ବାଇକ ଚାଳକଙ୍କ ଉପରକୁ ଆକ୍ରମଣ କଲା ବାଘ; ପ୍ରାଣ ବିକଳରେ ଗଛରେ ଚଢିଗଲେ ଯୁବକ…

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ପିଲିଭିଟ ଅଞ୍ଚଳରେ ଏକ ବାଘ ବାଇକ୍ ଚଳାଉଥିବା ତିନି ଜଣ ଯୁବକଙ୍କୁ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଯୁବକ ପ୍ରାଣ ବିକଳରେ ଗଛକୁ ଚଢି ଯାଇ ଜୀବନ ବଞ୍ଚାଇଥିଲେ । ତେବେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଥିବା ଜଣାପଡିଛି।

ପିଲିଭିଟର ଦିୟୁରିଆ କଲାର ଏହି ୩ ଜଣ ଯୁବକରାତିରେ ବାଇକରେ ଫେରୁଥିଲେ। ଜଙ୍ଗଲରୁ ବାହାରିବା ବାଟରେ  ବାଘଟି ଅଚାନକ ସେମାନଙ୍କୁ ଆକ୍ରମଣ କରିଥିଲା। ବାଘ ଆକ୍ରମଣରେ ଦୁଇଜଣ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା ବେଳେ ତୃତୀୟ ଜଣକ କୗେଣସି ପ୍ରକାରେ ଗଛରେ ଚଢି ଜୀବନ ବଞ୍ଚାବାରେ ସଫଳ ହୋଇଥିଲେ।

ବାଘ ଆକ୍ରମଣରୁ ବର୍ତ୍ତି ଯାଇଥିବା ବିକାଶ ଏନେଇ କୁହନ୍ତି ଯେ, ସେମାନେ ଜଙ୍ଗଲ ରାସ୍ତା ଦେଇ ଆସୁଥିବା ବେଳେ ବାଘଟି ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। କନ୍ଧଇ ଓ ସୋନୁକୁ ବାଘଟି ଜଙ୍ଗଲ ଭିତରକୁ ଟାଣି ନେଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସକାଳେ କିଛି ଲୋକ ତାଙ୍କୁ ଦେଖିବା ପରେ ତଳକୁ ଓହ୍ଲାଇ ଥିଲେ ।

ଏନେଇ ପରିବାର ଲୋକ କହିଛନ୍ତି ଯେ ଏହି ଯୁବକ ମାନେ ଶାହାଜାହାନପୁରରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଏସମ୍ପର୍କରେ ପିଲିଭିଟ କିରିଟ ରାଠୋର କହିଛନ୍ତି ଯେ ବାଘ ତିନି ଜଣ ଯୁବକଙ୍କୁ ଆକ୍ରମଣ କରିଥିଲା ​​ଯେଉଁଥିରେ ଦୁଇଜଣ ପ୍ରାଣ ହରାଇଥିଲେ ଏବଂ ଜଣେ ବ୍ୟକ୍ତି ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ। ପୋଷ୍ଟମର୍ଟମ ପାଇଁ ଉଭୟ ମୃତଦେହ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

ପିଲିଭିଟ ଟାଇଗର ରିଜର୍ଭର ଡିଏଫଓ ନବୀନ ଖଣ୍ଡେଲୱାଲ କହିଛନ୍ତି ଯେ ଘଟଣାସ୍ଥଳରେ ୨୦ଟି କ୍ୟାମେରା ଲଗାଯିବା ସହ ସତର୍କ ସୂଚନା ଜାରି କରାଯାଇଛି। ତେବେ ଏହି ରାସ୍ତାରେ କେହି ଏକୁଟିଆ ନଯିବା ପାଇଁ ଲାେକମାନଙ୍କୁ ସଚେତନ ମଧ୍ୟ କରାଯାଇଛି ।

Leave a Reply