spot_img
Home Blog Page 5563

ହୋଲସେଲ୍ ମାର୍କେଟରେ କମିଲା ସୁନା ଦର: ଭାରି ରିହାତି ଦେଉଛନ୍ତି ବୁଲିୟାନ୍ ଡିଲର

ନୂଆଦିଲ୍ଲୀ: ପୁଣି କରୋନା କମାଇଲା ସୁନା ଦର । ହୋଲସେଲ୍ ମାର୍କେଟରେ କମିଲା ସୁନା  ବାର୍‌ର ରେଟ୍ । ପ୍ରତି ଆଉଁସ ଅର୍ଥାତ ୩୧ ଗ୍ରାମରେ ୧୨ ଡଲାରର ଡିସ୍‌କାଉଣ୍ଟ ଦେଉଛନ୍ତି ବୁଲିୟାନ୍ ଡିଲର (ଯେଉଁମାନେ ବ୍ୟାଙ୍କ କିମ୍ୱା ବିଦେଶରୁ ବଡ଼ ଆକାରରେ ସୁନା ବିସ୍କୁଟ ଓ ବାର୍ ଆଣି ଦେଶରେ ଗହଣା ଦୋକାନୀଙ୍କୁ ବ୍ରିକ୍ରି କରନ୍ତି) । ଦେଶରେ କମୁଥିବା ସୁନା ଚାହିଦା ଯୋଗୁଁ ଏଭଳି ଭାରି ରିହାତି ଦେଉଛନ୍ତି ସୁନା ବ୍ୟବସାୟୀ ।

ଦେଶର ବିଭିନ୍ନ ରାଜ୍ୟରେ ଏଯାବତ୍ କରୋନା କଟକଣାକୁ ସମ୍ପୂର୍ଣ୍ଣ ହଟାଇପାରିନି ଏବଂ କିଛି ରାଜ୍ୟରେ କରୋନା କଟକଣାକ କୋହଳ କରିବାକୁ ସମ୍ପୃକ୍ତ ରାଜ୍ୟ ସରକାର ଯୋଜନା କରୁଥିଲେ ମଧ୍ୟ ଏହାକୁ ଲାଗୁ କରିପାରିନାହାଁନ୍ତି । ଏରୁ ଦେଶରେ ସୁନାର ଚାହିଦା କମିବାରେ ଲାଗିଛି । ଏଥିସହିତ ବିଦେଶ ବଜାରରେ ମଧ୍ୟ ସୁନା ଦର ହ୍ରାସ ଭାରତରେ ହୋଲସେଲ୍ ମାର୍କେଟରେ ସୁନାର ଦର ହ୍ରାସର ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।

          ବିଶେଷ କରି ମୁମ୍ୱାଇରେ ବୁଲିୟନ୍ ଡିଲରମାନେ ଏବେ ସୁନା ଉପରେ ବଡ଼ ଡିସ୍‌କାଉଣ୍ଟ ଦେଉଛନ୍ତି । ଡିଲାରମାନେ ପ୍ରତି ଆଉଁସ୍ ଅର୍ଥାତ ୩୧ ଗ୍ରାମ ସୁନା ଉପରେ ୧୨ ଡଲାର ଯାଏଁ ଡିସ୍‌କାଉଣ୍ଟ ଦେଉଛନ୍ତି । ଯାହା ଗତ ସେପ୍ୱମ୍ୱର ମାସ ପରଠାରୁ ସର୍ବାଧିକ । ତେବେ ଏଥିରେ ୧୦.୭୫ ପ୍ରତିଶତର କଷ୍ଟମ୍ ଡ୍ୟୁଟି ଓ ୩ ପ୍ରତିଶତର ବିକ୍ରି  କର ସାମିଲ ରହିଛି । ଗତ ସପ୍ତାହରେ ଦିଆଯାଉଥିବା ୧୦ ଡଲାର ରିହାତିକୁ ବଢ଼ାଇ ଏହି ଡିସ୍‌କାଉଣ୍ଟ ଦିଆଯାଉଛି । ତେବେ ଏଭଳି ଭାରି ରିହାତି ସତ୍ତ୍ୱେ ଗହଣା ଦୋକାନୀ କେବଳ ପଚରାଉଚରା କରୁଛନ୍ତି କିନ୍ତୁ କୌଣସି ପ୍ରକାର ଅର୍ଡର ଦେଉନଥିବା କହିଛନ୍ତ ବୁଲିୟନ୍ ଡିଲର । ବିଭିନ୍ନ ରାଜ୍ୟରେ ଏଯାବତ୍ କରୋନା କଟକଣା ହଟାଯାଇନଥିବାରୁ ସେମାନ କୌଣସି ଅର୍ଡର ଦେଉନଥିବା କହିଛନ୍ତି ।

          ଅପରପକ୍ଷରେ ଚୀନର ବୁଲିୟନ୍ ଡିଲର ମାନେ ମଧ୍ୟ ବଡ଼ ଧରଣ ରିହାତି ଦେଉଛନ୍ତି । ପ୍ରାୟ ୨୦ ଡଲାରରୁ ୫୦ ଡଲାର ରିହାତି ଦେଉଛନ୍ତି । ଚୀନରେ କରୋନା ପୁଣି କାୟା ମେଲାୟଥିବାରୁ ନୂଆ କଟକଣା ମଧ୍ୟ ଲାଗୁ କରାଯାଉଛି । ଆଉ ଏହି କାରଣରୁ ସେଠାରେ ମଧ୍ୟ ସୁନା ଦର ହ୍ରାସ ହୋଇଛି । ଚୀନର ଗୁଆଙ୍ଗଝୋ କରୋନା ମାମଲା ବଢ଼ୁଥିବା କାରଣରୁ ଲକଡାଉନ୍ ଲାଗୁ କରାଯାଇଛି । ଆଉ ଏହା ଦ୍ୱାରା ସମସ୍ତ ସୁନା ନିର୍ମାତାଙ୍କୁ ପ୍ରଭାବିତ କରିଛି । କିନ୍ତୁ ଆମେରିକାରେ ସୁନା ଦରରେ ବୃଦ୍ଧି ଘଟିଛି । ତେବେ ହୋଲ୍‌ସେଲ୍‌ ମାର୍କେଟରେ ସୁନା ଦର କମ୍‌ ରହିଲେ ଗ୍ରାହକମାନେ ଆଗକୁ ରିହାତି ମୂଲ୍ୟରେ ଗହଣା ପାଇପାରିବେ ବୋଲି ଆଶା କରାଯାଉଛି ।

ଗୋଟିଏ ଦିନରେ ହୋଇଯିବେ ଲକ୍ଷପତି ! ଜୁନ୍ ୧୪ରୁ ୧୬ ପର୍ଯ୍ୟନ୍ତ ରୋଜଗାର କରବାର ସୁଯୋଗ

ନୂଆଦିଲ୍ଲୀ: ଯଦି ଆପଣ ଏହି ମାସରେ ଭଲ ରୋଜଗାର କରିବାକୁ ଚାହୁଁଛନ୍ତି ତାହାଲେ ଆପଣଙ୍କର ଏକ ଭଳ ସୁଯୋଗ ଅଛି । ଆଉ ଏହି କିଛିଦିନରେ ଆପଣ ବହୁତ ଭଲ ରୋଜଗାର ମଧ୍ୟ କରିପାରିବେ । ଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ଆପଣ ବହୁତ ଭଲ ରୋଜଗାର କରିବାକୁ  ସୁଯୋଗ ଦେଇଛି ଏକ କମ୍ପାନୀ । କୋଲକାତାର ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଶ୍ୟାମ ମେଟାଲିକ୍ ଏବଂ ଏନର୍ଜି ଲିମିଟେଡ୍ ଆପଣଙ୍କୁ ଏହି ସୁଯୋଗ ଦେଉଛି । କମ୍ପାନୀ ତାହାର IPO ସହିତ ଆସୁଛି, ଯାହା ମାଧ୍ୟମରେ ନିବେଶକମାନେ ଭଲ ଟଙ୍କା ରୋଜଗାର କରିପାରିବେ । ଜାଣନ୍ତୁ ଆପଣ କିପରି ଟଙ୍କା ବିନିଯୋଗ କରିପାରିବେ

ଆଇପିଓ ମାଧ୍ୟମରେ କମ୍ପାନୀ ୧୧୦୭ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରୁଛି। ଯଦି ଏହି IPO ୧୪ ଜୁନ୍ ରେ ଲଞ୍ଚ ହେବ, ତେବେ ଆପଣ ୧୪ ରୁ ୧୬ ତାରିଖ ମଧ୍ୟରେ ଏଥିରେ ଟଙ୍କା ବିନିଯୋଗ କରିପାରିବେ । ଏହାସହ, ନିବେଶକଙ୍କ ପାଇଁ ନିଲାମ ପ୍ରକ୍ରିୟା ଜୁନ୍ ୧୧ରେ ଖୋଲିବ ।

କେତେ ସେୟାର ଦେବ କମ୍ପାନୀ ?

ସୂଚନା ଅନୁଯାୟୀ, ମାର୍କେଟ ରେଗୁଲେଟର SEBI ନିକଟରେ ଦାଖଲ ହୋଇଥିବା କମ୍ପାନୀର ଡ୍ରାଫ୍ଟ ରେଡ ହେରିଙ୍ଗ ପ୍ରୋସପେକ୍ଟସ (DRHP) ଅନୁଯାୟୀ, ଏହି ସାର୍ବଜନୀନ ପ୍ରସଙ୍ଗ ପାଇଁ କମ୍ପାନୀ ୬୫୭ କୋଟି ଟଙ୍କାର ନୂତନ ଇକ୍ୱିଟି ସେୟାର ପ୍ରଦାନ କରୁଥିବାବେଳେ ପ୍ରମୋଟର ଏବଂ ପୂର୍ବରୁ ଥିବା କମ୍ପାନୀର ନିବେଶକମାନେ ଅଫର ଫର ସେଲ୍ OFS ଦ୍ୱାରା ୪୫୦କୋଟି  ଟଙ୍କାର ସେୟାର ପ୍ରଦାନ କରିବ ।

କେଉଁଠାରେ ବ୍ୟବହୃତ ହେବ ପାଣ୍ଠି ?

ଆଇପିଓ ମାଧ୍ୟମରେ ଉଠାଯାଇଥିବା ୬୫୭ କୋଟି ଟଙ୍କା କମ୍ପାନୀ ନିଜେ ଏବଂ ଏହାର ସହଯୋଗୀ କମ୍ପାନୀ SSPLର ଋଣ ପରିଶୋଧ କରିବା ପାଇଁ ବ୍ୟବହାର କରିବ ।

ଏହି ଆଇପିଓ ପାଇଁ ଶ୍ୟାମ ମେଟାଲିକ୍, ଆଇସିଆଇସିଆଇ ସିକ୍ୟୁରିଟି (ICICI Securities), ଆକ୍ସିସ୍ କ୍ୟାପିଟାଲ୍(Axis Capital ), ଆଇଏଫ୍ଏଲ୍ ସିକ୍ୟୁରିଟିଜ୍ (IIFL Securities), ଜେଏମ୍ ଫାଇନାନ୍ସିଆଲ୍ (JM Financial)  ଏବଂ ଏସବିଆଇ କ୍ୟାପିଟାଲ (SBI Capital)କୁ ଏହାର ମୁଖ୍ୟ ପରିଚାଳକ ଭାବରେ ନିଯୁକ୍ତ କରିଛି।

କମ୍ପାନୀର ବ୍ୟବସାୟ କିଭଳି ହେଉଛି ?

କମ୍ପାନୀର ବ୍ୟବସାୟ ବିଷୟରେ ଜାଣିବାକୁ ଗଲେ, କମ୍ପାନୀ ୧୩ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୪୨ ବିତରକଙ୍କ ଏକ ଟିମ୍ ଗଠନ କରିଛି । ଓଡିଶାର ସମ୍ବଲପୁର, ପଶ୍ଚିମବଙ୍ଗର ଜାମୁରିଆ ଏବଂ ମଙ୍ଗଲପୁରରେ ଏହାର ମୋଟ ତିନୋଟି କାରଖାନା ଅଛି।

କମ୍ପାନୀ ଉପରେ ଋଣ କେତେ ?

ଏହା ବ୍ୟତୀତ କମ୍ପାନୀ ଉପରେ ମୋଟ ୩୮୧.୧୨ କୋଟି ଟଙ୍କା ଋଣ ଅଛି । ଏହାସହ ଏହାର ସହଯୋଗୀ କମ୍ପାନୀ ଉପରେ ୩୯୮.୬୦ କୋଟି ଟଙ୍କା ଋଣ ଥିଲା।  କମ୍ପାନୀ ଉପରେ ସମୁଦାୟ ୮୮୬,୨୯ କୋଟି ଟଙ୍କା ଋଣ ଅଛି ।

କେତେ ଲାଭ ?

୧.  ୨୦୨୦-୨୧ ଆର୍ଥିକ ବର୍ଷର ଡିସେମ୍ବର ତ୍ରୟମାସିକ ପର୍ଯ୍ୟନ୍ତ କମ୍ପାନୀର ମୋଟ ରାଜସ୍ୱ ୩୯୩୩.୦୮ କୋଟି ଟଙ୍କା ଥିଲା।

୨. ଗତ ବର୍ଷ ଏହି ଅବଧିରେ କମ୍ପାନୀର ମୋଟ ରାଜସ୍ୱ ୩୨୮୩.୦୯ କୋଟି ଥିଲା।

୩. ଶ୍ୟାମ ମେଟାଲିକ୍ସର ଡିସେମ୍ବର ତ୍ରୟମାସରେ ନେଟ୍ ଲାଭ ୪୫୬.୩୨ କୋଟି ଥିଲା।

୪. ଗତ ଆର୍ଥିକ ବର୍ଷ Q3 ରେ କମ୍ପାନୀର ନେଟ୍ ଲାଭ ମାତ୍ର ୨୬୦.୩୬ କୋଟି ଟଙ୍କା ଥିଲା |

ଗଛ ଲଗାଇବା ଏକ ସ୍ଫୂର୍ତ୍ତିଦାୟକ ଅନୁଭବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତି ପ୍ରେମ । ବୃକ୍ଷରୋପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଛ ଲଗାଇବା ଏକ ସ୍ଫୂର୍ତ୍ତିଦାୟକ ଅନୁଭବ ଥିଲା ବୋଲି ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଲେଖିଛନ୍ତି, ଏହି ଗଛ ବଡ଼ ହେଲେ ଏଥିରେ ଦିନେ ଚଢ଼େଇ ବସା କରିବ । ଶୁଭିବ ଚଢ଼େଇଙ୍କ କିଚିରିମିଚିରି ଶବ୍ଦ । ଫୁଲ ଉପରେ ମହୁମାଛି ବସିବ । ଗଛର ଫଳଫୁଲ ଓ ଛାଇକୁ ସମସ୍ତେ ଉପଭୋଗ କରିବେ । ଜନନୀ ଜନ୍ମଭୂମିଶ୍ଚ ସ୍ବାର୍ଗାଦପି ଗରିୟସୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୟୁପି ରାଜନୀତି: ବୈଠକକୁ ଡାକିଲେନି, ଜନ୍ମଦିନରେ ଶୁଭେଚ୍ଛା ବି ଜଣାଇଲେନି

 

ନୀଳଗିରି ବିଧାୟକଙ୍କ ମନ୍ତବ୍ୟକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ: କହିଲେ, ଏହା ଏକ ଗୁରୁତର ଅପରାଧ

ବାଲେଶ୍ୱର: ନୀଳଗିରିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ନେଇ ବିଧାୟକ ଲେଖିଥିବା ବିବାଦୀୟ ଚିଠିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ମହାପ୍ରଭୁଙ୍କ ରଥଯାତ୍ରା ନେଇ ଖର୍ଚ୍ଚକୁ ଅଯଥା କହିବା ଅତ୍ୟନ୍ତ ଅଶୋଭନୀୟ । ଜଣେ ଜନ ପ୍ରତିନିଧି ଏବଂ ହିନ୍ଦୁ ଭାବେ ଏଭଳି ଚିଠି ଲେଖିବା ଆଦୌ ସମୁଚୀନ ନୁହେଁ । ଏହା ଏକ ପ୍ରକାର ଗୁରୁତର ଅପରାଧ ଭାବେ ମନେ କରନ୍ତିୁ ଜଣେ ଭକ୍ତ କହିଛନ୍ତି ।

ସେହିଭଳି ଅନ୍ୟ ଜଣେ ଭକ୍ତ କହିଛନ୍ତି ଯେ, ଏଠାରେ ହେଉଥିବା ଜଗନ୍ନାଥଙ୍କ ରଥଯାତ୍ରା ମନ୍ଦିର ଅର୍ଥରେ ହୋଇଥାଏ ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ପାଣ୍ଠି ନଗନ୍ୟ । ବର୍ଷକୁ ମାତ୍ର ୧୦ରୁ ୧୨ ଟଙ୍କା ଆସିଥାଏ । କିନ୍ତୁ ଏ ସବୁ ବିଷୟରେ ନ ଜାଣି ଏଭଳି ମନ୍ତବ୍ୟ ରଖିବା ଅତ୍ୟନ୍ତ ଅଶୋଭନୀୟ ଏହା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରଘାତ  । ସେ ଯଥାଶୀଘ୍ର ଏଥିଲାଗି କ୍ଷମା ପ୍ରାର୍ଥନା କରନ୍ତୁ ଏହା ପରେ ତାଙ୍କ ବିଷୟରେ ବିଚାର କରାଯିବ ।

ଏଥିସହିତ ପଢ଼ନ୍ତୁ: ବିଜେପି ବିଧାୟକଙ୍କ ବିବାଦୀୟ ଚିଠି: ‘ରଥ ନିର୍ମାଣ ଖର୍ଚ୍ଚ ଅଯଥା, ଏହାକୁ ତୁରନ୍ତ ବନ୍ଦ କର’

ଘରକୁ ଘର ରାଶନ ଯୋଜନାକୁ ନେଇ କେନ୍ଦ୍ର ଓ କେଜ୍ରିୱାଲ ମୁହାଁମୁହିଁ

ନୂଆଦିଲ୍ଲୀ: ଘରକୁ ଘର ରାଶନ ଯୋଜନାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ସରକାର ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆସନ୍ତା ସପ୍ତାହରୁ ଘରକୁ ଘର ରାଶନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିଲା । କିନ୍ତୁ ଏହାକୁ ଏହା କହି ରୋକି ଦିଆଗଲା ଯେ, ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ ନାହିଁ । ଏହା ଭୂଲ ।
ଏହା ସହିତ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ଆମେ ଥରୁଟିଏ ନୁହେଁ ୫ଥର କେନ୍ଦ୍ରଠାରୁ ଏହି ଯୋଜନା ପାଇଁ ଅନୁମତି ନେଇଛୁ । ଆଇନଗତ ଭାବେ ଏଥିପାଇଁ ଅନୁମତିର ଆବଶ୍ୟକତା ନାହିଁ । ରାଶନର ହୋମ ଡେଲିଭରି କାହିଁକି ହୋଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ରାଶନ ମାଫିଆ ସହିତ ଛିଡା ହୋଇଥିବା ଅଭିଯୋଗ ଆଣି ସେ କହିଛନ୍ତି ଯେ, ଆପଣ ଯଦି ରାଶନ ମାଫିଆ ସହିତ ଛିଡା ହେବେ ତେବେ ଗରିବଙ୍କର କ’ଣ ହେବ । ସେହି ୭୦ ଲକ୍ଷ ଗରିବଙ୍କର କ’ଣ ହେବ ଯେଉଁମାନଙ୍କ ରାଶନ ମାଫିଆ ଚୋରି କରୁଛି ।
ଦିଲ୍ଲୀ ସରକାରଙ୍କ କହିବା ହେଉଛି କେନ୍ଦ୍ର ସରକାର ଏହି ବୈପ୍ଲବିକ ଯୋଜନାକୁ ଅଟକାଉଛନ୍ତି । ଦୁଇଟି କାରଣ ଦର୍ଶାଇ ରାଶନର ହୋମ ଡେଲିଭରିକୁ ଉପ ରାଜ୍ୟପାଳ ରୋକୁଛନ୍ତି । କେନ୍ଦ୍ର ଏଥିପାଇଁ ଅନୁମତି ଦେଇ ନାହିଁ ଓ ଏହି ଯୋଜନା ବିରୋଧରେ ଅଦାଲତରେ ମାମଲା ଚାଲୁଥିବାରୁ ଫାଇଲକୁ ଉପ ରାଜ୍ୟପାଳ ଅଟକାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ୟୁପି ରାଜନୀତି: ବୈଠକକୁ ଡାକିଲେନି, ଜନ୍ମଦିନରେ ଶୁଭେଚ୍ଛା ବି ଜଣାଇଲେନି

ବିବାଦର କାରଣ କ’ଣ ?
ରାଶନର ହୋମ ଡେଲିଭରିକୁ ନେଇ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ପୁରୁଣା । ଦିଲ୍ଲୀ ସରକାରଙ୍କ ଏହି ଯୋଜନାକୁ ପ୍ରଥମେ କେନ୍ଦ୍ର ଏହା କହି ବିରୋଧ କରିଥିଲା ଯେ, ଏହି ଯୋଜନା କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଅନ୍ତର୍ଗତରେ ଆସୁଛି । ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ରାଜ୍ୟ କରିପାରିବେ ନାହିଁ । କେବଳ ସଂସଦ ହିଁ ଯୋଜନାରେ ପରିବର୍ତ୍ତନ କରି ପାରିବ । ତେଣୁ ଦିଲ୍ଲୀ ସରକାର ନା ଯୋଜନାର ନାମ ପରିବର୍ତ୍ତନ କରି ପାରିବ ନା ଏହାକୁ ଆଉ କୌଣସି ଯୋଜନା ସହିତ ଯୋଡି ପାରିବ । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାର ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ୍ ଯୋଜନା ନାଁ ଆରମ୍ଭ କରିବାକୁ ଚାହୁଁଥିଲା । ନାମକରଣକୁ ନେଇ ବିବାଦ ପରେ ଦିଲ୍ଲୀ ସରକାର ଯୋଜନାରୁ ମୁଖ୍ୟମନ୍ତ୍ରୀଙ୍କ ନାମ ହଟାଇ ଦେଇଥିଲେ । ଏହା ପରେ ଦିଲ୍ଲୀ ସରକାର ଏହାକୁ ଘରକୁ ଘର ରାଶନ ଯୋଜନା ନାମରେ ଆରମ୍ଭ କରିବାକୁ ଚାହିଁଥିଲେ । କିନ୍ତୁ କେନ୍ଦ୍ର ସରକାର ଏହାକୁ ମଧ୍ୟ ମଞ୍ଜୁରୀ ଦେବାକୁ ମନା କରିଦେଇଛନ୍ତି ।

ୟୁପି ରାଜନୀତି: ବୈଠକକୁ ଡାକିଲେନି, ଜନ୍ମଦିନରେ ଶୁଭେଚ୍ଛା ବି ଜଣାଇଲେନି

ଲକ୍ଷ୍ଣୌ: ଗତ ୨ ସପ୍ତାହ ହେଲା ଉତ୍ତରପ୍ରଦେଶରେ ଚାଲିଛି ଘନ ଘନ ବୈଠକ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଜେପି କେନ୍ଦ୍ରୀୟ ଟିମ୍‌ର ଏଭଳି ବୈଠକ ୟୁପିରେ ବଡ଼ ଧରଣର ରାଜେନୖତିକ ପରିବର୍ତ୍ତନ ଆଡ଼କୁ ଇସାରା କରୁଛି । ଏହାରି ମଧ୍ୟରେ ଜନ୍ମଦିନ ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ନ ଜଣାଇବା ରାଜେନୖତିକ ପରିବର୍ତ୍ତନର ଏଭଳି ଆକଳନକୁ ଖୋରାକ୍ ଯୋଗାଇଛି ।

            ଗତକାଲି ଯୋଗୀ ଆଦିତ୍ୟ ନାଥଙ୍କ ଜନ୍ମଦିନ ଥିବା ବେଳେ ବିଜେପିର ବିଗ୍ ଫେସ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟରୁ କେହିଁ ବି ସାର୍ବଜନୀନ ଭାବେ ଯୋଗୀଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇନଥିବା ବେଳେ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଥିବା ଜଣାପଡ଼ିଛି । ତେବେ ଗତ ବର୍ଷ କରୋନା କାଳରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କୁ ଟ୍ୱିଟରେ ଯୋଗେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏଣୁ ଚଳିତ ବର୍ଷର ମହାମାରୀ ଜନିତ କ୍ଷୟକ୍ଷତି ଓ ବର୍ତ୍ତମାନର ଦୁଃଖଦ ପରିସ୍ଥିତି  ଶୁଭେଚ୍ଛା ନଜଣାଇବାର କାରଣ ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

ଏଭଳି କି ଗତ ୧୮ ମଇରେ ଅମିତ ଶାହା କେନ୍ଦ୍ରୀୟ ମନ୍ତ୍ରୀ ଥାବର ଚନ୍ଦ୍ର ଗେହଲଟ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ଦେଶରେ କରୋନା ପିକ୍‌ରେ ମଧ୍ୟ ଥିଲା । ଏଣୁ ଶୁଭେଚ୍ଛା ନ ଜଣାଇବାର କାରଣ କରୋନା ନୁହେଁ ବୋଲି ସ୍ପଷ୍ଟ ହୋଇଛି ।  ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ରାଜନାଥ ସିଂହ ଓ ସ୍ମୃତି ଇରାନୀ କିନ୍ତୁ ଜନ୍ମଦିନ ଅବସରେ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୱିଟ୍‌ର ଯୋଗେ ଶୁଭେଚ୍ଛା ଜଣାଇଥିଲେ ଏବଂ ଯୋଗୀଙ୍କ ଟ୍ୱିଟ୍‌ର ହ୍ୟାଣ୍ଡଲରୁ ଏହାର ଉତ୍ତର ମଧ୍ୟ ଦିଆଯାଉଥିଲା ।

ସୂଚନା ଯୋଗ୍ୟ ଯେ, ଗତ ୨୪ ମଇରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଏକ ବୈଠକ ହୋଇଥିଲା । ଯେଉଁଥିରେ ମୋଦି,ଅମିତ ଶାହ, ଜେ.ପି ନଡ୍ଡା ,ସୁନିଲ ବଂଶଲ, ଦତ୍ତାତ୍ରେୟ ହୋସବୋଲେ ସାମିଲ ଥିଲେ । ଆଗାମୀ ୧୦ ମାସ ପରେ ୟୁପିରେ ହେବାକୁ ଥିବା ନିର୍ବାଚନ ନେଇ ଏଥିରେ ଆଲୋଚନା ହୋଇଥିବା ବେଳେ ଯୋଗୀ କିନ୍ତୁ ଅନୁପସ୍ଥିତ ଥିଲେ । ଏଭଳି କି ପରବର୍ତ୍ତୀ ସମୟରେ ଦିଲ୍ଲୀରେ ଦଳର ସାଂଗଠନିକ ମହାସଚିବ ଭିଏଲ୍ ସନ୍ତୋଷ ବିଧାୟକ, ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ୟୁପିରେ ଦଳର ସ୍ଥିତି ନେଇ ଆଲୋଚନା କରିବା ସହ ଫିଡ୍‌ବ୍ୟାକ୍ ମଧ୍ୟ ନେଇଥିଲେ । ପରବର୍ତ୍ତୀ ସମୟରେ ସଂଘର ନେତାଙ୍କ ସହ ମଧ୍ୟରେ ଦିଲ୍ଲୀରେ ୟୁପି ନେଇ ଆଲୋଚନା ହୋଇଥିଲେ । କିନ୍ତୁ କୌଣସି ବି ବୈଠକରେ ଯୋଗୀ ଉପସ୍ଥିତ ନ ରହିବା ଦଳରେ ମଧ୍ୟରେ ଅଲ୍‌ ନଟ୍ ଓ୍ୱେଲ୍‌କୁ ଦର୍ଶାଉଛି ।

ବିହାରରେ ୮ଜୁନ୍ ରୁ ହଟିଯାଇପାରେ ଲକଡାଉନ : ଜାଣନ୍ତୁ କ’ଣ ହେଉଛି ବ୍ୟବସ୍ଥା

ଲକଡାଉନରୁ କେବେ ମିଳିବ ଛୁଟି? ସାଧାରଣ ଲୋକଙ୍କ ଭିତରେ ଏନେଇ ପ୍ରଶ୍ନ । ତେବେ ଏହି ପ୍ରଶ୍ନର ଉତ୍ତର ବୋଧହୁଏ ବିହାର ଜନତାଙ୍କୁ ଖୁବ୍ ଶିଘ୍ର ମିଳିବାକୁ ଯାଉଛି । କାହିଁକି ନା ଆଶା ଅନୁସାରେ ଖୁବଶିଘ୍ର ବିହାରର ଲୋକଙ୍କୁ ଲକଡାଉନରୁ ଛୁଟି ମିଳିପାରେ । ଲକଡାଉନ-୪ ର ଅବଧି ୮ଜୁନକୁ ଶେଷ ହେବାର ଅଛି । ଆଉ ଏହା ପରେ ବିହାରରେ ଅନଲକର ସ୍ଥିତି ଆସିପାରେ । ତେବେ ସୂତ୍ର ଅନୁସାରେ ଜଣାପଡୁଛି ଯେ ବିହାର ମୁଖ୍ୟମନ୍ତ୍ରୀ ନିତିଶକୁମାର ସମସ୍ତ ଡିଏମଙ୍କ ଠାରୁ ମତାମତ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିହାରରେ ୮ଜୁନ୍ ପରେ ଲକଡାଉନ ଅବଧି ବଢିବା ଠିକ୍ ନୁହେଁ ବୋଲି ଆଲୋଚନା ହେଉଛି । ତାଛଡା ସମସ୍ତ ଡିଏମ କଡାକଡି ନିୟମ ଲାଗୁ କରିପାରିବେ ତାସହ ଜିଲ୍ଲାଧିକାରୀ ସଂକ୍ରମଣର ସ୍ଥିତିକୁ ଦେଖି ନିଜ ନିଜ ଅଂଚଳରେ ଚାହିଁଲେ ଲକଡାଉନ ଲାଗୁ କରିପାରିବେ ।

ତେବେ ଆସନ୍ତାକାଲି କରୋନା କ୍ରାଇସିସ ମେନେଜମେଣ୍ଟ ଗ୍ରୁପର ବୈଠକରେ ଏ ସମ୍ଭନ୍ଧରେ ଫଇସଲା କରାଯିବାର ଯୋଜନା ରହିଛି । ତେବେ ବିହାରର ଲକଡାଉନ ହଟିବା ସହିତ କିଛି ନିୟମର କୋହଳ ହେବାକଥା ବି ସୂତ୍ରରୁ ପ୍ରକାଶ ହେଉଛି । ବିହାରରେ ବିବାହ ପାଇଁ ନିର୍ଦ୍ଧାରିତ ହୋଇଥିବା ଲୋକସଂଖ୍ୟାରେ ପରିବର୍ତ୍ତନ ହେବ । କିନ୍ତୁ ଲକଡାଉନ ହଟିଗଲେ ବି ନିତି ନିୟମର ପାଳନରେ ଅବମାନନା ହେଲେ ପୋଲିସ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବ । ତେବେ ବର୍ତ୍ତମାନର ଲକଡାଉନ ସ୍ଥିତି ଯୋଗୁଁ କରୋନା ସଂକ୍ରମଣ ଉପରେ କିଛିକାଂଶରେ ରୋକ ଲାଗିପାରିଛି ।

ବିହାରରେ ଲକଡାଉନ ପରେ ୮୦ ପ୍ରତିଶତ ସଂକ୍ରମଣରେ କମ ଦେଖାଯାଉଛି । ଦେଶରେ ଦୈନିକ ସଂକ୍ରମଣ ଗତ ୫୮ ଦିନ ଭିତରେ ସର୍ବନିମ୍ନ ସ୍ତରକୁ ଖସି ଆସି ୧.୨ ଲକ୍ଷରେ ପହଞ୍ଚିଥିବା ବେଳେ ପୂର୍ବଦିନ ଅପେକ୍ଷା ପାଖାପାଖି ୭୭୦ ଅଧିକ ମୃତ୍ୟୁ ଘଟି ଦୈନିକ ମୃତକଙ୍କ ସଂଖ୍ୟା ପୁଣି ତିନି ହଜାର ଟପିଯିବା ଚିନ୍ତାର କାରଣ ହୋଇଛି। ତେବେ ଗତ ତିନି ସପ୍ତାହରୁ ଅଧିକ ଦିନ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରିବା ସହ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟିବା ପ୍ରକ୍ରିୟା ଜାରି ରହିଛି। ତେଣୁକରି ବିହାର ସରକାର ଚିନ୍ତାକରୁଛନ୍ତି ଯେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣକୁ ଆସିବା କାରଣରୁ ଅନଲକ ପ୍ରକ୍ରିୟା ଆରମ୍ଭ କରିଦେବା ଆବଶ୍ୟକ ।

ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ମାମଲା

କୋଲକତା: ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ପୋଲିସ ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ମାମଲା ରୁଜ୍ଜୁ କରିଛି । କାଣ୍ଠି ନଗର ପାଳିକାରୁ ଦୁଇ ଭାଇ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ରତ୍ନଦୀପ ମନ୍ନାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ଏତଲା ଦାଏର କରିଛି । ରତ୍ନଦୀପ କାଣ୍ଠି ନଗରପାଳିକାର ପ୍ରଶାସନିକ ବୋର୍ଡ୍ ସଦସ୍ୟ ଅଟନ୍ତି । ଶୁଭେନ୍ଦୁ ରିଲିଫ ସାମଗ୍ରୀ ଚୋରି କରିବା କାମରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସାହାଯ୍ୟ ନେଇଥିବା ମଧ୍ୟ ଅଭିଯୋଗ ହେଉଛି ।
ଏତଲା ଅନୁସାରେ ମେ ୨୯ ତାରିଖ ଦିନ ମଧ୍ୟାହ୍ନ ୧୨.୩୦ ବେଳ ଶୁଭେନ୍ଦୁ,ତାଙ୍କ ଭାଇ ଓ କାଣ୍ଠି ନଗର ପାଳିକାର ପୂର୍ବତନ ଅଧ୍ୟକ୍ଷଙ୍କ ଆଦେଶରେ ସରକାରୀ ତାରପୁଲିନ୍ ଚୋରି ହୋଇଥିଲା । ଯାହାର ମୂଲ୍ୟ ଲକ୍ଷାଧିକ ଥିଲା । ତାଲା ଭାଙ୍ଗି ଅଧିକାରୀ ଭାଇ ଏହି ଚୋରି କରିଥିଲେ ବୋଲି ଏତଲାରେ ରତ୍ନଦୀପ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ତେବେ ମତଭେଦ କାରଣରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ନନ୍ଦିଗ୍ରାମ ବିଧାନସଭା ଆସନରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ନବ ଗଠିତ ବିଧାନସଭାରେ ସେ ବିରୋଧୀ ଦଳ ନେତା ଅଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଦିଲ୍ଲୀପ କୁମାର

ହିନ୍ଦୀ ସିନେ ଜଗତର ଖୁବ୍ ଜଣାଶୁଣା ଅଭିନେତା ହେଉଛନ୍ତି ଦିଲ୍ଲୀପ କୁମାର । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦେଖାଦେଇଛି ଅସୁବିଧା । ସେଥିପାଇଁ ସେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଦିଲ୍ଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କୁ ମନିଟର କରାଯାଉଛି । ଆଗରୁ ମଧ୍ୟ ଦିଲ୍ଲୀପ କୁମାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପୂର୍ବ ମାସରେ ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।

କିନ୍ତୁ ତାଙ୍କ ପତ୍ନୀ ସାୟାରା ବାନୋ କହିଥିଲେ କି ଏହା ରୁଟିନ୍ ଚେକଅପ୍ ଥିଲା । ଦିଲ୍ଲୀପ କୁମାରଙ୍କ ବୟସକୁ ଦେଖି ସମୟ ସମୟରେ ତାଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟବସ୍ଥା ପାଇଁ ରୁଟିନ ଚେକଅପ୍ ର ଆବଶ୍ୟକତା ପଡିଥାଏ । ଏହି ରୁଟିନ ଚେକଅପ୍ ରେ ତାଙ୍କର ରିପୋର୍ଟ ସବୁ ଠିକ୍ ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ଦିଲ୍ଲୀପ କୁମାରଙ୍କୁ ୯୮ ବର୍ଷ ବୟସ ହେଲାଣି । ସେଥିପାଇଁ କରୋନା କାରଣରୁ ସେ ବିଶେଷ ସର୍ତକତା ଅବଲମ୍ବନ କରୁଛନ୍ତି । ଏମିତି ବି ସେ କରୋନା ସମୟରେ ସେ ନିଜର ଦୁଇ ଭାଇ ଅସଲମ ଖାନ୍ ଓ ଏହଶାନ ଖାନଙ୍କୁ ହରାଇଦେଇଛନ୍ତି । ୨୦୨୦ର କରୋନା ଯୁଦ୍ଧରେ ସେ ନିଜର ଦୁଈଭାଇଙ୍କର ମୃତ୍ୟୁ ଦେଖିଥିଲେ । ସେଥିପାଇଁ ନିଜ ପତ୍ନୀଙ୍କ ସହ ସେ ମାର୍ଚ୍ଚ ୨୦୨୦ରୁ କ୍ୱାରେଣ୍ଟାଇନ ନିୟମ ଅବଲମ୍ବନ କରି ଘରେ ହିଁ ରହୁଛନ୍ତି । କରୋନା କାରଣରୁ ସେ ନିଜର ଜନ୍ମଦିନ ପାଳନ କରିବାକୁ ମଧ୍ୟ ମନାକରିଦେଇଥିଲେ । ଖୁବ୍ ସର୍ତକତା ଭିତରେ ଦିଲ୍ଲୀପକୁମାର ଓ ତାଙ୍କ ପତ୍ନୀ ସାୟାରା ବାନୋ ଘରେ ରହୁଛନ୍ତି । ତଥାପି ବୟସ ଅଧିକ ହେବା କାରଣରୁ ଦିଲ୍ଲୀପକୁମାରଙ୍କ ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ ଅସୁବିଧା ଦେଖାଯାଉଛି । ଦିଲ୍ଲୀପ କୁମାରଙ୍କ ଜନ୍ମ ୧୧ ଡିସେମ୍ବର ୧୯୨୨ରେ ପାକିସ୍ତାନରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ୟୁସୁଫ ଖାନ୍ । କିନ୍ତୁ ହିନ୍ଦୀ ସିନେମା ଜଗତରେ ପାଦ ଥାପିଲା ପରେ ସେ ନିଜର ନାଁ ଦିଲ୍ଲୀପ କୁମାର ରଖିଦେଇଥିଲେ । ସେହି ନାଁ ରୁ ହିଁ ତାଙ୍କୁ ଢେର ଖ୍ୟାତି ଓ ସମ୍ମାନ ମିଳିଥିଲା ।

ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ବର୍ତ୍ତମାନ ସେ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ଅଛନ୍ତି। ଆଉ ସେଠାରେ ଥିବା ସମୟରେ ସେ ଏହି ଦିନଗୁଡ଼ିକରେ ଭରପୁର ମଜା ମଧ୍ୟ ନେଉଛନ୍ତି । ଏବେ ଏହାକୁ ନେଇ ସେ ସୋସିଆଲ ମଡ଼ିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ।

ଗାଙ୍ଗୁଲି ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ କାର୍ ରେସିଂ କରିବାକୁ ଯାଉଥିବାର ଦେଖିବାକୁ ମିଳିଛି । ଆଉ ଏହା ପରେ ସୋସିଆଲ ମିଡିଆରେ ତାଙ୍କୁ ଅତ୍ୟଧିକ ମାତ୍ରାରେ ଟ୍ରୋଲ କରାଯାଉଛି । ଫଟୋ ସେୟାର କରିବା ସମୟରେ ଗାଙ୍ଗୁଲି କହିଛନ୍ତି ଯେ ଆଜି କାର୍ ରେସିଂ କଲି ଆଉ ଏହି ରେସିଂର ସେ ଭରପୁର ମଜା ନେଇଛନ୍ତି ଯାହା ଅବିଶ୍ୱାସନୀୟ

ତେବେ ଏହି ଫଟୋ ପରେ କିଛି ୟୁଜର କହିଛନ୍ତି ଯେ, ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍ ଏବଂ ଏସବୁ କାର୍ଯ୍ୟକଳାପକୁ ଅଣଦେଖା କରିବା ଉଚିତ୍। ତେବେ ଆପଣଙ୍କୁ କହି ରଖୁଛୁ ଯେ, କିଛି ସମୟ ପୂର୍ବରୁ, ହୃଦଘାତ କାରଣରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏବଂ ଆଉ କିଛି ୟୁଜର କହିଛନ୍ତି ଯେ, ମହାମାରୀ ଭଳି ପରିସ୍ଥିତିରେ ମୂର୍ଖାମୀ କାର୍ଯ୍ୟ କରିବା ପରିବର୍ତ୍ତେ ସମାଜ ପାଇଁ କିଛି ଭଲ କାର୍ଯ୍ୟ କରନ୍ତୁ । ଲୋକମାନେ ଆପଣଙ୍କୁ ବହୁତ ପ୍ରଶଂସା କରିବେ