ଅବକାରୀ ଓ ଜମିଜମା ମାମଲା ପାଇଁ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନୂଆ କୋର୍ଟ

1 min read

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା ମାମଲାରେ ଲାଗିବ ଲଗାମ । ଅବକାରୀ ଓ ଜମିଜମା ସଂକ୍ରାନ୍ତୀୟ ମାମଲାର ସମାଧାନ ପାଇଁ ପ୍ରତିଷ୍ଠା ହେବ ନୂଆ କୋର୍ଟ । ରାଜଧାନୀ ଭୁବନେଶ୍ୱରରେ କୋର୍ଟ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

New Court To Establish In BBSR For Excise Land Case

ଖସିପାରିବେନି ନିଶା ଓ ଜମି ମାଫିଆ । ଜମିବାଡ଼ି ମାମଲା ପାଇଁ ନୂଆ କୋର୍ଟ । ଅବକାରୀ ମାମଲାର ହେବ ତ୍ୱରିତ ସମାଧାନ । ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ଅବକାରୀ ଅଦାଲତ । ଓଡ଼ିଶା ଅବକାରୀ ଆଇନ୍‍ର ୮୭ ଧାରାରେ ସ୍ୱତନ୍ତ୍ର ଅବକାରୀ ଅଦାଲତ କଥା ଉଲ୍ଲେଖ ଥିବାବେଳେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏହା ପ୍ରତିଷ୍ଠା ହେବାକୁ ଯାଉଛି । ଏ ନେଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିଛି ଗୃହ ବିଭାଗ । ଗତ ୧୦ବର୍ଷ ମଧ୍ୟରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ୨ରୁ ୧୦ ପ୍ରତିଶତ ରହିଛି ।

New Court To Establish In BBSR For Excise Land Case

ଅବକାରୀ ଆଇନ୍‍ର ୭୦ ଧାରା ଅନୁଯାୟୀ ପୂର୍ବରୁ ଦଣ୍ଡିତ ବ୍ୟକ୍ତି ପରେ ଯଦି ଅପରାଧ କରନ୍ତି ତେବେ ସେ କ୍ଷେତ୍ରରେ ଦଣ୍ଡବିଧାନ ବୃଦ୍ଧି କରାଯାଇ ପାରିବ । ଅବକାରୀ ସାମଗ୍ରୀ କାରବାର ତୁଳନାରେ ଅବକାରୀ କର୍ମଚାରୀଙ୍କ ସଂଖ୍ୟା କମ୍‍ ରହିବା, ତଦନ୍ତ ଓ ମାମଲା ପରିଚାଳନାରେ ତ୍ରୁଟି ଓ ବିଚାରପତିଙ୍କ ଅଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଛି ।

New Court To Establish In BBSR For Excise Land Case

ସେହିପରି ଜମିଜମା ସଂକ୍ରାନ୍ତୀୟ ମାମଲା ରୋକିବାକୁ ସରକାର ଖୁବଶୀଘ୍ର ‘ଇ-କୋର୍ଟ’ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଜମିର ସ୍ଥିତି, ମାଲିକାନା, ଖରିଦଦାର ସମ୍ପର୍କରେ ମଧ୍ୟ ଇ-କୋର୍ଟ ରୁ ସୂଚନା ମିଳିବ । ଗୋଟିଏ ଜମିକୁ ବାରମ୍ବାର ବିକିବା, ମୃତ ଲୋକର ଜମିକୁ ଅନ୍ୟତ୍ର ବିକ୍ରି କରିବା ଆଦି ଠକେଇ କ୍ଷେତ୍ରରେ ଏହି କୋର୍ଟ ବେଶ ସହାୟକ ହୋଇପାରିବ । ଏ ନେଇ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭୂ-ସମ୍ବଳ ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି । ଏହି କୋର୍ଟ ପ୍ରତିଷ୍ଠା ଦ୍ୱାରା ଠକ ବିଲ୍ଡର ଓ ଜମି ଦଲାଲଙ୍କ ଉପରେ ଲଗାମ ଲାଗିପାରିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ।

Leave a Reply