲେ ଜାଣିବା ଦରକାର । ବିମୁଦ୍ରାକରଣରେ ପୁରୁଣା ୫୦୦ ଟଙ୍କିଆ ନୋଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ତେଣୁ ଆପଣଙ୍କୁ ନୂଆ ୫୦୦ ଟଙ୍କିଆ ନୋଟକୁ ଭଲଭାବରେ ଚିହ୍ନିବାକୁ ପଡ଼ିବ । RBI ତରଫରୁ ଅସଲି ୫୦୦ ଟଙ୍କିଆ ନୋଟ ଚିହ୍ନିବା ପାଇଁ ଏହି ୧୫ଟି ମୁଖ୍ୟ କଥା ଆପଣଙ୍କୁ ଜାଣିବାକୁ ହେବ । ଯାହାଦ୍ୱାରା ଆପଣ ସହଜରେ ଅସଲି ଓ ନକଲି ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ ।

ଏମିତି କିଛି ମହତ୍ୱପୂର୍ଣ୍ଣ ଚିହ୍ନକୁ ଧ୍ୟାନ ଦିଅନ୍ତୁ

୧. ନୋଟକୁ କୌଣସି ଆଲୋକିତ ସ୍ଥାନରେ ରଖିଲେ ଏଥିରେ ୫୦୦ ଲେଖା ହୋଇଥିବା ଦେଖାଯାଏ ।

୨. ଆଖି ସାମ୍ନାରେ ୪୫ ଡିଗ୍ରୀ କୋଣରୁ ନୋଟକୁ ରଖିଲେ ଏଠାରେ ୫୦୦ ଲେଖାଯାଇଥିବା ଦେଖାଯିବ ।

୩. ଏଠାରେ ଦେବନାଗରୀରେ ୫୦୦ ଲେଖାଯାଇଥିବ ।

୪. ପୁରୁଣା ନୋଟ ତୁଳନାରେ ଦେଖିଲେ ମାହାତ୍ମାଗାନ୍ଧିଙ୍କ ସ୍ଥାନରେ ସାମାନ୍ୟ ପରିବର୍ତ୍ତନ ଆସିଥାଏ ।

୫.  ଯଦି ନୋଟଟିକୁ ସାମାନ୍ୟ ମୋଡ଼ିବେ ତେବେ ସିକ୍ୟୁରିଟି ଥ୍ରୀଡର କଲର ସାବୁଜରୁ ନୀଳ ହୋଇଯାଇଥାଏ ।

୬. ପୁରୁଣା ନୋଟ ତୁଳନାରେ ଦେଖିଲେ ଗଭର୍ଣ୍ଣରଙ୍କ ହସ୍ତାକ୍ଷର, ଗ୍ୟାରେଣ୍ଟି କ୍ଲଜ ଏବଂ ଆରବିଆଇର ଲୋଗୋ ଡାହାଣକୁ ଉଠିଯାଇଥିବାର ଦେଖିପାରିବେ ।

୭. ଏଠାରେ ମାହାତ୍ମାଗାନ୍ଧିଙ୍କ ଫଟୋ ରହିବା ସହ ଇଲେକ୍ଟ୍ରୋ ଟାଇପ ୱାଟରମାର୍କ ମଧ୍ୟ ରହିଛି ।

୮. ଏବଂ ଯଦି ଆମେ ଉପରେ ବାମ ପାଖରେ ଏବଂ ନୋଟର ତଳେ ଡାହାଣ ପାଖରେ ଦେଖିବା ତାହାଲେ ସେଠାରେ ଥିବା ନମ୍ବର ବାମ ପାଖରୁ ଡାହାଣ ପାଖକୁ ଆକାରରେ ବଢୁଥିବାର ଦେଖିପାରିବା ।

୯. ଏଠାରେ ଥିବା ୫୦୦ର ରଙ୍ଗ ବଦଳିଥାଏ ଏବଂ ଏହା ସବୁଜରୁ ନୀଳ ହୋଇଯାଇଥାଏ ।

୧୦. ଡାହାଣ ପାଖରେ ଅଶୋକ ଚିହ୍ନ ରହିଛି ।

ନୋଟର ପଛରେ ଏହିସବୁ ଚିହ୍ନ ରହିଛି

ନୋଟର ଛପା ଯାଇଥିବା ବର୍ଷ ଲେଖାଥିବ ।

ନୋଟର ମଧ୍ୟଭାଗରେ ଲଗ୍ୱେଜ ପ୍ୟାନେଲ ରହିଛି ।

ଶ୍ଳୋଗାନ ସହ ସ୍ୱଚ୍ଛ ଭାରତର ଲୋଗ ରହିଛି ।

ଜାତୀୟ ପତାକା ସହ ଲାଲକିଲ୍ଲାର ଫଟୋ ମଧ୍ୟ ରହିଛି ।

ଦେବନାଗରୀରେ ୫୦୦ ଲେଖାଯାଇଛି ।

ସ୍ପର୍ଶ କରି କେମିତି ଚିହ୍ନିବେ ?

ଭାରତୀନ ନୋଟରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ମଧ୍ୟ କିଛି ଚିହ୍ନ ରଖାଯାଇଛି । ୫୦୦ଟଙ୍କିଆ ନୋଟରେ ଅଶୋକ ସ୍ଥମ୍ଭର ପ୍ରତିକ , ମହାତ୍ମାଗାନ୍ଧିଙ୍କ ଫଟେ, ବ୍ଲିଡ ଲାଇନ , ପରଖିବାର ଚିହ୍ନ ବହୁତ ଭଲଭାବରେ ମୁଦ୍ରିତ କରାଯାଇଛି । ଯାହାକୁ ଦୃଷ୍ଟିହୀନ ବ୍ୟକ୍ତି ସ୍ପର୍ଶ କରି ଚିହ୍ନି ପାରିବେ ।

ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛନ୍ତି ଡକ୍ଟର୍ସ ଆସୋସିଏସନ

ନୂଆଦିଲ୍ଲୀ: ଏଲୋପାଥି ବୟାନକୁ ନେଇ ବଢ଼ୁଛି ବାବା ରାମଦେବଙ୍କ ଅଡ଼ୁଆ । ଆଜି ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛି ଫେଡେରସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ । ତେବେ ଆଜିର ଏହି କଳା ଦିବସ ପାଳନରେ କୌଣସି ରୋଗୀଙ୍କ ଚିକିତ୍ସାରେ ଅବହେଳା ହେବନାହିଁ ବୋଲି କହିଛି ସଂଘ ।

ଦିଲ୍ଲୀ AIIMS ବାହାରେ ହାତର ପ୍ଳାଂକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଡାକ୍ତର ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ଘୋଷଣା କରିଛି ଯେ ଏହାର ସମସ୍ତ ସଦସ୍ୟ ଡାକ୍ତରମାନେ ଦେଶର ବିଭିନ୍ନ ସ୍ଥାନରେ ବ୍ଲାକ୍ ଡେ ପାଳନ କରୁଛନ୍ତି ଏହି ସମୟ ମଧ୍ୟରେ, ସମସ୍ତ ସ୍ୱାସ୍ଥ୍ୟ କର୍ମୀ ପିପିଏ କିଟ୍ ଉପରେ ଏକ କଳା ବ୍ୟାଣ୍ଡ ବାନ୍ଧି କାମ କରୁଛନ୍ତି ତେବେ ଡାକ୍ତରଙ୍କ ଏହି ବିକ୍ଷୋଭରୁ ରୋଗୀ ସେବାକୁ ପ୍ରାଧାନ୍ୟ ଦିଆଯାଉଛି

ଗତ କିଛିଦିନ ହେବ ଏଲୋପାଥିକୁ ନେଇ କିଛି ବିବାଦୀୟ ବୟାନ ଦେଇଥିଲେ ବାବା ରାମଦେବ । ଯାହାକୁ ଇଣ୍ଡିଆନ ମେଡିକାଲ ସଂଘ ଦୃଢ଼ ବିରୋଧ କରିବା ସହ ଦିଲ୍ଲୀରେ ବାବାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା । ଏତଲାରେ ବାବା ଟିକାକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ଦର୍ଶାଯାଇଛି ।

ଏଲୋପାଥି ଖାଇ ଲୋକେ ପ୍ରାଣ ହରାଉଛନ୍ତି । ରୋଗୀ ଅକ୍ସିଜେନ ନ ପାଇବା ଭଳି ସଙ୍ଗୀନ ଅଭିଯୋଗ ସଂଘ ପକ୍ଷରୁ କରାଯାଇଥିଲା । ତା’ସହ ବାବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ଇଣ୍ଡିଆନ ମେଡିକାଲ ସଂଘ । ସେପଟେ ବାବାଙ୍କ ଏପରି ବିବୃତିକୁ ନେଇ ଡାକ୍ତର ସଂଘ ଆଜି କଳାଦିବସ ପାଳୁଥିବା ବେଳେ, ବାବା ରାମଦେବ ବ୍ଲାକ ଫଙ୍ଗସକୁ ନେଇ ପୁଣି ତାଙ୍କର ବିବୃତି ରଖିଛନ୍ତି । ବାବା କହିଛନ୍ତି କି ଖୁବ୍‌ଶୀଘ୍ର ବ୍ଲାକ ଫଙ୍ଗସ ପାଇଁ ଆସୁଛି ଆୟୁର୍ବେଦିକ ଔଷଧ । ଏହି ଔଷଧର ପ୍ରସ୍ତୁତି ଆଗାମୀ ସପ୍ତାହ ମଧ୍ୟରେ ଶେଷ ହେବ । ଏହି ଔଷଧ ଦ୍ବାରା ବ୍ଲାକ୍‌, ହ୍ବାଇଟ୍‌ ଓ ୟେଲୋ ଫଙ୍ଗସ ଭଲ ହୋଇପାରିବ ।

 

 

ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କୁ କରୋନା: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ କବି ଜୟନ୍ତ ମହାପାତ୍ର କୋଭିଡ ଆକ୍ରାନ୍ତ । କଟକ ସ୍ଥିତ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ୯୦ ବର୍ଷୀୟ ଏହି ଇଂରାଜୀ କବି କିଛି ଦିନ ହେବ ଜ୍ବରରେ ପୀଡିତ ଥିଲେ । କୋଭିଡ ପଜିଟିଭ ଚିହ୍ନଟ ପରେ ସେ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପ୍ରଫେସର ଜୟନ୍ତ ମହାପାତ୍ର । ଜୟନ୍ତ ମହାପାତ୍ରଙ୍କ ଅସୁସ୍ଥତା ବିଷୟରେ ଅବଗତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଆଶୁ ଆରୋଗ୍ୟ କାମନା ସହ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

‘କୋଭିଡ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ଅବହେଳା ଅଭିଯୋଗ ସମ୍ପୂର୍ଣ୍ଣ ମନଗଢ଼ା’

ମୟୂରଭଞ୍ଜ: ବାଙ୍କିଶୋଳ କୋଭିଡ୍‌ ହସ୍ପିଟାଲରେ ରୋଗୀ ସେବାରେ ଅବହେଳା ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀ ହସପିଟାଲରେ ପହଞ୍ଚି ରୋଗୀଙ୍କ ସହ ଆଲୋଚନା କରିଥିଲେ। ଚିକିତ୍ସା ପ୍ରୋଟୋକଲ୍, ରୋଗୀଙ୍କୁ ଅମ୍ଳଜାନ ଯୋଗାଣ, ଖାଦ୍ୟ ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। ଏହାସହ ସ୍ବଚ୍ଛତା ଏବଂ ହେଲ୍ପ ଡେସ୍କର କାର୍ଯ୍ୟକାରିତା ତଦାରଖ କରାଯାଇଥିଲା । ରୋଗୀସେବାରେ ଅବହେଳା ଅଭିଯୋଗ ସମ୍ପୂର୍ଣ୍ଣ ମନଗଢ଼ା ଏବଂ ମିଛ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍ନାୟୁରୋଗରେ ପୀଡ଼ିତ ଜଣେ ରୋଗୀଙ୍କ ଆଲକହଲ ଓ୍ବିଥଡ୍ରୟାଲ ସିମ୍ପଟମ୍ ଥିଲା । ତାଙ୍କୁ ଅନେକ ଥର ଡାକ୍ତରଖାନା କର୍ମଚାରୀମାନେ ତାଙ୍କ ଶଯ୍ୟାକୁ ନେବା ସହ ଉପଯୁକ୍ତ ଯତ୍ନ ନେଉଛନ୍ତି । ସୂଚନା ଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ କୋଭିଡ ହସ୍ପିଟାଲରେ  ରୋଗୀଙ୍କ ଚିକିତ୍ସାରେ ଅବହେଳ କରୁଥିବା ନେଇ ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା । ମେଡିକାଲ ଚଟାଣରେ କିଛି ରୋଗୀ ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଉ ଖବର ସମ୍ପର୍କରେ ଅବଗତ ହେବା ପରେ ହସ୍ପିଟାଲ ପରିସରକୁ ଯାଇ ଜିଲ୍ଲା ପ୍ରଶାସନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ।

https://twitter.com/tankadharbjp/status/1399400397626757125

ଦେଶରେ ଖସୁଛି କରୋନା ଗ୍ରାଫ୍: ବର୍ତ୍ତମାନ ଦୈନିକ ୧୦ହଜାର କମ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ । ଧିରେ ଧିରେ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । ମଙ୍ଗଳବାର ଦିନ ୨୪ଘଣ୍ଟାରେ ଲକ୍ଷେ ୨୭ ହଜାର ୫୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୫୫ହଜାର ୨୮୭ଜଣ ଆକ୍ରାନ୍ତ । ସେହିପରି ୨ ହଜାର ୭୯୫ଜଣଙ୍କ ଜୀବନ ନେଇ କିଲର ଭାଇରାସ୍  ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୧ଲକ୍ଷ ୭୫ହଜାର ୪୪ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି  ୨କୋଟି ୫୯ଲକ୍ଷ ୪୭ହଜାର ୬୨୯ । ସେହିପରି ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩ଲକ୍ଷ ୩୧ହଜାର ୮୯୫ । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୧୮ଲକ୍ଷ ୯୫ହଜାର ୫୨୦ ରହିଛି ।

ଦୈନିକ ପ୍ରାୟ ୧୦ହଜାର ମାମଲା ହ୍ରାସପାଉଛି

ଯଦି ଆମେ କରୋନା ସଂକ୍ରମଣ ଗ୍ରାଫକୁ ଦେଖିବା ତାହାଲେ କରୋନା ଗ୍ରାଫ ଖସୁଥିବା ନେଇ ସ୍ପଷ୍ଟ ବାରି ହୋଇଯିବ । ଗତ କିଛି ଦିନ ଧରି ପ୍ରତିଦିନ ପ୍ରାୟ ୧୦ ହଜାର କରୋନା ସଂକ୍ରମଣ ମାମଲା ହ୍ରାସ ହେଉଛି  । ତେବେ ଯଦି ଆଗାମୀ ୧୦ ଦିନ ଯାଏ ଏହି ଧାରା ଜାରି ରହେ, ତେବେ ଜୁନ୍ ୧୦ ପରେ ଦେଶରେ ପ୍ରତିଦିନ ୫୦ହଜାରରୁ କମ୍ ସଂକ୍ରମଣ ମାମଲା ରେକର୍ଡ କରାଯାଇପାରିବ । ଏହାସହ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମାନ କରିଛି ।

ଆଇଆଇଟି ହାଇଦ୍ରାବାଦର ନୂଆ ଉଦ୍ଭାବନ: ୨୦୦ ଟଙ୍କାରେ ମିଳିବ ଫଙ୍ଗସ୍ ବଟିକା

ହାଇଦ୍ରାବାଦ: ବ୍ଳାକ୍ ଫଙ୍ଗସ୍ ପାଇଁ ଆସିବ ବଟିକା । ଆଇଆଇଟି ହାଇଦ୍ରାବାଦର ଗବେଷକମାନେ ଘାତକ ବ୍ଳାକ୍ ଫଙ୍ଗସ୍ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଆମ୍ଫାଟେରିସିନ୍ ବି ଇଞ୍ଜେକସନ୍‌ର ବଦଳରେ ତାହାର ଏକ ବଟିକା ସଂସ୍କରଣ ଉଦ୍ଭାବନ କରିଛନ୍ତି । ଦୀର୍ଘ ୨ ବର୍ଷର  ଗବେଷଣା ପରେ ଗବେଷକମାନେ ଏବେ ଏହି ବଟିକାର ବ୍ୟବସାୟିକ ପ୍ରସ୍ତୁତି ପାଇଁ କୌଣସି ଉପଯୁକ୍ତ ଭେଷଜ କମ୍ପାନୀକୁ ସମ୍ପୃକ୍ତ ଜ୍ଞାନକୌଶଳ ପ୍ରଦାନ କରାଯିବ ବୋଲି କହିଛନ୍ତି । ରୋଗୀ ଦେହରେ କୌଣସି ଛୁଞ୍ଚି ନ ଫୋଡ଼ି ଅତି ସହଜରେ ପାଟି ବାଟେ ସେବନ କରିବାକୁ ଥିବା ଏହି ୬୦ ମିଲିଗ୍ରାମ ବଟିକାର ମୂଲ୍ୟ ମାତ୍ର ୨୦୦ ଟଙ୍କା ଭିତରେ ପଡ଼ିବ ବୋଲି ସେମାନେ ଆଶା ରଖିଛନ୍ତି । ଏଥିସହିତ ଉକ୍ତ ବଟିକା ମନ୍ଥର ତଥା ଦୀର୍ଘକାଳୀନ ମୋଚନ ପ୍ରକ୍ରିୟା ବୃକକ୍‌କୁ ବିଷକ୍ତୀକରଣରୁ ବଞ୍ଚାଇବ । ସୁତରାଂ  ଆମ୍ଫୋଟେରିସିନ୍ ଇଞ୍ଜେକସନ୍ ଅପେକ୍ଷା ଏହା ସହଜଲବ୍ଧ ଓ ଉପାଦେୟ ସାବ୍ୟସ୍ତ ହେବ ବୋଲି ଏହାର ଗବେଷକ ପ୍ରାଧ୍ୟାପକ ସପ୍ତର୍ଷି ମଜୁମଦାର ଓ ଡ. ଚନ୍ଦ୍ରଶେଖର ଶର୍ମା କହିଛନ୍ତି । ଦେଶର ସମ୍ପ୍ରତି ଆମ୍ଫୋଟେରିସିନ୍ –ବି ଇଞ୍ଜେକସନ୍ ଉତ୍କଟ ଅଭାବ ସାଙ୍ଗକୁ ଦିନକୁ ଦିନ ଅଧିକରୁ ଅଧିକ ମ୍ୟୁକୋର୍ମାଇକୋସିସ୍ ମାମଲା ପରିଲକ୍ଷିତ ହେଉଥିବା ବେଳେ ଆଇଆଇଟି ଗବେଷକମାନଙ୍କ ଏହି ନୂତନ ଗବେଷଣା ସଂମ୍ପୃକ୍ତ ରୋଗୀଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି ଆଶାକରାଯାଉଛି । ବପପବାରଣାସୀ କାଶି ବିଶ୍ବନାଥ ମନ୍ଦିରରେ ଅଘଟଣ  । ମନ୍ଦିର ଭିତରେ ଥିବା ଏକ ଘର ଭୁଶୁଡ଼ିବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୬ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ତେବେ ଦୁର୍ଘଟଣାର କରଣ ଜଣାପଡ଼ିନଥିବା ବେଳେ  ଉଦ୍ଧାର କାର୍ଯ୍ୟ ଜାରିରହିଛି  ।

ଏଥିସହିତ ପଢ଼ନ୍ତୁ: କୋୱିନ ଆପ୍‌ ମାଧ୍ୟମରେ ପଞ୍ଜିକରଣ କରିଥିବା ଲୋକଙ୍କୁ ମିଳିବ ଅଗ୍ରାଧିକାର